Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବୀମା ନିୟାମକ କ୍ଷେତ୍ରରେ ଭାରତ, ଆମେରିକା ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ଏବଂ ଆମେରିକାର ସଂଘୀୟ ବୀମା କାର୍ଯ୍ୟାଳୟ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ଏମଓୟୁରେ ଥିବା ବ୍ୟବସ୍ଥା ଅନୁଯାୟୀ ସଂକ୍ଷିପ୍ତ ବିବରଣୀ ଏବଂ ଅନ୍ୟ ଆଇନ ସମ୍ମତ ଉତ୍ତରଦାୟିତ୍ୱ ସମ୍ପର୍କରେ ସୂଚନା ଏବଂ ଗବେଷଣା ସହାୟତାର ଆଦାନପ୍ରଦାନ କରିବା ସହିତ ସହଯୋଗ ଏବଂ ସମନ୍ୱୟ ଲାଗି ଏକ ରୂପରେଖ ପ୍ରଦାନ କରିବ । ଏମଓୟୁ ଅନ୍ତର୍ଗତ ଉଭୟ ଦେଶ ବିଭିନ୍ନ ନିୟାମକ କାର୍ଯ୍ୟ ଉପରେ ନିଜସ୍ୱ ଅଭିଜ୍ଞତା ବାଂଟିବା ଏବଂ ପ୍ରଶିକ୍ଷର ଗତିବିଧି ସହିତ ଆପୋସ ସହାୟତା ପ୍ରଦାନ କରିବେ । ଭାରତ ଏବଂ ଆମେରିକା ଅନ୍ତର୍ଜାତୀୟ ମାନଦଣ୍ଡ ପ୍ରତିଷ୍ଠା କରିବା ସମ୍ବନ୍ଧୀୟ ଗତିବିଧି ଉପରେ ସହଯୋଗ ବୃଦ୍ଧି  ଜାରି ରଖିବା, ଆର୍ଥିକ ସ୍ଥିରତା ଆଣିବା ଏବଂ ବୀମା କ୍ଷେତ୍ରର ସୁଦୃଢ଼ ମିତବ୍ୟୟୀ ନିୟାମକ ଜରିଆରେ ଉପଭୋକ୍ତା ସଂରକ୍ଷଣ ବିକାଶ ଏବଂ କାର୍ଯ୍ୟାନ୍ୱୟନ ଲାଗି ମଧ୍ୟ ସହମତ ହୋଇଛନ୍ତି ।

 

**********