ପିଏମଇଣ୍ଡିଆ

ଭାରତ ମାତାକୀ ଜୟ । ଭାରତ ମାତାକୀ ଜୟ ।
ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ଆପଣ ସମସ୍ତ ମୋକାମାବାସୀଙ୍କୁ ପ୍ରଣାମ । ଭଗବାନ ପର୍ଶୁରାମଙ୍କ ପବିତ୍ର ମାଟିରେ ଆପଣ ସମସ୍ତଙ୍କୁ ସାଦର ପ୍ରଣାମ । ମୁଁ ମୋକାମା ଆସି ଧନ୍ୟ ହୋଇଗଲି ।
ସାରା ଦେଶ ଦିପାବଳୀ ପାଳନ ପାଇଁ ପ୍ରସ୍ତୁତି କରୁଛି । ଛଠ୍ ପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲୁ ରହିଛି । ଆପଣ ସମସ୍ତଙ୍କୁ ଦିପାବଳୀ ଆଉ ଛଠ୍ ପୂଜା ପାଇଁ ମୋ ତରଫରୁ ଆଗୁଆ ଶୁଭକାମନା ଦେଉଛି ଆଉ ଏହି ପବିତ୍ର ପର୍ବ ଅବସରରେ ପାଖାପାଖି ତିନି ଲକ୍ଷ ପଚସ୍ତରୀ ହଜାର କୋଟି କୋଟି ଟଙ୍କାର ବିକାଶର ଉପହାର ଆଜି ଏହି ବିହାର ମାଟିକୁ ମିଳୁଛି ।
ଭାଇ ଓ ଭଉଣୀମାନେ, ଏବେ ଆମର ଗଡ଼କରି ମହାଶୟ, କେତେ ପ୍ରକଳ୍ପ ଆମ ଭାରତ ସରକାର ଆରମ୍ଭ କରିଛନ୍ତି ଆଉ ତାହା ସଡ଼କ କ୍ଷେତ୍ରରେ, ରାସ୍ତା ତିଆରି କରିବା ସମ୍ପର୍କରେ, ସେ ବର୍ଣ୍ଣନା କରୁଥିଲେ । ଆଉ ବର୍ଣ୍ଣନା ଏତେ ଲମ୍ବା ଥିଲା କି ମୁଁ ଦେଖୁଥିଲି କି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଥିଲେ କି ଏତେ କମ୍ ସମୟରେ ବିହାରର ଭାଗ୍ୟ ପରିବର୍ତ୍ତନ ପାଇଁ ଏତେ ସବୁ ଯୋଜନାଗୁଡ଼ିକ ଲାଗୁ କରାଯାଇଛି, ଏହା ଆମେ କରି ଦେଖାଇଛୁ ।
ମୁଁ ନିତିଶ ମହୋଦୟଙ୍କର ଆଉ ତାଙ୍କ ପୂରା ଟିମ୍ କୁ ମଧ୍ୟ ହୃଦୟର ସହିତ କୃତଜ୍ଞତା ଜଣାଉଛି କି ଭାରତ ସରକାରଙ୍କର ସମସ୍ତ ଯୋଜନାରେ, ତାଙ୍କର ସମସ୍ତ ପ୍ରକାରର ସହଯୋଗ ଥିଲା, ସମର୍ଥନ ଥିଲା । ଆମର ଅସୁବିଧା ହୋଇଥାଏ ତ ତାହାକୁ ସେ ଦୂର କରିବା ପାଇଁ ଚିନ୍ତା କରିଥା’ନ୍ତି ଆଉ ଗୋଟିଏ ପ୍ରକାରରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ କାନ୍ଧରେ କାନ୍ଧ ମିଳାଇ ଆଜି ବିହାରର ସ୍ୱପ୍ନକୁ ପୂରଣ କରିବା ପାଇଁ ମନ ପ୍ରାଣ ଦେଇ ଏକାଠି ଯୋଡ଼ି ହୋଇଛନ୍ତି ଆଉ ପରିଣାମ ଦୃଷ୍ଟିଗୋଚର ହେବାକୁ ଲାଗିଲାଣି । ନିତିଶ ମହାଶୟ କେତେଗୁଡ଼ିଏ ପଦକ୍ଷେପ ହାତକୁ ନେଇଛନ୍ତି, ସେ ତ ହେଉଛନ୍ତି ମୁଖ୍ୟମନ୍ତ୍ରୀ କିନ୍ତୁ ଏହି କ୍ଷେତ୍ର ସହିତ ତାଙ୍କର ସଂପର୍କ ରହିଛି, ଏତେ ବର୍ଷ ଧରି ସାଂସଦ ରହିବା କାରଣରୁ ଆପଣଙ୍କ ପ୍ରତି ତାଙ୍କର ଭାବଗତ ସଂପର୍କ ରହିଛି ଆଉ ଭାବଗତ ସଂପର୍କ ଥିବା କାରଣରୁ ତାଙ୍କ ମନ ଏଥିପାଇଁ ଛଟପଟ ହେଉଥିଲା କି ଏହା ହେବା ଦରକାର, ତାହା ହେବା ଦରକାର, ଅମୁକ ହେବା ଦରକାର, ସମୁକ ହେବା ଦରକାର । ମୁଁ ତାଙ୍କର ଏହି ଭାବନାକୁ ସମ୍ମାନ କରୁଛି ଆଉ ମୁଁ ବିଶ୍ୱାସ ଦେଉଛି କି ଭାରତ ସରକାର ବିହାରର କୋଟି-କୋଟି ଲୋକଙ୍କ ସ୍ୱପ୍ନକୁ ସାକାର କରିବାରେ କାନ୍ଧକୁ କାନ୍ଧ ମିଳାଇ ଆପଣଙ୍କ ସହିତ ଚାଲିବେ ଆଉ ବିକାଶର ଯାତ୍ରାକୁ ନୂତନ ଶିଖର ପର୍ଯ୍ୟନ୍ତ ନେଇଯିବେ ।
ଭାଇ ଓ ଭଉଣୀମାନେ, ଆଜି ମୋତେ ମୋକାମାର ମାଟିକୁ ଆସିବାର ସୌଭାଗ୍ୟ ମିଳିଛି, ଯେଉଁ ସେତୁର ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ହୋଇଛି, ମୋତେ ଆମ ନିତିଶ ମହାଶୟ ଯେତେବେଳେ ମୁଁ ଉପରକୁ ଆସୁଥିଲି ତ ତାହାର ଡିଜାଇନ୍ ଦେଖାଉଥିଲେ । ତାହାର ମଡେଲ ଦେଖାଉଥିଲେ, ମୋର ବିଶ୍ୱାସ ଯେ ଏହି ପ୍ରକାରର ସେତୁ, ଏହା ସଂପୂର୍ଣ୍ଣ ବିହାର ପାଇଁ ଆକର୍ଷଣର କେନ୍ଦ୍ର ପାଲଟିବ । ଆଉ ଏହି ସେତୁ ହେଉଛି ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର କୃଷ୍ଣ ମହୋଦୟଙ୍କ କର୍ମଭୂମୀ ବେଗୁସରାଏକୁ ରାଜଧାନୀ ପାଟନା ସହିତ ଯୋଡ଼ିଲାବାଲା ସେତୁ । ବେଗୁସରାଏକୁ ବିଶୋଧନ ପ୍ରକଳ୍ପ, ସାର, ତାପଜ ଶକ୍ତି ଆଉ ବରୌନୀ ଡାଏରୀ ସ୍ଥାପନ କରି ବିହାରର ଔଦ୍ୟୋଗିକ ରାଜଧାନୀରେ ପରିଣତ କରିଥିବା ଏଭଳି ଶ୍ରୀ ବାବୁଙ୍କୁ ମଧ୍ୟ ଆଜି ମୁଁ ଆଦର ପୂର୍ବକ ପ୍ରଣାମ କରୁଛି ।
ଆଜି ମୁଁ ଏହି ଧରଣୀକୁ ଆସିଛି ଯେଉଁଠାରୁ କିଛି ଶହ ମିଟର ଦୂରରେ ସେହି ତୀର୍ଥଧାମ ଅଛି, ଏ ହେଉଛି ଶିକ୍ଷାର ସେହି କ୍ଷେତ୍ର, ଯାହା ରାଷ୍ଟ୍ରକବି ଦୀନକର ମହୋଦୟଙ୍କୁ ପିଲାଦିନର ସଂସ୍କାର ସଂସ୍କରଣ କରିଥିଲା । ଆଉ ଯେବେ ଦିନକର ମହୋଦୟଙ୍କ ସ୍ମରଣ ଆସିଥାଏ, ତ ତାଙ୍କ ଭାବନାଗୁଡିକ ଆଜି ମଧ୍ୟ ଆମକୁ ପ୍ରେରଣା ଦେଉଛି । ଅନ୍ଧ-ଶ୍ରଦ୍ଧାରୁ ମୁକ୍ତି ପାଇଁ ପଥ ପ୍ରଦର୍ଶନ କରିଥାଏ । ଦଳିତ, ପୀଡିତ, ଶୋଷିତ, ଗରିବ, ବଂଚିତ…, ଗାଁ ହେଉ, କୃଷକ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ ସେମାନଙ୍କ ପ୍ରତି ଏକ ଆଦର ଭାବ ଜାଗ୍ରତ କରିବାର ପ୍ରେରଣା କବି ଦିନକର ମହୋଦୟଙ୍କ ଭାବ ଅଭିବ୍ୟକ୍ତିରେ ଆମେ ଅନୁଭବ କରୁଛୁ । ଯେଉଁ ମାଟିରେ ଦିନକର ମହୋଦୟ ଲାଳିତ-ପାଳିତ ହୋଇଛନ୍ତି ଆଉ ଯାହାର ଜନ୍ମସ୍ଥାନ ମଧ୍ୟ ପାଖରେ ହିଁ ଅଛି । ଦିନକର ମହୋଦୟ କହିଥିଲେ –
‘ଆରତୀ ଲିୟେ ତୋ କିସେ ଢୁଂଢତା ହୈ ମୁର୍ଖ, ଅନ୍ଧ-ଶ୍ରଦ୍ଧା କେ ଖିଲାଫ ଚୋଟ ପହୁଂଚାତେ ଥେ ।
‘‘ଆରତୀ ଳିୟେ ତୋ କିସେ ଢୁଂଢତା ହୈ ମୁର୍ଖ, ମନ୍ଦିରୋଂ, ରାଜ ପ୍ରସାଦୋଂ ମେଁ, ତହଖାନୋ ମେଁ,
ଆରେ ଦେବତା କହିଁ ସଡକୋଂ ପର ଗିଟ୍ଟି ତୋଡ ରହେ, ଦେବତା ମିଲେଗେଁ, ଖେତୋଂ ମେଁ ଖିଲହାନୋ ମେଁ’’ ।
ଆଜି ଯେଉଁ ସଡ଼କ ନିର୍ମାଣର ପ୍ରକଳ୍ପ ହେଉଛି, ସେଠାରେ ସେମାନେ ହିଁ ଭଗବାନ ଯେଉଁମାନେ ପଥର ଭାଙ୍ଗିଲା ବାଲା ହେଉଛି ଆମର ଭାଗ୍ୟ ନିର୍ମାଣ କରିଲାବାଲା ଆଉ ଭାରତ ସରକାର ଦିନକର ମହୋଦୟଙ୍କର, ତାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ଉଠାଉଛନ୍ତି ।
ଭାଇ ଓ ଭଉଣୀମାନେ, ଏହି ସ୍ଥାନ ମଧ୍ୟ ହେଉଛି ଭଗବାନ ପର୍ଶୁରାମଙ୍କ ତପସ୍ୟାସ୍ଥଳୀ । ପ୍ରାଚୀନକାଳରେ ତିନୋଟି ମହାଜନପଦ ଅଙ୍ଗ, ମଗଧ ଏବଂ ମିଥିଳାର ସଙ୍ଗମ ସ୍ଥଳରେ ଅବସ୍ଥିତ ମା ଗଙ୍ଗାଙ୍କର ପବିତ୍ର ସିମରିୟା କୂଳର ଗୌରବଶାଳୀ ଇତିହାସ କେହି ଭୁଲି ପାରିବେ ନାହିଁ । ଏହି ମଞ୍ଚରୁ, ଏହି ପବିତ୍ର ସିମରିୟା କୂଳକୁ ଆଜି ମତେ ପ୍ରଣାମ କରିବାର ସୌଭାଗ୍ୟ ମିଳିଛି, ମୁଁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି । ଏହା ହେଉଛି ସେହି ମାଟି ଯିଏ ବୀର ଶିରୋମଣି ବାବା ଚୌହରମଲ, ଯାହାଙ୍କ ନାମରେ କିଛି ହିଁ ଦୂରରେ ପ୍ରତିବର୍ଷ ମେଳା ଲାଗିଥାଏ । ଲୋକ ମାଡ଼ି ଆସନ୍ତି, ମୁଁ ଏଭଳି ଭାବେ ଏହି ପବିତ୍ର ଭୂମିକୁ ପ୍ରଣାମ କରୁଛି ।
ବିହାରର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋର ଆଖି ଯେଉଁଯାଏଁ ପହଞ୍ଚୁଛି ମୋତେ ଲୋକ ହିଁ ଲୋକ ଦେଖା ଯାଉଛନ୍ତି । ଯେତିକି ଲୋକଙ୍କୁ ଏଠି ମଞ୍ଚରେ ଜାଗା ମିଳିଛି, ତା’ଠାରୁ ଦୁଇ ଗୁଣ-ତିନି ଗୁଣ ଲୋକ ବାହାରେ ଅଛନ୍ତି । ଏ ସମସ୍ତ ଲୋକ ଗରମରେ ଉତପ୍ତ ହେଉଛନ୍ତି । ଏତେ ଦୀର୍ଘ ସମୟ ଧରି ଉତପ୍ତ ହେଉଛନ୍ତି, ଏତେ କଷ୍ଟ କରି ମଧ୍ୟ ଆଜି ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଆପଣ ଆସିଛନ୍ତି, ମୁଁ ଆପଣମାନଙ୍କୁ ପ୍ରଣାମ ଜଣାଉଛି । ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି । କିନ୍ତୁ ମୋର ପ୍ରିୟ ବିହାରବାସୀମାନେ ଆପଣମାନେ ଏ ଯେଉଁ ତପ କରୁଛନ୍ତି, ତପରେ ଉତପ୍ତ ହେଉଛନ୍ତି, ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି ଭାରତ ସରକାର ଆଉ ରାଜ୍ୟ ସରକାର ଆପଣଙ୍କର ଏହି ତପସ୍ୟାକୁ ମଧ୍ୟ ବେକାର ଯିବାକୁ ଦେବେ ନାହିଁ ।
ଆମ ଦେଶରେ ଏଭଳି ମଧ୍ୟ ଲୋକ ଅଛନ୍ତି ଯାହାଙ୍କର ଚିନ୍ତାଧାରା ଦେଶକୁ ପଛକୁ ନେଇ ଯିବାର କାରଣ ମଧ୍ୟ କେବେ ଥିଲା । ଯଦି କେହି ଭଲ ସଡ଼କ ତିଆରି କରିବାର କଥା କୁହନ୍ତି ତ ମୁଁ ଏଭଳି ନେତାଙ୍କ ବିଷୟରେ ଖବର କାଗଜରେ କେବେ ପଢ଼ିଥିଲି, ସେ କହୁଥିଲେ କି ସଡ଼କର କ’ଣ ଆବଶ୍ୟକତା ରହିଛି, ସଡ଼କ ତ ମୋଟର କାର ଚଲାଉଥିବା ଲୋକଙ୍କ ଦରକାର, ଆମେ ଗରିବ ଲୋକ ଆମ ପାଖରେ ଗାଡ଼ି କାହିଁ, ଆମକୁ ସଡ଼କର ଆବଶ୍ୟକତା କ’ଣ ରହିଛି । ଏଭଳି ବିକୃତ ମାନସିକତା ଥିବା ଲୋକ, ସେମାନେ ଦେଶକୁ ଯେତିକି କ୍ଷତି ପହଂଚାଇଛନ୍ତି ବୋଧହୁଏ ଆମେ ତାହାର କଳ୍ପନା କରି ପାରିବା ନାହିଁ । ଆଜି କୌଣସି ମଧ୍ୟ ଗାଁକୁ ଯାଆନ୍ତୁ ଆଉ ଯଦି ସଡ଼କ ନାହିଁ… ମୋତେ ଏମପି ମଧ୍ୟ ଦେଖା କରିବାକୁ ଆସନ୍ତି, ତ ଏହା କହନ୍ତି କି ସାହେବ ମୋର କିଛି ଅଂଚଳରେ ଏବେ କିଛି ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ବାକି ରହି ଯାଇଛି, ଏଥର ଆମକୁ ଅଗ୍ରାଧିକାର ଦିଅନ୍ତୁ । ଗାଁର ନାଗରିକ ଯେବେ ମଧ୍ୟ ଦେଖା କରନ୍ତି, ତାଙ୍କର ଦାବି ରହିଥାଏ କି ଆମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଦିଅନ୍ତୁ ।
ଭାଇ ଓ ଭଉଣୀମାନେ, ବିଗତ ତିନି ବର୍ଷରେ ଆମେ ବଜେଟରେ ଏତେ ବଢ଼ାଇ ଦେଇଛୁ, ଆମେ କାମରେ ଏତେ ବେଗ ଆଣିଲୁ କି ଆଗରୁ ଯେତିକି ସଡ଼କ ତିଆରି ହେଉଥିଲା ଗୋଟିଏ ଦିନରେ ଆଜି ତାହାଠାରୁ ଦୁଇଗୁଣା ରାସ୍ତା ତିଆରି କରିବା ଦିଗରେ ଆମେ ସଫଳ ହେଲୁ ଆଉ ଗାଁର ଜୀବନକୁ ବଦଳାଇବା ପାଇଁ ଏହି ସଡ଼କ ତିଆରି ହେବାର କାମ ହେଉଛି । କିନ୍ତୁ କେବଳ ଗ୍ରାମୀଣ ସଡ଼କ ପର୍ଯ୍ୟାପ୍ତ ନୁହେଁ । ଆମର ଯେଉଁ ବଡ଼-ବଡ଼ ଆର୍ଥିକ କେନ୍ଦ୍ର ଅଛି, ଯେଉଁ ଅଭିବୃଦ୍ଧି କେନ୍ଦ୍ର ଅଛି, ଯେଉଁଠାରେ ଅର୍ଥନୀତି ପରିଚାଳନା ହୋଇଥାଏ, ତାହାକୁ ମଧ୍ୟ ଆଭ୍ୟନ୍ତରୀଣ ସଂସ୍ଥାନ ସହିତ ଆମକୁ ସଡ଼କ ସଂଯୋଗ ସହିତ ଯୋଡ଼ିବା ହେଉଛି ଜରୁରୀ ।
ଆଜି ଯେଉଁ ହଜାର ହଜାର କୋଟି ଟଙ୍କାର ଯୋଜନାଗୁଡ଼ିକର ଶିଳାନ୍ୟାସ ହୋଇଛି ତାହା କେବଳ ତା’ଉପରେ ଗାଡ଼ି ଗଡ଼ାଇବା ପାଇଁ ନୁହେଁ । ଏହି ସଡ଼କ ନିର୍ମାଣର କାରଣ ହେଉଛି ଏଠାକାର ଆର୍ଥିକ ଜୀବନକୁ ବଦଳାଇବା ପାଇଁ । ଏଠାରେ ସମୃଦ୍ଧି ସେହି ସଡ଼କରୁ ଟାଣିକରି ଆଣିବା ହେଉଛି ଆମର ପ୍ରୟାସ ଆଉ ତାହା ହେଉଛି ସଡ଼କ ଯିଏ ସମୃଦ୍ଧିକୁ ଟାଣି ଆଣିଥାଏ ଆଉ ସମୃଦ୍ଧିର ଇଲାକା ନିର୍ମାଣ କରିବାରେ ଯୋଗଦାନ କରିଥା’ନ୍ତି ।
ଭାଇ ଓ ଭଉଣୀମାନେ, ଗଙ୍ଗା ଆମ ସମସ୍ତଙ୍କ ଜୀବନ ତା’ସହିତ ଯୋଡ଼ି ହୋଇଛି । ଯଦି ଆଜି ମା ଗଙ୍ଗା ନ ଥା’ନ୍ତେ ତ ଜଣା ନାହିଁ ଆମର ସଂପୂର୍ଣ୍ଣ ଭୂଭାଗ ସେଠାକାର କିଭଳି ଭୟଙ୍କର ସ୍ଥିତି ହୋଇଥା’ନ୍ତା । କିନ୍ତୁ ସେହି ଗଙ୍ଗାଙ୍କୁ ବଂଚାଇବା ପାଇଁ ଆମେ କେବେ ପ୍ରୟାସ କରି ନାହୁଁ, ଆମେ ଉଦାସୀନତା ଦେଖାଇଛୁ । ଗଙ୍ଗାକୁ ବଂଚାଇବା ହେଉଛି ଆମର ଭବିଷ୍ୟତ ପିଢିଙ୍କୁ ବଂଚାଇବା । ଗଙ୍ଗାକୁ ନିର୍ମଳ କରିବା, ତ ଗଙ୍ଗାକୁ ଅବିରତ ପ୍ରବାହ କରିବାରେ କେହି ରୋକି ପାରିବେ ନାହିଁ ଆଉ ଏଥିପାଇଁ ସରକାର ଶହ-ଶହ କୋଟି ଟଙ୍କା ଖର୍ଚ୍ଚ କରି ଗଙ୍ଗାର ପରିସ୍କାର କାମରେ ଲାଗିଛନ୍ତି ଆଉ ଏହା କେବଳ ଏକ ନଦୀର ନାମ ନୁହେଁ, ଥରେ ନଦୀମାନଙ୍କ ପ୍ରତି ପୁଣି ଥରେ ପୁଣି ଥରେ ସେହି ଶ୍ରଦ୍ଧା ଭାବନା ଜାଗ୍ରତ ହେବ, ନଦୀମାନଙ୍କୁ ବଂଚାଇବାର ଅଭିଯାନ ଚାଲିବ, ହିନ୍ଦୁସ୍ଥାନର ପ୍ରତ୍ୟେକ ନଦୀ ପ୍ରତି ସଚେତନତା ଆସିବ । ଭାରତକୁ ଭବିଷ୍ୟତରେ ଯଦି ଜଳ ସଙ୍କଟରୁ ରକ୍ଷା ପାଇବାର ଅଛି ତ ଏହା ହେଉଛି ରାସ୍ତା ଯାହାକୁ ଆମକୁ ଗମ୍ଭିରତା ସହ ନେବାକୁ ହେବ ଆଉ ଏଥିପାଇଁ ଗଙ୍ଗା ସଫେଇର ଯେଉଁ ଅଭିଯାନ ଚାଲୁଛି, ଗଙ୍ଗୋତ୍ରୀରୁ ନେଇ ବଙ୍ଗୋପସାଗର ପର୍ଯ୍ୟନ୍ତ ଯେଉଁ ରାଜ୍ୟଗୁଡ଼ିକ ଏହା ସହିତ ଯୋଡ଼ି ହୋଇଛନ୍ତି, ଅଲଗା-ଅଲଗା ଭାଗ କରି ଗଙ୍ଗା ନଦୀ ନ ହେଉ, ସବୁଠାରୁ ପ୍ରଥମ ପ୍ରାଥମିକତା ତା’ଉପରେ ଦିଆ ଯାଇଛି । ଗଙ୍ଗାକୁ ଯାଉଥିବା ମଇଳା ପାଣିକୁ, ରାସାୟନିକଯୁକ୍ତ ପାଣିକୁ ରୋକିବା ଦିଗରେ ଅଭିଯାନ ଚାଲିଛି । ଆଜି ବିହାରରେ ଏକ ସାଙ୍ଗରେ ଅନେକ ସେତୁ, ଏହି ପ୍ରକଳ୍ପଗୁଡ଼ିକର ମଧ୍ୟ ଶିଳାନ୍ୟାସ ହେଉଛି, ଯାହା ଆଗାମୀ ଦିନମାନଙ୍କରେ ମାଆ ଗଙ୍ଗାଙ୍କ ପ୍ରତି ଆମେ ଯେପରି ଶ୍ରଦ୍ଧାଭାବ ରଖିଛୁ, ସେହି ରୂପରେ ଦେଖିବାକୁ ମିଳିବ ଆଉ ଯେତେବେଳେ ମାଆ ଗଙ୍ଗା ଆମର ସ୍ୱପ୍ନ ଅନୁକୂଳ ହେବ, ସେତେବେଳେ ଛଠ୍ ପୂଜାର ଆନନ୍ଦ ହିଁ କିଛି ଅଲଗା ହେବ, ସେହି ଭକ୍ତିର ଭାବ ମଧ୍ୟ କିଛି ଅଲଗା ହେବ ।
ଭାଇ ଓ ଭଉଣୀମାନେ, ବିଗତ ଦିନମାନଙ୍କରେ ଭାରତ ରେଳ ମନ୍ତ୍ରଣାଳୟ ପୂର୍ବ-ଉତ୍ତରପ୍ରଦେଶ ଆଉ ବିହାରର ଲୋକମାନଙ୍କ ପାଇଁ ମହତ୍ୱପୂର୍ଣ୍ଣ ରେଳ ଚଳାଇଛନ୍ତି, ଯାହାର ଲାଭ ଏହି ଦିପାବଳୀ ଆଉ ଛଠ୍ ପୂଜାରେ ଭରପୂର ମିଳିବାକୁ ଯାଉଛି । ମୁମ୍ବାଇରୁ ଗୋରଖପୁରକୁ ରେଳ-ଅନ୍ତ୍ୟୋଦୟ ଏକ୍ସପ୍ରେସ୍, ଦେଶର ପ୍ରଥମ ଅନ୍ତ୍ୟୋଦୟ ଏକ୍ସପ୍ରେସ୍ ଆଉ ଏବେ ଗୋଟିଏ ସପ୍ତାହ ପୂର୍ବରୁ ମୁଁ ସୁରଟରୁ ପାଟନା ଜୟନଗର ପର୍ଯ୍ୟନ୍ତ ଦ୍ୱିତୀୟ ଅନ୍ତ୍ୟୋଦୟ ଏକ୍ସପ୍ରେସକୁ ମଧ୍ୟ ସେଠାରୁ ମୁଁ ସବୁଜ ପତାକା ଦେଖାଇଛି । ସଂରକ୍ଷଣ ବିନା ଗରିବରୁ ଗରିବ ବ୍ୟକ୍ତି ଶେଷ ମୁହୂର୍ତ୍ତରେ ଦୌଡ଼ିକି ଆସି ଭିତରେ ବସି ପାରିବେ, ନିଜ ଘରକୁ ଯାଇ ପାରିବେ, ଏହି ବ୍ୟବସ୍ଥା କରିଛୁ ।
ମହାମାନ ଏକ୍ସପ୍ରେସ୍, ବରୋଦାରୁ ବନାରସ ପର୍ଯ୍ୟନ୍ତ ଯୋଡ଼ି ହୋଇଛି, ସୁରଟରେ କାମ କରୁଥିବା ଲୋକମାନେ, ବରୋଦାରେ କାମ କରୁଥିବା ଲୋକମାନେ, ଅଙ୍କଳେଶ୍ୱରରେ କାମ କରୁଥିବା ଲୋକମାନେ, ମହାରାଷ୍ଟ୍ରରେ କାମ କରୁଥିବା ଲୋକମାନେ ଦିପାବଳୀ ଆଉ ଛଠ୍ ପୂଜାର ପାର୍ବଣରେ ନିଜ ଘରକୁ ଆରାମରେ ପହଂଚି ପାରିବେ, ଏଥିପାଇଁ ବହୁତ ଦ୍ରୁତ ଗତିରେ ଏହି ଦିନ ମାନଙ୍କରେ ଏହି ଚାରୋଟି ମହତ୍ୱପୂର୍ଣ୍ଣ ରେଳ ବିହାର ଆଉ ପୂର୍ବ-ଉତ୍ତରପ୍ରଦେଶକୁ ଯୋଡ଼ିବାର କାମ ଏହି ସରକାର କରିଛନ୍ତି, ଯାହାର ଲାଭ ଦିପାବଳୀରେ ଆଉ ଛଠ୍ ପୂଜାରେ ଆପଣଙ୍କୁ ନିଶ୍ଚୟ ମିଳି ପାରିବ ।
ଭାଇ ଓ ଭଉଣୀମାନେ, ଏବେ ଆମର ନିତିନ୍ ମହାଶୟ କହୁଥିଲେ, ଆମର ଗଡ଼କରୀ ମହାଶୟ, ଗଡ଼କରୀ ମହାଶୟ ଯେଉଁ ସୂଚୀ କଥା କହିଲେ ଆପଣଙ୍କ ସାମ୍ନାରେ ବୋଧହୁଏ ଦେଶ ସ୍ୱାଧୀନ ହେବା ପୂର୍ବରୁ ଏତେ କମ୍ ସମୟରେ ଭିତ୍ତିଭୂମିର ଏତେ ବଡ଼ କାମ ବିହାରର ମାଟିରେ କେବେ ହେଲେ ହୋଇ ନଥିବ, ଖାଲି ସଡ଼କର କାମ… ଏବେ ନିତିନ ମହାଶୟ କହୁଥିଲେ 53 ହଜାର କୋଟି ଟଙ୍କାର କାମ ହୁଏତ ମଞ୍ଜୁର ହୋଇ ଯାଇଥିବାରୁ କାମ ଚାଲୁ ହୋଇ ଯାଇଛି । ଆପଣ କଳ୍ପନା କରି ପାରୁଥିବେ କି ଏହି ମୌଳିକ ସୁବିଧାଗୁଡ଼ିକ, ଭିତ୍ତିଭୂମିର ମୌଳିକ ସୁବିଧାଗୁଡ଼ିକ କେତେ ବଡ଼ ପରିଣାମ ଆଣିବ ଏହା ଆପଣ କଳ୍ପନା କରି ପାରୁଥିବେ ।
ଏହା ଆମେ ଭଲ ଭାବରେ ଜାଣୁ ଯେ ଆଗାମୀ ଦିନମାନଙ୍କରେ ଯୋଗାଯୋଗ ବିନା ବିକାଶ ଯାତ୍ରାକୁ ମଧ୍ୟ ଆଗକୁ ବଢ଼ିବାକୁ ଦେବନାହିଁ, ସଡ଼କ ଯୋଗାଯୋଗ ଆବଶ୍ୟକ, ରେଳ ଯୋଗାଯୋଗ ଆବଶ୍ୟକ, ଇଣ୍ଟରନେଟ ଯୋଗାଯୋଗ ଆବଶ୍ୟକ, ଗ୍ୟାସ୍ ଗ୍ରିଡ଼ ଆବଶ୍ୟକ, ବିଜୁଳି ସଂଯୋଗ ଆବଶ୍ୟକ, ଶୁଦ୍ଧ ପାଣିର ଧାରା ଆବଶ୍ୟକ । ଏହି ଯୋଗାଯୋଗ, ଏହା ହେଉଛି ଗରିବଙ୍କ ସହ ଯୋଡ଼ି ହୋଇଥିବା ବିଷୟ ଆଉ ଏଥିରେ ଆମ ଗଡ଼କରୀ ମହାଶୟଙ୍କ ନେତୃତ୍ୱରେ ଜଳପଥର ଅଭିଯାନ ମଧ୍ୟ ଚାଲିଛି । ଯଦି ଥରେ ଜଳପଥକୁ ଆମେ ସଫଳତାପୂର୍ବକ ଆଗକୁ ବଢ଼ାଇବା, ଆପଣ ଦେଖିବେ ନଦୀର ମହତ୍ୱ ମଧ୍ୟ ଯେଉଁମାନେ ଆର୍ଥିକ ବିଷୟ ସହିତ ଯୋଡ଼ି ହୋଇଥିବା ଲୋକ ଅଛନ୍ତି, ସେ ମଧ୍ୟ ଶ୍ରଦ୍ଧା ଭାବ ସହିତ ନଦୀଗୁଡ଼ିକରେ ଯୋଡ଼ି ହେବା ପାଇଁ ଆଗକୁ ନ ଆସି ରହି ପାରିବେ ନାହିଁ, ଏଭଳି ପରିବର୍ତ୍ତନ ଏହି ଜଳପଥ କାରଣରୁ ଦେଶର ଆର୍ଥିକ କ୍ଷେତ୍ରରେ ମାଲ ପରିବହନ ବ୍ୟବସ୍ଥାରେ ଅତିକମ୍ ଖର୍ଚ୍ଚରେ ମାଲ ପହଂଚାଇବା ଦ୍ୱାରା ଗରିବଙ୍କୁ ଶସ୍ତାରୁ ଅଧିକ ଶସ୍ତାରେ ଜିନିଷଗୁଡ଼ିକୁ ଉପଲବ୍ଧ କରାଇବାର କାମ ଏହା ମାଆ ଗଙ୍ଗାଙ୍କ କୂଳରେ ଜଳପଥ ଦ୍ୱାରା ଏହା ସମ୍ଭବ ହେବାକୁ ଯାଉଛି । ଯେଉଁ ସମୟରେ ଇଂରେଜମାନେ ଜଳପଥର ଉପଯୋଗ କରୁଥିଲେ, ସେତେବେଳେ ଏହି ଆମର ମୋକାମା, କ୍ଷୁଦ୍ର କଲିକତା ଭାବେ ଜଣା ଯାଉଥିଲା । ଏକ ବଡ଼ ଆର୍ଥିକ ଏବଂ ପରିବହନର ଗତିର କେନ୍ଦ୍ର ହୋଇ ଯାଇଥିଲା । ଏହି ଗୌରବ ପୁଣି ଥରେ ହାସଲ କରିବାର ଭାରତ ସରକାର ଦାୟିତ୍ୱ ନେଇଛନ୍ତି ଆଉ ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେ ଏହି ଗୌରବ ଆମେ ପୁଣି ଥରେ ନିଶ୍ଚୟ ହାସଲ କରିବା ।
ବିଗତ ଦିନମାନଙ୍କରେ ଆପଣ ଦେଖିଥିବେ ଯେ ଆମେମାନେ ଯେଉଁ ଗାଁରେ ବିଜୁଳି ନାହିଁ ସେହି ଗାଁ ମାନଙ୍କରେ ବିଜୁଳି ପହଂଚାଇବାର ଏକ ବଡ଼ ଅଭିଯାନ ଉଠାଇଛୁ । 18 ହଜାର ଗାଁ ଏଭଳି ଥିଲେ, ଯେଉଁଠାରେ ବିଜୁଳି ନଥିଲା । ଏକ ହଜାର ଦିନରେ ପୂରା କରିବାର ସ୍ୱପ୍ନ ନେଇ ଚାଲିଛୁ । ଏବେ-ଏବେ କିଛି ମାସ ଏବେ ବାକି ଅଛି, କିନ୍ତୁ ଏ ପର୍ଯ୍ୟନ୍ତ ପାଖାପାଖି 15 ହଜାରରୁ ଅଧିକ ଗାଁ ମାନଙ୍କରେ ବିଜୁଳି ପହଂଚାଇ ପାରିଛୁ ଆଉ ଯେଉଁ ଅଢ଼େଇ ତିନି ହଜାର ଗାଁ ବାକି ରହିଛି, ସେଥିରେ ମଧ୍ୟ ଦ୍ରୁତ ଗତିରେ କାମ ଚାଲୁଛି । କିନ୍ତୁ ତା’ସହିତ ଏବେ ଆମେ ‘ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା’ ଲାଗୁ କରିଛୁ । ଏହି ‘ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା’, ମୁଁ ବିହାରକୁ ଅନୁରୋଧ କରିବି କି ଏହାର ଭରପୂର ଲାଭ ଉଠାନ୍ତୁ । ଏହି ‘ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା’ ଏହା ହେଉଛି କି ଭାରତ ସରକାର ଆଉ ରାଜ୍ୟ ସରକାର ମିଳିମିଶି ଯାହା ଘରେ ମଧ୍ୟ ବିଜୁଳି ସଂଯୋଗ ନାହିଁ ଭାରତ ସରକାର ଆଉ ରାଜ୍ୟ ସରକାର ମିଳିମିଶି ମାଗଣାରେ ବିଜୁଳି ସଂଯୋଗ ଦେବେ । ନୂଆଁଣିଆ-ବସ୍ତି ହେଉ, ତେବେ ମଧ୍ୟ ତାଙ୍କ ଘରେ ଆଲୁଅ ଜଳିବ । ପୂର୍ବରୁ କିଏ ବିଜୁଳି ମାଗୁଥିଲେ, ତ ସରକାର କହୁଥିଲେ କି ସେଠାରେ ଖୁଣ୍ଟ ଅଛି ସେହି ଖୁଣ୍ଟରୁ ଏଠାକୁ ଆଣିବାକୁ ହେବ ତ ଆଉ 10ଟି ଖୁଣ୍ଟ ପୋତିବାକୁ ପଡ଼ିବ । ଏତେ ତାର ଲଗାଇବାକୁ ପଡ଼ିବ, ଏଥିରେ ପାଖା-ପାଖି 30 ହଜାର ଟଙ୍କା ଖର୍ଚ୍ଚ ହେବ । ଯଦି ତୁମେ 30 ହଜାର ଟଙ୍କା ଦେବ, ତେବେ ବିଜୁଳି ସଂଯୋଗ ମିଳିବ, ତ ନିମ୍ନ, ମଧ୍ୟମ ବର୍ଗର ବ୍ୟକ୍ତି ଗରିବ ବ୍ୟକ୍ତିଙ୍କୁ କହୁଥିଲେ ଭାଇ ମୋର ବିଜୁଳି ଦରକାର ନାହିଁ, ମୁଁ 30 ହଜାର ଟଙ୍କା ଦେଇ ପାରିବି ନାହିଁ । ଲୋକ ବିଜୁଳି ନେଉ ନଥିଲେ ।
ଭାଇ ଓ ଭଉଣୀମାନେ, ଆମେ ସ୍ଥିର କରିଛୁ କି ଏବେ ହିନ୍ଦୁସ୍ଥାନର କୌଣସି ମଧ୍ୟ ପରିବାର ଅଷ୍ଟାଦଶ ଶତାବ୍ଦୀର ଅନ୍ଧକାର ମଧ୍ୟରେ ଜୀଇଁବା ପାଇଁ ବାଧ୍ୟ ହେବେ ନାହିଁ, ମାଗଣାରେ ସଂଯୋଗ ଦିଆ ଯିବ, ଖୁଣ୍ଟ ପୋତିବାକୁ ପଡ଼ିବ ତ ସରକାର ପୋତିବେ, ତାର ଲଗାଇବାକୁ ହେବ ତ ସରକାର ଲଗାଇବେ ଆଉ ଘର ପର୍ଯ୍ୟନ୍ତ ବିଜୁଳି ନେଇଯିବେ, ପ୍ରଥମ ଥର ଯେଉଁ ସଂଯୋଗ ଦିଆଯିବ, ମାଗଣାରେ ଦିଆଯିବ, ଫଳରେ ସେ ନିଜ ଘରେ ପିଲାମାନଙ୍କର ପାଠ ପଢ଼ିବା ପାଇଁ, ଜୀବନ ପାଇଁ ଚିନ୍ତା କରିବାକୁ, ନୂତନ ଭାବେ ଚିନ୍ତା କରିବେ ଆଉ ପରିବର୍ତ୍ତନ ଦିଗରେ ଆଗକୁ ବଢ଼ିବେ ।
ଭାଇ ଓ ଭଉଣୀମାନେ, ଏହି ସରକାରଙ୍କର ଏକ ବିଶେଷତ୍ୱ ହେଉଛି ଆଉ ଆପଣ ତିନି ବର୍ଷ ପରେ ଆମର ସମାଲୋଚନା କରୁଥିବା ଲୋକମାନଙ୍କୁ ମଧ୍ୟ ଏହି କଥା ସ୍ୱୀକାର କରିବାକୁ ପଡ଼ୁଛି । ପୂର୍ବରୁ ସରକାରଙ୍କର ଅଭ୍ୟାସ ଥିଲା କି ନିର୍ବାଚନକୁ ଧ୍ୟାନରେ ରଖି ଯୋଜନାଗୁଡ଼ିକର ଘୋଷଣା କରିବା ଆଉ ପୁଣି ଲୋକମାନଙ୍କୁ ଯୋଜନାଗୁଡ଼ିକ ମାଧ୍ୟମରେ ଭୁଲାଇ ଦେବା । ଆଜି ଦିଲ୍ଲୀରେ ଆମର ଏପରି ସରକାର ଚାଲୁ ରହିଛି କି ଯେଉଁ ଯୋଜନାର କଳ୍ପନା କରୁଛନ୍ତି ତାହାର ରୋଡ଼ମେପ୍ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଆଉ ଆମରି ଆଖି ସାମ୍ନାରେ, ସମୟ ସୀମା ମଧ୍ୟରେ ସେହି ଯୋଜନାଗୁଡ଼ିକୁ ଲାଗୁ କରିବା ପାଇଁ ସରକାର ମନ ପ୍ରାଣ ଦେଇ ଲାଗି ଯାଆନ୍ତି, ସଂସାଧନ ଏକାଠି କରନ୍ତି । ଆପଣମାନେ ଦେଖିଥିବେ ଗରିବ ପରିବାରଗୁଡ଼ିକୁ ଗ୍ୟାସ ସଂଯୋଗ, ଆଜି ଦେଶରେ ତିନି କୋଟିରୁ ଅଧିକ ପରିବାରଙ୍କୁ, ଗରିବରୁ ଗରିବ ପରିବାର ପାଖରେ ଗ୍ୟାସ ସିଲିଣ୍ଡର ପହଂଚା ଯାଇଛି । ସେ ଗ୍ୟାସ ଚୂଲାରେ ରୁଟି ତିଆରି କରିବାରେ ଲାଗିଗଲେ । ଆଗମୀ ଦୁଇ ବର୍ଷରେ ଆଉ ଦୁଇ କୋଟି ପରିବାରଙ୍କୁ ଦେବାର ସ୍ୱପ୍ନ ଅଛି, ତା’ମଧ୍ୟ ଆମେ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରି ରହିବୁ ଆଉ ଗରିବର ଜୀବନରେ ପରିବର୍ତ୍ତନ ଆଣିବୁ ।
ଆମେ ଯେଉଁ ସ୍ୱଚ୍ଛତାର ଅଭିଯାନ ନେଇ କରି ଚାଲିଛୁ । ଏହି ସ୍ୱଚ୍ଛତାର ଅଭିଯାନ ମୋ ପାଇଁ ସେମାନଙ୍କ ପାଇଁ, ମୋ ମୁଣ୍ଡରେ ମୋ ଗରିବ ମାଆ ଭଉଣୀ ଅଛନ୍ତି ଆଉ ମୁଁ ସମସ୍ତଙ୍କୁ କହିବି, ସରକାରରେ ବସିଥିବା ଅଧିକାରୀମାନଙ୍କୁ କହିବାକୁ ଚାହିଁବି, ଲେଖା-ପଢ଼ା ଜାଣିଥିବା ଯୁବକମାନଙ୍କୁ କହିବି, ଆର୍ଥିକ ଦିଗରୁ ସ୍ୱଚ୍ଛଳ ପରିବାରଙ୍କୁ କହିବାକୁ ଚାହିଁବି, କ୍ଷଣକ ପାଇଁ ଚିନ୍ତା କରନ୍ତୁ, ସେହି ମାଆ ଭଉଣୀଙ୍କ ପାଇଁ ମଧ୍ୟ ଚିନ୍ତା କରନ୍ତୁ, ଯେଉଁ ମାଆ ଭଉଣୀ ଗାଁରେ ରହନ୍ତି, ସହରର ନୂଆଣିଆ ବସ୍ତିରେ ରହନ୍ତି ଆଉ ଖୋଲାରେ ଶୌଚ ହେବାକୁ ଯିବା ପାଇଁ ବାଧ୍ୟ ହୁଅନ୍ତି । ସେମାନଙ୍କ ପାଖରେ ଶୌଚାଳୟ ନାହିଁ, ସେମାନେ କ’ଣ କରନ୍ତି, ସୂର୍ଯ୍ୟ ଉଦୟ ପୂର୍ବରୁ ଅନ୍ଧାରରେ ଘରୁ ବାହାରକୁ ଯାଇ ନିଜର ପ୍ରାତଃ କାର୍ଯ୍ୟ କରି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଘରକୁ ଫେରି ଆସନ୍ତି । ଆଉ ଥରେ ସୂର୍ଯ୍ୟ ଉଦୟ ହୋଇଗଲା ଏବଂ କେବେ ଦିନରେ ତାଙ୍କୁ ଶୌଚ ପାଇଁ ଯିବାର ଆବଶ୍ୟକତା ପଡିଲା ତ ରାତିରେ ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ସେ ଅପେକ୍ଷା କରିଥାଏ ଆଉ ଯେବେ ଅନ୍ଧାର ହୋଇଥାଏ, ଶରୀରକୁ କଷ୍ଟ ଦେଇଥାଏ, କଷ୍ଟ ସହିଥାଏ, ଆଉ ପରେ ସେ ଶୌଚ ପାଇଁ ଯାଇଥାଏ । ମୋର ଏହି ମାଆ-ଭଉଣୀଙ୍କ ସ୍ୱାସ୍ଥ୍ୟ ଉପରେ କେତେ ଖରାପ ପ୍ରଭାବ ପଡିଥିବ । ଆମ ମାଆ-ଭଉଣୀଙ୍କ ଅବସ୍ଥା କ’ଣ ହୋଇଥିବ, ଆଉ ଏଥିପାଇଁ ମୁଁ ବିଶେଷ କରି ହିନ୍ଦୁସ୍ଥାନର ସମସ୍ତ ରାଜ୍ୟଗୁଡିକୁ ଅନୁରୋଧ କରୁଛି କି ଯଦି ଆମ ହୃଦୟରେ ଆମ ମାଆ-ଭଉଣୀ, ଝିଅମାନଙ୍କର ସମ୍ମାନ, ତାଙ୍କର ସ୍ୱାସ୍ଥ୍ୟର ଚିନ୍ତା ଏହା ଯଦି ହେଉଛି ଆମର ଦାୟିତ୍ୱ ତା ହେଲେ ଆମେ ଶୌଚାଳୟ ତିଆରି କରିବାରେ କୌଣସି ମଧ୍ୟ ଦାୟିତ୍ୱହୀନ ନ ହୋଇ, ତାହାକୁ ସଚ୍ଚୋଟତାର ସହିତ ଆଗକୁ ବଢାଇବା, ତାହାକୁ ସମ୍ପୂର୍ଣ୍ଣ କରିବାରେ ପ୍ରୟାସ କରିବା ।
ଆଜି ଦେଶର ପାଞ୍ଚ କୋଟି ପରିବାରଙ୍କୁ ଶୌଚାଳୟ ସହିତ ଯୋଡା ଯାଇଛି । ଯେଉଁଠି ଦେଶରେ 50 ପ୍ରତିଶତରୁ ମଧ୍ୟ କମ୍ ସ୍ୱଚ୍ଛତାର ବ୍ୟବସ୍ଥା ସବୁ ରହିଥିଲା, ଆଜି ପାଖାପାଖି 80 ପ୍ରତିଶତରୁ ଅଧିକ ପହଂଚାଇବାରେ ଆମେ ସଫଳ ହେଲୁ । କିନ୍ତୁ ଆମକୁ ଏହାକୁ ଆହୁରି ଆଗକୁ ବଢାଇବାର ଅଛି ଏବଂ ଏଥିପାଇଁ ମୁଁ ବିଶେଷ ଭାବେ ମୋ ବିହାରବାସୀଙ୍କୁ ଅନୁରୋଧ କରୁଛି କି ଆପଣ ଏକ ଦାୟିତ୍ୱ ନିଅନ୍ତୁ ନିଜ ଗାଁରେ, ଆଜି ଦେଶ ପାଖାପାଖି ଅଢେଇ ଲକ୍ଷ ଗାଁ ଖୋଲା ଶୌଚରୁ ନିଜକୁ ନିଜେ ମୁକ୍ତ କରିସାରିଛନ୍ତି । ମୁଁ ବିହାରକୁ ନିମନ୍ତ୍ରଣ ଦେଉଛି, ଆସନ୍ତୁ ଆମେ ମଧ୍ୟ ନିଜ ଗାଁକୁ ଖୋଲା ମଳ ମୁକ୍ତ କରିବା । ନିଜ ତହସିଲକୁ ଖୋଲା ମଳ ମୁକ୍ତ କରିବା, ନିଜ ଜିଲ୍ଳାକୁ ଖୋଲା ମଳ ମୁକ୍ତ କରିବା ଆଉ ଆଗାମୀ କମ୍ ସମୟରେ ଯେଉଁ ମାଟିରେ ମହାତ୍ମା ଗାନ୍ଧୀ ଚମ୍ପାରଣର ସତ୍ୟାଗ୍ରହ କରିଛନ୍ତି, ଯେଉଁ ମାଟିରେ ମହାତ୍ମା ଗାନ୍ଧୀ ସ୍ୱଚ୍ଛତାର ସନ୍ଦେଶ ଦେଇଛନ୍ତି, ଯେଉଁ ମାଟିରେ ମହାତ୍ମା ଗାନ୍ଧୀ ସ୍ୱାବଲମ୍ବନର ପୁରୁଷାର୍ଥ ଦେଇଛନ୍ତି, ଏଭଳି ମାଟି ଆଜି ଦେଶ ଆପଣଙ୍କଠାରୁ ଆଶା କରୁଛି । ଆପଣ ଏଥିରେ ମଧ୍ୟ ନେତୃତ୍ୱ ନିଅନ୍ତୁ ଆଉ ବିହାରକୁ ନୂତନ ଶିଖରକୁ … ଆଉ ଏହା ଜନସମର୍ଥନ ବିନା ସମ୍ଭବ ହେବ ନାହିଁ । କେବଳ ସରକାରୀ ରାଜକୋଷ ଦ୍ୱାରା କାମ ହୋଇ ନ ଥାଏ । ଯେବେ ଜନତା ଜନାର୍ଦ୍ଦନ ସ୍ଥିର କରି ନିଅନ୍ତି, ତ କାମ ଆପେ ଆପେ ହୋଇଯାଏ । ଆଉ ଏଥିପାଇଁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଦେଉଛି ।
ମୋର ଭାଇ ଓ ଭଉଣୀମାନେ, ଆପଣ ଏତେ ବଡ଼ ସଂଖ୍ୟାରେ ଆସି ଆଶୀର୍ବାଦ ଦେଲେ, ମୁଁ ପୁଣିଥରେ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି । ଆଉ ବିଶ୍ୱାସ ଦେଉଛି ଭାରତ ସରକାର ପୂର୍ବ-ଭାରତର ବିକାଶ ପାଇଁ ପ୍ରତିଜ୍ଞାବଦ୍ଧ ଅଛନ୍ତି, ଆମେ ବିକାଶର ଯେଉଁ ମଡେଲକୁ ନେଇ ଚାଲୁଛୁ ସେଥିରେ ପୂର୍ବ-ଉତ୍ତର ପ୍ରଦେଶ ହେଉ, ବିହାର ହେଉ, ପଶ୍ଚମବଙ୍ଗ ହେଉ, ଆସାମ ହେଉ, ଓଡ଼ିଶା ହେଉ, ଉତ୍ତର-ପୂର୍ବାଂଚଳ ହେଉ, ଏହି ସମସ୍ତ ଅଂଚଳ ଏହି ବିକାଶର ନୂତନ ଶିଖରକୁ ଅତିକ୍ରମ କରିବେ । ଆପଣଙ୍କର ଏଠାରେ ସାର କାରଖାନାକୁ ଆମେ ଆଗକୁ ନେବା ଦିଗରେ ପଦକ୍ଷେପ ଆରମ୍ଭ କରିଛୁ । ଏହାର ପରିଣାମ ମୋର କୃଷକ ମାନଙ୍କୁ ମଧ୍ୟ ମିଳିବାର ଅଛି ।
ଆଉ ଏହି ବିକାଶ ଯାତ୍ରାରେ ଆପଣ ସମସ୍ତେ ଯୋଡି ହୁଅନ୍ତୁ, ଏହି ଗୋଟିଏ ଆଶା ସହିତ ଆପଣ ସମସ୍ତେ ମୋ ସହିତ ସମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ –
ଭାରତ ମାତା କୀ ଜୟ,
ଭାରତ ମାତା କୀ ଜୟ,
ଭାରତ ମାତା କୀ ଜୟ,
ବହୁତ ବହୁତ ଧନ୍ୟବାଦ ।
*****
Delighted to come to a land closely associated with Dinkar Ji. I thank everyone who has joined the public meeting. I assure you the Centre and Bihar Government will do everything possible for Bihar's growth: PM @narendramodi
— PMO India (@PMOIndia) October 14, 2017
I meet several people from rural India. We are working tirelessly to fulfil their aspirations. And, projects whose foundation stones are being laid will give impetus to Bihar's development: PM @narendramodi
— PMO India (@PMOIndia) October 14, 2017
We are focussing on increased pace as far as road construction is concerned. The projects related to Namami Gange will help preserve the Ganga. The recent Antyodaya expresses flagged off will improve connectivity between Bihar, eastern India and other parts: PM @narendramodi
— PMO India (@PMOIndia) October 14, 2017
Proper connectivity will lead to greater development. Our focus areas are roads, railways, waterways: PM @narendramodi
— PMO India (@PMOIndia) October 14, 2017