ପିଏମଇଣ୍ଡିଆ

ମହାମାନ୍ୟ,
ବ୍ରିକ୍ସ ବାଣିଜ୍ୟ ମଞ୍ଚର ସମ୍ମାନନୀୟ ପ୍ରତିନିଧିଗଣ,
ନମସ୍କାର,
ଶୁଭ ସନ୍ଧ୍ୟା ।
ବ୍ରିକ୍ସ ବାଣିଜ୍ୟ ମଞ୍ଚରେ ଅଂଶଗ୍ରହଣ କରିଥିବାରୁ ମୁଁ ଆନନ୍ଦିତ । ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ କାର୍ଯ୍ୟକ୍ରମର ଆରମ୍ଭ ଏହି ମଞ୍ଚ ମାଧ୍ୟମରେ ହୋଇଛି । ବାଣିଜ୍ୟକୁ ପ୍ରାଥମିକତା ଦେଇଥିବାରୁ ମୁଁ ବ୍ରାଜିଲ ରାଷ୍ଟ୍ରପତି, ଏହି ମଞ୍ଚର ଆୟୋଜକ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଉଛି ।
ବନ୍ଧୁଗଣ,
ବିଶ୍ଵର ଆର୍ଥିକ ଅଭିବୃଦ୍ଧିରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର 50 ପ୍ରତିଶତ ଯୋଗଦାନ ରହିଛି । ବିଶ୍ଵରେ ମାନ୍ଦାବସ୍ଥା ଥିବା ସତ୍ଵେ ବ୍ରିକ୍ସ ରାଷ୍ଟ୍ରଗୁଡିକ ଆର୍ଥିକ ବିକାଶରେ ସହଯୋଗ କରିଛନ୍ତି, କୋଟି କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛନ୍ତି ଏବଂ ପ୍ରଯୁକ୍ତି ତଥା ନବସୃଜନ କ୍ଷେତ୍ରରେ ନୂତନ ସଫଳତାମାନ ପ୍ରାପ୍ତ କରିଛନ୍ତି । ଏବେ ବ୍ରିକ୍ସ ପ୍ରତିଷ୍ଠାର 10 ବର୍ଷ ପରେ, ଭବିଷ୍ୟତରେ ଆମର ପ୍ରୟାସର ଦିଗ ଉପରେ ବିଚାର କରିବା ଲାଗି ଏହା ପ୍ରକୃଷ୍ଟ ମଞ୍ଚ ।
ବନ୍ଧୁଗଣ,
ଆନ୍ତଃ-ବ୍ରିକ୍ସ ବ୍ୟବସାୟକୁ ସହଜ କରିବା ଦ୍ଵାରା ପାରସ୍ପରିକ ବ୍ୟବସାୟ ଓ ନିବେଶ ବୃଦ୍ଧି ପାଇବ । ଆମ 5ଟି ରାଷ୍ଟ୍ର ମଧ୍ୟରେ ଟିକସ ଓ ସୀମା ଶୁଳ୍କ ପ୍ରକ୍ରିୟା ଦିନକୁ ଦିନ ସରଳ ହୋଇ ଚାଲିଛି । ବୌଦ୍ଧିକ ସମ୍ପତ୍ତି ଅଧିକାର ଏବଂ ବ୍ୟାଙ୍କଗୁଡିକ ମଧ୍ୟରେ ସହଯୋଗ ଦ୍ଵାରା ବ୍ୟବସାୟିକ ପରିବେଶ ସହଜ ହେଉଛି । ବ୍ରିକ୍ସ ବ୍ୟବସାୟ ମଞ୍ଚକୁ ମୋର ଅନୁରୋଧ ଯେ, ଏହା ଏପରି ସୁଯୋଗର ସଂପୂର୍ଣ୍ଣ ଲାଭ ଉଠାଇବା ଲାଗି ଜରୁରୀ ବ୍ୟବସାୟିକ ପଦକ୍ଷେପର ଅଧ୍ୟୟନ କରୁ ।
ଆନ୍ତଃ-ବ୍ରିକ୍ସ ବ୍ୟବସାୟ ଏବଂ ନିବେଶର ଲକ୍ଷ୍ୟ ଆହୁରି ମହାତ୍ୱାକାଂକ୍ଷୀ ହେବା ଉଚିତ । ଆମ ଭିତରେ ବ୍ୟବସାୟର ଖର୍ଚ୍ଚକୁ ଆହୁରି କମାଇବା ଲାଗି ଆପଣମାନଙ୍କ ପରାମର୍ଶ ଉପଯୋଗୀ ସାବ୍ୟସ୍ତ ହେବ ।
ମୁଁ ଏହି ଅନୁରୋଧ ମଧ୍ୟ କରିବାକୁ ଚାହିଁବି ଯେ, ଆଗାମୀ 10 ବର୍ଷ ପାଇଁ ଆମ ଭିତରେ ବ୍ୟବସାୟର ପ୍ରାଥମିକ କ୍ଷେତ୍ର ଚିହ୍ନଟ କରାଯାଉ ଏବଂ ଏହାର ଆଧାରରେ ଆନ୍ତଃ-ବ୍ରିକ୍ସ ସହଯୋଗର ବ୍ଲୁ ପ୍ରିଣ୍ଟ ତିଆରି ହେଉ ।
ବନ୍ଧୁଗଣ,
ଆମର ବଜାର ଆକାର, ବିବିଧତା ଏବଂ ଆମର ଅନୁପୂରକତା ପରସ୍ପର ପାଇଁ ଅତ୍ୟନ୍ତ ଲାଭଦାୟକ । ଉଦାହରଣ ସ୍ୱରୂପ ଯଦି ଗୋଟିଏ ବ୍ରିକ୍ସ ଦେଶ ପାଖରେ ପ୍ରଯୁକ୍ତି ରହିଛି ତ ଅନ୍ୟ ଦେଶ ପାଖରେ ତା’ସହିତ ଜଡିତ କଞ୍ଚା ମାଲ କିମ୍ବା ବଜାର ଅଛି । ବୈଦ୍ୟୁତିକ ବାହନ, ଡିଜିଟାଲ ପ୍ରଯୁକ୍ତି, ସାର, କୃଷି ଉତ୍ପାଦ, ଖାଦ୍ୟ ପ୍ରକ୍ରିୟାକାରଣ ଆଦିରେ ଏପରି ସମ୍ଭାବନା ବିଶେଷ ଭାବେ ରହିଛି । ମୁଁ ମଞ୍ଚକୁ ଅନୁରୋଧ କରିବାକୁ ଚାହିଁବି ଯେ, ଏହା ସମସ୍ତ 5ଟି ଦେଶରେ ଏପରି ଅନୁପୂରକତାକୁ ସନ୍ଧାନ କରୁ । ପରବର୍ତ୍ତୀ ବ୍ରିକ୍ସ ଶିଖର ସମ୍ମିଳନୀ ବେଳକୁ ଏପରି ଅତି କମରେ 5ଟି କ୍ଷେତ୍ର ଚିହ୍ନଟ କରିବା ଲାଗି ପରାମର୍ଶ ଦେବି, ଯେଉଁଥିରେ ଅନୁପୂରକତା ଆଧାରରେ ଆମ ଭିତରେ ଯୌଥ ଉଦ୍ୟମ ପ୍ରତିଷ୍ଠା ହୋଇପାରିବ ।
ବନ୍ଧୁଗଣ,
ବ୍ରିକ୍ସ ଦେଶ ନିଜ ଲୋକମାନଙ୍କର ପ୍ରତିଭା, ପରିଶ୍ରମ ଓ ସୃଜନଶୀଳତା ପାଇଁ ସୁପ୍ରସିଦ୍ଧ । ଆସନ୍ତାକାଲି ଶିଖର ସମ୍ମିଳନୀ ଅବସରରେ ନବୋନ୍ମେଷ ବ୍ରିକ୍ସ ନେଟୱାର୍କ ଏବଂ ବ୍ରିକ୍ସ ଭବିଷ୍ୟତ ନେଟୱାର୍କ ସଂସ୍ଥାନ ଭଳି ଗୁରୁତ୍ଵପୂର୍ଣ୍ଣ ପ୍ରୟାସ ଉପରେ ବିଚାର ବିମର୍ଶ କରାଯିବ । ମାନବସମ୍ବଳ ଉପରେ କେନ୍ଦ୍ରିତ ଏହି ପ୍ରୟାସ ସହ ଯୋଡିହେବାଲାଗି ମୁଁ ଘରୋଇ କ୍ଷେତ୍ରକୁ ଅନୁରୋଧ କରୁଛି । ଯୁବ ଉଦ୍ୟମୀମାନଙ୍କୁ ଏହି ପ୍ରୟାସ ସହ ଯୋଡିବା ବ୍ୟବସାୟ ଏବଂ ନବୋନ୍ମେଷକୁ ଆହୁରି ଶକ୍ତି ଦେବ ।
ବନ୍ଧୁଗଣ,
ଆମ ଦେଶଗୁଡିକରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ରୋଜଗାରୀ ଲୋକଙ୍କ ଯାତାୟାତରେ ଆହୁରି ସୁଗମ ହେବାର ସମ୍ଭାବନା ରହିଛି । ଭାରତୀୟଙ୍କୁ ଭିସା ମୁକ୍ତ ପ୍ରବେଶର ନିଷ୍ପତ୍ତି ଲାଗି ମୁଁ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଉଛି । ଆମେ 5 ଦେଶ ପରସ୍ପର ସାମାଜିକ ସୁରକ୍ଷା ରାଜିନାମା ଉପରେ ମଧ୍ୟ ବିଚାର କରିବା ଦରକାର ।
ବନ୍ଧୁଗଣ,
ବ୍ୟବସାୟରେ ସୁଗମତା, ମାଲ ପରିବହନ ଏବଂ ବୈଶ୍ୱିକ ନବୋନ୍ମେଷ ସୂଚକାଙ୍କରେ ଭାରତର ନିରନ୍ତର ପ୍ରଗତି ସହିତ ଆପଣମାନେ ପରିଚିତ । ସମୟର ସ୍ୱଳ୍ପତା ହେତୁ ମୁଁ କହିବାକୁ ଚାହେଁ ଯେ, ଭାରତରେ ରାଜନୈତିକ ସ୍ଥିରତା, ପୂର୍ବାନୁମାନ ଯୋଗ୍ୟ ନୀତି ଏବଂ ବ୍ୟବସାୟ କ୍ଷେତ୍ରରେ ସୁଧାର ଯୋଗୁଁ ଭାରତ ବିଶ୍ଵର ସବୁଠାରୁ ମୁକ୍ତ ଏବଂ ନିବେଶ ଅନୁକୂଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । 2024 ସୁଦ୍ଧା ଭାରତ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବ । କେବଳ ଭିତ୍ତିଭୂମି କ୍ଷେତ୍ରରେ 1.5 ଟ୍ରିଲିୟନ ଡଲାର ନିବେଶର ଆବଶ୍ୟକତା ରହିଛି ।
ଭାରତରେ ଅପାର ସମ୍ଭାବନା ରହିଛି । ଏହାର ଲାଭ ଉଠାଇବା ପାଇଁ ମୁଁ ବ୍ରିକ୍ସ ରାଷ୍ଟ୍ରସମୂହର ବ୍ୟବସାୟୀମାନଙ୍କୁ ଆହ୍ଵାନ କରୁଛି ଯେ, ସେମାନେ ଭାରତରେ ନିଜର ଉପସ୍ଥିତି ସୃଷ୍ଟି କରନ୍ତୁ ଏବଂ ନିବେଶ ବୃଦ୍ଧି କରନ୍ତୁ ।
ବହୁତ ବହୁତ ଧନ୍ୟବାଦ ।
***
BRICS Business Forum- विश्व की आर्थिक वृद्धि में ब्रिक्स देशों का हिस्सा 50% है। विश्व में मंदी के बावजूद, ब्रिक्स देशों ने आर्थिक विकास को गति दी, करोड़ों लोगों को गरीबी से निकाला और Technology तथा Innovation में नई सफलताएँ हासिल कीं: PM @narendramodi pic.twitter.com/3JNwANoNN5
— PMO India (@PMOIndia) November 13, 2019
Intra-BRICS व्यापार और निवेश के targets और महत्वाकांक्षी होने चाहिए।हमारे बीच व्यापार की लागत को और कम करने के लिए आपके सुझाव उपयोगी होंगे: PM @narendramodi pic.twitter.com/aTFj2L1iSY
— PMO India (@PMOIndia) November 13, 2019
मैं यह सुझाव भी देना चाहूंगा कि अगले ब्रिक्स समिट तक ऐसे कम-से-कम पाँच क्षेत्रों की पहचान की जाये, जिनमें पूरकताओं के आधार पर हमारे बीच Joint Ventures बन सकते हैं: PM @narendramodi pic.twitter.com/XrHGHMj4iP
— PMO India (@PMOIndia) November 13, 2019
कल समिट के दौरान innovation BRICS Network, और BRICS Institution for Future Network जैसे महत्वपूर्ण initiatives पर विचार किया जाएगा।Private sector से मेरा अनुरोध है कि वे human resources पर केन्द्रित इन प्रयासों से जुड़ें: PM @narendramodi pic.twitter.com/tPdAJPql5M
— PMO India (@PMOIndia) November 13, 2019
हम पांच देशों को परस्पर Social Security Agreement पर भी विचार करना चाहिए: PM @narendramodi pic.twitter.com/fDEIUvZhkG
— PMO India (@PMOIndia) November 13, 2019
भारत Political Stability, Predictable Policy और Business Friendly Reforms के कारण दुनिया की सबसे open और investment friendly economy है: PM @narendramodi pic.twitter.com/p3S8vxSrou
— PMO India (@PMOIndia) November 13, 2019