ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗକୁ ଏକ ଭିଜନ ଦସ୍ତାବିଜ ପ୍ରସ୍ତୁତ କରିବାକୁ କହିଛନ୍ତି ଯେଉଁଥିରେ ଆଗାମୀ 15-ବର୍ଷ ପାଇଁ ଭାରତର ବିକାଶ ରୂପରେଖ ଥିବ ଓ ଏକବିଂଶ ଶତାବ୍ଦୀର ଆଗାମୀ ଦଶନ୍ଧିରେ ଦେଶର ଅଭିବୃଦ୍ଧି ମୂଳଦୁଆ ପକାଇବ ।
ନୀତି ଆୟୋଗର ସଦସ୍ୟମାନଙ୍କ ସହ ଆଜି ବିସ୍ତୃତ ଆଲୋଚନା କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସମଗ୍ର ବିଶ୍ୱ ପାଇଁ ବୃଦ୍ଧିଶୀଳ ସଂସ୍କାରର ଯେଉଁ ପରିମାପକ କିଛି ସମୟ ପର୍ଯ୍ୟନ୍ତ ଥିଲା, ତାହା ଏବେ ଶେଷ ହୋଇସାରିଛି । ବର୍ତ୍ତମାନର ଯୁଗ ଏଭଳି ଯେଉଁଥିରେ ରୂପାନ୍ତରିତ ପରିବର୍ତ୍ତନର ଆବଶ୍ୟକତା ରହିଚି । ସେ ଗତ 3 ଦଶନ୍ଧିରେ ପରିବର୍ତ୍ତନର ମୁଖ୍ୟ କାରକ ଭାବେ ଉଭା ହୋଇଥିବା ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱକୁ ରେଖାଙ୍କିତ କରିଥିଲେ ଓ ପରିବର୍ତ୍ତନର ଏହି ଗତି ହ୍ରାସ ହେବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପାଖରେ ଲୋକଙ୍କ ଜୀବନ ଧାରଣ ମାନକୁ ଉତ୍ତମମାନର କରିବା ପାଇଁ ପରିବର୍ତ୍ତନକାରୀ ସୁଧାର ଆଣିବାର ସାହାସ ଓ ସାମର୍ଥ୍ୟ ରହିଛି ।
ସେ କହିଛନ୍ତି ଯେ ଐତିହାସିକ ଦୃଷ୍ଟିରୁ ଭାରତୀୟ ନୀତି ନିର୍ମାତାମାନେ ଏହାର ସାମର୍ଥ୍ୟକୁ ଜାଣିବା ପରିବର୍ତ୍ତେ ଏହାର ଫଳାଫଳ ଉପରେ ବିଳାପ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ବିକାଶ ମାର୍ଗର ବ୍ୟାପକ ରୂପରେଖ ପ୍ରସ୍ତୁତି ପାଇଁ ଆମର ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳର ବିବେକସମ୍ପନ୍ନ ଓ ବୁଦ୍ଧିମାନ ଉପଯୋଗ ଉପରେ ପ୍ରାଧାନ୍ୟ ଦେବାକୁ ହେବ ଯାହାକି ଏହି ସୁଧାରର ପ୍ରାଣକେନ୍ଦ୍ର ରହିବ । ଏହି ପ୍ରସଙ୍ଗରେ କେତେକ ଉଦାହରଣ ଦେଇ ସେ ଉପଲବ୍ଧ ଭୂମି, ଖଣିଜ ସମ୍ପଦ ଓ ବିଶାଳ ଅବ୍ୟବହୃତ ସୌର ଶକ୍ତିର କ୍ଷମତାକୁ ଦର୍ଶାଇଥିଲେ । ସେହିପରି ଭାବେ ସେ କହିଥିଲେ ଯେ ଭାରତ ଏପର୍ଯ୍ୟନ୍ତ ନିଜର ବିଶାଳ ସାମୁଦ୍ରିକ ବେଳାଭୂମିର ଯେଭଳି ଉପଯୋଗ କରିବା କଥା ସେଭଳି କରିପାରିନାହିଁ ବରଂ ତାଠାରୁ ଢେର କମ ଉପଯୋଗ କରିଛି ।
ମାନବ ସମ୍ବଳ ବିକାଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିର୍ଦ୍ଦିଷ୍ଟ କେନ୍ଦ୍ରୀଭୂତ ଦକ୍ଷତା ବିକାଶ ଅତି ଗୁରୁତ୍ୱପୂର୍ଣ୍ଣ । ଭବିଷ୍ୟତରେ ମାନବ ସମ୍ବଳର ଆନ୍ତର୍ଜାତିକ ଆବଶ୍ୟକତାକୁ ପୂରଣ କରିବାର କ୍ଷମତା ଭାରତ ପାଖରେ ରହିଛି । ପ୍ରଧାନମନ୍ତ୍ରୀ ଭାରତର ବିପୁଳ ପର୍ଯ୍ୟଟନ କ୍ଷମତାର ବିକାଶ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ବିକାଶକୁ ପ୍ରୋତ୍ସାହନ ଦେବା ଓ ରପ୍ତାନୀ ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକ ସହ ଭାଗିଦାରୀ କେବଳ ସଂଘୀୟ ସହଭାଗିତାର କାରକ ନୁହେଁ ବରଂ ଏହା ସମୟର ଆବଶ୍ୟକତା ।
କୃଷି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୃଦ୍ଧି ପାଉଥିବା କୃଷି ଉତ୍ପାଦନ ଉପରେ ଐକାନ୍ତିକ ଧ୍ୟାନ ଦିଆଯାଇନପାରେ । ଏକ ଫୂର୍ତ୍ତିଶୀଳ ଗ୍ରାମୀଣ ଅର୍ଥବ୍ୟବସ୍ଥାର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେବା ଉଚିତ । ସେ ଏହି ଦିଗରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର, ଗୋଦାମଘର ବିକାଶ ଓ ପ୍ରଯୁକ୍ତିବିଦ୍ୟା ପ୍ରୟୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୀତି ନିର୍ମତାମାନଙ୍କ ଉଦ୍ଦେଶ୍ୟ ସେମାନଙ୍କ ନୀତି ତୁଳନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ । ସୁଶାସନ ପାଇଁ ସାମର୍ଥ୍ୟ ସୃଷ୍ଟିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ସମୟୋଚିତ ତଥ୍ୟର ଉପଲବ୍ଧତାକୁ ରେଖାଙ୍କିତ କରିଥିଲେ ।
ଗିଭ୍-ଇଟ୍-ଅପ୍ ଅଭିଯାନର ସଫଳତା ଓ ସ୍ୱଚ୍ଛତା ଅଭିଯାନ ପ୍ରତି ଲୋକଙ୍କ ସକରାତ୍ମକ ପ୍ରତିକ୍ରିୟା ଭଳି ଘଟଣାରୁ ପ୍ରେରଣା ନେବା ପାଇଁ ସେ ନୀତି ଆୟୋଗକୁ ଆହ୍ୱାନ ଦେଇଛନ୍ତି । ଲୋକମାନେ କେବଳ ନିଜର ଫାଇଦା ପ୍ରତି ଆଗ୍ରହ ଦେଖାନ୍ତି ବୋଲି ସାଧାରଣତଃ ବିଶେଷଜ୍ଞମାନଙ୍କ ଧାରଣାକୁ ମଧ୍ୟ ଏହି ଅନୁଭବ ଅସତ୍ୟ ପ୍ରମାଣିତ କରିଛି । ଲୋକେ ବୃହତ୍ ସାର୍ବଜନୀନ ହିତ ପାଇଁ ପ୍ରେରିତ ହୋଇଥାନ୍ତି ବୋଲି ଏହା ଦର୍ଶାଉଛି ।
ଏହି ବୈଠକରେ ଯୋଜନା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦ୍ରଜିତ୍ ସିଂହ, ନୀତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ଅରବିନ୍ଦ ପନାଗରିୟା, ନୀତି ଆୟୋଗର ସଦସ୍ୟବୃନ୍ଦ ଓ ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତଥା କେବିନେଟ ସଚିବାଳୟର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।
Interacted with members of @NITIAayog & discussed key policy related issues, crucial for #TransformingIndia. https://t.co/HWjbKnInwc
— Narendra Modi (@narendramodi) July 28, 2016
Areas that were covered in the discussions today include HRD, skill development, agriculture, tourism, energy & coastal development.
— Narendra Modi (@narendramodi) July 28, 2016
Its imperative that we embrace latest technology in our development. World over, technology is guiding several fascinating transformations.
— Narendra Modi (@narendramodi) July 28, 2016