Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ୟାଙ୍କ ଏବଂ ଏନବିଏଫସିର ହିତାଧିକାରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କ ଏବଂ ଏନବିଏଫସିର ହିତାଧିକାରୀମାନଙ୍କ ସହ ଆଗାମୀ ଭବିଷ୍ୟତ ପାଇଁ ଲକ୍ଷ୍ୟ ଏବଂ ରୋଡମ୍ୟାପ ପ୍ରସ୍ତୁତ ଉପରେ ଆୟୋଜିତ ଏକ ଆଲୋଚନାରେ ଉଦବୋଧନ ଦେଇଥିଲେ ।

ଦେଶର ବିକାଶରେ ଅର୍ଥନୈତିକ ଏବଂ ବ୍ୟାଙ୍କିଂ ପ୍ରଣାଳୀର ସହଯୋଗ କ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରାଯାଇଥିଲା । ଲଘୁ ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକମାନଙ୍କୁ ନିଜର ଋଣ ଆବଶ୍ୟକତା ଏବଂ ବିକାଶ ଲକ୍ଷ୍ୟ ହାସଲ କରିବାକୁ ସଂସ୍ଥାଗତ ଋଣର ସୁବିଧା ନେବା ପାଇଁ ପ୍ରେରିତ କରିବା ଆବଶ୍ୟକ ବୋଲି ଆଲୋଚନାରେ କୁହାଯାଇଛି । ପ୍ରତ୍ୟେକ ବ୍ୟାଙ୍କକୁ ସ୍ଥିର ଋଣ ବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଆତ୍ମନିରୀକ୍ଷଣ କରିବା ପାଇଁ କୁହାଯାଇଛି । ବ୍ୟାଙ୍କଗୁଡିକ ସମସ୍ତ ପ୍ରସ୍ତାବକୁ ସମାନରୂପେ ବ୍ୟବହାର କରିବା ଅନୁଚିତ । ବ୍ୟାଙ୍କଗୁଡିକ ଅନୁରୂପ ପ୍ରସ୍ତାବଗୁଡିକୁ ଅଲଗା କରିବା ଏବଂ ଚୟନ କରିବାର ଆବଶ୍ୟକତା ରହିଛି, ଯାହାଫଳରେ ସେମାନଙ୍କୁ ଯୋଗ୍ୟତା ଆଧାରରେ ଧନ ପ୍ରାପ୍ତ ହେବ ଏବଂ ଅତୀତ ଏନପିଏ ପାଇଁ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନାହିଁ ।

ସରକାର ଦୃଢତାର ସହିତ ବ୍ୟାଙ୍କିଂ ପ୍ରଣାଳୀ ସପକ୍ଷରେ ରହିଛନ୍ତି । ସରକାର ଏମାନଙ୍କ ସମର୍ଥନ ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି ।

ବ୍ୟାଙ୍କଗୁଡିକ ସେମାନଙ୍କ ଗ୍ରାହକମାନଙ୍କୁ ଡିଜିଟାଲ ପୃଷ୍ଠଭୂମି ଆଡକୁ ଅଗ୍ରସର କରାଇବା ପାଇଁ କେନ୍ଦ୍ରୀକୃତ ଡାଟା ପ୍ଲାଟଫର୍ମ, ଡିଜିଟାଲ ପ୍ରଲେଖନ ଏବଂ ସୂଚନାର ସହଯୋଗାତ୍ମକ ଉପଯୋଗ ଭଳି ଫିନଟେକ ଆପଣାଇବାର ଆବଶ୍ୟକତା ରହିଛି । ଏହାଦ୍ୱାରା କ୍ରେଡିଟ ବୃଦ୍ଧି, ଗ୍ରାହକମାନଙ୍କ ପାଇଁ ବ୍ୟାପକ ସହଜ ଉପାୟ, ବ୍ୟାଙ୍କଗୁଡିକ ପାଇଁ ଖର୍ଚ୍ଚରେ ହ୍ରାସ ହେବା ସହ କମ ଠକେଇ ମାମଲା ପାଇଁ ସହଯୋଗ ମିଳିପାରିବ ।
ଭାରତ ଏକ ମଜବୁତ ଓ କମ ଖର୍ଚ୍ଚରେ ଭିତ୍ତିଭୂମି ଢାଂଚା ପ୍ରସ୍ତୁତ କରିଛି ଯାହା ପ୍ରତ୍ୟେକ ଭାରତୀୟଙ୍କ ବଡ ଡିଜିଟାଲ ନେଣଦେଣକୁ ମଧ୍ୟ ସରଳ କରିବାରେ ସକ୍ଷମ । ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡିକୁ ନିଜ ଗ୍ରାହକମାନଙ୍କ ମଧ୍ୟରେ ‘ରୂପେ’ ଏବଂ ‘ୟୁପିଆଇ’ର ବ୍ୟବହାରକୁ ସକ୍ରିୟ ଭାବେ ବୃଦ୍ଧି କରାଇବାର ଆବଶ୍ୟକତା ରହିଛି ।

ଏମଏସଏମଇ ପାଇଁ ଜରୁରୀକାଳୀନ କ୍ରେଡିଟ ଲାଇନ, ଅତିରିକ୍ତ କେସିସି କାର୍ଡ, ଏନବିଏଫସି ଏବଂ ଏମଏଫଆଇ ପାଇଁ ଅର୍ଥ ଉପଲବ୍ଧତା ଭଳି ଯୋଜନାଗୁଡିକର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା । ଅଧିକାଂଶ ଯୋଜନାଗୁଡିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହୋଇଛି ବୋଲି ସମୀକ୍ଷାରୁ ଜଣାପଡିଛି । ବ୍ୟାଙ୍କଗୁଡିକୁ ନିଜର ହିତାଧିକାରୀମାନଙ୍କ ସହ ସକ୍ରିୟ ଭାବେ ସଂପର୍କ ସ୍ଥାପନ କରିବାର ଆବଶ୍ୟକତା ରହିଛି ଯାହାଦ୍ୱାରା ବର୍ତ୍ତମାନର ସଙ୍କଟ ସ୍ଥିତିରେ ସେମାନଙ୍କୁ ଋଣ ସମର୍ଥନ ଉପଲବ୍ଧ କରାଯାଇ ପାରିବାକୁ ସୁନିଶ୍ଚିତ କରାଯାଇପାରିବ ।