Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଥେରେସା ମେ’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଭାରତ-ବ୍ରିଟେନ ସମ୍ପର୍କ ମଜବୁତ କରିବାରେ ଡେଭିଡ୍ କାମେରୁନଙ୍କ ଅବଦାନକୁ ପ୍ରଶଂସା
 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀମତୀ ଥେରେସା ମେ’ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାଛଡା ଭାରତ-ବ୍ରିଟେନ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ଶ୍ରୀ ଡେଭିଡ୍ କାମେରୁନଙ୍କ ଅବଦାନକୁ ସେ ପ୍ରଶଂସା କରିଛନ୍ତି ।

“ଥେରେସା ମେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହିସାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଅଭିନନ୍ଦନ । ଭାରତ-ବ୍ରିଟେନ ସମ୍ପର୍କକୁ ଆହୁରି ମଜବୁତ କରିବା ନିମନ୍ତେ ତାଙ୍କ ସହ ମିଶି ଆଗକୁ କାର୍ଯ୍ୟ କରିବା ପାଇଁ ଉତ୍ସୁକ ।

ଭାରତ-ବ୍ରିଟେନ ସମ୍ପର୍କକୁ ସୁଦୃଢ଼ କରିବାରେ ଡେଭିଡ୍ କାମେରୁନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମୁଁ ବେଶ୍ ପସନ୍ଦ ଓ ପ୍ରଶଂସା କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।