Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବୈଷୟିକ ସହଯୋଗ ଲାଗି ଭାରତ, ଫ୍ରାନ୍ସ ମଧ୍ୟରେ ଏମଓୟୁକୁ କ୍ୟାବିନେଟ ଅନୁମୋଦନ


ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବୈଷୟିକ ସହଯୋଗକୁ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ବିମାନବନ୍ଦର ପ୍ରାଧୀକରଣ (ଏଏଆଇ) ଏବଂ ଏହାର ଫ୍ରାନ୍ସ ପ୍ରତିପକ୍ଷ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ଡିଜିଏସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି ।

ଏହି ବୈଷୟିକ ସହଯୋଗ କାର୍ଯ୍ୟକ୍ରମ ଏଏଆଇ ଅଧିକାରୀଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବା ସହ ସେମାନଙ୍କୁ କୁଶଳୀ କରିପାରିବ । ଇଞ୍ଜିନିୟର, ବୈଷୟିକ କର୍ମଚାରୀ, ପରିଚାଳକ ଆଦିଙ୍କ ତାଲିମ ନିମନ୍ତେ ମଧ୍ୟ ଏହି ଏମ୍ଓୟୁ ସହାୟକ ହୋଇପାରିବ ।

**********