Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ୟବସାୟିକ ଅଦାଲତ, ବ୍ୟବସାୟିକ ଡିଭିଜନ ଏବଂ ଉଚ୍ଚ ନ୍ୟାୟାଳୟର ବ୍ୟବସାୟିକ ଡିଭିଜନ (ସଂଶୋଧନ) ବିଧେୟକ 2018କୁ କ୍ୟାବିନେଟ ମଞ୍ଜୁରି


 

ବ୍ୟବସାୟିକ ଅଦାଲତ, ବ୍ୟବସାୟିକ ଡିଭିଜନ ଏବଂ ଉଚ୍ଚ ନ୍ୟାୟାଳୟର ବ୍ୟବସାୟିକ ଡିଭିଜନ (ସଂଶୋଧନ) ବିଧେୟକ 2018 ସଂସଦରେ ଉପସ୍ଥାପନ କରିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ବିଧେୟକରେ ନିମ୍ନଲିଖିତ ଲକ୍ଷ୍ୟ ହାସଲ ଲାଗି ବ୍ୟବସ୍ଥା କରାଯାଇଛି :

  • ବିଧେୟକରେ ବ୍ୟବସାୟିକ ବିବାଦର ନିର୍ଦ୍ଧାରିତ ମୂଲ୍ୟକୁ ବର୍ତ୍ତମାନର ଏକ କୋଟି ଟଙ୍କାର କମ କରି 3 ଲକ୍ଷ ଟଙ୍କା କରିଦିଆଯାଇଛି । ତେଣୁ ଯୁକ୍ତିଯୁକ୍ତ ମୂଲ୍ୟର ବ୍ୟବସାୟିକ ବିବାଦର ସମାଧାନ ବ୍ୟବସାୟିକ ଅଦାଲତଙ୍କ ଦ୍ୱାରା କରାଯାଇପାରିବ । ଏହାଦ୍ୱାରା କମ ମୂଲ୍ୟର ବ୍ୟବସାୟିକ ବିବାଦ ସମାଧାନରେ ଲାଗୁଥିବା ସମୟ (ବର୍ତ୍ତମାନର 1445 ଦିନ)କୁ ହ୍ରାସ କରାଯାଇପାରିବ ଏବଂ ଇଜ ଅଫ ଡୁଇଂ ବିଜନେସରେ ଭାରତର ମାନ୍ୟତାରେ ସୁଧାର ଆସିପାରିବ ।
  • ସଂଶୋଧନରେ ସେହି କ୍ଷେତ୍ର ଲାଗି ଜିଲ୍ଲା ବିଚାରପତିସ୍ତରର ବ୍ୟବସାୟିକ ଅଦାଲତଗୁଡ଼ିକ ପ୍ରତିଷ୍ଠା ବ୍ୟବସ୍ଥା କରାଯାଇଛି, ଯାହାଙ୍କ ଉପରେ ସମ୍ପୃକ୍ତ ଉଚ୍ଚ ନ୍ୟାୟାଳୟରେ ମୂଳ ରୂପରେ ସାଧାରଣ ଦେୱାନୀ ନ୍ୟାୟର ଅଧିକାର ରହିଛି ଯେପରିକି, ଚେନ୍ନାଇ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ହିମାଚଳ ପ୍ରଦେଶ ରାଜ୍ୟରେ । ଏପରି ଅଂଚଳରେ ରାଜ୍ୟ ସରକାର ଅଧିସୂଚନା ଜରିଆରେ ଜିଲ୍ଲା ସ୍ତରରେ ରାୟ ଦିଆଯାଉଥିବା ବ୍ୟବସାୟିକ ବିବାଦର ଆର୍ଥିକ ମୂଲ୍ୟ ନିର୍ଦ୍ଧାରଣ କରିପାରିବେ, ଯାହାକି 3 ଲକ୍ଷ ଟଙ୍କାରୁ କମ ଏବଂ ଜିଲ୍ଲା ଅଦାଲତଙ୍କ ଅର୍ଥ ସମ୍ପର୍କିତ ମୂଲ୍ୟ ଠାରୁ କମ ହୋଇଥିବ । ମୂଳତଃ ସାଧାରଣ ଅଧିକାର କ୍ଷେତ୍ରର ବ୍ୟବହାର କରିବା ବ୍ୟତୀତ ଉଚ୍ଚ ନ୍ୟାୟାଳୟଙ୍କ ଅଧିକାର କ୍ଷେତ୍ରରେ ଜିଲ୍ଲା ବିଚାରପତିଙ୍କ ସ୍ତରଠାରୁ କମ ବ୍ୟବସାୟିକ ଅଦାଲତଙ୍କ ଦ୍ୱାରା ସମାଧାନ କରାଯାଇଥିବା ବ୍ୟବସାୟିକ ବିବାଦରେ ଆବେଦନର ଏକ ମଂଚ ଜିଲ୍ଲା ବିଚାରପତି ସ୍ତରରେ ବ୍ୟବସାୟିକ ଆବେଦନ ନ୍ୟାୟାଳୟ ଭାବେ ପ୍ରଦାନ କରାଯିବ ।
  • ତୁରନ୍ତ, ଅନ୍ତରୀଣ ଆଶ୍ୱସ୍ତି ଉପରେ ବିଚାର କରାଯାଉନଥିବା ମାମଲାରେ ପ୍ରତିଷ୍ଠାନର ପୂର୍ବତନ ମଧ୍ୟସ୍ଥତା ପ୍ରକ୍ରିୟାର ଆରମ୍ଭ କରି ସମ୍ପୃକ୍ତ ପକ୍ଷଙ୍କୁ ଆଇନ ସେବା ଅଧିକାର ଆଇନ 1987ଅନ୍ତର୍ଗତ ଗଠିତ ପ୍ରାଧିକରଣ ଜରିଆରେ ଅଦାଲତ ବାହାରେ ବ୍ୟବସାୟିକ ବିବାଦର ସମାଧାନ କରିବା ଲାଗି ସୁଯୋଗ ଦିଆଯିବ । ଏହାଦ୍ୱାରା ବ୍ୟବସାୟିକ ବିବାଦର ସମାଧାନରେ ନିବେଶକମାନଙ୍କ ବିଶ୍ୱାସ ବୃଦ୍ଧି କରିବାରେ ସହାୟତା ମିଳିପାରିବ ।
  • ନୂଆ ଅନୁଚ୍ଛେଦ 21-ଏକୁ ସାମିଲ କରିବା ଦ୍ୱାରା କେନ୍ଦ୍ର ସରକାର ପିଆଇଏମ ଲାଗି ନିୟମ ଏବଂ ପ୍ରକ୍ରିୟା ପ୍ରସ୍ତୁତ କରିପାରିବେ ।
  • ସଂଶୋଧନକୁ ଆଗୁଆ ପ୍ରଭାବୀ କରାଯିବ ଯାହାଦ୍ୱାରା ନ୍ୟାୟିକ ଆଇନର ବ୍ୟବସ୍ଥା ଅନୁଯାୟୀ ପ୍ରଚଳିତ ବ୍ୟବସ୍ଥାରେ ବର୍ତ୍ତମାନ ବ୍ୟବସାୟିକ ନିଷ୍ପତି ପ୍ରଦାନ କରୁଥିବା ନ୍ୟାୟିକ ମଂଚର ଅଧିକାର କ୍ଷେତ୍ରରେ କୌଣସି ବାଧା ଉପୁଯିବ ନାହିଁ ।