Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ୟବସାୟ କରିବାର ସହଜତା ତାଲିକାରେ ଭାରତର ଐତିହାସିକ ଲମ୍ଫକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ବ୍ୟବସାୟ କରିବାର ସହଜତା ତାଲିକାରେ ଭାରତର ଐତିହାସିକ ଲମ୍ଫକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ବ୍ୟବସାୟ କରିବାର ସହଜତା ତାଲିକାରେ ଭାରତର ଐତିହାସିକ ଲମ୍ଫକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ବିଶ୍ୱବ୍ୟାଙ୍କ ପକ୍ଷରୁ ଆଜି ପ୍ରକାଶିତ ସହଜ ବ୍ୟାପାର ପଦ୍ଧତି ବିବରଣୀ – 2018ରେ ଭାରତର ଐତିହାସିକ 30ଟି ସ୍ଥାନର ଲମ୍ଫ ପ୍ରଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । 2017ରେ ପ୍ରକାଶିତ ରିପୋର୍ଟରେ ଏହି ମାନ୍ୟତା 130 ଥିଲାବେଳେ ସେ ତୁଳନାରେ ବର୍ତ୍ତମାନର ପ୍ରକାଶିତ ରିପୋର୍ଟରେ ଏଥିରେ ଉନ୍ନତି ଘଟିବା ସହ ଏହି ମାନ୍ୟତା 100ରେ ପହଂଚିଛି ।

ମାନ୍ୟତା ତାଲିକାରେ ଏହି ଉର୍ଦ୍ଧ୍ଵମୁଖୀ ଗତିକୁ ଐତିହାସିକ ଦର୍ଶାଇ ପ୍ରଧାନମନ୍ତ୍ରୀ କ୍ରମାଗତ ଟ୍ୱିଟ ମାଧ୍ୟମରେ ପ୍ରକାଶ କରିଥିଲେ ଯେ ମାନ୍ୟତା କ୍ଷେତ୍ରରେ ଏହି ଉନ୍ନତି ହେଉଛି ଟିମ ଇଣ୍ଡିଆ ଦ୍ୱାରା ସମସ୍ତ ଦିଗରେ ଏବଂ ବିବିଧ କ୍ଷେତ୍ରୀୟ ସଂସ୍କାରର ଫଳ ।

“ବ୍ୟବସାୟ କରିବାର ସହଜ ପଦ୍ଧତି ମାନ୍ୟତାରେ ଯେଉଁ ଉନ୍ନତି ଘଟିଛି ତାହା ହେଉଛି ଟିମ ଇଣ୍ଡିଆ ଦ୍ୱାରା ସମସ୍ତ ଦିଗରେ ଏବଂ ବିଭିନ୍ନ କ୍ଷେତ୍ରରେ ବହୁମୂଖୀ ସଂସ୍କାରର ଫଳ ।

ସହଜ ବ୍ୟବସାୟିକ ପରିବେଶ ଆମ ଉଦ୍ୟୋଗୀମାନଙ୍କ ପାଇଁ ବିଶେଷ କରି ଏମଏସଏମଇ କ୍ଷେତ୍ରକୁ ଐତିହାସିକ ସୁଯୋଗ ପ୍ରଦାନ କରିବା ସହ ଅଧିକ ସୁଯୋଗ ପ୍ରଦାନ କରୁଛି ।

ଗତ 3 ବର୍ଷ ଧରି ବ୍ୟବସାୟକୁ ସହଜ କରିବା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଭାବନା ବୃଦ୍ଧି ପାଉଥିବାର ଆମେ ଦେଖିଛୁ । ଏହା ଲାଭପ୍ରଦ ହୋଇଛି ।

ଭାରତରେ ବ୍ୟବସାୟ କରିବା କେବେ ହେଲେ ମଧ୍ୟ ସହଜ ହୋଇନଥାଏ । ଆମ ଦେଶରେ ଅର୍ଥନୈତିକ ସୁଯୋଗର ଅନ୍ୱେଷଣ କରିବା ପାଇଁ ଭାରତ ବିଶ୍ୱକୁ ଆମନ୍ତ୍ରଣ କରୁଛି!

‘ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ’ ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ଆମର ମାନ୍ୟତାରେ ଅଧିକ ଉନ୍ନତି ଆଣିବା ସହ ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ମଧ୍ୟ ଅଧିକ ସଂସ୍କାର ଆଣିବା ପାଇଁ ଆମେ ସଂକଳ୍ପବଦ୍ଧ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

******