Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବୟନ ଓ ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରପ୍ତାନି ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର ପେକେଜ ପ୍ରସ୍ତାବକୁ କେବିନେଟ ମଞ୍ଜୁରି


ବୟନ ଶିଳ୍ପ ଏବଂ ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ରପ୍ତାନୀ ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ ପ୍ରସ୍ତାବକୁ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ସରକାର ନିକଟରେ ଘୋଷଣା କରିଥିବା ସଂସ୍କାର ପେକେଜ ପୃଷ୍ଠ ଭୂମିରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାଫଳରେ ବୟନ ଓ ପୋଷାକ ପ୍ରସ୍ତୁତି ଉଦ୍ୟୋଗ କ୍ଷେତ୍ରରେ ଆଗାମୀ ତିନି ବର୍ଷ ମଧ୍ୟରେ ଏକ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏହି ପେକେଜରେ ଶ୍ରମ ଅନୁକୂଳ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିକାରୀ ଅନେକଗୁଡିଏ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ୱାରା 30 ବିଲିୟନ ଡଲାର ମୂଲ୍ୟର କପଡା ଓ ପୋଷାକ ବିଦେଶକୁ ରପ୍ତାନୀ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତିନି ବର୍ଷରେ ସରକାର ଏହି କ୍ଷେତ୍ରରେ 74 ହଜାର କୋଟି ଟଙ୍କା ବିନିଯୋଗ କରିବେ । ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ଅଧିକ ମହିଳାଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେମାନଙ୍କ ମାତ୍ରା ମୋଟ ଶ୍ରମ ଶକ୍ତିର 70 ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଯୁଗାନ୍ତକାରୀ ସାମାଜିକ ପରିବର୍ତନ ହେବ ବୋଲି ବିଶ୍ୱାସ କରାଯାଏ ।

ସରକାର ଏହି କ୍ରମରେ ଯେଉଁ ପେକେଜ ଘୋଷଣା କରିଛନ୍ତି ସେଥିରେ :

• କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନାରେ ସଂସ୍କାର ଘଟାଯିବ,

• ଓଭର ଟାଇମ ସୀମାକୁ ବୃଦ୍ଧି କରାଯିବ,

• ନିର୍ଦ୍ଧାରିତ ଅବଧିଭିତିକ ନିଯୁକ୍ତି ବ୍ୟବସ୍ଥାର ପ୍ରବର୍ତନ,

• ଏଟିୟୁଏଫଏସ ଅଧିନରେ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ,

• ବର୍ଦ୍ଧିତ ଡ୍ୟୁଟି ଜନିତ ଦୋଷ ତୃଟି ସାମିଲ ଏବଂ

• ଆୟକର ଆଇନର ସେକ୍ସନ 80 ଜେଜେଏଏ ର ପରିସର ବୃଦ୍ଧି