ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ-ସ୍ପେନ୍ ସହଯୋଗ ଲାଗି ସ୍ୱାକ୍ଷରିତ ହୋଇଥିବା ବୁଝାମଣପତ୍ର (MoU)କୁ ମଞ୍ଜୁରି ମିଳିଛି ।
ଏହି ଏମ୍ଓୟକୁ ଭାରତ ଏବଂ ସ୍ପେନ୍ ସମ୍ପର୍କରେ ଏକ ମାଇଲ ଖୁଣ୍ଟ ଭାବେ ଗ୍ରହଣ କରାଯାଇଛି ଏବଂ ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ଭାବବିନିମୟ ଲାଗି ଅପାର ସମ୍ଭବନା ସୃଷ୍ଟି ହେବ ।