Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରିକ୍ସ ନେତାଙ୍କ ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସ୍ଵାଗତ ଅଭିଭାଷଣ

ବ୍ରିକ୍ସ ନେତାଙ୍କ ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସ୍ଵାଗତ ଅଭିଭାଷଣ


ମହାମହିମ ରାଷ୍ଟ୍ରପତି ସି ଜିନପିଙ୍ଗ, ମହାମହିମ ରାଷ୍ଟ୍ରପତି ଜାକବ ଜୁମା, ମହାମହିମ ରାଷ୍ଟ୍ରପତି ମିଶେଲ ତେମେର, ମହାମହିମ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍,

ବିଶିଷ୍ଟ ପ୍ରତିନିଧିଗଣ

ଗୋଆରେ ଅଷ୍ଟମ ବ୍ରିକ୍ସ ଶିଖର ସମ୍ମିଳନୀରେ 125 କୋଟି ଭାରତୀୟଙ୍କ ସହ ମିଶି ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ସ୍ଵାଗତ କରୁଛି ।

ମୁଁ ବ୍ରିକ୍ସ ନେତାଙ୍କ ପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ସମ୍ମାନିତ । ପୂର୍ବରୁ ଆମର ଆଦାନପ୍ରଦାନ ଫଳପ୍ରଦ ରହିଛି ।

ଏହି ଅଧିବେଶନ ବ୍ରିକ୍ସ ପାଇଁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ସକ୍ରିୟ ଏଜେଣ୍ଡା ଉପରେ ପ୍ରସ୍ତୁତ ହେବା ଉଚିତ୍ ।

ଆନ୍ତଃ-ବ୍ରିକ୍ସ କାର୍ଯ୍ୟକ୍ରମର ପଦଚିହ୍ନ ସମୟ ସହ ତାଳ ଦେଇ ସମ୍ପ୍ରସାରିତ ହୋଇଛି ଯେଉଁଥିରେ ଆର୍ଥିକ ଗତିବିଧି ସାମିଲ ଅଛି ।
ଆମ ଭାଗିଦାରୀର ସମ୍ଭାବନା ଏବେ କୃଷିରୁ ଶିଳ୍ପ ଓ ନୂଆ ଚିନ୍ତା, ବାଣିଜ୍ୟରୁ ପର୍ଯ୍ୟଟନ, ପରିବେଶରୁ ଶକ୍ତି, ଫିଲ୍ମରୁ ଫୁଟବଲ, ଦକ୍ଷତା ବିକାଶରୁ ସ୍ମାର୍ଟ ସିଟି ଓ ସମାଜକୁ ସୁରକ୍ଷିତ ରଖିବା ପାଇଁ ଦୁର୍ନୀତି ଓ ଆର୍ଥିକ ଠକେଇ (Money Laundering) ବିରୋଧ ଲଢ଼େଇ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି ।

ଚଳିତବର୍ଷ ଆମେ ବ୍ରିକ୍ସକୁ ଆମର ସହର ଓ ପ୍ରଦେଶ ଏବଂ ସିଧାସଳଖ ଆମର ଲୋକଙ୍କ ବିଭିନ୍ନ ଜୀବନଶୈଳୀ ସହ ଯୋଡ଼ିଛୁ ।

ମହାମହିମଗଣ,

ଆମେ ବ୍ରିକ୍ସରେ ଆମର ଭାଗିଦାରୀର 10ବର୍ଷ ପାଳନ କରିବାକୁ ଯାଉଛୁ । ସହଭାଗିତାର ଏକ ଦଶନ୍ଧି ଦୃଢ଼ ସହଯୋଗର ଫାଇଦା ଦେଇଛି ।

ଆମେ ନିଜର ପ୍ରୟାସ ଓ ସଫଳତା ଉପରେ ଗର୍ବ କରିବାକୁ ହକଦାର ।

ନୂଆ ବିକାଶ ବ୍ୟାଙ୍କ ଓ ଆକସ୍ମିକ ଆର୍ଥିକ ବ୍ୟବସ୍ଥାର ପ୍ରତିଷ୍ଠାନ ଆମ ସଫଳତାର ସ୍ଵାକ୍ଷର ବହନ କରୁଛି ।

ନୂଆ ସୁରକ୍ଷା ଚାଲେଞ୍ଜ ଓ ଆର୍ଥିକ ଅନିଶ୍ଚିତତାର ଏକ ନୂତନ ବିଶ୍ଵରେ, ବ୍ରିକ୍ସ ଶାନ୍ତିର ସମ୍ଭାବନା ଓ ପ୍ରତିଶ୍ରୁତିର ଏକ ସେଙ୍କତ ଭାବେ ଉଭା ହୋଇଛି ।

ଆମର କାର୍ଯ୍ୟ ବିକାଶଶୀଳ ବିଶ୍ଵ ପାଇଁ ଅନେକ ଗୁରୁତ୍ଵ ବହନ କରୁଛି ।

ବିଗତ ବର୍ଷରେ ବ୍ରିକ୍ସ ପରିବର୍ତ୍ତନ ଓ ବିକାଶ ପାଇଁ ବିଶ୍ଵ ଏଜେଣ୍ଡାକୁ ଏକ ରୂପ ଦେବାରେ ସକ୍ରିୟ ଭୂମିକା ଗ୍ରହଣ କରିଛି ।

ଏଜେଣ୍ଡା 2030 ସହ ଆମର ସହଯୋଗିତା, ପ୍ୟାରିସ୍ ଜଳବାୟୁ ବୁଝାମଣା ଓ ବିକାଶ ପାଇଁ ବିତ୍ତୀୟ ପୋଷଣ ଉପରେ ଆଦିସ୍-ଆବ୍ବା କାର୍ଯ୍ୟଖସଡା ମଧ୍ୟ ଉଦ୍ଦେଶ୍ୟପୂର୍ଣ୍ଣ ଓ ଫଳପ୍ରଦ ହୋଇଛି ।

ଏବଂ ଆମେ ବିଶ୍ଵ ପ୍ରଶାସନର ଢାଂଚାକୁ ପରିବର୍ତ୍ତନ ଆଡ଼କୁ ନେବାରେ ଆଗରେ ରହିଛେ ।

ମହାମହିମଗଣ

ଯେତେବେଳେ ଆମର ଉପଲବ୍ଧ ପର୍ଯ୍ୟାପ୍ତ ଅଛି, ଆମକୁ ଆନ୍ତଃ-ବ୍ରିକ୍ସ କାର୍ଯ୍ୟକ୍ରମକୁ ସକରାତ୍ମକ ଦିଗରେ ଓ ସୁଦୁଢ଼ ଗତିରେ ଜାରି ରଖିବାର ଆବଶ୍ୟକତା ରହିଛି ।

ମୁଁ କିଛି ଚିନ୍ତାଧାରା ଆପଣମାନଙ୍କ ବିଚାର ପାଇଁ ରଖୁଛି ।

ପ୍ରଥମତଃ ବ୍ରିକ୍ସରେ ସଂସ୍ଥାଗତ ନିର୍ମାଣର ପ୍ରକ୍ରିୟାକୁ ନିଶ୍ଚିତ ଭାବେ ଏକ ଲକ୍ଷ୍ୟଯୁକ୍ତ କ୍ଷେତ୍ରରେ ଜାରି ରଖିବା ଉଚିତ୍ ।

ଯେଉଁ ସଂସ୍ଥା ଆମେ ଗଢିଛେ ତାହା ଆମ ଦେଶଗୁଡ଼ିକର ଓ ଅଂଚଳର ବିକାଶ ପାଇଁ ନିଶ୍ଚିତ ସହାୟକ ହେଉ ।

ସେଗୁଡ଼ିକୁ ଅଧିକରୁ ଅଧିକ ଆକର୍ଷକ ଓ ସ୍ଵାଧୀନ ହେବା ଉଚିତ୍ ଏବଂ ଆମର ବିକାଶର ପ୍ରାଥମିକତାକୁ ଧ୍ୟାନଦେବାକୁ ବ୍ୟାପକ ବିକଳ୍ପ ପ୍ରସ୍ତାବ ଦେଇପାରିବେ ।

ଏଥିପାଇଁ ଆମକୁ ବ୍ରିକ୍ସ କ୍ରେଡିଟ୍ ରେଟିଂ ଏଜେନ୍ସି ପ୍ରତି ବିଚାର କରିବାକୁ ପଡ଼ିବ ।

ଆହୁରି ମଧ୍ୟ ଆମକୁ ବ୍ରିକ୍ସ କୃଷି ଗବେଷଣା କେନ୍ଦ୍ର, ବ୍ରିକ୍ସ ରେଳବାଇ ଗବେଷଣା ନେଟୱାର୍କ ଓ ବ୍ରିକ୍ସ କ୍ରୀଡ଼ା ପରିଷଦ ଗଠନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ ।

ଏଥିପାଇଁ ସ୍ପଷ୍ଟ ମାନଦଣ୍ଡ ପ୍ରସ୍ତୁତ, ଢାଂଚା ସୃଷ୍ଟି, ଆମର ସାମର୍ଥ୍ୟରେ କର ଚୋରି ରୋକିବା, କଳାଟଙ୍କା ଓ ଦୁର୍ନୀତି ବିରୋଧରେ ଲଢ଼େଇ କରିବାର ଆବଶ୍ୟକତା ରହିଛି ।

ଆମର ଏଜେନ୍ସୀଗୁଡିକ ମଧ୍ୟ ସୂଚନା ଆଦାନପ୍ରଦାନ କରି ଟିକସ ଫାଙ୍କୁଥିବା ଓ ଆର୍ଥିକ ଠକେଇ (ମନି ଲଣ୍ଡ୍ରିଂ) କରୁଥିବା ବ୍ୟକ୍ତି ତଥା ସଂସ୍ଥା ବିରୋଧରେ ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରିବା ଉଚିତ୍ ।

ବିଶ୍ଵ ପ୍ରଶାସନ ଢାଂଚାକୁ ସଶକ୍ତ କରି ସେଥିରେ ବର୍ତ୍ତମାନର ବାସ୍ତବିକତାକୁ ପ୍ରତିଫଳିତ କରିବା ପାଇଁ ବ୍ରିକ୍ସ ପଦକ୍ଷେପ ନେଉ ।

ଦ୍ଵିତୀୟତଃ, ବ୍ରିକ୍ସ ମଧ୍ୟରେ ପରିମାଣରେ ପରିବର୍ତ୍ତନ, କାରବାରର ଗୁଣବତ୍ତା ଓ ନିବେଶ ସଂଯୋଗ ରହୁ ।

2015ରେ ଆନ୍ତଃ-ବ୍ରିକ୍ସ କାରବାର ପ୍ରାୟ 250 ବିଲିୟନ ଆମେରିକୀୟ ଡଲାର ରହିଥିଲା ।

2020 ସୁଦ୍ଧା ଏହି ପରିମାଣ ଦ୍ଵିଗୁଣ କରି 500 ବିଲିୟନ୍ ଡଲାରକୁ ବଢାଇବା ପାଇଁ ଆମେ ଲକ୍ଷ୍ୟଧାର୍ଯ୍ୟ କରିବା ଉଚିତ୍ ।

ଏଥିପାଇଁ ସମସ୍ତ 5ଟି ରାଷ୍ଟ୍ରକୁ ନିଜର ବ୍ୟବସାୟିକ ଓ ଉଦ୍ୟୋଗ ଗତିବିଧିକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି ।

ଏବଂ ଏହି ପ୍ରକ୍ରିୟା ପୂରଣ ପାଇଁ ସରକାର ସୁବିଧା କରାଇବେ । ଆମର ଟିକସ ଓ ବହିର୍ଶୁଳ୍କ ସହଯୋଗର ଢାଂଚା କ୍ଷେତ୍ରରେ ଚୁକ୍ତିର ଭଲ ଆରମ୍ଭ ହୋଇଛି ।

ବ୍ରିକ୍ସ ବାଣିଜ୍ୟ ମେଳା ଓ ପ୍ରଦର୍ଶନୀ ଏବେ ନୂଆଦିଳ୍ଲୀରେ ଶେଷ ହୋଇଛି ଯାହା ବାଣିଜ୍ୟ ଆଦାନପ୍ରଦାନର ନିୟମିତ ମଞ୍ଚ ପାଲଟିବ ।

ଏବଂ ବ୍ରିକ୍ସ ନୂଆ ବିକାଶ ବ୍ୟାଙ୍କ ନିଶ୍ଚିତ ଭାବେ ଏହି ଉଦ୍ଦେଶ୍ୟକୁ ପୂରଣରେ ସକ୍ରିୟ ଭୂମିକା ତୁଲାଇ ସହାୟକ ହେବ ।

ଏହା ଆମର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଆନ୍ତର୍ଜାତିକ ମୂଲ୍ୟବୋଧ ଦେଇ ଏକୀକୃତ କରିବାରେ ସହାୟକ ହେବ । ଆମେ ମଧ୍ୟ ଦୋହା ବିକାଶ ପର୍ଯ୍ୟାୟ ଓ ଡ଼ବ୍ଲ୍ୟଟିଓର କେନ୍ଦ୍ରୀୟ ଭୂମିକାକୁ ସଂରକ୍ଷିତ ରଖିବାକୁ ନିବିଡ଼ ସହଯୋଗ ଦେବା ।

ଏସବୁ ସହ ଆମକୁ ଜି-20, ଡ଼ବ୍ଲ୍ୟଟିଓ ଓ ଅନ୍ୟ କ୍ଷେତ୍ରରେ ନିଜର ସହଯୋଗ ସଂଯୋଜନାକୁ ବୃଦ୍ଧି କରିବାକୁ ପଡ଼ିବ ।

ବ୍ୟବସାୟିକ ଓ ସେବା ସୁବିଧା ଚୁକ୍ତି ପାଇଁ ଏକ ପ୍ରସ୍ତାବ ଡବ୍ଲ୍ୟୁଟିଓରେ ଭାରତ ପକ୍ଷରୁ ଦିଆଯାଇଛି ।

ଏଥିରେ ବିକାଶଶୀଳ ରାଷ୍ଟ୍ର ପାଇଁ ସେବାଗୁଡ଼ିକର ଉଦାରୀକରଣ ଓ ବ୍ୟାପର ଲାଭକୁ ଅଧିକ କରିବା ପାଇଁ କୁହାଯାଇଛି ।

ଏହି ପ୍ରସ୍ତାବ ପାଇଁ ବ୍ରିକ୍ସର ସୁଦୃଢ ସହଯୋଗରେ ଆମର ମିଳିତ ଆର୍ଥିକ ସ୍ଵାର୍ଥ ରହିଛି ।

ତୃତୀୟତଃ, ଆମର ଅର୍ଥ ବ୍ୟବସ୍ଥାର ପରିବର୍ତ୍ତନର ପ୍ରମୁଖ ପ୍ରାଥମିକତା ଉପରେ ଧ୍ୟାନକେନ୍ଦ୍ରିତ କରିବା ।

ସହରୀକରଣ, ଭିତ୍ତିଭୂମି ଓ ନୂଆ ଉଦ୍ଭାବନ ସହ ବ୍ରିକ୍ସ ଅର୍ଥବ୍ୟବସ୍ଥାର ପ୍ରମୁଖ କ୍ଷେତ୍ରକୁ ପ୍ରତିନିଧିତ୍ଵ କରୁଛି ।

ଭାରତର ଅଧ୍ୟକ୍ଷତାରେ ଆମେ ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ ସିଟି, ସହରୀକରଣ ଓ ଆମର ସହର ମଧ୍ୟରେ ସହଯୋଗ ଉପରେ ଗୁରୁତ୍ଵ ଦେଇଛୁ ।

ପରବର୍ତ୍ତୀ ବିଲିଅନ୍ ଇଂଟରନେଟ୍ ଉପେଯାଗକାରୀ ବିକାଶୋନ୍ମୁଖି ବଜାରରୁ ଆସିବେ ।

ଆମର ସହଯୋଗ ଆମ ଅର୍ଥ ବ୍ୟବସ୍ଥାର ମୂଳ ଢାଂଚାକୁ ସୁଯୋଗରେ ପରିବର୍ତ୍ତନ ପାଇଁ ନିଶ୍ଚିତ ସହାୟକ ହେବ ।

ଚତୁର୍ଥ, ଆମ ସମାଜର ସୁରକ୍ଷା –

ଏବେ ଆମେ ଯେଉଁ ବିଶ୍ଵରେ ବାସ କରୁଛୁ, ସୁରକ୍ଷା ଓ ଆତଙ୍କବାଦର ମୁକାବିଲାରେ ସହଯୋଗ ଜରୁରୀ ହୋଇପଡ଼ିଛି ଯଦି ଆମେ ଆମର ନାଗରିକଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ ଚାହୁଁଛୁ ।

ଆମର ବିକାଶ ଓ ଆର୍ଥିକ ସମୃଦ୍ଧିରେ ଆତଙ୍କବାଦ ଏକ ଲମ୍ବା ଛାଇ ହୋଇ ରହିଛି ।

ଏହା ଏବେ ବିଶ୍ଵସ୍ତରରେ ପହଂଚିଲାଣି । ଏହା ପ୍ରଯୁକ୍ତିବିଦ୍ୟାର ଉପଯୋଗରେ ଅଧିକ ଘାତକ ଓ ନିପୁଣ ହୋଇଯାଇଛି ।

ଆତଙ୍କବାଦ ପ୍ରତି ଆମେ ନିଶ୍ଚିତ ପ୍ରତିକ୍ରିୟାଶୀଳ ହେବା, ତେଣୁ ବିସ୍ତୃତ ଛଡ଼ା କମ୍ ନୁହେଁ ।

ଏବଂ ଆମକୁ ଉଭୟ ବ୍ୟକ୍ତିଗତ ଓ ସାମୁହିକ ଭାବେ କାର୍ଯ୍ୟ କରିବାକୁ ପଡ଼ିବ । ଆତଙ୍କବାଦ ବ୍ୟକ୍ତି ଓ ସଂଗଠନ ପ୍ରତି ରଚନାତ୍ମକ ଆଭିମୁଖ୍ୟ ନା କେବଳ ବ୍ୟର୍ଥ ବରଂ ଏହା ମୁକାବିଲାକୁ ପ୍ରତିହତ କରୁଛି ।

ତେଣୁ କୃତ୍ରିମ ଓ ସ୍ଵୟଂ ସେବା କ୍ଷେତ୍ର ଆଧାରିତ ପାର୍ଥକ୍ୟ କରାଯିବା ଉଚିତ୍ ।

ଆତଙ୍କବାଦ ଗତିବିଧି ପାଇଁ ବ୍ୟକ୍ତି ଓ ସଂଗଠନରେ ଦାୟୀଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ କରିବାର ଆଧାର ହେବା ଉଚିତ୍ ।

ଆତଙ୍କବାଦୀଙ୍କୁ ପାଣ୍ଠି, ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣ, ପ୍ରଶିକ୍ଷଣ ଓ ରାଜନୀତିକ ସହାୟତା ନିଶ୍ଚିତ ଭାବେ ବ୍ୟବସ୍ଥିତ ଢଙ୍ଗରେ ବନ୍ଦ ହେବା ଉଚିତ୍ ।

ଏଥିପାଇଁ ଆମକୁ ଆମର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କ ମଧ୍ୟରେ ସୁରକ୍ଷା ସହଯୋଗକୁ ନିବିଡ଼ କରିବାର ଆବଶ୍ୟକତା ରହିଛି ।

ଆନ୍ତର୍ଜାତିକ ଆତଙ୍କବାଦକୁ ନେଇ ପ୍ରସ୍ତୁତ ବିସ୍ତୃତ ଚିଠା ନୀତି ଶୀଘ୍ର ଗୃହିତ ହେବା ଦ୍ଵାରା ଏହାର ମୁକାବିଲା ପାଇଁ ସଂକଳ୍ପର ଅଭିବ୍ୟକ୍ତ ହେବ ।

ପଂଚମତଃ, ବ୍ରିକ୍ସରେ ଜୀବିକା ନିର୍ବାହ ପାଇଁ ଲୋକଙ୍କ ମଧ୍ୟରେ ଆଦାନପ୍ରଦାନ ।

ଏହା ଆମର ଭାଗିଦାରକୁ ଜୀବନ୍ତ ଓ ସମୃଦ୍ଧ କରିବ । ଆମେ ଚଳିତବର୍ଷ ଏହି ଲକ୍ଷ୍ୟକୁ ଉଜାଗର କରିବାକୁ ଚାହୁଁଛୁ ।

ବ୍ରିକ୍ସ ଫିଲ୍ମ ମହୋତ୍ସବ, ବାଣିଜ୍ୟ ମେଳା, ଆତଙ୍କବାଦ ମୁକାବିଲା ନୀତି, କ୍ରୀଡ଼ା ପରିଷଦ, ଫୁଟବଲ ପ୍ରତିଯୋଗିତା ଓ ଅନ୍ୟ ଗତିବିଧି ଆମର ଲକ୍ଷ ଲକ୍ଷ ଯୁବ ହିତାଧିକାରୀଙ୍କ ପାଇଁ ସହାୟକ ହେବ । ଯାହା ଆମର ଭାଗିଦାରୀକୁ ନିଶ୍ଚିତ ଭାବେ ଆଗେଇ ନେବ ।

ମହାମହିମଗଣ

ସୁଦୃଢ଼, ନିବିଡ଼ ଓ ଜୀବନ୍ତ ବ୍ରିକ୍ସ ସମୁଦାୟ ପାଇଁ ବ୍ରିକ୍ସ ନେତାମାନଙ୍କର ଆଭିମୁଖ୍ୟକୁ ଶୁଣିବା ପାଇଁ ମୁଁ ଉତ୍ସୁକ ।

ଆପଣମାନେ ଧ୍ୟାନ ଦେଇଥିବାରୁ ଧନ୍ୟବାଦ,

ଧନ୍ୟବାଦ ।

*****