ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବୁଣେତ ବୟନ ଉଦ୍ୟୋଗକୁ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ରୀୟ ଟିକସରେ ରିହାତି ପ୍ରଦାନ କରିବାର ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହାଦ୍ୱାରା ପୋଷାକ ଏବଂ ପରିଧାନର ରପ୍ତାନୀ ଉପରେ ଲଗାଯାଉଥିବା ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ସମାପ୍ତ କରିବା ପାଇଁ ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ।
ବିବରଣୀ:
ବର୍ତ୍ତମାନ ପୋଷାକ ଏବଂ ପରିଧାନକୁ ରାଜ୍ୟ ତରଫରୁ ଲଗାଯାଉଥିବା ଶୁଳ୍କରୁ ରିହାତି ଯୋଜନାରୁ ଲାଭ ମିଳୁଛି । ଅନ୍ୟପକ୍ଷରେ ରପ୍ତାନୀ ନାମରେ ଏଗୁଡିକ ଉପରେ କେତେକ ରାଜ୍ୟ ତଥା କେନ୍ଦ୍ର ଟିକସ ଲାଗୁ ହେଉଛି କ୍ୟାବିନେଟର ଆଜିର ନିଷ୍ପତ୍ତି ଫଳରେ ପରିଧାନ ଏବଂ ମେଡଅପ୍ସ କ୍ଷେତ୍ରର ଏହି ଟିକସରୁ ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଦେଶର ବୟନ ରପ୍ତାନୀରେ ପୋଷାକ ଏବଂ ପରିଧାନର ଭାଗ ପାଖାପାଖି 56 ପ୍ରତିଶତ ।
ଟିକସ ଏବଂ ଶୁଳ୍କରେ ରିହାତି ବ୍ୟବସ୍ଥା ଅଧିସୂଚିତ ଦର ଉପରେ ସୂଚନା ପ୍ରଯୁକ୍ତି ଆଧାରିତ ପ୍ରଣାଳୀ ଜରିଆରେ ଉପଲବ୍ଧ କରାଯିବ ।
ଲାଭ:
ପ୍ରସ୍ତାବିତ ଯୋଜନା ଦ୍ୱାରା ବୟନ ଉଦ୍ୟୋଗରେ ଅଧିକ ପ୍ରତିଦ୍ୱନ୍ଦିତା ଆସିବାର ସମ୍ଭାବନା ରହିଛି । ଏହାଦ୍ୱାରା ପୋଷାକ ଏବଂ ପରିଧାନର ରପ୍ତାନୀ ଉପରେ ରାଜ୍ୟ ଏବଂ କେନ୍ଦ୍ର ତରଫରୁ ଲଗାଯାଉଥିବା ଟିକସ ଏବଂ ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିବାରେ ସହାୟତା ମିଳିବ । ଏହି ବ୍ୟବସ୍ଥା ଫଳରେ ବୈଶ୍ୱିକ ରପ୍ତାନୀ ବଜାରରେ ଭାରତର ପ୍ରତିଦ୍ୱନ୍ଦିତା କ୍ଷମତା ଅଧିକ ବୃଦ୍ଧି ପାଇବ ତଥା ଦେଶର ବସ୍ତ୍ର ଏବଂ ପରିଧାନ ଉଦ୍ୟୋଗର ସାମଗ୍ରିକ ବିକାଶ ସୁନିଶ୍ଚିତ ହେବ ।
*****