Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବେନାମୀ କାରବାର (ନିରୋଧ) ସଂଶୋଧନ ବିଲ, 2015 କୁ କେବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ବେନାମୀ କାରବାର (ନିରୋଧ) ସଂଶୋଧନ ବିଲ୍ 2015 କୁ ମଞ୍ଜୁରି ମିଳିଛି । ପ୍ରସ୍ତାବିତ ସଂଶୋଧନ ଦ୍ୱାରା ବିଲଟି ଅଧିକ ମଜଭୁତ ହେବ ଏବଂ ବୈଧାନିକ ଓ ପ୍ରଶାସନିକ ଦୃଷ୍ଟିରୁ ଏହା ସୁଦୃଢ଼ ହୋଇପାରିବ । ତା’ହେଲେ ଯେତେବେଳେ ବିଲଟି ଗୃହୀତ ହୋଇ ଆଇନରେ ପରିଣତ ହେବ, ସେତେବେଳେ ଏଥିରେ ଥିବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଦିଗରେ ଅନେକ ବାସ୍ତବ ସମସ୍ୟା ଦୂର ହୋଇପାରିବ । ଏହି ବିଧେୟକରେ ବେନାମୀ କାରବାର ରୋକିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ରହିଛି । ତେଣୁ ଏହା ଅନ୍ୟାୟ ଉପାୟରେ ହେଉଥିବା ବେନାମୀ କାରବାର ପ୍ରସାରକୁ ରୋକିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ । ପ୍ରବର୍ତ୍ତିତ ବିଧି ବ୍ୟବସ୍ଥା ଅନୁସାରେ ବେନାମୀ ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ପାଇଁ କ୍ଷମତାପ୍ରାପ୍ତ । ତେଣୁ ଏଥିରେ ସମସ୍ତ ନାଗରିକଙ୍କ ପାଇଁ ସମାନ ବ୍ୟବସ୍ଥା ରହିଛି । ତେବେ, ଯେଉଁମାନେ ସେମାନଙ୍କ ବେନାମୀ ସମ୍ପତ୍ତିକୁ ଉପାର୍ଜନ ଘୋଷଣା ଯୋଜନାରେ ପ୍ରକାଶ କରନ୍ତି ସେମାନେ ବେନାମୀ ଆଇନର ବ୍ୟବସ୍ଥା ଅନୁସାରେ ଛାଡ ପାଇବେ ।