Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମାଜିକ ଓ ଶ୍ରମ କ୍ଷେତ୍ରରେ ସହଯୋଗ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ମଧ୍ୟରେ ସାମାଜିକ ଏବଂ ଶ୍ରମ କ୍ଷେତ୍ରରେ ସହଯୋଗ ଚୁକ୍ତିକୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି । ଏହି ଦେଶଗୁଡ଼ିକ ମଧ୍ୟରେ 3 ଅଗଷ୍ଟ, 2018ରେ ବ୍ରିକ୍ସ ଦେଶର ଶ୍ରମ ଏବଂ ରୋଜଗାର ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଏକ ବୁଝାମଣା (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା ।

ବିବରଣୀ :

ବୁଝାମଣା ଜରିଆରେ ଭାରତ ସମେତ ସମସ୍ତ ପ୍ରତିଭାଗୀ ରାଷ୍ଟ୍ର ଶ୍ରମ ଆଇନ ପ୍ରସ୍ତୁତ କରିବା ଏବଂ ସେଗୁଡ଼ିକୁ ଲାଗୁ କରିବା ଏବଂ ଅସୁରକ୍ଷିତ ଶ୍ରମିକବର୍ଗଙ୍କ ପ୍ରତି ବିଶେଷ ଧ୍ୟାନ ରଖି ସମସ୍ତ ଶ୍ରମିକମାନଙ୍କ ଅଧିକାରକୁ ସୁରକ୍ଷା ଦେବା, ନିଯୁକ୍ତି ଏବଂ ଶ୍ରମ ବଜାର ନୀତି, ରୋଜଗାର ଉନ୍ମୁଖ ଶିକ୍ଷା, ଦକ୍ଷତା ବିକାଶ ଏବଂ ତାଲିମ ତଥା ସାମାଜିକ ସୁରକ୍ଷା କ୍ଷେତ୍ରରେ ଆପୋସ ସହଯୋଗ ପ୍ରତି ସହମତି ବ୍ୟକ୍ତ କରିଥିଲେ । ସଦସ୍ୟ ରାଷ୍ଟ୍ର ସାମାଜିକ ସୁରକ୍ଷା ଏବଂ ଶ୍ରମିକ ସହ ଜଡ଼ିତ ଅନ୍ୟ ପ୍ରସଙ୍ଗରେ ସହଯୋଗ ଲାଗି ବ୍ରିକ୍ସ ଦେଶର ଶ୍ରମ ଏବଂ ଗବେଷଣା ସଂସ୍ଥାନ ଏବଂ ସାମାଜିକ ସୁରକ୍ଷା ସହଯୋଗ ଫ୍ରେମୱାର୍କର ବ୍ୟବହାର କରିପାରିବେ । ଏହି ଏମଓୟୁ ଅନ୍ତର୍ଜାତୀୟ ଚୁକ୍ତି ନୁହେଁ, ସେଥିପାଇଁ ଏହାସହିତ ଜଡ଼ିତ ପକ୍ଷଙ୍କ ପାଇଁ ଅନ୍ତର୍ଜାତୀୟ ଆଇନକୁ ମାନିବାର ବାଧ୍ୟତା ନାହିଁ ।

ପ୍ରମୁଖ ପ୍ରଭାବ :

ନୂଆ ଶିଳ୍ପ ବିପ୍ଳବର ଯୁଗରେ ଏହି ଚୁକ୍ତି ବ୍ରିକ୍ସର ସଦସ୍ୟ ରାଷ୍ଟ୍ରଗୁଡିକୁ ସାମଗ୍ରୀକ ବିକାଶ ଏବଂ ସହଭାଗୀ ସମୃଦ୍ଧିର ସମାନ ଉଦ୍ଦେଶ୍ୟ ହାସଲ କ୍ଷେତ୍ରରେ ସହଯୋଗ, ସହଭାଗୀତା ଏବଂ ଉତ୍ତମ ତାଳମେଳରେ ସକ୍ଷମ କାର୍ଯ୍ୟ ପଦ୍ଧତି ଉପଲବ୍ଧ କରାଇବ । ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଶ୍ରମ ଏବଂ ନିଯୁକ୍ତି ତଥା ସାମାଜିକ ନିରାପତ୍ତା ଏବଂ ସାମାଜିକ ଆଲୋଚନା ଜରିଆରେ ସମ୍ପୃକ୍ତ କାର୍ଯ୍ୟକ୍ରମଗୁଡ଼ିକୁ ଲାଗୁ କରିବା ଏବଂ ଏହା ସହ ଜଡ଼ିତ ସୂଚନାକୁ ବାଂଟିବାରେ ସହାୟକ ହୋଇପାରିବ । ଏହା ମାଧ୍ୟମରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଅନ୍ତର୍ଜାତୀୟ ପ୍ରଶିକ୍ଷଣ କେନ୍ଦ୍ର ବ୍ରିକ୍ସ ଦେଶର ଶ୍ରମ ସଂସ୍ଥାନଗୁଡ଼ିକର ନେଟୱାର୍କ ସହ ଯୋଡ଼ି ହୋଇପାରିବେ । ଏଥିରେ ଭାରତର ଭିଭି ଗିରି ଜାତୀୟ ଶ୍ରମ ସଂସ୍ଥାନ ମଧ୍ୟ ସାମିଲ ରହିଛି । ଏହି ନେଟୱାର୍କ ଜରିଆରେ ଯୁବକାମନଙ୍କୁ ରୋଜଗାର ଉପଲବ୍ଧ କରାଇବା ଏବଂ ନିଯୁକ୍ତିର ନୂତନା ପ୍ରକାର ବିଷୟରେ ଜାଣିବା ଲାଗି ଗବେଷଣା କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱାରୋପ କରାଯିବ । ଏହାର ମାଧ୍ୟମରେ କ୍ଷମତା ବିକାଶ, ସୂଚନାର ଆଦାନପ୍ରଦାନ, ଭର୍ଚୁଆଲ ନେଟୱାର୍କ ଏବଂ ଶିଖିବାର ନୂଆ ପ୍ରଯୁକ୍ତିକୁ ଚିହ୍ନଟ କରିବାରେ ସହଯୋଗକୁ ଆହୁରି ସୁଦୃଢ଼ କରାଯାଇପାରିବ । ବ୍ରିକ୍ସର ସାମାଜିକ ସୁରକ୍ଷା ପ୍ରଣାଳୀ ତଥା ସାମାଜିକ ନିରାପତ୍ତା ସହ ଜଡ଼ିତ ଚୁକ୍ତିକୁ ଆହୁରି ଉନ୍ନତ କରିବାରେ ସହଯୋଗକୁ ସୁଦୃଢ଼ କରିବ ।

 

**********