ପିଏମଇଣ୍ଡିଆ
ଭାରତ ଓ ବ୍ରିଟେନ ମଧ୍ୟରେ ବୌଦ୍ଧିକ ସ୍ଵତ୍ତ୍ଵାଧୀକାର ସୁରକ୍ଷା ସଂକ୍ରାନ୍ତ ସ୍ଵାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ କେନ୍ଦ୍ର କ୍ୟାବିନେଟ କାର୍ଯ୍ୟକାରୀ ହେବା ଦିନଠାରୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ୦୭.୧୧.୨୦୧୬ ଉଭୟ ରାଷ୍ଟ୍ର ମଧ୍ୟରେ ଏହି ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା । ବୌଦ୍ଧିକ ସ୍ଵତ୍ତ୍ଵାଧିକାର ସୁରକ୍ଷା ବ୍ୟବସ୍ଥାର ସ୍ଵୟଂକରଣ, ନୂତନ ପଞ୍ଜିକରଣ ଏବଂ ସୂଚନା ବ୍ୟବସ୍ଥା ଗ୍ରହଣ ସମେତ ଏହି ବ୍ୟବସ୍ଥାର ପ୍ରସାର ଓ ସରଳୀକରଣ ନିମନ୍ତେ ବୁଝାମଣାପତ୍ରରେ ସର୍ତ୍ତାବଳୀ ରହିଛି । ଏ ଦିଗରେ ଉଭୟ ରାଷ୍ଟ୍ର ପରସ୍ପରକୁ ସହଯୋଗ କରିବେ । ଏହା ବ୍ୟତୀତ ଏଥିଲାଗି ତାଲିମ, ପାରସ୍ପରିକ ବିଶେଷଜ୍ଞସ୍ତରୀୟ ଆଦାନପ୍ରଦାନ ଓ ବୈଷୟିକ ସୁବିଧା ସୁଯୋଗ ଆଦାନପ୍ରଦାନରେ ମଧ୍ୟ ସହଯୋଗ ରହିବ । ଏହାଦ୍ଵାରା ପେଟେଣ୍ଟ, ଡିଜାଇନ ଓ ଟ୍ରେଡମାର୍କ କଂଟ୍ରୋଲର ଜେନରାଲଙ୍କ କାର୍ଯ୍ୟାଳୟର ଦକ୍ଷତା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇବ ¬¬।