ପିଏମଇଣ୍ଡିଆ
ମହାମହିମ ରାଷ୍ଟ୍ରପତି ଜି ଜିନପିଙ୍ଗ,
ମହାମହିମ ରାଷ୍ଟ୍ରପତି ଜାକବ୍ ଜୁମା,
ମହାମହିମ ରାଷ୍ଟ୍ରପତି ମିଶେଲ ତେମେର,
ମହାମହିମ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ,
ବ୍ରିକ୍ସ ବାଣିଜ୍ୟ ପରିଷଦର ସମ୍ମାନୀୟ ସଦସ୍ୟଗଣ
ବ୍ରିକ୍ସ ବାଣିଜ୍ୟ ପରିଷଦ ସହ ଏହି ବୈଠକକୁ ଆପଣମାନଙ୍କୁ ସ୍ଵାଗତ କରି ମୋତେ ଅତ୍ୟନ୍ତ ଖୁସି ଲାଗୁଛି ।
ପରିଷଦରେ ଆମ ଦେଶଗୁଡ଼ିକ ମଧ୍ୟରେ ସମ୍ପୂର୍ଣ୍ଣ ଆର୍ଥିକ ବିବିଧତା ଓ ବାଣିଜ୍ୟ ଗତିବିଧିର ନିବିଡ଼ତା ପ୍ରତିଫଳିତ ହେଉଛି ।
ଦାୟିତ୍ଵବାନ ଓ ସାମୁହିକ ସମାଧାନ ମାଧ୍ୟମରେ ସାମଗ୍ରିକ ଅର୍ଥବ୍ୟବସ୍ଥା ଗଠନ ପାଇଁ ବ୍ରିକ୍ସ ଏଜେଣ୍ଡାରେ ସେମାନଙ୍କର ଯୋଗଦାନକୁ ମୁଁ ଧନ୍ୟବାଦ ଜଣାଉଛି ।
ମହାମହିମଗଣ ଓ ବନ୍ଧୁମାନେ
ଆର୍ଥିକ ଓ ବ୍ୟବସାୟିକ ଗତିବିଧିକୁ ପ୍ରୋତ୍ସାହିତ କରିବା ହେଉଛି ବ୍ରିକ୍ସ ଗଠନର ମୌଳିକ ଭାବାବେଗ । ତେଣୁ ଡରବାନରେ ଏହା ସ୍ଥାପନା ହେବାର 3ବର୍ଷ ପରେ ଆମେ ବ୍ରିକ୍ସ ବାଣିଜ୍ୟ ପରିଷଦକୁ ସୁସ୍ଥ ଆକାର ଦେଖି ପ୍ରୋତ୍ସାହିତ କରୁଛୁ ।
ବ୍ରିକ୍ସ ଭିତରେ ଆମର ବ୍ୟବସାୟିକ ସମୁଦାୟମାନେ ନିବିଡ଼ ଓ ଦ୍ରୁତ ବାଣିଜ୍ୟିକ ଗତିବିଧି ପାଇଁ ସୁଦୃଢ଼ ସହେଯାଗୀ ।
ସେମାନଙ୍କର ଭାଗିଦାରୀ ଆମ ସମାଜର ସମ୍ବଳ ଓ ମୂଲ୍ୟବୋଧକୁ ସୃଷ୍ଟି କରିଛି ଏବଂ ପ୍ରଯୁକ୍ତିବିଦ୍ୟାରେ ନୂଆ କୌଶଳ ଓ ଅତିରିକ୍ତ ସାମର୍ଥ୍ୟ ମାଧ୍ୟମରେ ଆମ ଅର୍ଥ ବ୍ୟବସ୍ଥାରେ ଉତ୍ପାଦକତା ବୃଦ୍ଧି ଓ ନିଯୁକ୍ତି ସୃଷ୍ଟି କରିଛି ।
ଏହି ଭିଜନକୁ ପ୍ରଶଂସା କରୁଛି ଓ ମୁଁ ଏହି ଲକ୍ଷ୍ୟର ଅଂଶ ମଧ୍ୟ ।
ମହାମହିମଗଣ
ଭାରତରେ ଆମେ ଗତ ଦୁଇବର୍ଷ ଭିତରେ ଶାସନକୁ ସରଳ ଓ ସୁବ୍ୟବସ୍ଥିତ କରିବାକୁ ଅନେକ ସଂସ୍କାର ଆଣିଛୁ, ବିଶେଷକରି ଭାରତରେ ବ୍ୟବସାୟ ପାଇଁ ।
ଏହାର ପରିଣାମ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ।
ଏଭଳି ପ୍ରଦର୍ଶନକୁ ମାପିବା ପାଇଁ ଆମେ ପ୍ରାୟତଃ ସମସ୍ତ ବିଶ୍ଵ ସୂଚକାଙ୍କକୁ ଆପଣାଇଛୁ ।
ଆମେ ଭାରତକୁ ବିଶ୍ଵର ସବୁଠୁ ଖୋଲା ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏରେ ପରିବର୍ତ୍ତନ କରାଇଛୁ ।
ଅଭିବୃଦ୍ଧି ସୁଦୃଢ଼ ଅଛି ଓ ଏହି ଗତିକୁ ଜାରି ରଖିବାକୁ ଆମେ ପଦକ୍ଷେପ ନେଉଛୁ ।
ମୁଁ ଖୁସି ଯେ ବ୍ରିକ୍ସ ବାଣିଜ୍ୟ ପରିଷଦ ମଧ୍ୟ ସରଳ ବ୍ୟବସାୟ ବ୍ୟବସ୍ଥା (Ease of doing business), ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା, ଦକ୍ଷତା ବିକାଶକୁ ପ୍ରୋତ୍ସାହନ, ନିର୍ମାଣ-ଯୋଗାଣ ଚେନ୍ ସ୍ଥାପନ ଓ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଉଛି ।
ବ୍ରିକ୍ସ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟର ସମ୍ପ୍ରସାରଣ ଓ ବ୍ୟବସାୟ ପାଇଁ ଅଧିକ ପ୍ରତିଶ୍ରୁତି ପାଇଁ ପରିଷଦ କାର୍ଯ୍ୟ କରୁଛି ।
ମହାମହିମଗଣ
ନୂଆ ବିକାଶ ବ୍ୟାଙ୍କ ଏବେ ପୂର୍ଣ୍ଣ କାର୍ଯ୍ୟକ୍ଷମ । ଏହାର ସଫଳତା ଆମର ମିଳିତ ପ୍ରୟାସର ଏକ ଠୋସ୍ ପରିଣାମ ।
ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ଆରମ୍ଭ ପାଇଁ ଆମେ ନୂତନ ବିକାଶ ବ୍ୟାଙ୍କ (ଏନଡିବି) ଓ ଏହାର ପରିଚାଳନାକୁ ଅଭିନନ୍ଦନ ଜଣାଉଛି ।
ସ୍ଵଚ୍ଛ ଶକ୍ତି, ସବୁଜ ଓ ସ୍ଥାୟୀ ଭିତ୍ତିଭୂମିକୁ ଏନଡିବି ପ୍ରାଥମିକତା ଦେଉଛି ।
ଆମେ ଏହାକୁ ସ୍ଵାଗତ କରୁଛୁ ।
ସମୃଦ୍ଧ ଆର୍ଥିକ ପ୍ରକଳ୍ପକୁ କାର୍ଯ୍ୟକାରୀ ଓ ଚିହ୍ନଟ କରିବା ପାଇଁ ଏନଡିବି ସହ ବ୍ରିକ୍ସ ବାଣିଜ୍ୟ ପରିଷଦ ନିବିଡ଼ ଭାବେ କାର୍ଯ୍ୟ କରିବାକୁ ଆମେ ପ୍ରୋତ୍ସାହିତ କରିଛୁ ।
ସମସ୍ତ ସଦସ୍ୟ ରାଷ୍ଟ୍ରର ସକ୍ରିୟ ସହଯୋଗରେ ଦୁଇଦିନ ପୂର୍ବରୁ ନୂଆଦିଲ୍ଲୀରେ ଭାରତ ପ୍ରଥମ ବ୍ରିକ୍ସ ବାଣିଜ୍ୟ ମେଳାର ଆୟୋଜନ କରିଛି ।
ଏଭଳି ଗତିବିଧିକୁ ବୃହତର ବାଣିଜ୍ୟିକ ସଚେତନତା ଓ ବ୍ୟବସାୟିକ ଆଦାନପ୍ରଦାନ ପାଇଁ ନିଶ୍ଚିତ ଭାବେ ପ୍ରୋତ୍ସାହନ କରାଯିବା ଉଚିତ୍ ।
ମହାମହିମଗଣ
ସରକାର ଭାବେ ମୁଁ କିଛି କହି ନିଜର କଥା ସମାପ୍ତ କରିବି । ଆମର ମିଳିତ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମେ ବ୍ରିକ୍ସ ବାଣିଜ୍ୟ ପରିଷଦରେ ଭରସାର ସହ କାମ କରିବାକୁ ଚାହୁଁଛୁ ।
ପାରସ୍ପରିକ ବାଣିଜ୍ୟକୁ ସୁଦୃଢ କରିବା
ବାଣିଜ୍ୟ ସୁଯୋଗକୁ ପ୍ରୋତ୍ସାହନ
ନିବେଶ ସଂଯୋଗ ସ୍ଥାପନ
ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହନ ଓ
ବ୍ରିକ୍ସ କାବାରରେ ଥିବା ପ୍ରତିବନ୍ଧକକୁ ଦୂର କରିବା ।
କିଛି ସମୟ ମଧ୍ୟରେ ଆମେ ବ୍ରିକ୍ସ ବାଣିଜ୍ୟ ପରିଷଦ ଓ ଏନଡିବି ନେତୃତ୍ଵଙ୍କଠାରୁ ଶୁଣିବା ।
ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ।
Spoke on the rich potential of economic cooperation between BRICS nations at the @BRICS2016 Business Council Meet. https://t.co/3hSDJRDR3p
— Narendra Modi (@narendramodi) October 16, 2016
Highlighted reforms undertaken by India in last 2 years to make business easier & make India one of the most open economies in the world.
— Narendra Modi (@narendramodi) October 16, 2016
BRICS Business Council has a key role in strengthening trade & business opportunities, building investment linkages & promoting innovation.
— Narendra Modi (@narendramodi) October 16, 2016