ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁ-ମୁମ୍ବାଇ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍କୁ ରେଳ ସଂଯୋଗ ବ୍ୟବସ୍ଥାରେ ଏକ ବଡ ଉନ୍ନତି ଭାବରେ ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ବେଙ୍ଗାଲୁରୁ ଏବଂ ମୁମ୍ବାଇ ମଧ୍ୟରେ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବ । ଏହା ଫଳରେ ଯାତ୍ରା ଅଧିକ ସୁବିଧାଜନକ ହେବା ସହ ରାଜ୍ୟଗୁଡିକ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ତ୍ୱରାନ୍ୱିତ ହେବ । ସେ କହିଛନ୍ତି ଯେ, ଏହି ସେବା ଯୋଗୁଁ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରର ଲୋକମାନେ ବିଶେଷକରି ଯୁବବର୍ଗ, ଆଇଟି କ୍ଷେତ୍ରର ବୃତ୍ତିଗତ ଏବଂ ଛାତ୍ରଛାତ୍ରୀମାନେ ଲାଭାନ୍ୱିତ ହେବେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
ଉନ୍ନତ ରେଳ ସଂଯୋଗ ଦିଗରେ ଆଉ ଏକ ପଦକ୍ଷେପ, ଆଉ ତାହା ପୁଣି ପ୍ରଯୁକ୍ତିବିଦ୍ୟା ଓ ନବାଚାରର ସହର ବେଙ୍ଗାଲୁରୁରୁ !
ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ବେଙ୍ଗାଲୁରୁ ଏବଂ ମୁମ୍ବାଇ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ ।
ଏହି ଟ୍ରେନ୍ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ପାଇଁ ଲାଭଦାୟକ ହେବ, ବିଶେଷକରି ଯୁବବର୍ଗ, ଆଇଟି କ୍ଷେତ୍ରର ବୃତ୍ତିଗତ ଏବଂ ଛାତ୍ରଛାତ୍ରୀମାନେ ଏହା ଦ୍ୱାରା ଉପକୃତ ହେବେ ।
SR
Another step towards better rail connectivity and that too from Bengaluru, the city of technology and innovation! The Vande Bharat Sleeper Train will be a game changer for connectivity between Bengaluru and Mumbai. This train will benefit Karnataka, Andhra Pradesh and Maharashtra, especially benefitting youngsters, IT professionals and students.
— Narendra Modi (@narendramodi) November 1, 2026