Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବୃହତ ବନ୍ଦର ଓ ଡକ୍ ଲେବର ବୋର୍ଡର ଶ୍ରମିକ କର୍ମଚାରୀଙ୍କ ପାଇଁ ନୂତନ ଉତ୍ପାଦନ ଭିତ୍ତିକ ପୁରସ୍କାର ସ୍କିମକୁ କେବିନେଟର ଅନୁମୋଦନ


ଦେଶର ବୃହତ ବନ୍ଦର ଟ୍ରଷ୍ଟ ଏବଂ ଡକ ଲେବର ବୋର୍ଡମାନଙ୍କର କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ଏକ ନୂତନ ଉତ୍ପାଦନଭିତ୍ତିକ ପୁରସ୍କାର ସ୍କିମ ୨ ବର୍ଷ ପାଇଁ ଲାଗୁ କରାଯିବ । ୨୦୧୫-୧୬ ବର୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରଚଳିତ ହେବାକୁ ଥିବା ଏହି ସ୍କିମକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଏହାଦ୍ଵାରା ବନ୍ଦର ଟ୍ରଷ୍ଟ ଓ ଡକ ଲେବର ବୋର୍ଡର ମୋଟ ୩୭,୮୭୦ କର୍ମଚାରୀ ଓ ଶ୍ରମିକ ଉପକୃତ ହେବେ ଏବଂ ଏଥିଲାଗି ବାର୍ଷିକ ୪୯.୫୮ କୋଟି ଟଙ୍କା ଖର୍ଚ୍ଚ ହେବ ।

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବୃହତ ବନ୍ଦର ଓ ଡକ ଲେବର ବୋର୍ଡମାନଙ୍କ ପାଇଁ ଏହି ଉତ୍ପାଦନଭିତ୍ତିକ ପୁରସ୍କାର ସ୍କିମ ପ୍ରସ୍ତୁତ କରାଯାଇଛି । ପରିବର୍ଦ୍ଧିତ ବେତନ ସିଲିଂ ଓ ବୋନସ ଆଧାରରେ ଏହି ପୁରସ୍କାର ସ୍କିମ ଲାଗୁ କରାଯିବ । ଅଧିକନ୍ତୁ ଏହି ପୁରସ୍କାର ସ୍କିମ ଲାଗୁ କରାଯିବା ବେଳେ କର୍ମଚାରୀଙ୍କ ଦକ୍ଷତାକୁ ୫୦ ପ୍ରତିଶତ ୱେଟେଜ ଏବଂ ପ୍ରତ୍ୟେକ ବନ୍ଦରର କାର୍ଯ୍ୟଦକ୍ଷତାକୁ ଆଉ ୫୦ ପ୍ରତିଶତ ୱେଟେଜ ଦିଆଯିବ । ପରିବର୍ଦ୍ଧିତ ଦରମା ସିଲିଂ ମାସିକ ୭ ହଜାର ଟଙ୍କାକୁ ଆଧାର କରି ବୃହତ ବନ୍ଦର ଟ୍ରଷ୍ଟ ଏବଂ ଡକ ଲେବର ବୋର୍ଡର କର୍ମଚାରୀମାନଙ୍କ ପାଇଁ ବକେୟା ହିସାବ କରାଯିବ । ବନ୍ଦର ଓ ଡକଗୁଡିକରେ ଅନୁକୂଳ ଶିଳ୍ପ ବାତାବରଣ ଓ ଶାନ୍ତ କାର୍ଯ୍ୟ ପରିବେଶ ସୃଷ୍ଟି ଉଦ୍ଧେଶ୍ୟରେ ଏହିଭଳି ନୂତନ ଉତ୍ପାଦନଭିତ୍ତିକ ପୁରସ୍କାର ସ୍କିମ ଲାଗୁ କରାଯାଇଛି ।