Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ୟବସାୟୀକ ଜାହାଜ ଚଳାଚଳ ପାଇଁ ଭାରତ-ସାଇପ୍ରସ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ସ୍ୱୀକୃତି


ବ୍ୟବସାୟୀକ ଜାହାଜ ଚଳାଚଳ କ୍ଷେତ୍ରରେ ଭାରତ-ସାଇପ୍ରସ ମଧ୍ୟରେ ରାଜିନାମା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ଅନୁମୋଦନ କରାଯାଇଛି । ଗତ ଏପ୍ରିଲ ମାସରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଏବଂ ଏ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକଗୁଡିକୁ ଦୂର କରିବା ଦିଗରେ ଏହି ଦ୍ୱିପାକ୍ଷିକ ସହଯୋଗ ବୁଝାମଣା ବିଶେଷ ଭାବେ ସହାୟକ ହେବ ।

ଦୁଇ ଦେଶ ମଧ୍ୟରେ ଅଧିକରୁ ଅଧିକ ମାଲ ପରିବହନକୁ ପ୍ରୋତ୍ସାହିତ କରିବା ସହ ଏହି ରାଜିନାମା ତୃତୀୟ ବିଶ୍ୱର ଦେଶମାନଙ୍କ ପାଇଁ ମଧ୍ୟ ଲାଭ ଦାୟକ ହେବ । ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଦୁଇ ଦେଶର ବାଣିଜ୍ୟିକ ଜାହାଜରେ ନିୟୋଜିତ କର୍ମଚାରୀମାନଙ୍କ କଲ୍ୟାଣ ଲାଗି ଏହି ବୁଝାମଣା ବିଶେଷ ଭାବେ ଉପକାରସିଦ୍ଧ ହେବ ।