Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବେନାମୀ ସମ୍ପତ୍ତି କାରବାର ନିଷିଦ୍ଧ ଆଇନ, 1988 ଅଧୀନରେ ନ୍ୟାୟିକ ପ୍ରାଧିକରଣ ନିଯୁକ୍ତି ଓ ଅପିଲ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


 

ବେନାମୀ ସମ୍ପତ୍ତି କାରବାର ନିଷିଦ୍ଧ ଆଇନ, (ପିବିପିଟି) 1988 ଅଧୀନରେ ନ୍ୟାୟିକ ପ୍ରାଧିକରଣ ନିଯୁକ୍ତି ଏବଂ ଅପିଲ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି  ।

ପ୍ରମୁଖ ବିଶେଷତ୍ୱ :

ପିବିପିଟି ଆଇନ ଅଧୀନରେ ତିନୋଟି ଅତିରିକ୍ତ ବେଞ୍ଚ ସହିତ ନ୍ୟାୟିକ ପ୍ରାଧିକରଣ ନିଯୁକ୍ତି ଏବଂ ଅପିଲ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରାଯିବ ।

ଆୟକର ବିଭାଗ/କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ରୁ ସମାନ ସ୍ତର/ପାହ୍ୟାର ବର୍ତ୍ତମାନର ପଦବୀଗୁଡ଼ିକୁ ପରିବର୍ତ୍ତିତ କରାଯାଇ ନ୍ୟାୟିକ ପ୍ରାଧିକରଣ, ନ୍ୟାୟିକ ପ୍ରାଧିକରଣ ବେଞ୍ଚ ଏବଂ ଅପିଲ ଟ୍ରିବ୍ୟୁନାଲକୁ ଅଧିକାରୀ ଏବଂ କର୍ମଚାରୀ ଯୋଗାଇ ଦିଆଯିବ ।

ଦିଲ୍ଲୀର ଜାତୀୟ ରାଜଧାନୀ ଅଂଚଳରେ ନ୍ୟାୟିକ ପ୍ରାଧିକରଣ ଏବଂ ଅପିଲ ଟ୍ରିବ୍ୟୁନାଲ ବସିବ । ନ୍ୟାୟିକ ପ୍ରାଧିକରଣର ବେଞ୍ଚଗୁଡ଼ିକ କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପ୍ରତିଷ୍ଠା ହୋଇପାରେ ଏବଂ ଏ ସଂକ୍ରାନ୍ତରେ ଆବଶ୍ୟକ ବିଜ୍ଞପ୍ତି ପ୍ରସ୍ତାବିତ ନ୍ୟାୟିକ ପ୍ରାଧିକରଣର ଅଧ୍ୟକ୍ଷକଙ୍କ ପରାମର୍ଶ ନିଆଯାଇ ଜାରି କରାଯିବ ।

ଲାଭ :

ଏହି ଅନୁମୋଦନ ଫଳରେ ନ୍ୟାୟିକ ପ୍ରାଧିକରଣଙ୍କୁ ପଠାଯାଉଥିବା ମାମଲାଗୁଡ଼ିକର ପ୍ରଭାବୀ ଏବଂ ଉତ୍ତମ ପରିଚାଳନା ସମ୍ଭବ ହୋଇପାରିବ ଏବଂ ନ୍ୟାୟିକ ପ୍ରାଧିକରଣଙ୍କ ଆଦେଶ ବିରୋଧରେ ଅପିଲ ଟ୍ରିବ୍ୟୁନାଲରେ ଦାଖଲ ହେଉଥିବା ଆବେଦନର ଦ୍ରୁତ ସମାଧାନ ହୋଇପାରିବ ।

ନ୍ୟାୟିକ ପ୍ରାଧିକରଣ ନିଯୁକ୍ତି ପିବିପିଟି ଆଇନ ଅଧୀନରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନର ପ୍ରାଥମିକ ସ୍ତରର ସମୀକ୍ଷା ଯୋଗାଇଦେବ । ସେହିପରି ଅପିଲ ଟ୍ରିବ୍ୟୁନାଲ ପ୍ରତିଷ୍ଠା ଦ୍ୱାରା ନ୍ୟାୟିକ ପ୍ରାଧିକକରଣଙ୍କ ଦ୍ୱାରା ପିବିପିଟି ଆଇନ ଅଧୀନରେ ପାସ କରାଯାଉଥିବା ଆଦେଶ ବିରୋଧରେ ଅପିଲ କରିବାର ସୁବିଧା ମିଳିପାରିବ ।

**********