Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରିକ୍ସ ଆନ୍ତଃବ୍ୟାଙ୍କ ସହଯୋଗ ବ୍ୟବସ୍ଥା ଅନ୍ତର୍ଗତ ଏକ୍ସିମ ବ୍ୟାଙ୍କ ଦ୍ୱାରା କ୍ରେଡିଟ ରେଟିଂ ସମ୍ବନ୍ଧୀୟ ସହଯୋଗ ବୁଝାମଣା, ଆନ୍ତଃବ୍ୟାଙ୍କ ସ୍ଥାନୀୟ କରେନ୍ସି କ୍ରେଡିଟ ଲାଇନ ଚୁକ୍ତି ସ୍ୱାକ୍ଷର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଇଣ୍ଟର-ବ୍ୟାଙ୍କ ସ୍ଥାନୀୟ କରେନ୍ସି କ୍ରେଡିଟ ଲାଇନ ଚୁକ୍ତି ଏବଂ ବ୍ରିକ୍ସ ଇଣ୍ଟର-ବ୍ୟାଙ୍କ ସହଯୋଗ ବ୍ୟବସ୍ଥା ଅନ୍ତର୍ଗତ ଏକ୍ସିମ (ରପ୍ତାନି-ଆମଦାନୀ ବ୍ୟାଙ୍କ) ଦ୍ୱାରା କ୍ରେଡିଟ ରେଟିଂ ସମ୍ବନ୍ଧୀୟ ସହଯୋଗ ବୁଝାମଣାରେ ସ୍ୱାକ୍ଷର କରାଯିବା ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଯେ’ହେତୁ ଏହି ଚୁକ୍ତି ଏବଂ ଏମଓୟୁ ବ୍ୟାପକ ବୁଝାମଣା ଅଟେ ଏବଂ ଏହାର ସ୍ୱରୂପ ବାଧ୍ୟତାମୂଳକ ନୁହେଁ, ସେଥିପାଇଁ ଏକ୍ସିମ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀକୁ ସେମାନଙ୍କ ଫ୍ରେମୱାର୍କ ମଧ୍ୟରେ ଏକକ ଚୁକ୍ତି ଏବଂ ଉତ୍ତରଦାୟିତ୍ୱ ନିମନ୍ତେ କୌଣସି ନେଣଦେଣ ତଥା ନିଷ୍ପତ୍ତି ନେବା ଲାଗି ଅଧିକୃତ କରି ଦିଆଯାଇଛି ।

**********