ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବ୍ୟବସାୟିକ ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ (ଭିଇଟି) ଭାରତ ଓ ବେଲାରୁଷ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରକୁ ମଞ୍ଜୁରି ମିଳିଛି । ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାଶେଙ୍କୋ ଭାରତକୁ ସରକାରୀ ଗସ୍ତରେ ଆସିଥିବା ବେଳେ 2017 ସେପ୍ଟେମ୍ବର 12 ତାରିଖରେ ଏହି ବୁଝାମଣାରେ ସ୍ୱାକ୍ଷର ହୋଇଥିଲା ।
ବ୍ୟବସାୟିକ ଶିକ୍ଷା, ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ୟୁରୋ-ଏସୀୟ ରାଷ୍ଟ୍ର ସହ ପ୍ରଥମଥର ପାଇଁ ଏହି ବୁଝାମଣା କରାଯାଇଛି ।
ବେଲାରୁଷରେ ମୁଖ୍ୟତଃ ନିର୍ମାଣ ଓ ଭାରି ଉଦ୍ୟୋଗର ବ୍ୟାପକ ଭାବେ ଶିଳ୍ପ ସଂସ୍ଥା ରହିଛି ଯାହାକୁ ସେଠାରେ ଥିବା କୁଶଳୀ ମାନବସମ୍ବଳ ଓ ଉଚ୍ଚ ବିକଶିତ ଦକ୍ଷ ପ୍ରଶିକ୍ଷଣ ପ୍ରଣାଳୀ ଦ୍ୱାରା ଶକ୍ତି ପ୍ରାପ୍ତ ହୋଇଥାଏ । ବେଲାରୁଷର ଦକ୍ଷତା ପଦ୍ଧତିର ଜ୍ଞାନକୁ ହସ୍ତାନ୍ତର ମାଧ୍ୟମରେ ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ସ୍କିଲ୍ ଇଣ୍ଡିଆ’ ଭଳି ଭାରତର ପ୍ରୟାସକୁ ବ୍ୟାପକ ଭାବେ ସହାୟତା ମିଳିବ । ଏହି ବୁଝାମଣା ପତ୍ର ଦ୍ୱାରା ନିର୍ମାଣ କ୍ଷେତ୍ରରେ ମାନବସମ୍ବଳର ଦକ୍ଷତାରେ ନିପୁଣତା ଓ ଜ୍ଞାନର ବ୍ୟବସ୍ଥିତ ହସ୍ତାନ୍ତରର ମାର୍ଗ ପ୍ରଶସ୍ତ ହେବ ।
ଚିହ୍ନିତ ହୋଇଥିବା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବେଲାରୁଷର ବ୍ୟବସାୟିକ ଶିକ୍ଷା ପ୍ରଣାଳୀର ବିକାଶର ଶୀର୍ଷ ସଂସ୍ଥା ରିପବ୍ଲିକାନ ଇନଷ୍ଟିଚ୍ୟୁଟ ଫର ଭୋକେସନାଲ ଏଜୁକେସନ(ଆରଆଇପିଓ) ଓ ଭିଇଟିରେ ଡେଲିଭରିରେ ପ୍ରଯୁକ୍ତିବିଦ୍ୟାର ହସ୍ତାନ୍ତର ପାଇଁ ପ୍ରଶିକ୍ଷଣ ମହାନିର୍ଦ୍ଦେଶକଙ୍କ ମାଧ୍ୟମରେ ସଂସ୍ଥାଗତ ଭାଗିଦାରୀ ସ୍ଥାପିତ କରିବାର ମାଧ୍ୟମରେ ଏହି ସହଯୋଗକୁ କାର୍ଯ୍ୟକାରୀ କରାଯିବ । ଯାହାଦ୍ୱାରା ଇକୋ ସିଷ୍ଟମ ଦକ୍ଷତାରେ କ୍ଷେତ୍ରୀୟ ଭିଇଟି/ସେଣ୍ଟର ଅଫ ଏକ୍ସଲେନ୍ସ ଅଫ୍ ବେଲାରୁଷ ସହ ଗବେଷଣା ଓ ବିକାଶ ପାଇଁ ସହଯୋଗ ନିମନ୍ତେ ପ୍ରସ୍ତାବ ରହିଛି ।
ସହଯୋଗର ନିମ୍ନଲିଖିତ କ୍ଷେତ୍ର :
1- ବେଲରୁଷ ଉନ୍ନତ ପ୍ରଯୁକ୍ତବିଦ୍ୟା, ପ୍ରଶିକ୍ଷଣ ଓ ମୂଲ୍ୟାଙ୍କନ ପଦ୍ଧତିଗୁଡ଼ିକ, ନିୟମିତ / ଦୂର ନିରନ୍ତର ଶିକ୍ଷା, ଅଧ୍ୟୟନ/ମାଷ୍ଟର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ, ସେମାନଙ୍କ ଦକ୍ଷତା ବୃଦ୍ଧି, ମୂଲ୍ୟାୟନ ଓ ନେଟୱାର୍କ ନିର୍ମାଣ, ଉଦ୍ୟୋଗ, ସହଭାଗିତା ସମ୍ବନ୍ଧରେ ସୂଚନାର ବ୍ୟାପକ ହସ୍ତାନ୍ତର ଉପଲବ୍ଧ କରାଇବ ।
2- ବେଲାରୁଷ ଦ୍ୱାରା ଭାରତର ପ୍ରଶିକ୍ଷଣ ପରିଚାଳନା, ଅଧ୍ୟାପକ ଓ ପ୍ରଶିକ୍ଷକଙ୍କ ପାଇଁ ବ୍ୟବସାୟିକ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ପ୍ରଶିକ୍ଷଣ, ଦକ୍ଷତା ବୃଦ୍ଧି, ଇଣ୍ଟର୍ଣ୍ଣସିପର ବ୍ୟବସ୍ଥା ।
3- ବ୍ୟବସାୟିକ ଶିକ୍ଷା ଓ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶର ଡେଲିଭରି ବିକାଶ ଦୃଷ୍ଟିରୁ ଯୋଜନା, ପରିଚାଳନା ଓ ଡେଲିଭରି ନିମନ୍ତେ ପରାମର୍ଶଦାୟୀ ସେବା ସାମିଲ ରହିଛି ।
ମୁଖ୍ୟ ପ୍ରଭାବ –
ଏମ୍ଓୟୁ ଦ୍ୱାରା ବେଲାରୁଷର ଅନୁଭବ ଓ ବିଶେଷଜ୍ଞତା ଦୃଷ୍ଟିରୁ ଦେଶରେ ଦକ୍ଷତା ବିକାଶ ପ୍ରଣାଳୀର ପରିବେଶରେ ସମ୍ପୂର୍ଣ୍ଣ ସୁଧାର ଆସିବ ।
ପ୍ରସ୍ତାବର କାର୍ଯ୍ୟକାରିତାରେ ଏହି କ୍ଷେତ୍ରରେ ଗବେଷଣା ଓ ବିକାଶ ମାଧ୍ୟମରେ ଏବେ ବ୍ୟବସାୟିକ ଶିକ୍ଷା ଓ ନୂଆ ଅନ୍ୱେଷଣ ଓ ସୁଧାର ସାମିଲ ଅଛି ।
ଏହି ଏମ୍ଓୟୁର ଫ୍ରେମୱାର୍କ ଭିତରେ ଆର୍ଥିକ ବ୍ୟବସ୍ଥା ନିମନ୍ତେ ପରସ୍ପର ସହଯୋଗତ୍ମାକ ଗତିବିଧି ପାଇଁ ଉଭୟ ପକ୍ଷ ମଧ୍ୟରେ କେସ୍ ଟୁ କେସ୍, ପାଣ୍ଠି ଉପଲବ୍ଧତାର ବ୍ୟବସ୍ଥା ରହିବ।
**********