Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବୟନଶିଳ୍ପ, ପୋଷାକ, ଫେଶନ୍ କ୍ଷେତ୍ରରେ ସହଯୋଗ ଲାଗି ଭାରତ-ଅଷ୍ଟ୍ରେଲିଆ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବୟନଶିଳ୍ପ, ପୋଷାକ ଏବଂ ଫେଶନ୍ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଲାଗି ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ତଥା ବାଣିଜ୍ୟ ବିଭାଗ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର (ଏମ୍ଓୟୁ)କୁ ଅନୁମୋଦନ ମିଳିଛି ।

ଏହି ଏମ୍ଓୟୁ ଦ୍ୱାରା ବୟନଶିଳ୍ପ ଏବଂ ଫେଶନ୍ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ଏବଂ ଏ କ୍ଷେତ୍ରରେ ସମ୍ପୃକ୍ତ ଉଦ୍ୟୋଗକୁ ଲାଭ ମିଳିପାରିବ । ଏଥିରେ ସହଭାଗୀମାନେ ମିଳିତ ଭାବେ ଅଷ୍ଟ୍ରେଲିଆ ଏବଂ ଭାରତୀୟ ବୟନ ଶିଳ୍ପ ଜଗତ ଓ ଫେଶନ୍ କ୍ଷେତ୍ରକୁ ପରସ୍ପର ସହ ଯୋଡ଼ିବା ଲାଗି ଆବଶ୍ୟକ ସୁଯୋଗ ଚିହ୍ନଟ କରିବେ; ଏହି କ୍ଷେତ୍ରରେ ସହଯୋଗ ଏବଂ ଅନ୍ତର୍ଜାତିକ ବ୍ୟବସାୟକୁ ଏହା ପ୍ରୋତ୍ସାହନ ଦେବେ; ଏହି କ୍ଷେତ୍ରରେ ପ୍ରତିଭା ଏବଂ କୌଶଳ ବିକାଶ, ଅର୍ଥନୈତିକ ସମ୍ଭାବନା ଏବଂ ପେଶାଦାର ବ୍ୟବସାୟକୁ ପ୍ରୋତ୍ସାହନ, ତାଲିମ୍, ଦକ୍ଷତା ବିକାଶ ଏବଂ ଉତ୍ପାଦଗୁଡ଼ିକ ପାଇଁ ପ୍ରଦର୍ଶନୀ ଆଦି ଆୟୋଜନ କରିବେ । ତେବେ ଉଭୟ ପକ୍ଷର ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ଅକ୍ଷୂର୍ଣ୍ଣ ରଖାଯିବ ।

ବୁଣାକାର ଏପରିକି ସହଯୋଗୀ ଶ୍ରମିକ ଏହି ଏମ୍ଓୟୁ ଦ୍ୱାରା ଉପକୃତ ହୋଇପାରିବେ ।

ଏହାବ୍ୟତୀତ ହସ୍ତତନ୍ତ କ୍ଷେତ୍ରର ସାମଗ୍ରୀକ ବିକାଶ ଲାଗି, ହସ୍ତତନ୍ତ ପୋଷାକର ବିକ୍ରି ବୃଦ୍ଧି ପାଇଁ ବଜାର ସୁଯୋଗ ସୃଷ୍ଟି କରିବା, ଡିଜାଇନ୍ ଦକ୍ଷତା ବୃଦ୍ଧି ପାଇଁ ଡିଜାଇନ୍ ଏବଂ କୌଶଳ ଶୈଳୀରେ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା, ଉତ୍ପାଦ ଲାଇନରେ ବିବିଧତା ଆଣିବା ଏବଂ ମୂଲ୍ୟ ସଂଯୋଜନ, ଘରୋଇ ଏବଂ ରପ୍ତାନୀ ବଜାର ପାଇଁ ଉପଯୁକ୍ତ ସୁବିଧା ଦ୍ୱାରା ବୁଣାକାରମାନଙ୍କୁ ନିୟମିତ ରୋଜଗାର ଦେବା ଏବଂ ସେମାନଙ୍କ ଜୀବନଧାରଣର ମାନ ବଦଳାଇବା କ୍ଷେତ୍ରରେ ସହଯୋଗ ମିଳିପାରିବ ।

**********