Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିହାର ବନ୍ୟା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ; 500 କୋଟି ଟଙ୍କାର ତ୍ୱରିତ ସହାୟତା ଘୋଷଣା

ବିହାର ବନ୍ୟା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ;   500 କୋଟି ଟଙ୍କାର ତ୍ୱରିତ ସହାୟତା ଘୋଷଣା

ବିହାର ବନ୍ୟା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ;   500 କୋଟି ଟଙ୍କାର ତ୍ୱରିତ ସହାୟତା ଘୋଷଣା

ବିହାର ବନ୍ୟା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ;   500 କୋଟି ଟଙ୍କାର ତ୍ୱରିତ ସହାୟତା ଘୋଷଣା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ବନ୍ୟା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଥିଲେ; ସେ ମଧ୍ୟ ପୂର୍ଣ୍ଣିଆଠାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ଶ୍ରୀ ସୁଶୀଲ ମୋଦୀ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ମହଜୁଦ ଥିବା ରିଲିଫ ସାମଗ୍ରୀ, ଉଦ୍ଧାରକାର୍ଯ୍ୟ ଏବଂ କ୍ଷତିପୂରଣଜନିତ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ରାଜ୍ୟକୁ ସବୁପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଏବଂ ସେ ତୁରନ୍ତ 500 କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ଯଥାଶୀଘ୍ର କେନ୍ଦ୍ରୀୟ ଟିମ୍ ରାଜ୍ୟକୁ ଗସ୍ତ କରିବ ଏବଂ କ୍ଷୟକ୍ଷତି ଓ ସହାୟତା ସମ୍ପର୍କରେ ଆକଳନ କରିବ । ବନ୍ୟାଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଫସଲର ଆକଳନ କରିବା ଏବଂ କୃଷକମାନଙ୍କୁ ତୁରନ୍ତ ଫସଲ ବୀମା ସହାୟତା ଯୋଗାଇ ଦେବା ଲାଗି ସେମାନଙ୍କ ପ୍ରତିନିଧି ପଠାଇବାକୁ ସେ ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ।

ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାର ତୁରନ୍ତ ମରାମତି କରିବା ଲାଗି ସେ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ଭିତ୍ତିଭୂମିର ମରାମତି ପାଇଁ କେନ୍ଦ୍ର ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ଯୋଗାଇଦେବ ।
ବନ୍ୟା ପ୍ରଭାବିତ ଅଂଚଳରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ 2ଲକ୍ଷ ଟଙ୍କା ଏବଂ ଗୁରୁତର ଆହତମାନଙ୍କୁ 50 ହଜାର ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯିବ ।

ଏଠାରେ ସୂଚନାଯୋଗ୍ୟ ଯେ ସମ୍ପ୍ରତି ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ଭାରତ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହିତ ନିମ୍ନ ଅବବାହିକାରେ ବନ୍ୟା ସମସ୍ୟା ଓ ଏହାର ନିୟନ୍ତ୍ରଣ ନେଇ ଆଲୋଚନା କରିଥିଲେ । ସପ୍ତକୋଶୀ ଉଚ୍ଚ ନଦୀବନ୍ଧ ପ୍ରକଳ୍ପ ଏବଂ ସୁନକୋସି ଜଳଭଣ୍ଡାର ତଥା ନଦୀର ଗତି ପରିବର୍ତ୍ତନ ଯୋଜନା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ସହମତ ହୋଇଥିଲେ । ଉଭୟ ରାଷ୍ଟ୍ର ଜଳ ସଂରକ୍ଷଣ ଏବଂ ବନ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ସହଯୋଗ ବୃଦ୍ଧି ପାଇଁ ରାଜି ହୋଇଥିଲେ । ଏହା ସମଗ୍ର ଅଂଚଳରେ ବନ୍ୟା ନିୟନ୍ତ୍ରଣ ପଦକ୍ଷେପ ପ୍ରତି ସହାୟକ ହେବ ।

******