ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବେଲମେଣ୍ଟ ଫୋରମ୍ ସେକ୍ରେଟାରିଏଟକୁ ସହାୟତା ନିମନ୍ତେ ଫ୍ରାନ୍ସର ନ୍ୟାସନାଲ ରିସର୍ଚ୍ଚ ଏଜେନ୍ସି ସହ ଏକ ବୁଝାମଣାକୁ ସ୍ୱୀକୃତି ମିଳିଛି । ଏହି ବୁଝାମଣା ଅନୁଯାୟୀ 2015 ଜାନୁଆରୀରୁ 2017 ଡିସେମ୍ବର ମାସ ମଧ୍ୟରେ 40 ହଜାର ୟୁରୋର ସହାୟତା ଦିଆଯିବ । 2017 ଡିସେମ୍ବର ପରେ ମଧ୍ୟ ବେଲମଂଟ ଫୋରମ୍କୁ ଆର୍ଥିକ ସହାୟତା ଜାରି ରଖିବାକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି ।
2009 ମସିହାରେ ଗଠିତ ହୋଇଥିଲା ବେଲମେଣ୍ଟ ଫୋରମ୍ । ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ ଗବେଷଣା ଏବଂ ଆନ୍ତର୍ଜାତିକ ବିଜ୍ଞାନ ପରିଷଦକୁ ସହାୟତା ସକାଶେ ଏହା ବିଶ୍ୱର ଏକ ଉଚ୍ଚସ୍ତରୀୟ ଫୋରମ୍ ।
ଭାରତ ସମେତ ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଇଉରୋପୀୟ ଦେଶ ସମୂହ, ଫ୍ରାନ୍ସ, ଜର୍ମାନୀ, ଜାପାନ, ନେଦରଲାଣ୍ଡ, ଦକ୍ଷିଣ ଆଫ୍ରିକା, ୟୁକେ ଏବଂ ଆମେରିକା ମଧ୍ୟ ବେଲମେଣ୍ଟ ଫୋରମର ସଦସ୍ୟ ଅଛନ୍ତି । 2012 ମସିହାରୁ ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରାଳୟ ଏହି ଫୋରମରେ ଭାରତର ପ୍ରତିନିଧିତ୍ୱ କରୁଛି । 2015 ଜାନୁଆରୀରୁ 2017 ଡିସେମ୍ବର ପର୍ଯ୍ୟନ୍ତ ଫ୍ରାନ୍ସ ଏହି ଫୋରମର ଆବାହକ ରହିଛି ।