Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବେଙ୍ଗାଲୁରୁରେ ଦଶମ ସୌନ୍ଦର୍ଯ୍ୟ ଲହରୀ ପାରାୟଣୋତ୍ସବ ମହାସମର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ବେଙ୍ଗାଲୁରୁରେ ଦଶମ ସୌନ୍ଦର୍ଯ୍ୟ ଲହରୀ ପାରାୟଣୋତ୍ସବ ମହାସମର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ବେଙ୍ଗାଲୁରୁରେ ଦଶମ ସୌନ୍ଦର୍ଯ୍ୟ ଲହରୀ ପାରାୟଣୋତ୍ସବ ମହାସମର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ବେଙ୍ଗାଲୁରୁରେ ଦଶମ ସୌନ୍ଦର୍ଯ୍ୟ ଲହରୀ ପାରାୟଣୋତ୍ସବ ମହାସମର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ବେଦାନ୍ତ ଭାରତୀ ସହ ଜଡ଼ିତ ଅନ୍ୟ ସମସ୍ତ ବରିଷ୍ଠ ମହାନୁଭବ, ଦେବୀ ଓ ସଜ୍ଜନମଣ୍ଡଳୀ,

ପୁରୁଣା ମାନ୍ୟତା ଅଛି କି ଯେତେବେଳେ ଗୋଟିଏ ସ୍ଥାନରେ, ଗୋଟିଏ ସ୍ୱରରେ, ଏକଜୁଟ ହୋଇ ମନ୍ତ୍ର ଜପ କରାଯାଏ, ସେହି ସ୍ଥାନରେ ଶକ୍ତିର ଏଭଳି ଚକ୍ର ପ୍ରସ୍ତୁତ ହୁଏ, ଯାହା ମନମନ୍ଦିର, ଶରୀର, ଆତ୍ମା ସମସ୍ତଙ୍କୁ ନିଜର ପରିଧି ଭିତରକୁ ନେଇନିଏ । ନାଦ-ବ୍ରହ୍ମର କଳ୍ପନା ଆମର ଏଠି ଉକ୍ତ ସନ୍ଦର୍ଭରେ ସ୍ୱୀକୃତ କରାଯାଇଛି । ଆଧୁନିକ ବିଜ୍ଞାନ ମଧ୍ୟ ନାଦ-ବ୍ରହ୍ମର ସମାର୍ଥ୍ୟର, ମନ୍ତ୍ରର ଉଚ୍ଚାରଣର ଶକ୍ତିକୁ ଖାରଜ କରୁନାହିଁ । ଏବେ ଦକ୍ଷିଣାମୂର୍ତ୍ତିସ୍ତ୍ରୋତ ଓ ସୌନ୍ଦର୍ଯ୍ୟ ଲହରୀର ଏହି ଅଦ୍ଭୂତ ପାଠ ଦ୍ୱାରା ପରିବେଶରେ ସେହି ଶକ୍ତି ଅନୁଭବ କରୁଛୁ । ଏକ ଦିବ୍ୟ ଅନୁଭୂତି ଯେଉଁଥିରେ ରସ ଅଛି, ରହସ୍ୟ ବି ଅଛି ଓ ଈଶ୍ୱରଙ୍କ ସହ ବିଲୀନ ହେବାର ଅଦ୍ୟମ ଇଚ୍ଛା ବି  ।

ସୌନ୍ଦର୍ଯ୍ୟ ଲହରୀର ପ୍ରତ୍ୟେକ ମନ୍ତ୍ରରେ ଏକ ଭିନ୍ନ ଶକ୍ତି ଅଛି, ଏକ ଭିନ୍ନ ଭାବ ଅଛି । ସେହି ଭାବ, ସେହି ଶକ୍ତି ଏବେ ଆମ ସମସ୍ତଙ୍କୁ ଏକ ନୂଆ ଚେତନା, ନୂଆ ଶକ୍ତିରେ ପରିପୂର୍ଣ୍ଣ କରୁଛି ଓ ମୋର ସୌଭାଗ୍ୟ ଯେ ବହୁ ବର୍ଷ ଧରି ନବରାତ୍ର ସାଧନା ସହ ଜଡ଼ିତ ମଣିଷ ହୋଇ ରହିଛି ଓ ମୋର ନବରାତ୍ର ସାଧନାର ଯେଉଁ କ୍ରମ ସେଥିରେ ଗୋଟିଏ ସ୍ଥାନ ସୌନ୍ଦର୍ଯ୍ୟ ଲହରୀର ମଧ୍ୟ ଅଛି ।

ମୁଁ ପରମ ପୂଜ୍ୟ ଶ୍ରୀ ଶ୍ରୀ ଶଙ୍କର ଭାରତୀ ମହାସ୍ୱାମୀଙ୍କୁ ପ୍ରଣାମ କରି, ବେଦାନ୍ତ ଭାରତୀଙ୍କୁ କୃତଜ୍ଞତା ଜଣାଉଛି କି ସେ ମୋତେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରିଛନ୍ତି । ଆଉ ସେହି ଭାବସାଗରରେ କିଛି ମୁହୂର୍ତ୍ତ ବିତାଇବାର ସୌଭାଗ୍ୟ ଦେଇଛନ୍ତି । ଏହା ମୋର ସୌଭାଗ୍ୟ ଯେ ଶ୍ରୀ ଶ୍ରୀ ଶଙ୍କର ଭାରତୀ ମହାସ୍ୱାମୀଙ୍କ ସାନ୍ନିଧ୍ୟରେ ସୌନ୍ଦର୍ଯ୍ୟ ଲହରୀ ପାଠର ସାକ୍ଷାତ ଅନୁଭବ ଆଜି ମୋତେ ବି ମିଳିପାରିଛି । ସ୍ୱାମୀଜୀଙ୍କ ଆଶୀର୍ବାଦରେ ଏଭଳି ପ୍ରକାରର ସୌନ୍ଦର୍ଯ୍ୟ ଲହରୀ ପାଠର 10ବର୍ଷ ପୂରଣ ହେଉଛି ।

ଆପଣ ସମସ୍ତଙ୍କୁ ମୋ ପକ୍ଷରୁ ବହୁତ ବହୁତ ଅଭିନନ୍ଦନ । ବହୁତ ବହୁତ ଶୁଭକାମନା । ଆଉ  ମୋ ମତରେ ଆପଣମାନେ ଭାଗ୍ୟବାନ ଯେ ଏହି ପବିତ୍ର କାର୍ଯ୍ୟର ଆପଣମାନେ ଅଂଶବିଶେଷ ହୋଇପାରିଛନ୍ତି । ଭାଇ ଓ ଭଉଣୀମାନେ 8-10ଦିନ ପୂର୍ବରୁ କେଦାରନାଥ ଯାଇଥିଲି । ମନ୍ଦିରର ଦ୍ଵାର/କବାଟ ବନ୍ଦ ହେବାକୁ ଯାଉଥିଲା । ମୋର ସୌଭାଗ୍ୟ ଯେ ମହାଦେବଙ୍କ ଦର୍ଶନ କରିବାର ସୁଯୋଗ ମିଳିଲା । ଯେତେବେଳେ ମୁଁ କେଦାରନାଥ ଯାଏ, ମୋର ମନରେ ଗୋଟିଏ ବିଚାର ବାରମ୍ବାର ଉଠେ କି ହଜାର ହଜାର ବର୍ଷ ପୂର୍ବରୁ ଆଦି ଶଙ୍କରାଚାର୍ଯ୍ୟ ଏହି ଦୁର୍ଗମ ସ୍ଥାନକୁ କିଭଳି ଯାଇଥିବେ ।

ଆଧୁନିକ ଜ୍ଞାନକୌଶଳର ଏହି ଯୁଗରେ ଯେଉଁଠିକି ଆଜି ବି ଯିବା ସହଜ ନୁହେଁ, ସେଠାକୁ ହଜାର ବର୍ଷ ପୂର୍ବରୁ ଆଦିଶଙ୍କର କିଭଳି ଯାଇଥିଲେ । ଶକ୍ତିର ସେ କେଉଁ ଚକ୍ର ହୋଇଥିବ, କେଉଁ ସାମର୍ଥ୍ୟ ହୋଇଥିବ, ଯାହାର ଶକ୍ତିରେ ମାତ୍ର 32ବର୍ଷ ବୟସରେ ଶଙ୍କରାଚାର୍ଯ୍ୟ ସମଗ୍ର ଭାରତକୁ ତିନିଥର ପାଦରେ ପରିକ୍ରମା କରିଥିଲେ । ଦେଶର ଚାରି ଦିଗରେ ଚାରଟି ମଠ ସ୍ଥାପନ କରିଥିଲେ । ଭାରତର ସାଂସ୍କୃତିକ ଏକତାକୁ ଗୋଟିଏ ମାଳାରେ ଗୁନ୍ଧିବାର ସଫଳ ଓ ଅଦ୍ଭୂତ ପ୍ରୟାସ ସେ କରିଥିଲେ ।

ଆଦିଶଙ୍କରାଚାର୍ଯ୍ୟ ତାଙ୍କ ଜୀବନକୁ ଆମର ଅତ୍ୟାଧୁନିକ ପରମ୍ପରାକୁ ସୁଦୃଢ଼ କରିବାରେ ସମର୍ପିତ କରିଦେଇଥିଲେ । ଆମର ସଂସ୍କୃତିରେ ଯେଉଁ ଭୁଲ ପରମ୍ପରା ଧୀରେ ଧୀରେ ସାମିଲ ହୋଇଯାଇଥିଲା, ତାକୁ ଆଦିଶଙ୍କରାଚାର୍ଯ୍ୟ ଅତ୍ୟନ୍ତ ନିଖୁଣ ଭାବେ ବିଶ୍ଲେଷଣ କରିଥିଲେ । ଆଉ ସେହି ବୟସରେ ନିଜ ଭିତରର କୁପ୍ରବୃତିର ଆଲୋଚନା କରିବାରେ ସେ ସାହାସ ଦେଖାଇଥିଲେ । ସଠିକ୍ ଯୁକ୍ତି ଦେଇ ସେ ଆଗାମୀ ପିଢିକୁ ସେହି ଭୁଲ ମାର୍ଗରେ ଯିବାକୁ ରୋକିବା ପାଇଁ ଭରପୁର ପ୍ରୟାସ କରିଥିଲେ । ଶିବ-ଶକ୍ତି-ବିଷ୍ଣୁ-ଗଣପତି ଓ କୁମାରଙ୍କ ପୂଜାକୁ, ଏକାଠି କରିବାର ପରମ୍ପରାକୁ ସେ ପ୍ରୋତ୍ସାହିତ କରିଛନ୍ତି । ଭାରତୀୟ ପରମ୍ପରାକୁ ସେ ପୁଣିଥରେ ଗୋଟିଏ ପରେ ଗୋଟିଏ ପୁନଃ ସ୍ଥାପିତ କରିଥିଲେ । ଆଦିଶଙ୍କରାଚାର୍ଯ୍ୟ ବେଦ ଓ ଉପନିଷେଦର ଜ୍ଞାନରେ ସମ୍ପୂର୍ଣ୍ଣ ଭାରତକୁ ଏକୀକୃତ କରିଥିଲେ, ଏକତାର ଭାବ ସହ ଯୋଡ଼ିଥିଲେ । ଶାସ୍ତ୍ରକୁ ସେ ସାଧନ କରିଥିଲେ, ଶସ୍ତ୍ର ହେବାକୁ ଦେଇନଥିଲେ । ଭିନ୍ନ ଭିନ୍ନ ବିଚାରଧାରା ଓ ଦର୍ଶନର ଭଲ କଥାକୁ ସେ ଆତ୍ମସାତ୍ କରିଥିଲେ ଓ ଲୋକଙ୍କୁ ଜ୍ଞାନ ଓ ଶକ୍ତିର ମାର୍ଗରେ ଚାଲିବା ପାଇଁ ପ୍ରେରଣା ଦେଉଥିଲା । ଭବିଷ୍ୟତ ପିଢି ପାଇଁ ସେ ସୌନ୍ଦର୍ଯ୍ୟ ଲହରୀର ରଚନା କରିଥିଲେ । ଏଭଳି ଏକ ରଚନା ଯେଉଁଥିରେ ଦେଶର ସାଧାରଣ ନାଗରିକ ଜଡ଼ିତ ହୋଇପାରିଛି । ଦେବୀଙ୍କ ସ୍ତୃତି କରି ସୌନ୍ଦର୍ଯ୍ୟ ଲହରୀରେ ଏକଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି କି ଈଶ୍ୱରଙ୍କ ଭିନ୍ନ ଭିନ୍ନ ସ୍ୱରୂପରେ କୌଣସି ଭେଦଭାବ କରାଯିବ ନାହିଁ ।

ଏକଂ ସଦବିପ୍ରା ବହୁଧା ବଦନ୍ତି  एकं सद्विप्रा बहुधा वदन्ति 

ସୌନ୍ଦର୍ଯ୍ୟ ଲହରୀରୁ ମିଳିଥିବା ଆଶୀର୍ବାଦ ଭକ୍ତଙ୍କ ମଧ୍ୟରେ ବିନା କୌଣସି ଭେଦଭାବରେ, ପ୍ରତ୍ୟେକଙ୍କୁ ସମାନ ଭାବେ ମିଳିଥାଏ । କୁହାଯାଏ, ସୌନ୍ଦର୍ଯ୍ୟ ଲହରୀର ପାଠରେ ଜ୍ଞାନ, ଧନ, ସ୍ୱାସ୍ଥ୍ୟ, ସମସ୍ତ ଲାଭ ମିଳିଥାଏ । ଆଦିଶଙ୍କରାଚାର୍ଯ୍ୟ ଦ୍ୱାରା କରାଯାଇଥିବା ତପସ୍ୟା ଭାରତୀୟ ସଂସ୍କୃତିର ବର୍ତ୍ତମାନ ସ୍ୱରୂପରେ ଆଜି ମଧ୍ୟ ବିଦ୍ୟମାନ ଅଛି । ଗୋଟିଏ ଏଭଳି ସଂସ୍କୃତି ଯାହା ପାଇଁ ସବୁକିଛି ଗ୍ରହଣୀୟ । ଯାହା ସମସ୍ତଙ୍କୁ ଆତ୍ମସାତ କରିଥାଏ, ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଥାଏ । ଆଉ ଏହି ସଂସ୍କୃତି ନିଉ ଇଣ୍ଡିଆର ମଧ୍ୟ ଆଧାର । ଏଭଳି ସଂସ୍କୃତି ଯାହା ସବକା ସାଥ୍ ସବକା ବିକାଶର ମନ୍ତ୍ର ଉପରେ ବିଶ୍ୱାସ ରଖିଥାଏ ।

ଭାଇ ଓ ଭଉଣୀମାନେ, ଆଦିଶଙ୍କରାଚାର୍ଯ୍ୟଙ୍କ ସନ୍ଦେଶକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଚାଂଇବାରେ ଶ୍ରୀଶ୍ରୀ ଶଙ୍କରଭାରତୀ ମହାସ୍ୱାମୀ ନିଜର ଜୀବନକୁ ସମର୍ପିତ କରିଦେଇଥିଲେ । ସମଗ୍ର ବିଶ୍ୱକୁ ଏକ ପରିବାର ବୋଲି ଭାବି ଏକାତ୍ମ ଭାବର ଆଦିଶଙ୍କରାଚାର୍ଯ୍ୟଙ୍କ ସନ୍ଦେଶକୁ ସେ ବେଦାନ୍ତ ଭାରତୀ ମାଧ୍ୟମରେ ଲୋକଙ୍କ ନିକଟରେ ପହଂଚାଉଛନ୍ତି । ବେଦ, ଉପନିଷେଦ,  ଅନେକ ଭାଷା, ଅନେକ ପୁସ୍ତକର ପ୍ରକାଶନରେ ସେ ନିରନ୍ତର ଜଡ଼ିତ ଥିଲେ ଓ ଏହି ପ୍ରବୃତିକୁ ବ୍ୟାପକ କରିଥିଲେ ।

ବନ୍ଧୁଗଣ, ଭାରତର ଆଧ୍ୟାତ୍ମିକ ମହିମା ଓ ଅତି ପ୍ରାଚୀନ ସନ୍ଦେଶକୁ ଯେତେ ଅଧିକ ଲୋକ ପଢ଼ିବେ, ସେତେ ହିଁ ବିଶ୍ୱର କଲ୍ୟାଣ ହେବ । ଦ୍ୱନ୍ଦ୍ୱରେ ଥିବା ମାନବ ଜାତି, ସଙ୍କଟରେ ଘେରି ରହିଥିବା ମାନବ ଜାତି, ତୁ ବଡ଼ କି ମୁଁ ବଡ଼, ତୋର ମାର୍ଗ ମୋକ୍ଷ ପ୍ରାପ୍ତି କରିବ କି ମୋର ମାର୍ଗ ମୋକ୍ଷ ପ୍ରାପ୍ତି କରିବ, ଏଭଳି ସଙ୍କଟ ଦେଇ ଯେତେବେଳେ ମାନବ ଜାତି ଅତିକ୍ରମ କରିବ ସେତେବେଳେ ଆଦିଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତ ସିଦ୍ଧାନ୍ତ- ଯେଉଁଠି ଦ୍ୱୈତ ନାହିଁ, ସେଠି ଅଦ୍ୱୈତ ରହିଥାଏ । ଯେଉଁଠି ଦ୍ୱୈତ ନାହିଁ ସେଠି ସଂଘର୍ଷର ସମ୍ଭାବନା ବି ନଥାଏ । ସମ୍ପୂର୍ଣ୍ଣ ବିଶ୍ୱର ଦେଶଗୁଡ଼ିକରେ ଜୀବନର ମାର୍ଗରେ ଯେତେବେଳେ କୌଣସି ପ୍ରକାରର ବାଧା ଆସିଥାଏ ସେତେବେଳେ ବିଶ୍ୱର ନଜର ଭାରତର ସଂସ୍କୃତି ଓ ସଭ୍ୟତା ଉପରେ ନିବଦ୍ଧ ହୋଇଥାଏ । ଗୋଟିଏ ପ୍ରକାରେ ବିଶ୍ୱର ସମସ୍ତ ସମସ୍ୟାର ଉତର ଆମର ପରମ୍ପରାରୁ ପ୍ରାପ୍ତ ହୋଇପାରିବ । ଆମର ସଂସ୍କୃତି ଦ୍ୱାରା ହୋଇପାରିବ । ଯେତେବେଳେ ଆମେ କହୁଛେ ଓ କେବଳ କହୁଛେ କି ଏମିତି ନୁହେଁ କି ଆମକୁ ସେଭଳି ପ୍ରକାରେ ବଂଚିବାର ସଂସ୍କାର ମିଳିଛି ।

ଓଃ ସହ ନାବବତୁ । ସହ ନୌ ଭୁନକ୍ତୁ

ସହ ବୀର୍ଯ୍ୟ କରବାବହୈ । ତେଜସ୍ୱି ନାଧିତମସ୍ତୁ ମା ବିଦ୍ୱିଷାହୈ ।

ଓଃ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

(ॐ सह नाववतु । सह नौ भुनक्तु । 
सह वीर्यं करवावहै । तेजस्वि नावधीतमस्तु मा विद्विषावहै । 
ॐ शान्तिः शान्तिः शान्तिः ॥)

ସମସ୍ତଙ୍କ ପୋଷଣ ହେଉ, ସମସ୍ତଙ୍କୁ ଶକ୍ତି ମିଳୁ, ଆମେ କେବେ ଏହା କହୁନି କି ମୋର ପୋଷଣରେ ମୋତେ ଶକ୍ତି ମିଳୁ । ଆମେ ଏହା କହୁନି କି ମନ୍ଦିରକୁ ଗଲେ ତା’ର ପୋଷଣ ହେଉ, ତାକୁ ଶକ୍ତି ମିଳୁ । ସମସ୍ତଙ୍କ ପୋଷଣ ହେଉ, ସମସ୍ତଙ୍କୁ ଶକ୍ତି ମିଳୁ । ‘ସହ ନାବବତୁ । ସହ ନୌ ଭୁନକ୍ତୁ’…. ଏହା ଆମର ସଂସ୍କାର ।  କେହି କାହାରିକୁ ଦ୍ୱେଷ କରନ୍ତୁ ନାହିଁ ।

ଆଜି ଏହି ଅବସରରେ ମୁଁ ବେଦାନ୍ତ ଭାରତୀର ଗୋଟିଏ ଆୟୋଜନର ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରିବାକୁ ଚାହୁଁଛି । ଆଉ ତାହା ହେଉଛି- ବିବେକଦୀପନିବିବେକଉତ୍କର୍ଷନି ପ୍ରତିଯୋଗିତା । ବହୁତ କମ୍ ଲୋକେ ଜାଣିଥିବେ ଯେ ଆଦିଶଙ୍କରାଚାର୍ଯ୍ୟଙ୍କ ସମ୍ବାଦର ଉକ୍ତ କଥାର ଆମର ଦେଶରେ ଲମ୍ବା ଯୁଗ ଏଭଳି ଥିଲା କି ଯେତେବେଳେ ଆମର ସଂସ୍କୃତି, ଆମର ଅତ୍ୟାଧୁନିକ ପରମ୍ପରାକୁ ଦୁର୍ବଳ କରିବା ପାଇଁ ଭରପୂର ପ୍ରୟାସ କରାଯାଇଥିଲା । ତାକୁ ନଷ୍ଟ କରିବାକୁ ପ୍ରୟାସ ହୋଇଥିଲା,ବହୁତ ପ୍ରହାର ହୋଇଥିଲା । କିନ୍ତୁ ହଜାର ହଜାର ବର୍ଷ ଧରି ଚାଲି ଆସିଥିବା ଆମର ଉତରପିଢିକୁ କେହି ସମାପ୍ତ କରିପାରିବ ନାହିଁ । କୁହାଯାଏ-

ଦୀନ-ଏ-ଇଲାହୀ କା ବେବାକ ବେଡା,

ନକ୍ସା ଜିସ୍କା ଅକ୍ସ-ଏ-ଆଲମ୍ ମେ ପହୁଂଚା ।

କିଏ ପାଞ୍ଚ ଶୋ ପାର ସାତୋଂ ସମୁନ୍ଦର,

ନ ଅମନ ମେ ଠିଠକା ନ କୋଇ ଗୁଲଜାମ ମେ ଝିଝକା ।

ୱୋ ଡୁବା ଦୋହାବ-ଏ ମେ ଗଙ୍ଗା କେ ଅନ୍ଦର ।

(दीन-ए-इलाही का बेबाक बेड़ा, 
नक्शा जिसका अक्स-ए-आलम में पहुंचा। 
किए पांच सौ पार सातों समुंद्र, 
न अमन में ठिठका न कोई गुलजाम में झिझका। 
वो डूबा दोहाब-ए में गंगा के अंदर।। )

ଏହି ସାମର୍ଥ୍ୟ, କିନ୍ତୁ ଦାସତ୍ୱର ଦୀର୍ଘ ସମୟରେ ଏତିକି ପ୍ରଭାବ ଏଭଳି ପଡ଼ିଲା କି ଆମର ଅତ୍ୟାଧୁନିକ ଜ୍ଞାନର ପରମ୍ପରା ମୁଖ୍ୟତଃ ପୁସ୍ତକ ଭିତରେ ସୀମିତ ହେବାରେ ଲାଗିଛି । କିଛି ପଣ୍ଡିତମାନଙ୍କ ପାଖରେ ସୁରକ୍ଷିତ ହୋଇ ରହିଯାଇଛି । ସ୍ୱାଧୀନତା ପରେ ଯେଭଳି ଭାବେ ପ୍ରୟାସ କରାଯିବା ଉଚିତ ଥିଲା, ତାହା ବି କରାଯାଇ ନାହିଁ । ଏଭଳି ସ୍ଥିତିରେ ଯେତେବେଳେ ଆଜିର ଯୁବବର୍ଗ ମୋବାଇଲ ଫୋନ୍ ରେ ହିଁ ସବୁକିଛି ପଢ଼ୁଛି, ତା’ହେଲେ ପୁସ୍ତକରେ ରହିଥିବା ଆମର ଜ୍ଞାନ ସମ୍ପର୍କରେ ସିଏ କେମିତି ଜାଣିପାରିବ । ଆମର ଏହି ମହାନ ପରମ୍ପରା ସହ କିଏ ପରିଚିତ କରାଇବ । ଆଉ ସେଇଥିପାଇଁ ସ୍କୁଲ ଛାତ୍ରଙ୍କୁ ବିବେକଦୀପନି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ସଂସ୍କୃତି ଓ ମୂଲ୍ୟ ସମ୍ପର୍କରେ ଅବଗତ କରାଇବା ଓ ସେଥିରେ ପ୍ରଶ୍ନ-ଉତ୍ତର ପ୍ରତିଯୋଗିତା କରିବା, ମୁଁ ଭାବୁଛି ସ୍ୱାମୀଜୀଙ୍କ ଏକ ବହୁତ ବଡ଼ ପଦକ୍ଷେପ । ଆଉ ଭାବି ପିଢି ପାଇଁ ବହୁତ ବଡ଼ ସେବା କାର୍ଯ୍ୟ ଆପଣଙ୍କ ଏହି ମାଧ୍ୟମରେ ହେଉଛି ।

ଦେଶର ଭିନ୍ନ ଭିନ୍ନ ଅଂଚଳରେ ରହୁଥିବା ବର୍ତ୍ତମାନର ପିଢି ପରସ୍ପରକୁ ଜାଣିବା, ନିଜର ଉତରାପିଢିଙ୍କୁ ଚିହ୍ନିବା ବହୁତ ଆବଶ୍ୟକ । ସେମାନଙ୍କୁ ପରସ୍ପରର ରହିବା-ଚଳିବା, ଖାଦ୍ୟପେୟ, ପରସ୍ପରର ଭାଷା-କଥାର ମହତ୍ୱପୂର୍ଣ୍ଣ ଶବ୍ଦର ସୂଚନା ରହିବା, ବିବିଧତାରେ ଏକତା, ଭାରତର ବିଶେଷତ୍ୱ । ଏହା କହିବାକୁ ବହୁତ ଭଲ ଲାଗେ । କିନ୍ତୁ ବେଳେବେଳେ ଆମେ ସିଙ୍ଗାପୁରକୁ ଯେତିକି ଜାଣିଛୁ ସେତିକି ପଶ୍ଚିମବଙ୍ଗକୁ ଜାଣିନାହୁଁ । ଆମେ ଦୁବାଇକୁ ଯେତିକି ଜାଣିଛୁ ସେତିକି ବୋଧହୁଏ ଡେରାଡୁନ୍ କୁ ଜାଣିନାହୁଁ । ଏ ଯେଉଁ ଆମେ ଆପଣାରଙ୍କୁ ଭୁଲି ପକାଉଛେ ସେଥିପାଇଁ ଆମର ଏହି ପ୍ରୟାସ କି ସର୍ଦ୍ଦାର ପଟେଲ ଜୟନ୍ତୀରୁ ଏହାକୁ ଆମେ ପ୍ରାରମ୍ଭ କରିଛୁ । ଗତବର୍ଷ ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନରେ ମୁଁ ବି ଚାହୁଁଛି କି ଆମର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏପରି ପ୍ରତିଯୋଗିତା ହେଉ, କୁଇଜ୍ ପ୍ରତିଯୋଗିତା ହେଉ । ଦେଶର ଭିନ୍ନ ଭିନ୍ନ ଭୂଭାଗ, ଭିନ୍ନ ଭିନ୍ନ ପରମ୍ପରା, ଭିନ୍ନ ଭିନ୍ନ ଜୀବନଶୈଳୀକୁ ହିନ୍ଦୁସ୍ତାନର ପ୍ରତ୍ୟେକ କୋଣରେ ଥିବା ଲୋକ ଏହା ଜାଣିବା ଉଚିତ ।

ଭାରତୀୟ ଦର୍ଶନରେ କୌଣସି ବ୍ୟକ୍ତିଙ୍କ ପାଇଁ ଅନ୍ତିମ ଲକ୍ଷ୍ୟ ମୋକ୍ଷ ପ୍ରାପ୍ତି କରିବା ହୋଇଥାଏ । ବେଦ ଓ ଉପନିଷେଦରୁ ପ୍ରସ୍ତୁତ ଏହି ଦର୍ଶନ ‘ବ୍ୟକ୍ତି’ , ‘ସମସ୍ତି’ ଅର୍ଥାତ୍ ସମାଜ, ‘ସୃଷ୍ଟି’ ଅଥାତ୍ ବିଶ୍ୱ ଓ ‘ପରମେଷ୍ଟି’ ଅର୍ଥାତ୍ ଈଶ୍ୱର, ପରସ୍ପର ସହ ଜଡ଼ିତ ବୋଲି ବିବେଚନା କରାଯାଏ । ଆମେ ଏହାକୁ ଭାଗଭାଗ କରି ଦେଖିପାରିବା ନାହିଁ । ଏକ ଅଖଣ୍ଡ ଭାବେ ଦେଖିଥାଉ । ଏକାତ୍ମ ଭାବେ ଦେଖିଥାଉ । ସେହି ଦର୍ଶନ ଏହି ମାଟିକୁ ଜଗତମାତା ଭାବେ ମାନ୍ୟତା ଦେଇଥାଏ । ସେହି ଦର୍ଶନ କହିଥାଏ କି ପୃଥିବୀ ସମସ୍ତଙ୍କର । ପୃଥିବୀ ହେଉଛି ମା’ । ଏହି ଦର୍ଶନରୁ ବାହାରିଛି ବସୁଧୈବକୁଟୁମ୍ବକମ୍ । ଏହି ତ ଭାବନା ଉଜାଗର କରିଥାଏ ଓ ସମଗ୍ର ବିଶ୍ୱ ଏକ ପରିବାର ଅଟେ ।

ସେହିପରି ସୌନ୍ଦର୍ଯ୍ୟ ଲହରୀରେ ବି ଏକ ମନ୍ତ୍ର ଅଛି- ଫଳଃ ଅପିବା ସମାଧିକମ୍ ଅର୍ଥାତ୍ ଧରିତ୍ରୀକୁ ଆମେ ଯେତିକି ମାଗୁ, ଯେତିକି ଆମର ଇଚ୍ଛା ଥାଏ, ତା’ଠାରୁ ଅଧିକ ସିଏ ଦେଇଥାଏ । କେତେ ବଡ଼ ସତ୍ୟ, କେତେ ସାଧାରଣ ଶବ୍ଦରେ । ପ୍ରକୃତିରୁ ଆମ ସମସ୍ତଙ୍କୁ ପର୍ଯ୍ୟାପ୍ତ ଜଳ, ବାୟୁ, ନଦୀ, ଅନ୍ନ, ଖଣିଜ, ଗଛଲତା, ସବୁକିଛି ପର୍ଯ୍ୟାପ୍ତ ଭଣ୍ଡାର ମିଳିଛି । ଆବଶ୍ୟକତା ହେଉଛି ଏହି ବରଦାନକୁ ସାଇତି କରି ରଖିବାର ।

ଏହି ବିଚାର ଆମର ପରମ୍ପରା । ଆମର ଏଠି ପ୍ରକୃତିକୁ ଶୋଷଣ ନୁହେଁ ବରଂ ପ୍ରକୃତିରୁ ମିଳୁଥିବା ଉତ୍ପାଦର ସନ୍ତୁଳିତ ଉପଯୋଗ କରିବା ଉପରେ ଗୁରୁତ୍ୱ ଦିଆଯାଏ । ପ୍ରକୃତିର ଶୋଷଣ ଆମର ଏଠି ଅପରାଧ ଭାବେ ବିବେଚନା କରାଯାଏ । ପ୍ରକୃତିର ପୋଷଣ ହିଁ ମାନବର ଅଧିକାର । ଏହା ଆମର ପରମ୍ପରା ଆମକୁ ଶିଖାଇଛି । ଆଉ ଏହି ବିଚାର ସର୍ବଦା ଆମର ଶାସନ, ପ୍ରଶାସନରେ ମଧ୍ୟ ଆପଣମାନଙ୍କୁ ଦେଖିବାକୁ ମିଳେ ।

ଭାଇ ଓ ଭଉଣୀମାନେ, ଭାରତ ଏଭଳି ଏକ ରାଷ୍ଟ୍ର ଯିଏ କେବଳ ନିଜ ପାଇଁ ନୁହେଁ ବରଂ ବିଶ୍ୱବ୍ୟାପୀ ନ୍ୟାୟ, ଗରିମା, ସୁଯୋଗ ଓ ସମୃଦ୍ଧି ପାଇଁ କ୍ରମାଗତ ପ୍ରୟାସ କରୁଛି । ଆପଣମାନେ ଜାଣିଥିବେ ଭାରତର ହିଁ ପ୍ରୟାସ ଯୋଗୁ ଗତବର୍ଷ ଆନ୍ତର୍ଜାତିକ ସୌର ମେଣ୍ଟର ଗଠନ କରାଯାଇଛି । ସୌରଶକ୍ତିକୁ ଜାତୀୟ ଓ  ଆନ୍ତର୍ଜାତିକ ସ୍ତରରେ ପ୍ରୋତ୍ସାହନ ଦେବା ପାଇଁ ସରକାର କ୍ରମାଗତ ପ୍ରୟାସ କରୁଛନ୍ତି । ଏବେ କେନ୍ଦ୍ରର ଯୋଜନାଗୁଡ଼ିକ ମଧ୍ୟରେ ବି ଆପଣଙ୍କୁ ପ୍ରକୃତିର ରକ୍ଷାର ଏହି ଭାବର ଝଲକ ମିଳିବ । ସୌରଶକ୍ତି, ପବନ ଶକ୍ତି, ପାଣିରୁ ବିଦ୍ୟୁତ୍ ପ୍ରସ୍ତୁତ କ୍ଷେତ୍ରରେ ଯେତେ କାମ ଏବେ ହେଉଛି, ତାହା ବୋଧହୁଏ ପୂର୍ବରୁ ହେଉନଥିଲା ।

ବିଶ୍ୱର ସବୁଠାରୁ ବଡ଼ ଅକ୍ଷୟ ଶକ୍ତି ସମ୍ପ୍ରସାରଣ ଯୋଜନା ଆଜି ଯଦି କୌଣସି ଦେଶରେ ଚାଲିଛି ତାହା ହେଉଛି ସେହି ଦେଶ । ସୌନ୍ଦର୍ଯ୍ୟ ଲହରୀର ଦେଶ । ସରକାର ଏହି ଲକ୍ଷ୍ୟ ଦିଗରେ କାମ କରୁଛି କି 2030 ସୁଦ୍ଧା ଦେଶର 40ପ୍ରତିଶତ ଶକ୍ତି ଆବଶ୍ୟକତାର ପୂର୍ତ୍ତି ଅଣ ଜାଳେଣୀ ଇନ୍ଧନ ଆଧାରିତ ଅକ୍ଷୟ ଶକ୍ତିରୁ ପ୍ରାପ୍ତ ହେଉ । ସରକାରଙ୍କ ଲକ୍ଷ୍ୟ 2022 ମସିହାରେ ଯେତେବେଳେ ଭାରତ ସ୍ୱାଧୀନତା ଦିବସର 75ତମ ବର୍ଷପୂର୍ତ୍ତି ପାଳନ କରିବ ସେତେବେଳେ 175 ଗିଗାୱାଟ୍, ମୁଁ ମେଗାୱାଟ କହୁନାହିଁ । ମେଗାୱାଟ ଅତୀତ ଦିନର କଥା ହୋଇଗଲାଣି । ଏବେ ହିନ୍ଦୁସ୍ତାନ ଗିଗାୱାଟ୍ ରେ ଚିନ୍ତା କରୁଛି । ଗିଗାୱାଟ୍ ଅକ୍ଷୟ ଶକ୍ତିର ଉତ୍ପାଦନ କରିବ । ସରକାରଙ୍କ ପ୍ରୟାସ ଯୋଗୁ ଗତ 3ବର୍ଷ ମଧ୍ୟରେ 22ହଜାର ମେଗାୱାଟରୁ ଅଧିକ ଅକ୍ଷୟ ଶକ୍ତିର ନୂଆ କ୍ଷମତାକୁ ପାୱାର ଗ୍ରୀଡ୍ ସହ ଯୋଡ଼ାଯାଇଛି । ଗତ ସରକାରର ଶେଷ 3ବର୍ଷରେ ମାତ୍ର 12ହଜାର ମେଗାୱାଟ ଅକ୍ଷୟ ଶକ୍ତିର ନୂଆ କ୍ଷମତାକୁ ସାମିଲ କରାଯାଇଥିଲା । ସେହିପରି ଗତ ସରକାର ନିଜର ଶେଷ ତିନିବର୍ଷରେ ଅକ୍ଷୟ ଶକ୍ତି ଉପରେ 4ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଆମେ କ୍ଷମତାକୁ ଆସିବା ପରେ 3ବର୍ଷ ଭିତରେ ଏହି କ୍ଷେତ୍ରରେ ପ୍ରାୟ 11ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛୁ ।

ଏବେ ଆମ ଦେଶରେ ପ୍ରାୟ 300 ଗିଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି । ଏଥିରେ କୋଇଲା, ପାଣି, ସୌର ଓ ପବନରୁ ପ୍ରସ୍ତୁତ ହେଉଥିବା ବିଜୁଳି ସାମିଲ ଅଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯଦି ଦେଶରେ ବର୍ତ୍ତମାନର ସମ୍ବଳର ପୁରା ଉପଯୋଗ ହେବ ତା’ହେଲେ 750 ଗିଗାୱାଟ ବିଦ୍ୟୁତ କେବଳ ସୌର ଶକ୍ତିରୁ ପ୍ରସ୍ତୁତ ହୋଇପାରିବ । ଏହା ହେଉଛି ଆମ ଦେଶର କ୍ଷମତା ଓ ଆମେ ଏହାର ଭରପୂର ଉପଯୋଗ କରିବା ଉଚିତ ।

ସରକାରଙ୍କ ପକ୍ଷରୁ ଏ ଦିଗରେ କ୍ରମାଗତ ପ୍ରୟାସ କରାଯାଉଛି । ଏଥିପାଇଁ ସମଗ୍ର ଦେଶରେ ସୌର ପାର୍କ ଲଗାଯାଉଛି । ଛାତ ଉପରେ ସୌର କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ କୋଠାର ନିୟମରେ ପରିବର୍ତ୍ତନ କରାଯାଇଛି । ସରକାରୀ କୋଠାରେ ସୌର ପ୍ଲାଂଟ ପାଇଁ କମ୍ ସୁଧରେ ଋଣ ଯୋଗାଇ ଦିଆଯାଉଛି । ସୌର ପ୍ଲାଂଟକୁ ଭିତ୍ତିଭୂମି ମାନ୍ୟତା ଦିଆଯାଇଛି ଓ ସେମାନଙ୍କୁ ଦୀର୍ଘ ଅବଧିର ଋଣ ମଧ୍ୟ ଦିଆଯାଉଛି । ଆଉ ବାଙ୍ଗାଲୋରରୁ ଷ୍ଟାର୍ଟ-ଅପ୍ ବିଶ୍ୱ ସହ ଜଡ଼ିତ ଯୁବବର୍ଗଙ୍କୁ ଆଜି ନିମନ୍ତ୍ରଣ କରୁଛି କି ଆସନ୍ତୁ ଆମେ ମିଳିମିଶି ସ୍ୱଚ୍ଛ ରନ୍ଧନର ଅଭିଯାନ ଚଳାଇବା । ଗରିବଙ୍କ ଘରେ ବି ସୌର ଶକ୍ତି ମାଧ୍ୟମରେ ଖାଦ୍ୟ ତିଆରି କରିବାର ଶସ୍ତା ଚୁଲା ଆମେ କିଭଳି ନିର୍ମାଣ କରିବା । ପୁରୁଣା ଯେଉଁ ସୌର କୁକର୍ ସେଥିପାଇଁ ବର୍ତ୍ତମାନର ପରିବାର ପାଖରେ ଏତେ ସମୟ ନାହିଁ । ସେମାନେ ତ ଗ୍ୟାସ ଚୁଲା ଭଳି ଜଳୁଥିବା ଚୁଲା ଚାହୁଁଛନ୍ତି । ଆଉ ତାହା ଏବେ ସମ୍ଭବ ମଧ୍ୟ । ବାଙ୍ଗାଲୁରୁର ଯୁବବର୍ଗ, ଷ୍ଟାର୍ଟ-ଅପ୍ ଦୁନିଆଁର ଯୁବବର୍ଗ ହିନ୍ଦୁସ୍ତାନ ଏକ ବହୁତ ବଡ଼ ବଜାର । ଯିଏ ବି ଏହି କ୍ଷେତ୍ରକୁ ଆସିବ ସ୍ୱଚ୍ଛ ରନ୍ଧନ ପାଇଁ ଗରିବ ମା’ଙ୍କର ବି ଆଶୀର୍ବାଦ ମିଳିବ । ଜଙ୍ଗଲରେ ରହୁଥିବା ଲୋକଙ୍କୁ ମଧ୍ୟ କେବେ ଜଙ୍ଗଲ କାଟିବାକୁ ପଡ଼ିବ ନାହିଁ । କାଠ କାଟିବାକୁ ପଡ଼ିବ ନାହିଁ । ସୌର ଶକ୍ତିରେ ସେମାନଙ୍କର ଘରର ଚୁଲି ଜଳିବ । ସେମାନେ ନିଜ ଖାଦ୍ୟ ତିଆରି କରି ପିଲାଙ୍କୁ କମ୍ ସମୟରେ ଖାଇବା ଦେଇପାରିବେ । ଏଭଳି ନୂଆ ଉଦ୍ଭାବନ ଆମକୁ କରିବାର ଅଛି ଯାହା ଦେଶର ନୂଆପିଢିର କାମରେ ଆସିବ । ଯେଉଁ ଦିନ ଦେଶର ଅଧିକାଂଶ ସଂସ୍ଥା ନିଜ ଶକ୍ତି ଆବଶ୍ୟକତାକୁ ନିଜେ ପୁରା କରିବାରେ ଲାଗିବେ, ଆପଣ ଦେଖିବେ ଏହାର ପ୍ରଭାବ କିଭଳି ସମାଜର ସବୁ ସ୍ତରରେ ଅନୁଭୂତ ହେବ ।

ବନ୍ଧୁଗଣ, ନୂଆ ଆଭିମୁଖ୍ୟ ସହ କିଭଳି ଭାବେ ପରିବେଶର ରକ୍ଷା ସହ ଲୋକ ଓ ଦେଶର ଅର୍ଥ ସଂଚୟ ହେଉଛି, ଏହାର ଉଦାହରଣ ମୁଁ ଆପଣଙ୍କୁ ଦେବାକୁ ଚାହୁଁଛି । ଭାଇ ଓ ଭଉଣୀମାନେ, ଏଲ୍ଇଡି ବଲ୍ବ ଯାହା ପୂର୍ବରୁ 350ଟଙ୍କାରୁ ଅଧିକ ଦାମରେ ମିଳୁଥିଲା ତାହା ଏବେ ଉଜାଳା ସ୍କିମ୍ ରେ ମାତ୍ର 40ରୁ 45ଟଙ୍କାରେ ଉପଲବ୍ଧ । ଅଦ୍ୟାବଧି ଦେଶରେ 25 କୋଟିରୁ ଉର୍ଦ୍ଧ୍ଵ ଏଲଇଡି ବଲ୍ବ ଆମ ସରକାର କ୍ଷମତାକୁ ଆସିବା ପରେ ବଂଟା ଯାଇସାରିଛି । ଏଠି କର୍ଣ୍ଣାଟକରେ ବି ପ୍ରାୟ 1.75 କୋଟି ଏଲ୍ଇଡି ବଲ୍ବ ବିତରଣ କରାଯାଇଛି । ଯଦି ଗୋଟିଏ ବଲ୍ବର ମୂଲ୍ୟରେ ହାରାହାରି 250ଟଙ୍କା ହ୍ରାସ ପାଇଛି ତା’ହେଲେ ଦେଶର ମଧ୍ୟବିତ୍ତ ବର୍ଗକୁ ଏଥିଯୋଗୁ ପ୍ରାୟ 7ହଜାର କୋଟି ଟଙ୍କା ସଂଚୟର ସୁଯୋଗ ମିଳିପାରିଛି । କେବଳ ସେତିକି ନୁହେଁ, ଏହି ବଲ୍ବ ପ୍ରତ୍ୟେକ ଘରେ ବିଜୁଳି ବିଲ୍କୁ ହ୍ରାସ କରୁଛି । ଯେଉଁମାନଙ୍କ ଘରେ ଏଲଇଡି ବଲ୍ବ ଥିବ ସେମାନଙ୍କର ବିଜୁଳି ବିଲ୍ କମ୍ ହେବା ନିଶ୍ଚିତ । ଆଉ ଏହି କାରଣରୁ ଏଲଇଡି ବଲ୍ବର ଉପଯୋଗ ଯୋଗୁ ଶକ୍ତି ଆବଶ୍ୟକତା ହ୍ରାସ ପାଇଛି, ବିଲ୍ କମ୍ ଆସିଛି । ଆଉ ହିନ୍ଦୁସ୍ତାନର ମଧ୍ୟବିତ ପରିବାରରେ ମାତ୍ର ଏକବର୍ଷ ଭିତରେ 14ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଆନୁମାନିକ ସଂଚୟ ହୋଇଛି । ସ୍ୱାଭାବିକ ଭାବେ ଏଲଇଡିର ଅଧିକ ଉପଯୋଗ ଯୋଗୁ ବିଦ୍ୟୁତ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି । ବିଜୁଳି ଖର୍ଚ୍ଚକୁ ହ୍ରାସ ହେବାର ଅର୍ଥ ହେଉଛି ସ୍ଥାପିତ କ୍ଷମତା ପ୍ରାୟ 7ହଜାର ମେଗାୱାଟ କମ୍ ଆବଶ୍ୟକତା ପଡ଼ିବ । 7ହଜାର ମେଗାୱାଟ ବିଜୁଳି ସଂଚୟ, ଯଦି 7ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ବିଜୁଳି ଉତ୍ପାଦନ ପାଇଁ ପ୍ଲାଂଟ ଲଗାଇଥାନ୍ତେ ତା’ହେଲେ ଅତିକମ୍ ରେ 35ରୁ 40ହଜାର କୋଟି ଟଙ୍କା ଖର୍ଚ୍ଚ ଲାଗିଥାନ୍ତା । କେବଳ ବିଜୁଳି ସଂଚୟ କରି ଆମେ 35ରୁ 40ହଜାର କୋଟି ଟଙ୍କା ଦେଶର ସଂଚୟ କରିଛେ । ଅର୍ଥାତ୍ କେବଳ ଆଭିମୁଖ୍ୟ ବଦଳାଇ କାମ କଲେ, କେବଳ ଗୋଟିଏ ଯୋଜନା ମାଧ୍ୟମରେ ମଧ୍ୟବିତ୍ତ ବର୍ଗର ପରିବାରର ପକେଟ୍ ରେ ଯେଉଁ ଟଙ୍କା ସଂଚୟ ହେଲା, ସେହି ବଲ୍ କ୍ରୟ କରିବାରେ ଯେଉଁ ସଂଚୟ ହେଲା, ବିଜୁଳି ବଂଚାଇବାରେ ଯେଉଁ ସଂଚୟ ହେଲା ତାହା ପ୍ରାୟତଃ 55ରୁ 60ହଜାର କୋଟି ଟଙ୍କା ଏହି ଦେଶର ମଧ୍ୟବିତ୍ତ ବର୍ଗର ପରିବାର ଲାଭ ହେଲା ।

ସରକାରଙ୍କ ପ୍ରୟାସ ଯୋଗୁ ଏବେ ଯେଉଁଠି ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା(ନଗରପାଳିକା) ଅଛନ୍ତି ସେଠି ସେମାନେ ନିଜର ଷ୍ଟ୍ରିଟ୍ ଲାଇଟକୁ ଏଲଇଡି ବଲ୍ବରେ ପରିବର୍ତ୍ତନ କରୁଛନ୍ତି । ସେଠାରେ ବି ସେମାନଙ୍କୁ ଆର୍ଥିକ ଫାଇଦା ହେଉଛି । ମୁଁ ବନାରସର ସାଂସଦ ଅଛି, ମୁଁ ବନାରସରେ ସେମିତି କରାଇଛି । ପ୍ରାୟ 15 କୋଟି ଟଙ୍କା ସେମାନଙ୍କ ସଂଚୟ ହେଉଛି । ଯାହା ଅନ୍ୟ କାମରେ ଲାଗୁଛି । ଆଉ ଅନୁମାନ କରାଯାଉଛି କି ଟାୟାର-2 ସହରଗୁଡ଼ିକର ନଗର ନିଗମ ହାରାହାରି 10ରୁ 15କୋଟି ଟଙ୍କାର ସଂଚୟ କରିପାରୁଥିବେ ।

ଏହି ଟଙ୍କା ଏବେ ସହରର ବିକାଶରେ ଖର୍ଚ୍ଚ କରାଯାଉଛି । ସରକାରଙ୍କ ଏହି ପ୍ରୟାସରେ ଭାରତ ବିଦେଶରୁ ପେଟ୍ରୋଲ-ଡିଜେଲ ଆମଦାନୀ ଉପରେ ଯେତିକି ଧନରାଶି ଖର୍ଚ୍ଚ କରୁଥିଲା, ତାହା ବି ସଂଚୟର ସମ୍ଭାବନା ଏଥିରେ ରହିଛି ।

ଭାଇ ଓ ଭଉଣୀମାନେ, ପେଟ୍ରୋଲ ଓ ଡିଜେଲ୍ ର ଆଉ ଭବିଷ୍ୟତ ନାହିଁ । ଦିନେ’ନା ଦିନେ ଏହି ପ୍ରାକୃତିକ ସମ୍ବଳ ସମାପ୍ତ ହେବ । ଭବିଷ୍ୟତ ସୌର ଶକ୍ତିର, ପବନ ଶକ୍ତିର, ଜଳବିଦ୍ୟୁତର । ଆମ ଦେଶରେ ଏହି କାମ ଏଥିପାଇଁ ବି ସହଜ ହୋଇପାରିବ, କାରଣ ଆମେ ପ୍ରକୃତିକୁ ସାଇତିକୁ ରଖୁଥିବା, ପ୍ରକୃତିକୁ ପୂଜା କରୁଥିବା ଲୋକ । ଆମର ଏଠି ଗଛ ପାଇଁ ନିଜ ଜୀବନ ଦେବାର ପରମ୍ପରା ରହିଛି । ଗଛ ଡାଳ ଭାଙ୍ଗିବା ପୂର୍ବରୁ ବି ପ୍ରାର୍ଥନା କରାଯାଇଥାଏ । ପ୍ରାଣୀ ବନସ୍ପତିଙ୍କ ପ୍ରତି ସମ୍ବେଦନା ଆମକୁ ପିଲାବେଳୁ ଶିଖାଯାଇଥାଏ । ଆମେ ପ୍ରତ୍ୟେକଦିନ ଆଳତୀ ପରେ ଶାନ୍ତି ମନ୍ତ୍ରରେ ବନସ୍ପତୟଃ ଶାନ୍ତି ଆପଃ ଶାନ୍ତଃ କହୁଛେ ।

କିନ୍ତୁ ଏହା ବି ସତ୍ୟ ଯେ ସମୟାର ସହ ଏହି ପରମ୍ପରା ବି କିଛିନା କିଛି ସଙ୍କଟ ଭିତରେ ଫଶିଯାଇଛି । ଏବେ ସନ୍ଥ ସମାଜକୁ ଏ ଦିଗରେ ନିଜର ପ୍ରୟାସ ବୃଦ୍ଧି କରିବାକୁ ପଡିବ । ଆମର ହେଉଁ ଗ୍ରନ୍ଥଗୁଡ଼ିକ ରହିଛି, ଆମର ପରମ୍ପରାର ଅଂଶବିଶେଷ ରହିଛି, ତାକୁ ଆଚରଣରେ ଆଣିବା ଦ୍ୱାରା ହିଁ ଜଳବାୟୁ ପରିବର୍ତ୍ତନର ଚାଲେଞ୍ଜର ସମ୍ମୁଖୀନ ହୋଇପାରିବା । ଆମର ପୁରା କ୍ ବେ ଏହାକୁ ହିଁ ସମର୍ପିତ ।

ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଉଜ୍ୱଳା ଯୋଜନାର ବି ଆଜି ଉଦାହରଣ ଦେବାକୁ ଚାହୁଁଛି । ଏହି ଯୋଜନା ମାଧ୍ୟମରେ ସରକାର ଏପର୍ଯ୍ୟନ୍ତ 3 କୋଟିରୁ ଉର୍ଦ୍ଧ୍ଵ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ଦେଇସାରିଛନ୍ତି । ଯେତେବେଳେ ଏହି ମହିଳାମାନଙ୍କ ପାଖରେ ଗ୍ୟାସ ସଂଯୋଗ ନଥିଲା ସେମାତେ କାଠ ଅବା କିରୋସିନି ଉପରେ ନିର୍ଭର କରୁଥିଲେ । ସରକାରଙ୍କ ଯୋଜନା ନା’କେବଳ ସେମାନଙ୍କ ଜୀବନକୁ ସହଜ କରାଇଛି ବରଂ ଏହି ଯୋଜନା ପରିବେଶ ପାଇଁ ମଧ୍ୟ ବହୁତ ଉପଯୋଗୀ ସାବ୍ୟସ୍ତ ହେଉଛି ।

ହଜାର ହଜାର ବର୍ଷର ଇତିହାସକୁ ନିଜ ଭିତରେ ଧରି ରଖି ଆମ ଦେଶରେ ସମୟ ସହ ପରିବର୍ତ୍ତନ ହେଉଛି । ବ୍ୟକ୍ତିରେ ପରିବର୍ତ୍ତନ, ସମାଜରେ ପରିବର୍ତ୍ତନ । କିନ୍ତୁ ସମୟ ସହ ଅନେକଥର କିଛି କୁପ୍ରବୃତି ମଧ୍ୟ ସମାଜରେ ବ୍ୟାପ୍ତ ହୋଇଯାଉଛି । ଏହା ଆମର ସମାଜର ବିଶେଷତଃ କି ଯେତେବେଳେ ଏଭଳି ଖରାପ ଆସୁଛି ତାକୁ ସୁଧାରିବା ପାଇଁ ସେହି କାମ ସମାଜ ଭିତରେ କେହି ନା କେହି ଆରମ୍ଭ କରୁଛନ୍ତି । ଆମର ପ୍ରତ୍ୟେକ ସନ୍ଥ ମହାପୁରୁଷଙ୍କୁ ମନେ ପକାନ୍ତୁ । ସେମାନେ ଆମର ସମାଜର କୁପ୍ରବୃତି ବିରୋଧରେ ଜୀବନତମାମ୍ ଶିକ୍ଷିତ କରାଇଛନ୍ତି । ଏକ ଯୁଗ ଏଭଳି ଥିଲା ଯେତେବେଳେ ଏହାର ନେତୃତ୍ୱ କେବଳ ଆମ ଦେଶର ସାଧୁସନ୍ଥ ସମାଜ ହାତରେ ଥିଲା ।

ଏହା ଭାରତୀୟ ସମାଜର ଅଦ୍ଭୂତ କ୍ଷମତା କି ସମୟ ସମୟରେ ଆମେ ଆଦିଶଙ୍କରାଚାର୍ଯ୍ୟ, ମହାନ୍ ସନ୍ଥବସବେଶ୍ୱରଙ୍କ ଭଳି ଦେବତୁଲ୍ୟ ମହାପୁରୁଷ ମିଳିଛନ୍ତି, ଯେଉଁମାନେ ଏହି କୁପ୍ରବୃତିକୁ ଚିହ୍ନିଛନ୍ତି, ସେଥିରୁ ମୁକ୍ତିର ମାର୍ଗ ଦେଖାଇଛନ୍ତି ।

ଏବେ ସମୟର ଆବଶ୍ୟକତା ହେଉଛି ପୂଜାର ଦେବତାଙ୍କ ସହ ରାଷ୍ଟ୍ର-ଦେବତାଙ୍କର ବି ଆଲୋଚନା ହେଉ । ପୂଜାରେ ନିଜର ଇଷ୍ଟଦେବଙ୍କ ସହ ଭାରତମାତାର ବି କଥା ହେଉ । ନିରକ୍ଷରତା, ଅଜ୍ଞାନତା, କୁପୋଷଣ, କଳାଟଙ୍କା, ଭ୍ରଷ୍ଟାଚାର ଭଳି ଯେଉଁ କୁପ୍ରବୃତି ଭାରତମାତାକୁ ବାନ୍ଧି ରଖିଛି,ସେଥିରୁ ଦେଶକୁ ମୁକ୍ତ କରିବା ପାଇଁ ସନ୍ଥ ଓ ଆଧ୍ୟାତ୍ମିକ ସମାଜ ବି ନିଜ ପ୍ରୟାସ ବଢ଼ାନ୍ତୁ । ଦେଶକୁ  ମାର୍ଗ ଦେଖାନ୍ତୁ ।

ଆମେ ସମସ୍ତଙ୍କ ଭାଗିଦାରୀରେ ହିଁ, ଆମେ ସମସ୍ତଙ୍କ ପ୍ରୟାସରେ ହିଁ ନିଉ ଇଣ୍ଡିଆର ନିର୍ମାଣ କରିପାରିବା । ସମସ୍ତଙ୍କ ସହଯୋଗ, ସମସ୍ତଙ୍କ ପ୍ରୟାସରେ ହିଁ ସମସ୍ତଙ୍କ ବିକାଶ ହେବ ।

ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ସୌନ୍ଦର୍ଯ୍ୟ ଲହରୀର ପଠନର ଏହି ଅଦ୍ଭୂତ ଆୟୋଜନ ଓ ଏହାର 10ବର୍ଷ ପୁରା ହେବାରେ ଓ ଏହି 10ବର୍ଷର ଏକ ଅଖଣ୍ଡ ସାଧାନା ହୋଇଥାଏ । ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆଉ ସେ ସମସ୍ତ ସାଧକଙ୍କୁ ଯେଉଁମାନେ ଆଜି ଏହି ଉପସ୍ଥିତ ଅଛନ୍ତି, ଯିଏ ଉପସ୍ଥିତ ବି ନଥିବେ, ଯେଉଁମାନେ 10ବର୍ଷ ପର୍ଯ୍ୟନ୍ତ ସାଧନା କରିଥିଲେ, ମୁଁ ସେମାନଙ୍କ ଚରଣରେ ବନ୍ଦନା କରି ଏହି ମହାନ ତପସ୍ୟା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।

ଶ୍ରୀ ଶ୍ରୀ ଶଙ୍କର ଭାରତୀ ମହାସ୍ୱାମୀଙ୍କୁ ପ୍ରଣାମ ସହ ମୁଁ ନିଜର କଥାକୁ ସମାପ୍ତ କରୁଛି ।

ମୁଁ ପୁଣିଥରେ ଏହି ପବିତ୍ର ଅବସରରେ, ପବିତ୍ର ପରିବେଶରେ ଶଙ୍କରାଚାର୍ଯ୍ୟ କାଳରୁ ଚାଲି ଆସିଥିବା ପବିତ୍ର ମନ୍ତ୍ରର ଗୁଞ୍ଜରଣରେ ସାମିଲ ହେବାର ସୌଭାଗ୍ୟ ମିଳିଲା, ମୋ ପାଇଁ ଧନ୍ୟର ମୁହୂର୍ତ୍ତ । ମୁଁ ଜୀବନରେ ଧନ୍ୟତା ସହ ଆପଣ ସମସ୍ତଙ୍କ ଆଶୀର୍ବାଦ ନେଇ ମା’ ଭାରତୀ ପାଇଁ କିଛି ଭଲ କାମ କରୁଥାଏ । ଆପଣମାନଙ୍କର ଏହି ଆଶୀର୍ବାଦ ରହୁ ।

ବହୁତ ବହୁତ ଧନ୍ୟବାଦ!!!

 

**********