ପିଏମଇଣ୍ଡିଆ
ମାଲଟାର ପ୍ରଧାନମନ୍ତ୍ରୀ ଡଃ ଯୋଶେଫ ମସ୍କାଟ ଗୁଜରାଟ ଉଦ୍ୟୋଗ ସମ୍ମିଳନୀ 2019ରେ ଭାଗନେବା ପାଇଁ 2019 ଜାନୁଆରୀ 17-19 ମଧ୍ୟରେ ତାଙ୍କ ପ୍ରଥମ ଭାରତ ଗସ୍ତରେ ଆସିଛନ୍ତି । ତାଙ୍କ ସହିତ ଆସିଛନ୍ତି ଅର୍ଥନୀତି, ପୁଞ୍ଜିନିବେଶ ଓ କ୍ଷୁଦ୍ର ବ୍ୟବସାୟ ମନ୍ତ୍ରୀ ଡଃ ଖ୍ରୀଷ୍ଟିଆନ କାର୍ଡୋନା, ତାଙ୍କ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀ ଏବଂ ଏକ ବୃହତ ବ୍ୟବସାୟିକ ପ୍ରତିନିଧି ଦଳ । ଭାରତରେ ପହଂଚିବା ପରେ ମାଲଟା ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ପ୍ରତିନିଧି ଦଳଙ୍କୁ ଗୁଜରାଟର ରାଜ୍ୟପାଳ ଶ୍ରୀ ଓ ପି କୋହଲି ସ୍ୱାଗତ କରିଥିଲେ ।
ଏହି ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମସ୍କାଟ ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ଦ୍ୱିପାକ୍ଷିକ ବୈଠକରେ ଭାଗ ନେଇଥିଲେ । ଗତବର୍ଷ ସେପ୍ଟେମ୍ବରରେ ମାଲଟାକୁ ଭାରତର ଉପରାଷ୍ଟପ୍ରତିଙ୍କ ଗସ୍ତକୁ ନେଇ ସେ ଖୁସି ପ୍ରକାଶ କରି ସ୍ମୃତିଚାରଣ କରିଥିଲେ ଏବଂ ଦ୍ୱପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଉଭୟ ପକ୍ଷଙ୍କର ଗସ୍ତ କାର୍ଯ୍ୟକ୍ରମ ବୃଦ୍ଧିକୁ ସେ ପ୍ରଶଂସା କରିଥିଲେ । ଉଭୟ ପ୍ରଧାନମନ୍ତ୍ରୀ ବାଣିଜ୍ୟ ଓ ଉଦ୍ୟୋଗକୁ ନେଇ ପାରସ୍ପରିକ ସମ୍ପର୍କ ବୃଦ୍ଧିର ସମ୍ଭାବନା ସମ୍ବନ୍ଧରେ ଆଲୋଚନା କରିଥିଲେ ।
ଆଫ୍ରିକା ଓ ୟୁରୋପ ବଜାର ପାଇଁ ମାଲଟାକୁ ଏକ ସାମ୍ଭାବ୍ୟ ହବ୍ ଭାବରେ ପରିଣତ କରିବା ପାଇଁ ସେ ଭାରତୀୟ ଫାର୍ମା ଏବଂ ସୂଚନା ଓ ପ୍ରଯୁକ୍ତି ଶିଳ୍ପକୁ ସ୍ୱାଗତ କରିଥିଲେ । କୃତ୍ରିମ ଧୀଶକ୍ତି, ବ୍ଲକ-ଚେନ ଏବଂ ଆର୍ଥିକ ବୈଷୟିକ ଜ୍ଞାନ ଆଦି ଅତ୍ୟାଧୁନିକ ଜ୍ଞାନ କୌଶଳ କ୍ଷେତ୍ରରେ ମାଲଟାକୁ ସହାୟତା କରିବା ପାଇଁ ସେ ଭାରତକୁ ଆମନ୍ତ୍ରଣ କରିଥିଲେ । ବ୍ଲକ-ଚେନ ଜ୍ଞାନକୌଶଳ କ୍ଷେତ୍ରରେ ମାଲଟା ଏକ ଆନୁଷ୍ଠାନିକ ଆଇନ ପ୍ରଣୟନ କରିଛି ଏବଂ ଏହି ପ୍ରକ୍ରିୟାର ପରିଚାଳନା ପାଇଁ ଭାରତୀୟ ସୂଚନା ଓ ପ୍ରଯୁକ୍ତି କମ୍ପାନୀମାନଙ୍କର ଭୂମିକା ଥିବାର ଅନୁଭବ କରୁଛି ।
ପ୍ରଧାନମନ୍ତ୍ରୀ ମୋଦୀ ଶିକ୍ଷାପ୍ରଦାନ କ୍ଷେତ୍ରରେ ମାଲଟାଠାରୁ ଅଧିକ ସହାୟତାର ଆମନ୍ତ୍ରଣ କରିଥିଲେ । ଏଥିରେ ଅନ୍ତର୍ଭୁକ୍ତ ରହିଛି ଗୁଜରାଟର ଫରେନ୍ସିକ୍ ବିଶ୍ୱବିଦ୍ୟାଳୟରେ ମାଲଟା ବୃତ୍ତିଧାରୀମାନଙ୍କ ପାଇଁ ସାମ୍ଭାବ୍ୟ ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରଦାନ । ସତତ ଏବଂ କମ କାର୍ବନ-ଇମ୍ପ୍ରିଂଟ ବିକାଶ ଲାଗି ଅକ୍ଷୟ ଶକ୍ତିର ଗୁରୁତ୍ୱ ସମ୍ବନ୍ଧରେ ହୃଦୟଙ୍ଗମ କରି ଉଭୟ ନେତା ଆନ୍ତର୍ଜାତିକ ସୌର ଗଠବନ୍ଧନ ପଦକ୍ଷେକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ସୌର ଜ୍ଞାନକୌଶଳର ବିକାଶ କ୍ଷେତ୍ରରେ ଓ ସୌର ଶକ୍ତିର ସମ୍ପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ସଂକଳ୍ପବଦ୍ଧତା ପ୍ରକାଶ କରିଥିଲେ ।
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଗୁଜରାଟ ଉଦ୍ୟୋଗ ସମ୍ମିଳନୀ 2019ରେ ଅଂଶଗ୍ରହଣ କରିବା ସହ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ ।
***
Great meeting with PM @JosephMuscat_JM of Malta. Our talks will add tremendous strength to bilateral ties between our nations and benefit the people of our countries. pic.twitter.com/pHwdnNcBCt
— Narendra Modi (@narendramodi) January 18, 2019