ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବ୍ରିଟେନର ଫାଇନାନସିଆଲ କଣ୍ଡକ୍ଟ ଅଥରିଟି (ଏଫସିଏ) ଏବଂ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ମଧ୍ୟରେ ସ୍ୱାକ୍ଷରିତ ୟୁରୋପିଆନ ୟୁନିଅନ ଅଲ୍ଟରନେଟିଭ ଇନଭେଷ୍ଟମେଂଟ ଫଣ୍ଡ ଡିରେକ୍ଟିଭ (ଏଆଇଏଫଏମଡି) ବୁଝାମଣାପତ୍ର (ଏମଓୟୁ)ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । 31 ଜାନୁଆରୀ 2020ରେ ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହେବା ସମୟରେ ଏହି ଏମଓୟୁ ବ୍ରିଟେନର ଫାଇନାନ୍ସିଆଲ କଣ୍ଡକ୍ଟ ଅଥରିଟି (ଏଫସିଏ) ଏବଂ ସେବି ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।
ପ୍ରମୁଖ ପ୍ରଭାବ
ବ୍ରିଟେନ 31 ଜାନୁଆରୀ 2020ରେ ୟୁରୋପୀୟ ସଂଘରକୁ ଅଲଗା ହୋଇଯାଇଥିଲା । ବ୍ରିଟେନର ଏଫସିଏ ପକ୍ଷରୁ ସେବିକୁ ଏକ ପତ୍ର ଦିଆଯାଇଥିଲା । ଏଥିରେ କୁହାଯାଇଥିଲା ଯେ ଯଦି ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହେବା (ବ୍ରେକ୍ସିଟ) ତାରିଖ ପୂର୍ବରୁ ସଂଶୋଧିତ ଏମଓୟୁରେ ସ୍ୱାକ୍ଷର କରାଯିବ ନାହିଁ ତା’ହେଲେ କୌଣସି ପରିବର୍ତ୍ତନକାରୀ ଉପାୟ ଉପଲବ୍ଧ ହେବ ନାହିଁ । ଏଥିସହିତ ଏପସିଏ ପକ୍ଷରୁ ସେବିକୁ ଅନୁରୋଧ କରାଯାଇଥିଲା ଯେ ଶୀଘ୍ରାତିଶୀଘ୍ର ଏକ ସଂଶୋଧତ ଏମଓୟୁ ସ୍ୱାକ୍ଷର କରାଯାଉ । ତେଣୁ ଏହି ପ୍ରସ୍ତାବ ଫଳରେ ଭାରତରେ ରୋଜଗାର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି ।
**********