ପିଏମଇଣ୍ଡିଆ
ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଉପରେ ଭାରତ ଏବଂ ଯୁକ୍ତ ରାଜ୍ୟ ବ୍ରିଟେନ ଓ ଉତ୍ତର ଆୟାର୍ଲାଣ୍ଡ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ଲାଭ :
କୂଟନୈତିକ ପାସପୋର୍ଟ ଧାରୀମାନଙ୍କ ପାଇଁ ଭିସାମୁକ୍ତ ଚୁକ୍ତି ସୁବିଧା ଏହି ଏମଓୟୁରେ ରହିଛି । ଏହାଛଡ଼ା ଏମଓୟୁ ସମାପନ ପରେ ଆଇନତଃ ଯୁକ୍ତ ରାଜ୍ୟ (ୟୁକେ) ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଭିସା ବ୍ୟବସ୍ଥାର ଉଦାରୀକରଣ ମଧ୍ୟ ହୋଇପାରିବ ।
ଜାତୀୟତା ସମୀକ୍ଷା ସନ୍ତୋଷଜନକ ନହେଲେ ଅନ୍ୟପକ୍ଷର କ୍ଷେତ୍ରରେ ବେଆଇନ ଭାବେ ରହୁଥିବା ଲୋକମାନଙ୍କ ପ୍ରତ୍ୟାବର୍ତ୍ତନକୁ ଏହା ସୁନିଶ୍ଚିତ କରିବ ।
ଅନ୍ୟପକ୍ଷର ନାଗରିକ ଯେଉଁମାନେ ବେଆଇନ ଭାବେ ପ୍ରବାସ କରୁଥିବା ସମୟରେ ଧରାପଡ଼ିଛନ୍ତି ସେମାନଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହେବାରେ ଏହା ସହାୟକ ହେବ ।
**********