Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ୟବସାୟିକ ସଂସ୍କାର ଉପାୟ ଉପରେ ବିଶେଷଜ୍ଞ ଗୋଷ୍ଠୀ ଗଠନ ଲାଗି ଭାରତ, ଇରାନ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆପୋସ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବ୍ୟବସାୟିକ ସଂସ୍କାର ଉପାୟ ଉପରେ ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିବା ଲାଗି ଭାରତ ଏବଂ ଇରାନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ମଞ୍ଜୁରି ଦେଇଛନ୍ତି । ଏହି ବୁଝାମଣାପତ୍ର ଇରାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ କାଳରେ 17 ଫେବୃଆରୀ, 2018ରେ ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣାପତ୍ର ଦ୍ୱାରା ସୂଚନା ବିନିମୟ, କ୍ଷମତା ନିର୍ମାଣ ଗତିବିଧି, ଡମ୍ପିଂ ନିରୋଧୀ ଏବଂ ସମାନତା ଆଣୁଥିବା ଶୁଳ୍କ ସହ ସମ୍ପୃକ୍ତ ସହଯୋଗ ଭଳି ବ୍ୟବସାୟ ସମ୍ବନ୍ଧୀୟ ଉପାୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ମିଳିବ ।

****