Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତଛାଡ ଆନ୍ଦୋଳନର 75ବର୍ଷ ଉପଲକ୍ଷେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଆଦରଣୀୟ ଅଧ୍ୟକ୍ଷ ମହୋଦୟା, ମୁଁ ଆପଣଙ୍କୁ ଏବଂ ଗୃହର ସମସ୍ତ ଆଦରଣୀୟ ସଦସ୍ୟମାନଙ୍କୁ କୃତଜ୍ଞତା ମଧ୍ୟ ଜଣାଉଛି ଆଉ ଆମେ ସମସ୍ତେ ଆଜି ଗୌରବ ମଧ୍ୟ ଅନୁଭବ କରୁଅଛୁ ଯେ ଅଗଷ୍ଟ କ୍ରାନ୍ତିର, ତାଙ୍କୁ ସ୍ମରଣ କରିବାର, ଏହି ଗୃହର ପବିତ୍ର ସ୍ଥାନରେ ଆମ ସମସ୍ତଙ୍କୁ ସୌଭାଗ୍ୟ ମିଳିଛି ।

ଆମ ମାନଙ୍କ ମଧ୍ୟରୁ ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ ବୋଧହୁଏ ଅଗଷ୍ଟ କ୍ରାନ୍ତି, 9 ଅଗଷ୍ଟ, ସେହି ଘଟଣା ଗୁଡିକର ସ୍ମରଣ ଥିବ । କିନ୍ତୁ ତା’ପରେ ମଧ୍ୟ ଆମମାନଙ୍କ ପାଇଁ ପୁନଃ ସ୍ମରଣ ପ୍ରେରଣାର କାରଣ ହୋଇଥାଏ ଏବଂ ସାରା ଜୀବନରେ ଏଭଳି ମହତ୍ୱପୂର୍ଣ୍ଣ ଘଟଣା ଗୁଡିକର ବାରମ୍ବାର ସ୍ମରଣ, ଜୀବନର ମଧ୍ୟ ଭଲ ଘଟଣା ଗୁଡିକର ବାରମ୍ବାର ସ୍ମରଣ ଜୀବନକୁ ଏକ ନୂଆ ଶକ୍ତି ଦେଇଥାଏ; ରାଷ୍ଟ୍ର-ଜୀବନକୁ ଏକ ନୂଆ ଶକ୍ତି ଦେଇଥାଏ । ସେହିଭଳି ଭାବରେ ଆମର ଯେଉଁ ନୂଆ ପିଢି ଅଛନ୍ତି ତାଙ୍କ ପର୍ଯ୍ୟନ୍ତ ମଧ୍ୟ କଥାକୁ ପହଂଚାଇବା ହେଉଛି ଆମମାନଙ୍କର କର୍ତ୍ତବ୍ୟ । ପିଢି ପରେ ପିଢି ଇତିହାସର ଏକ ସ୍ୱର୍ଣ୍ଣିମ ପୃଷ୍ଠା ଗୁଡିକୁ, ସେ ସମୟର ପରିବେଶକୁ, ସେ ସମୟର ଆମର ମହାପୁରୁଷଙ୍କ ବଳିଦାନକୁ, କର୍ତ୍ତବ୍ୟକୁ, ସାମର୍ଥ୍ୟକୁ, ଆଗାମୀ ପିଢି ପର୍ଯ୍ୟନ୍ତ ପହଂଚାଇବା ମଧ୍ୟ ହେଉଛି ପ୍ରତ୍ୟେକ ପିଢିର ଦାୟିତ୍ୱ ।

ଯେତେବେଳେ ଅଗଷ୍ଟ କ୍ରାନ୍ତିକୁ 25 ବର୍ଷ ହେଲା, 50 ବର୍ଷ ହେଲା, ଦେଶର ସମସ୍ତ ଲୋକ ସେହି ଘଟଣାକୁ ସ୍ମରଣ କରିଥିଲେ । ଆଜି 75 ବର୍ଷ ହେଉଅଛି, ଆଉ ମୁଁ ତାକୁ ବଡ଼ ମହତ୍ୱପୂର୍ଣ୍ଣ ବୋଲି ମାନୁଛି । ଆଉ ଏଥିପାଇଁ ମୁଁ ଅଧ୍ୟକ୍ଷ ମହୋଦୟାଙ୍କ ନିକଟରେ କୃତଜ୍ଞ ଯେ ଆଜି ଆମକୁ ଏହି ସୁଯୋଗ ମିଳିଛି ।

ଦେଶର ସ୍ୱାଧୀନତା ଆନ୍ଦୋଳନରେ 9 ଅଗଷ୍ଟ ଏଭଳି ଏକ ଅବସ୍ଥାରେ ରହିଛି, ଏତେ ବ୍ୟାପକ, ଏତେ ତୀବ୍ର ଆନ୍ଦୋଳନ, ଇଂରେଜମାନେ ମଧ୍ୟ କଳ୍ପନା କରି ନ ଥିଲେ ।

ମହାତ୍ମା ଗାନ୍ଧୀ, ବରିଷ୍ଠ ନେତା, ସମସ୍ତେ ଜେଲ୍ ଚାଲିଗଲେ । ଆଉ ସେହି ମୁହୂର୍ତ୍ତ ଥିଲା କି ଅନେକ ନୂଆ ନେତୃତ୍ୱ ଜନ୍ମ ନେଲେ । ଲାଲବାହାଦୂର ଶାସ୍ତ୍ରୀ, ରାମ ମନୋହର ଲୋହିୟା, ଜୟ ପ୍ରକାଶ ନାରାୟଣ, ଅନେକ ଯୁବକ ସେ ସମୟରେ ଯେଉଁ ଖାଲି ସ୍ଥାନ ଥିଲା ତାକୁ ପୂରଣ କଲେ ଏବଂ ଆନ୍ଦୋଳନକୁ ଆଗକୁ ବଢ଼ାଇଲେ । ଇତିହାସର ଏହି ଘଟଣା ଗୁଡିକ ଆମ ମାନଙ୍କ ପାଇଁ ଏକ ନୂତନ ପ୍ରେରଣା, ନୂତନ ସାମର୍ଥ୍ୟ, ନୂତନ ସଂକଳ୍ପ, ନୂତନ କୃତିତ୍ୱ ଜାଗ୍ରତ କରିବା ପାଇଁ କିଭଳି ଭାବେ ସୁଯୋଗ ସୃଷ୍ଟି କରିବ, ଏହା ଆମ ମାନଙ୍କର ନିରନ୍ତର ପ୍ରଚେଷ୍ଟା ହେବା ଆବଶ୍ୟକ ।

1947ରେ ଦେଶ ସ୍ୱାଧୀନ ହେଲା । ଏକ ପ୍ରକାରେ 1857ରୁ ନେଇ 1947 ପର୍ଯ୍ୟନ୍ତ, ସ୍ୱାଧୀନତା ଆନ୍ଦୋଳନ ଅଲଗା-ଅଲଗା ସୋପାନ ଦେଇ ଆସିଲା, ଅଲଗା-ଅଲଗା ପରାକ୍ରମ ହେଲା, ଅଲଗା-ଅଲଗା ବଳିଦାନ ହେଲା, ଉତ୍ଥାନ-ପତନ ମଧ୍ୟ ଆସିଲା । ଅଲଗା-ଅଲଗା ମୋଡ ଦେଇ ଏହି ଆନ୍ଦୋଳନ ଚାଲିଲା, କିନ୍ତୁ ସତଚାଳିଶର ସ୍ୱାଧୀନତା ପୂର୍ବରୁ ବୟାଳିଶର ଘଟଣା ଏକ ପ୍ରକାରେ ଶେଷ ବ୍ୟାପକ ଆନ୍ଦୋଳନ ଥିଲା, ଶେଷ ବ୍ୟାପକ ଜନ-ସଂଘର୍ଷ ଥିଲା ଆଉ ସେହି ଜନ ସଂଘର୍ଷ ସ୍ୱାଧୀନତା ପାଇଁ ଦେଶବାସୀଙ୍କୁ କେବଳ ସମୟର ହିଁ ଅପେକ୍ଷା ଥିଲା, ସେହି ସ୍ଥିତି ସୃଷ୍ଟି କରିଦେଇଥିଲେ । ଆଉ ଯେବେ ଆମେ ସ୍ୱାଧୀନତାର ଏହି ଆନ୍ଦୋଳନ ଆଡକୁ ଦେଖୁ, ତ ଊଣେଇଶ ଶହ ବୟାଳିଶ(1942)ଏଭଳି ଏକ ସତର୍କ ଘଂଟି ପ୍ରସ୍ତୁତ ହୋଇଥିଲା,1857ର ସ୍ୱତନ୍ତ୍ରତା ସଂଗ୍ରାମ ଏକସଙ୍ଗରେ ଦେଶର କୋଣ ଅନୁ କୋଣରେ ସ୍ୱାଧୀନତାର ବିଗୁଲ ବାଜି ଥିଲା । ଆଉ ତା ପରେ ମହାତ୍ମା ଗାନ୍ଧୀଙ୍କର ବିଦେଶରୁ ଫେରିବା, ଲୋକମାନ୍ୟ ତିଲକଙ୍କର ପୂର୍ଣ୍ଣ ସ୍ୱରାଜ୍ୟ ଏବଂ ‘ସ୍ୱରାଜ୍ୟ ହେଉଛି ମୋର ଜନ୍ମ ସିଦ୍ଧ ଅଧିକାର’ ସେହି ଭାବକୁ ପ୍ରକଟ କରିବା, 1930ରେ ମହାତ୍ମା ଗାନ୍ଧୀଙ୍କର ଦାଣ୍ଡି ଯାତ୍ରା, ନେତାଜୀ ସୁଭାଷ ବୋଷଙ୍କ ଦ୍ୱାରା ଆଜାଦ ହିନ୍ଦ୍ ଫୌଜର ସ୍ଥାପନା, ବହୁତ ଯୁବକ ବୀର ଭଗତ ସଂହ, ସୁଖଦେବ, ରାଜଗୁରୁ, ଚନ୍ଦ୍ର ଶେଖର ଆଜାଦ, ଚାଫେକର୍ ବନ୍ଧୁ, ଅଗଣିତ ନିଜ ନିଜ ସମୟରେ ବଳିଦାନ ଦେଇଛନ୍ତି । ଏ ସମସ୍ତେ ଗୋଟିଏ ସତର୍କ ଘଂଟି ପ୍ରସ୍ତୁତ କଲେ ଆଉ ସେହି ଘଂଟିର ପରିଣାମ ଥିଲା କି ବୟାଳିଶରେ ସେହି ସ୍ଥାନରେ ଆଣି ଠିଆ କରାଇଲା ଯେ ଏବେ ନାହିଁ ତ କେବେ ନାହିଁ । ଆଜି ହେବ ନାହିଁ ତ ପୁଣି କେବେ ହେବ ନାହିଁ, ଏହି ମନୋବୃତି ଦେଶବାସୀଙ୍କର ହୋଇ ଯାଇଥିଲା । ଆଉ ଏହି କାରଣରୁ ସେହି ଆନ୍ଦୋଳନରେ ଦେଶର ପ୍ରତ୍ୟେକ ବ୍ୟକ୍ତି ଯୋଡି ହୋଇ ଯାଇଥିଲେ ।

କେବେ ଲାଗୁଥିଲା ରାଜାଜୀଙ୍କ ଆନ୍ଦୋଳନ ବୁଦ୍ଧିଜୀବୀ ବର୍ଗଙ୍କ ଦ୍ୱାରା ଚାଲୁ ରହିଛି, କିନ୍ତୁ ବୟାଳିଶର ଘଟଣା, ଦେଶର କୌଣସି ଏପରି କୋଣ ନ ଥିଲା, ଦେଶର ଏପରି କୌଣସି ବର୍ଗ ନ ଥିଲେ, ଦେଶର କୌଣସି ସାମାଜିକ ଅବସ୍ଥା ଏପରି ନ ଥିଲା, କି ଯିଏ ଏହାକୁ ନିଜର ମାନି ନ ଥିଲେ । ଆଉ ଗାନ୍ଧୀଙ୍କ ଶବ୍ଦକୁ ନେଇ କରି ସେମାନେ ଆଗେଇ ଚାଲିଲେ । ଏହା ତ ଆନ୍ଦୋଳନ ଥିଲା, ଯେବେ ଶେଷ ସ୍ୱରରେ କଥା ଆସିଲା ଭାରତ ଛାଡ । ଆଉ ସବୁଠାରୁ ବଡ଼ କଥା ହେଲା ମହାତ୍ମା ଗାନ୍ଧୀଙ୍କର ସମଗ୍ର ଆନ୍ଦୋଳନରେ ଯେଉଁ ଭାବ କେବେ ପ୍ରକଟ ହୋଇପାରି ନ ଥିଲା, ଗାନ୍ଧିଜୀଙ୍କର ସମଗ୍ର ଚିନ୍ତନ-ମନନ ଆଉ ବିଚାର-ଆଚାରକୁ ଦେଖିବା, ତାହାଠାରୁ ଅଲଗା ଘଟଣା ଘଟିଲା । ଏହି ମହାପୁରୁଷ କହିଲେ, କରିବା ବା ମରିବା । ଗାନ୍ଧିଜୀଙ୍କ ମୁହଁରୁ କରିବା ବା ମରିବା, ଶବ୍ଦ ଦେଶ ପାଇଁ ଆଶ୍ଚର୍ଯ୍ୟ ଥିଲା । ଆଉ ଏଥିପାଇଁ ଗାନ୍ଧିଜୀଙ୍କୁ ମଧ୍ୟ ସେହି ସମୟରେ କହିବାକୁ ପଡିଥିଲା, ଆଉ ସେ ଶବ୍ଦ କହିଥିଲେ ‘ଆଜିଠାରୁ ଆପଣ ମାନଙ୍କୁ ମଧ୍ୟରୁ ପ୍ରତ୍ୟେକଙ୍କୁ ନିଜକୁ ଏକ ସ୍ୱତନ୍ତ୍ର ମହିଳା କିମ୍ବା ପୁରୁଷ ଭାବିବା ଦରକାର ଆଉ ଏହି ପ୍ରକାର କାମ କରିବା ଦରକାର, ଭାବନ୍ତୁ ଆପଣ ହେଉଛନ୍ତି ସ୍ୱତନ୍ତ୍ର । ମୁଁ ପୂର୍ଣ୍ଣ ସ୍ୱାଧୀନତା ଠାରୁ କୌଣସି ଜିନିଷରେ ସନ୍ତୁଷ୍ଟ ହେବିନାହିଁ ।’ “ଆମେ କରିବା ବା ମରିବା ।” ବାପୁଙ୍କର ଏହି ଶବ୍ଦ ଥିଲା ଆଉ ବାପୁ ମଧ୍ୟ ସ୍ପଷ୍ଟ କରିଥିଲେ କି ମୁଁ ମୋର ଅହିଂସାର ପଥକୁ ଛାଡ଼ି ନାହିଁ । କିନ୍ତୁ ଆଜି ଏଭଳି ସ୍ଥିତି ଆଉ ସେହି ସମୟ ସାଧାରଣ ଜନତାଙ୍କ ଚାପ ଏପରି ଥିଲା କି ବାପୁଙ୍କ ପାଇଁ ମଧ୍ୟ ତାହାର ନେତୃତ୍ୱ ତୁଲାଇବାରେ ସେହି ଲୋକଙ୍କ ଭାବନା ଅନୁସାରେ ଏହି ଶବ୍ଦ ପ୍ରୟୋଗ କରିବାକୁ ପଡ଼ିଥିଲା ।

ମୁଁ ବୁଝି ପାରୁଛି କି ସେହି ସମୟ ଯେବେ ସମାଜର ସମସ୍ତ ବର୍ଗ ଏକାଠି ହୋଇଗଲେ, ଗାଁ ହେଉ, କୃଷକ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ, ଶିକ୍ଷକ ହୁଅନ୍ତୁ, ଛାତ୍ର ହୁଅନ୍ତୁ ପ୍ରତ୍ୟେକ ଏହି ଆନ୍ଦୋଳନ ସହ ଯୋଡ଼ି ହୋଇଗଲେ ଆଉ କରିବା ବା ମରିବା ଆଉ ବାପୁ ତ ଏପରି ମଧ୍ୟ କହୁଥିଲେ କି ଇଂରେଜଙ୍କର ହିଂସା କାରଣରୁ କେହି ମଧ୍ୟ ଶହୀଦ ହେଲେ ତ ତାଙ୍କ ଦେହରେ ଏକ କାଗଜରେ ଲେଖିବା ଦରକାର କରିବା ବା ମରିବା ଆଉ ସେ ହେଉଛନ୍ତି ଏହି ସ୍ୱାଧୀନତା ଆନ୍ଦୋଳନର ଶହୀଦ । ଏହିଭଳି ଶୀର୍ଷ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ବାପୁ ନେଇଯିବାକୁ ପ୍ରୟାସ କରିଥିଲେ ଆଉ ତାହାର ପରିଣାମ ଥିଲା କି ଭାରତ ପାରାଧୀନତାର ଶିକୁଳିରୁ ମୁକ୍ତ ହେଲା । ଦେଶ ସେହି ମୁକ୍ତି ପାଇଁ ଛଟପଟ ହେଉଥିଲା । ନେତା ହୁଅନ୍ତୁ ବା ନାଗରିକ କାହାକୁ ଏହି ଭାବନାର ତୀବ୍ରତାରେ ସାମାନ୍ୟତମ ପାର୍ଥକ୍ୟ ନ ଥିଲା ଆଉ ମୁଁ ଭାବୁଛି ଯେ ଦେଶ ଯେବେ ଉଠି ଠିଆ ହୁଏ, ସାମୁହିକଭାବେ ଯେତେବେଳେ ଶକ୍ତି ଉତ୍ପନ୍ନ ହୋଇଥାଏ, ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥାଏ ଆଉ ନିର୍ଦ୍ଧାରିତ ଲକ୍ଷ୍ୟରେ ଯିବା ପାଇଁ ଲୋକେ ଏକାଠି ହୋଇ ଚାଲନ୍ତି ତ, 42ରୁ 47 – ପାଂଚ ବର୍ଷ ମଧ୍ୟରେ ଶିକୁଳି ଖଣ୍ଡ-ବିଖଣ୍ଡିତ ହୋଇଯାଏ ଆଉ ମା’ ଭାରତୀ ସ୍ୱାଧୀନ ହୋଇଯାଆନ୍ତି ଆଉ ଏଥି ପାଇଁ ସେହି ସମୟରେ ରାମବୃକ୍ଷ ବେନିପୁରୀ ସେ ଗୋଟିଏ ପୁସ୍ତକ ରଚନା କରିଛନ୍ତି ‘ଜଞ୍ଜିରେ ଔର ଦିୱାରେ’ ଆଉ ସେହି ପ୍ରସ୍ତୁତିର ବର୍ଣ୍ଣନା କରି ସେ ଲେଖିଛନ୍ତି । ‘ଏକ ଅଦ୍ଭୁତ ବାତାବରଣ ସାରା ଦେଶରେ ସୃଷ୍ଟି ହୋଇଛି । ପ୍ରତ୍ୟେକ ବ୍ୟକ୍ତି ନେତା ହୋଇଗଲେ ଏବଂ ଦେଶର ପ୍ରତ୍ୟେକ ଚଉପାଟୀ କର ବା ମର ଆନ୍ଦୋଳନର କାର୍ଯ୍ୟାଳୟ ହୋଇଗଲା । ଦେଶ ନିଜକୁ କ୍ରାନ୍ତିର ଯଜ୍ଞ କୁଣ୍ଡରେ ଝାସ ଦେଲା । କ୍ରାନ୍ତିର ଜ୍ୱାଳା ସାରା ଦେଶରେ ଧୂ-ଧୂ ହୋଇ ଜଳୁଥିଲା । ବମ୍ବେ ରାସ୍ତା ଦେଖାଇ ଦେଲା । ଯିବା ଆସିବାର ସମସ୍ତ ସାଧନ ବନ୍ଦ ହୋଇଯାଇଥିଲା । କଚେରୀଗୁଡିକ ଜନଶୂନ୍ୟ ହୋଇଯାଇଥିଲା । ଭାରତର ଲୋକଙ୍କର ବୀରତା ଏବଂ ବ୍ରିଟିଶ ସରକାରଙ୍କର ନୃଶଂସତାର ଖବର ପହଂଚୁଥିଲା । ଜନତା କର ବା ମରର ଗାନ୍ଧିବାଦୀ ମନ୍ତ୍ରକୁ ଭଲ ଭାବରେ ହୃଦୟରେ ଧାରଣ କରି ନେଇଥିଲେ ।’

ସେହି ସମୟର ଏହି ବର୍ଣ୍ଣନା ସେହି ପୁସ୍ତକ ଯେବେ ଏମାନେ ପଢ଼ନ୍ତି ତ ଜଣା ପଡେ ଯେ କିଭଳି ପରିବେଶ ହୋଇଥିବ ଆଉ ଗୋଟିଏ ସେହି ସମୟ ଥିଲା କି ଏହି ଘଟଣାରେ ଏହି କଥା ସତ ଯେ ଯେଉଁ ବ୍ରିଟିଶ ଉପନିବେଶବାଦ ଥିଲା ତାହାର ଆରମ୍ଭ ହିନ୍ଦୁସ୍ଥାନରେ ହୋଇଥିଲା ଆଉ ଏହି ଘଟଣା ପରେ ତାହାର ଅନ୍ତ ମଧ୍ୟ ହିନ୍ଦୁସ୍ଥାନରେ ହୋଇଥିଲା । ଭାରତ ସ୍ୱାଧୀନ ହେବା କେବଳ ଭାରତର ସ୍ୱାଧୀନତା ନ ଥିଲା । 1942 ପରେ ବିଶ୍ୱରେ ଯେଉଁ-ଯେଉଁ ଭୂଭାଗରେ ଆଫ୍ରିକାରେ, ଏସିଆରେ ଏହି ଉପନିବେଶବାଦ ବିରୁଦ୍ଧରେ ଗୋଟିଏ ଜ୍ୱାଳା ଉତ୍ପନ୍ନ ହେଲା ତାହାର ପ୍ରେରଣା କେନ୍ଦ୍ର ଭାରତ ହୋଇଥିଲା । ଆଉ ଏଥି ପାଇଁ ଭାରତ କେବଳ ଭାରତର ସ୍ୱାଧୀନତା ନୁହେଁ ଏକ ସ୍ୱାଧୀନତା ଲାଳସା ବିଶ୍ୱର ବହୁ ଅଂଚଳରେ ଖେଳାଇବାରେ ଭାରତର ସାଧାରଣ ଜନତାଙ୍କ ସଂକଳ୍ପ ଏବଂ କୃତିତ୍ୱର କାରଣ ହୋଇଯାଇଥିଲା ଏବଂ କେହି ମଧ୍ୟ ଭାରତୀୟ ଏହି କଥା ପାଇଁ ଗର୍ବ କରି ପାରେ ଆଉ ଏହାକୁ ଆମେ ଦେଖିଲୁ ଯେ ଭାରତ ଥରେ ସ୍ୱାଧୀନ ହେଲା ତା’ପରେ ଗୋଟିଏ ପରେ ଗୋଟିଏ ଉପନିବେଶବାଦର ପତାକା ଧରାଶାୟୀ ହୋଇଗଲା ଏବଂ ସ୍ୱାଧୀନତା ସବୁ ଯୁଗ ପର୍ଯ୍ୟନ୍ତ ପହଂଚିବାକୁ ଲାଗିଲା । କିଛି ବର୍ଷ ମଧ୍ୟରେ ଦୁନିଆର ସମସ୍ତ ଦେଶ ସ୍ୱାଧୀନତା ଲାଭ କଲେ ଏବଂ ଏହି କାମ ଜଣାଏ କି ଏହା ଭାରତର ଇଚ୍ଛା ଶକ୍ତିର ପ୍ରବଳ ଇଚ୍ଛା ଶକ୍ତିର ଉତ୍ତମରୁ ଅତି ଉତ୍ତମ ପରିଣାମ ଥିଲା, ଆମ ପାଇଁ ଏହା ହେଉଛି ଶିକ୍ଷା ଯେ, ଯେତେବେଳେ ଆମେ ଏକମନ ହୋଇ ସଂକଳ୍ପ କରି ସଂପୂର୍ଣ୍ଣ ସାମର୍ଥ୍ୟର ସହିତ ନିର୍ଦ୍ଧାରିତ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଏକାଠି ହୋଇଯାଉ ତ ଏହା ହେଉଛି ଦେଶର ଶକ୍ତି କି ଆମେ ଦେଶକୁ ସଂକଟରୁ ମୁକ୍ତ କରିଦେଉ, ଦେଶକୁ ପରାଧୀନତାର ଶିକୁଳିରୁ ବାହାର କରିପାରିବା, ଦେଶକୁ ନୂତନ ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରସ୍ତୁତ କରିପାରୁ, ଏହା ଇତିହାସ ଜଣାଇଛି । ଆଉ ଏଥିପାଇଁ ସେହି ସମୟରେ ଏହି ସଂପୂର୍ଣ୍ଣ ଆନ୍ଦୋଳନକୁ ଏବଂ ପୂଜ୍ୟ ବାପୁଙ୍କ ବ୍ୟକ୍ତିତ୍ୱକୁ ନେଇ ରାଷ୍ଟ୍ରକବି ସୋହନଲାଲ ଦ୍ୱିବେଦୀଙ୍କର ଯେଉଁ କବିତା ରହିଛି ବାପୁଙ୍କର କ’ଣ ସାମର୍ଥ୍ୟ ରହିଛି ତାହାକୁ ପ୍ରକଟ କରୁଛି । କବିତାରେ ସେ କହିଥିଲେ


ଚଲ ପଡେ ଜିଧର ଦୋ ଡଗ୍, ମଗ୍ ମେଁ

ଚଲ ପଡେ କୋଟି ପଗ୍ ଉସି ଔର

ଗଡ଼ ଗଇ ଜିଧର ଭି ଏକ ଦୃଷ୍ଟି

ଗଡ଼ ଗଇ କୋଟି ଦୃଗ ଉସି ଔର


ଯେଉଁ ଆଡକୁ ଗାନ୍ଧିଜୀଙ୍କ ଦୁଇ ପାଦ ଚାଲୁଥିଲା ସେହି ଆଡକୁ ଆପେ-ଆପେ କୋଟି କୋଟି ଲୋକ ଚାଲୁଥିଲେ, ଯେଉଁଠି ଗାନ୍ଧିଜୀଙ୍କର ଦୃଷ୍ଟି ନିବଦ୍ଧ ହୋଇ ଯାଉଥିଲା ସେଠାରେ କୋଟି କୋଟି ଆଖି ଦେଖିବାକୁ ଲାଗୁଥିଲେ ଆଉ ଏଥି ପାଇଁ ଏହି ମହାନ ବ୍ୟକ୍ତିତ୍ୱ, କିନ୍ତୁ ଆଜି ଯେବେ ଆମେ 2017ରେ ଅଛୁ ଆମେ ଏହି କଥାକୁ ଅସ୍ୱୀକାର କରି ପାରୁ ନାହୁଁ ଯେ ଆଜି ଆମ ପାଖରେ ଗାନ୍ଧୀ ନାହାନ୍ତି, ଆଜି ଆମ ପାଖରେ ସେହି ସମୟର ଯେଉଁ ଶୀର୍ଷ ନେତୃତ୍ୱ ଥିଲେ ତାହା ଆଜି ଆମ ପାଖରେ ନାହିଁ କିନ୍ତୁ ଶହେ ପଚିଶ କୋଟି ଦେଶବାସୀଙ୍କର ବିଶ୍ୱାସ ସହିତ ବସିଥିବା ଆମେ ସମସ୍ତେ ମିଶି ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଚେଷ୍ଟା କରିବା ତ ମୁଁ ମାନୁଛି କି ଗାନ୍ଧୀଙ୍କର ସ୍ୱପ୍ନ ସେହି ସ୍ୱାଧୀନତା ସଂଗ୍ରାମୀଙ୍କର ସ୍ୱପ୍ନକୁ ସାକାର କରିବା କଷ୍ଟକର କାମ ନୁହେଁ ଆଉ ଆଜି, ଆଜିର ଅବସର କୌଣସି କଥା ପାଇଁ ଆମ ପାଇଁ ସେହି ସମୟର ବିଶ୍ୱର ଯେଉଁ ପରିସ୍ଥିତି ଥିଲା 1942ରେ ଭାରତର ସ୍ୱାଧୀନତା ପାଇଁ ବହୁତ ଅନୁକୂଳ ପରିବେଶ ଥିଲା ଯିଏ ମଧ୍ୟ ଇତିହାସ ସହିତ ପରିଚିତ ତାଙ୍କୁ ଜଣାଅଛି ।

ମୁଁ ବୁଝିପାରୁଛି ଆଜି ପୁଣି ଆଉଥରେ 2017ରେ ଯେବେ କି ଭାରତ ଛାଡ଼ ଆନ୍ଦୋଳନର ଆମେ 75 ବର୍ଷ ପୂର୍ତ୍ତି ପାଳନ କରୁଛୁ ସେହି ସମୟରେ ବିଶ୍ୱରେ ସେହି ଅନୁକୂଳ ପରିବେଶ ରହିଛି ଯାହା ଭାରତ ପାଇଁ ବେଶ ଅନୁକୂଳ ଏବଂ ଅନୁକୂଳ ବ୍ୟବସ୍ଥାର ଲାଭ ଆମେ ଯେତେ ଶୀଘ୍ର ଉଠାଇ ପାରିବା ଯେଭଳି ସେହି ସମୟରେ ଆମେ ବିଶ୍ୱର ବହୁ ଦେଶ ପାଇଁ ପ୍ରେରଣାର କାରଣ ହୋଇପାରିଥିଲୁ ଯଦି ଆଜି ଆମେ ସୁଯୋଗକୁ ନେଇ ପାରିବା ତ ଆଜି ପୁଣି ଆଉ ଥରେ ଆମେ ବିଶ୍ୱର ବହୁ ଦେଶ ପାଇଁ ଉପଯୋଗୀ ହୋଇ ପାରିବା ପ୍ରେରଣାର କାରଣ ହୋଇପାରିବା, ଏଭଳି କ୍ଷଣରେ ଆମେ ଆଜି ଠିଆ ହୋଇଛେ 1942 ଏବଂ 2017 ଏହି ଦୁଇଟିରେ ବିଶ୍ୱ ପରିବେଶରେ ଭାରତର ମାହାତ୍ମ୍ୟ, ଭାରତ ପାଇଁ ସୁଯୋଗ ସମାନ ଭାବରେ ଠିଆ ହୋଇ ରହିଛି । ଆଉ ସେହି ସମୟରେ ଆମେ ଏହି କଥାକୁ କିଭଳି ନେବା, ଆମେ ତାହାର ଦାୟିତ୍ୱ କିଭଳି ନେବା ମୁଁ ମାନୁଛି ଇତିହାସର ଏହି ପ୍ରକରଣରୁ ସାମର୍ଥ୍ୟରୁ ପ୍ରେରଣା ନେଇ ଆମ ପାଇଁ ଦଳ ଠାରୁ ବଡ଼ ହେଉଛି ଦେଶ, ରାଜନୀତି ଠାରୁ ଉଦ୍ଧ୍ୱର୍ରେ ହେଉଛି ରାଷ୍ଟ୍ରନୀତି, ମୋ ନିଜ ଠାରୁ ବହୁ ଉର୍ଦ୍ଧ୍ଵରେ ହେଉଛନ୍ତି ଶହେ ପଚିଶ କୋଟି ଦେଶବାସୀ, ଯଦି ସେହି ଭାବନାକୁ ନେଇ ଆମେ ଉଡ଼ି ଚାଲିବା ଆମେ ସବୁ ମିଳିମିଶି ଆଗକୁ ବଢିବା ତ ଆମେ ଏହି ସମସ୍ୟା ଗୁଡିକ ବିରୁଦ୍ଧରେ ସଫଳତା ପୂର୍ବକ ଆଗକୁ ବଢ଼ିପାରିବା । ଆମେ ଏହି କଥାକୁ କିପରି ଅସ୍ୱୀକାର କରିପାରିବା ଯେ ଭ୍ରଷ୍ଟାଚାର ରୂପକ ଉଈ ଦେଶକୁ କିଭଳି ନଷ୍ଟ କରି ରଖିଛି । ରାଜନୈତିକ ଭ୍ରଷ୍ଟାଚାର ହେଉ, ସାମାଜିକ ଭ୍ରଷ୍ଟାଚାର ହେଉ କିମ୍ବା ବ୍ୟକ୍ତିଗତ ଭ୍ରଷ୍ଟାଚାର ହେଉ, କାଲି କ’ଣ ହେଲା କେବେ କିଏ କଲା ତା ପାଇଁ ବିବାଦ କରିବାକୁ ବହୁତ ସମୟ ହୋଇଥାଏ କିନ୍ତୁ ଆଜିର ପବିତ୍ର ମୁହୂର୍ତରେ ଆମେ ଆଗକୁ ତ ସଚ୍ଚୋଟତାର ଉତ୍ସବ ପାଳନ କରିପାରିବା ସଚ୍ଚୋଟତାର ସଂକଳ୍ପ ନେଇ ଦେଶର ନେତୃତ୍ୱ ନେଇପାରିବା କ’ଣ ଦେଶକୁ ଆଗେଇ ନେଇ ପାରିବା ଏହା ହେଉଛି ସମୟର ଅହ୍ୱାନ । ଦେଶର ସାଧାରଣ ମଣିଷର ଆବଶ୍ୟକତା, ଦାରିଦ୍ର୍ୟ, ଅପପୁଷ୍ଟି, ଅଶିକ୍ଷା ଏହା ଆମ ସାମ୍ନାରେ ଆହ୍ୱାନ ହୋଇ ରହିଛି, ଏହି ଆହ୍ୱାନ ଗୁଡିକୁ ଆମେ ସରକାରଙ୍କର ଆହ୍ୱାନ ଭାବିବା ନାହିଁ ସେଗୁଡିକ ଦେଶ ପାଇଁ ଆହ୍ୱାନ, ଦେଶର ଗରିବଙ୍କ ସମ୍ମୁଖରେ ସଂକଟ ଭରା ପ୍ରଶ୍ନ ଠିଆ ହୋଇଛି, ତେଣୁ ଦେଶ ପାଇଁ ଜୀଇଁବା ମରିବା ବାଲା ଦେଶ ପାଇଁ ସଂକଳ୍ପ କରିବାବାଲା ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ଏହାକୁ ପୂରଣ କରିବା ପାଇଁ ଆମେ କିଛି ପ୍ରସଙ୍ଗ ଉପରେ 1942ରେ ମଧ୍ୟ ଭିନ୍ନ ଭିନ୍ନ ଧାରାର ଲୋକ ଥିଲେ । ହିଂସାରେ ବିଶ୍ୱାସ କରୁଥିବା ଲୋକ ମଧ୍ୟ ଥିଲେ । ନେତାଜୀ ସୁଭାଷ ବାବୁଙ୍କର ଚିନ୍ତାଧାରା ଅଲଗା ଥିଲା କିନ୍ତୁ 1942ରେ ସମସ୍ତେ ଏକ ସ୍ୱରରେ କହି ଦେଇଥିଲେ ଆପଣଙ୍କୁ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଏହା ହେଉଛି ଆମର ପଥ । ଆମର ମଧ୍ୟ ଲାଳନପାଳନ, ବିଚାର ଧାରା ଭିନ୍ନ-ଭିନ୍ନ ରହିଥିବ କିନ୍ତୁ ଏହା ହେଉଛି ସମୟର ଆହ୍ୱାନ କି ଆମେ କିଛି ବିଷୟରେ ଦେଶକୁ ନେତୃତ୍ୱ ନେବା ପାଇଁ ସଂକଳ୍ପର ସୁଯୋଗ ନେଇ ଚାଲିବା ଗରିବ ହୁଅନ୍ତୁ, ବୁଭୁକ୍ଷୁ ହେଉ, ଅଶିକ୍ଷା ହେଉ ତାହାର ସ୍ୱତଃ ଅନ୍ତ ହେଉ ।

ମହାତ୍ମା ଗାନ୍ଧୀଙ୍କର ଗ୍ରାମ ସ୍ୱରାଜ୍ୟର ସ୍ୱପ୍ନ କେତେ ପଛରେ ରହିଗଲା କ’ଣ କାରଣ ଅଛି କି ଲୋକ ଗାଁ ଛାଡ଼ି କରି ସହରରେ ବାସ କରୁଛନ୍ତି । ଗାଁର ସେହି ଚିନ୍ତା ଯାହା ଗାନ୍ଧିଜୀଙ୍କର ମନରେ ଥିଲା କ’ଣ ଆମ ଭିତରେ ତାହାକୁ ପୁନର୍ଜୀବିତ କରି ପାରିବା କି? ଗାଁ, ଗରିବ, କୃଷକ, ଦଳିତ ବର୍ଗ, ଶୋଷିତ, ବଂଚିତ ସେମାନଙ୍କ ଜୀବନ ପାଇଁ ଯଦି ଆମେ କିଛି କରି ପାରିବା ମିଳିମିଶି କରିବା । ଏହି ପ୍ରଶ୍ନ ମୋର କିମ୍ବା ତୁମର ନୁହେଁ । ଏପଟର କିମ୍ବା ସେପଟର ନୁହେଁ ଏହା ହେଉଛି ଆମ ସମସ୍ତଙ୍କର, ହେଉଛି ଶହେ ପଚିଶ କୋଟି ଦେଶବାସୀଙ୍କର । ହେଉଛି ଶହେ ପଚିଶ କୋଟି ଦେଶବାସୀଙ୍କ ଜନ ପ୍ରତିନିଧିଙ୍କର ଆଉ ଏହା ତ ହେଉଛି ସମୟ ଯେବେ ତାହା ପ୍ରେରଣା ଆମମାନଙ୍କୁ କିଛି କରିଯିବା ପାଇଁ ଶକ୍ତି ଦେଇ ଥାଏ ଆଉ ତାହାକୁ ନେଇ କରି ଆମେ ଆଗକୁ ଚାଲି ପାରିବା । ଆମେ ଏହା ମଧ୍ୟ ଜାଣିଛୁ ଦେଶରେ ଜଣା-ଅଜଣା ଭାବରେ ଅଧିକାରର ଭାବ ପ୍ରବଳ ହୋଇ ଚାଲିଲା, କର୍ତ୍ତବ୍ୟ ଭାବ ଲୋପ ହୋଇ ଚାଲିଲା । ରାଷ୍ଟ୍ର ଜୀବନ ଭିତରେ, ସମାଜ ଜୀବନ ଭିତରେ ଅଧିକାର ଭାବର ମାହାତ୍ମ୍ୟ ସେତିକି ହିଁ ରହିଥାଏ ଯଦି କର୍ତ୍ତବ୍ୟ ଭାବକୁ ସାମାନ୍ୟ ଭାବେ କମ ବୋଲି ଭାବିବାକୁ ଲାଗିବା ତ ସମାଜ ଜୀବନରେ କେତେ ବଡ଼ ଅସୁବିଧା ହୁଏ ଆଉ ଦୁର୍ଭାଗ୍ୟ କ୍ରମେ ଆମ ମାନଙ୍କର ଜୀବନ ଶୈଳୀ ଆମ ଚରିତ୍ରରେ କିଛି ଜିନିଷ ପ୍ରବେଶ କରି ଯାଇଛି ଯେଉଁଥି ପାଇଁ ଆମକୁ ଖରାପ ଲାଗୁ ନାହିଁ, ମୁଁ ଭୁଲ କରୁଛି ଯଦି ଛକ ଜାଗାରେ ନାଲି ବତିକୁ ଅତିକ୍ରମ କରି ଆଗେଇ ଯାଉଛି ତ ମୋତେ ଲାଗୁ ନାହିଁ କି ମୁଁ ଆଇନ ଭଙ୍ଗ କରୁଛି, ମୁଁ କେଉଁ ଠାରେ ଛେପ ପକାଇ ଅପରିଷ୍କାର କରୁଛି ତ ଆମକୁ ଲାଗୁ ହିଁ ନାହିଁ କି ଭୁଲ କରୁଛି । ଆମେ ନିଜର କର୍ତ୍ତବ୍ୟ ଭାବରୁ ଗୋଟିଏ ପ୍ରକାରରେ ଆମର ଅନ୍ତରାତ୍ମାରେ ଆମର ଜୀବନ ଶୈଳୀରେ ଏହି ପ୍ରକାରର ନିୟମକୁ ଭାଙ୍ଗିବା ଆଇନ ଭାଙ୍ଗିବା, ଏହାକୁ ସ୍ୱଭାବ କରି ଚାଲିଛୁ । ଛୋଟ-ଛୋଟ ଘଟଣା ହିଂସା ଆଡ଼କୁ ନେଇ ଯାଉଛି । ଡାକ୍ତରଖାନାରେ କୌଣସି ଡାକ୍ତରଙ୍କ ଦ୍ୱାରା କୌଣସି ରୋଗୀଙ୍କର କିଛି ହେଲା ଡାକ୍ତର ଦେଷୀ ହୁଅନ୍ତୁ କି ନ ହୁଅନ୍ତୁ, ଡାକ୍ତରଖାନା ଦେଷୀ ହେଉ କି ନ ହେଉ, ସଂପର୍କୀୟମାନେ ଯାଇ ଡାକ୍ତରଖାନାରେ ନିଆଁ ଲଗାଇ ଦିଅନ୍ତି । ଡାକ୍ତରଙ୍କୁ ମାରିଥାଆନ୍ତି, ପିଟିଥାଆନ୍ତି । ପ୍ରତ୍ୟେକ ଛୋଟ-ଛୋଟ ଘଟଣା ଯଦି ଦୁର୍ଘଟଣା ହୋଇଗଲା ଆମେ କାହାକୁ ଜଳାଇ ଦେଉଛୁ, ଡ୍ରାଇଭରକୁ ମାରି ଦେଉଛୁ । ଏହା ଯାହା ଚାଲିଛି ଆମେ ଆଇନ ପାଳନକାରୀ ନାଗରିକ ଭାବେ ଆମର କର୍ତ୍ତବ୍ୟ ହେବା ଦରକାର ଆମେ ମାନି ନେବା ଆମ ଦ୍ୱାରା କିଛି ଛାଡ଼ି ହୋଇ ଯାଇଛି । ଆମ ଜୀବନ ଶୈଳୀରେ କିଛି ଏଭଳି ଜିନିଷ ପ୍ରବେଶ କରି ଯାଉଛି ଯେପରି ଆମକୁ ଲାଗୁ ନାହିଁ କି ଆମେ ଆଇନ ଭଙ୍ଗ କରୁଛୁ ଆଉ ଏଥିପାଇଁ ଏହି ନେତୃତ୍ୱର ଦାୟିତ୍ୱ ହେଉଛି କି ସମାଜ ଭିତରୁ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି କି ଆମେ ସମାଜକୁ ଏହି ଦୋଷରୁ ମୁକ୍ତି ଦେଇ ସମାଜ ଭିତରେ କର୍ତ୍ତବ୍ୟ ଭାବକୁ ଜାଗ୍ରତ କରିବା ।

ଶୌଚାଳୟ-ସ୍ୱଚ୍ଛତା, ଏହି ବିଷୟ ଥଟ୍ଟା ମଜାର ନୁହେଁ । ସେହି ମାଆ ଭଉଣୀଙ୍କ ଅସୁବିଧାକୁ ବୁଝିବା ତ ସେତେବେଳେ ଜଣା ପଡ଼ିଥାଏ କି ଯେତେବେଳେ ଶୌଚାଳୟ ନ ଥାଏ ତ ଅନ୍ଧାର ରାତିକୁ ଅପେକ୍ଷା କରି ସମୟ ବିତାଇବାକୁ ପଡ଼ିଥାଏ ଆଉ ଏଥିପାଇଁ ଶୌଚାଳୟ ତିଆରି କରିବା ହେଉଛି ଏକ କାମ କିନ୍ତୁ ସମାଜର ମାନସିକତା ବଦଳାଇ ଶୌଚାଳୟ ବ୍ୟବହାର କରିବା ଏହା ଜନ ସାଧାରଣଙ୍କ ଶିକ୍ଷା ପାଇଁ ଆବଶ୍ୟକ ଏହି କଥାକୁ ଆମକୁ ଜାଗ୍ରତ କରିବାକୁ ହେବ ଆଉ ଏହି ଭାବନା ଆଇନ ଦ୍ୱାରା ହୋଇ ନ ଥାଏ, ଆଇନ ତିଆରି କଲେ ହୋଇ ନ ଥାଏ, ଆଇନ କେବଳ ସାହାଯ୍ୟ କରିଥାଏ କିନ୍ତୁ କର୍ତ୍ତବ୍ୟ ଭାବ ଜାଗ୍ରତ କରିବା ଫଳରେ ଅଧିକ ହୋଇଥାଏ । ଆଉ ଏଥିପାଇଁ ଆମ ମାନଙ୍କୁ କରିବାକୁ ପଡ଼ିବ । ଆମ ଦେଶରେ ମାଆ ଭଉଣୀଙ୍କ ବୋଝ ଦେଶ ଉପରେ ସବୁଠାରୁ କମ ପଡ଼ୁ ।

ଦେଶକୁ ଅତିକମରେ ଯାହାର ବୋଝ ସହିବାକୁ ପଡିଥାଏ, ସେମାନେ ଯଦି କେଉଁ ବର୍ଗର ହୁଅନ୍ତି ତ ସେମାନେ ହେଉଛନ୍ତି ଏହି ଦେଶର ମାଆ, ଭଉଣୀ ଓ ମହିଳା । ସେମାନଙ୍କ ସାମର୍ଥ୍ୟକୁ ଆମେ କେତେ ଶକ୍ତି ଦେଇ ପାରିବା, ସେମାନଙ୍କ ଭାଗିଦାରୀ ଆମ ବିକାଶ ଭିତରେ ଆମେ କେତେ ଶକ୍ତି ଦେଇପାରିବା । ସଂମ୍ପୂର୍ଣ୍ଣ ସ୍ୱାଧୀନତା ଆନ୍ଦୋଳନକୁ ଦେଖନ୍ତୁ ମହାତ୍ମା ଗାନ୍ଧୀଙ୍କ ସହିତ ଆନ୍ଦୋଳନ ଯେଉଁଠି-ଯେଉଁଠି ହୋଇଛି, ଏଭଳି ଅନେକ ମାଆ-ଭଉଣୀ ସେହି ଆନ୍ଦୋଳନର ନେତୃତ୍ୱ ନେଉଥିଲେ ଆଉ ଦେଶକୁ ସ୍ୱାଧୀନ କରିବାରେ ମଧ୍ୟ ସେହି ଯୁଗରେ ଆମ ମାଆ-ଭଉଣୀଙ୍କର ସେତିକି ମଧ୍ୟ ଯୋଗଦାନ ରହିଛି । ତାହାକୁ ଅଗକୁ ବଢ଼ାଇବା ଦିଗରେ ଆମେମାନେ କର୍ତ୍ତବ୍ୟର ସହିତ ଆଗକୁ ବଢ଼ିବା ଦରକାର ।

ଏହି କଥା ମଧ୍ୟ ଠିକ୍ ଯେ 1857 ରୁ 1942, ଆମେ ଦେଖିଛୁ କି ସ୍ୱାଧୀନତା ଆନ୍ଦୋଳନ ଭିନ୍ନ-ଭିନ୍ନ ସୋପାନ ଦେଇ ଚାଲିଛି, ଉତ୍ଥାନ-ପତନ ଆସିଛି, ଅଲଗା-ଅଲଗା ଅଙ୍କା ବଙ୍କା ପଥ ଦେଇ ଆସିଛି, ନୂଆ ନୂଆ ନେତୃତ୍ୱ ଆସିଛି, କେବେ ବିପ୍ଳବର ପକ୍ଷ ଉପରକୁ ଚାଲିଯାଇଛି ତ କେବେ ଅହିଂସାର ପକ୍ଷ ଉପରକୁ ଚାଲିଯାଇଛି । କେବେ ଦୁଇଟି ଯାକ ଧାରା ମଧ୍ୟରେ ମୁହାଁମୁହିଁର ମଧ୍ୟ ପରିବେଶ ସୃଷ୍ଟି ହୋଇଛି, କେବେ ଦୁଇଟି ଯାକ ଧାରା ଗୋଟିଏ ଅନ୍ୟଟିର ପରିପୂରକ ମଧ୍ୟ ହୋଇଛି । କିନ୍ତୁ ମୁଁ ଦେଖିଛି, କିନ୍ତୁ ଏହି ସମସ୍ତ 1857 ରୁ 1942ର ସମୟ ଆମେ ଦେଖିଛୁ ଗୋଟିଏ ପ୍ରକାରରେ ସମୃଦ୍ଧଶାଳୀ ଥିଲା । ଧୀରେ ଧୀରେ ବଢ଼ୁଥିଲା, ଧୀରେ ଧୀରେ ବିଛେଇ ହୋଇ ଯାଉଥିଲା, ଧୀରେ ଧୀରେ ଲୋକ ଯୋଡି ହେଉଥିଲେ । ପରିବର୍ତ୍ତନ କ୍ରମ ବର୍ଦ୍ଧିଷ୍ଣୁ ଥିଲା । କିନ୍ତୁ ଊଣେଇଶ ଶହ ବୟାଳିଶରୁ ଊଣେଇଶ ଶହ ଶତଚାଳିଶ ମଧ୍ୟରେ, ସେହି କ୍ରମ ବର୍ଦ୍ଧିଷ୍ଣୁ ପରିବର୍ତ୍ତନ ନ ଥିଲା । ଗୋଟିଏ ସମୃଦ୍ଧଶାଳୀ ପରିବେଶ ଥିଲା ଆଉ ତାହା ସମସ୍ତ ସମୀକରଣକୁ ଶେଷ କରି ସ୍ୱାଧୀନତା ଦେବା ପାଇଁ ଇଂରେଜମାନଙ୍କୁ ବାଧ୍ୟ କରିଦେଲା, ଯିବାପାଇଁ ବାଧ୍ୟ କଲା । 1857 ରୁ 1942, ଧୀରେ ଧୀରେ କିଛି ହୋଇ ଚାଲିଥିଲା, ଚାଲି ରହିଥିଲା, କିନ୍ତୁ ବୟାଳିଶରୁ ଶତଚାଳିଶରେ ସେହି ସ୍ଥିତି ନ ଥିଲା ।

ଆମେ ମଧ୍ୟ ଦେଖିବା, ସମାଜ ଜୀବନରେ ଆମେ ବିଗତ 100, 200 ବର୍ଷର ଇତିହାସ ଦେଖିବା ତ ବିକାଶର ଯାତ୍ରା ଏକ ସମୃଦ୍ଧଶାଳୀ ରହିଥିଲା । ଧୀରେ ଧୀରେ ଦୁନିଆ ଆଗକୁ ବଢ଼ୁଥିଲା, ଧୀରେ ଧୀରେ ଦୁନିଆ ନିଜକୁ ନିଜେ ବଦଳୁଥିଲା । କିନ୍ତୁ ବିଗତ 30-40ବର୍ଷରେ ଦୁନିଆରେ ଅଚାନକ ପରିବର୍ତ୍ତନ ଆସିଲା, ଜୀବନରେ ଅଚାନକ ପରିବର୍ତନ ଆସିଲା ଆଉ ଟେକ୍ନୋଲୋଜି ବହୁତ ବଡ଼ ଭୂମିକା ନିର୍ବାହ କଲା । କେହି କଳ୍ପନା କରି ପାରିବେ ନାହିଁ ଯହା ଏହି 30-40ବର୍ଷରେ ଦୁନିଆରେ ଯେଉଁ ପରିବର୍ତନ ଆସିଛି, ବ୍ୟକ୍ତି ଜୀବନରେ, ମଣିଷ-ଜୀବନରେ, ଚିନ୍ତାଧାରାରେ ଯେଉଁ ପରିବର୍ତ୍ତନ ଆସିଛି; 30-40ବର୍ଷ ପୂର୍ବରୁ ଆମକୁ ଦେଖିବାକୁ ମିଳୁ ନ ଥିଲା । ଗୋଟିଏ ବିଘଟନ ଗୋଟିଏ ସମକରାତ୍ମକ ପରିବର୍ତ୍ତନ ଆମେ ଅନୁଭବ କରୁଛୁ ।

ଯେଉଁଭଳି ଭାବରେ ସମୃଦ୍ଧଶାଳୀ ପରମ୍ପରାରୁ ବାହାରି ଗୋଟିଏ ପରିମାଣରେ ଲମ୍ବ ଡିଆଁ ଭଳି ଚାଲିଗଲୁ, ମୁଁ ବୁଝିପାରୁଛି 2017 (ଦୁଇ ହଜାର ସତର), 2022(ଦୁଇ ହଜାର ବାଇଶି), ଭାରତ ଛାଡ ଆନ୍ଦୋଳନର 75 ବର୍ଷ ଆଉ ସ୍ୱାଧୀନତାର 75 ବର୍ଷ ମଧ୍ୟରେ ଥିବା ପାଂଚ ବର୍ଷ, ବୟାଳିଶରୁ ଶତଚାଳିଶର ଯେଉଁ ଉଦ୍ଦୀପନା ଥିଲା, ସେହି ଉଦ୍ଦିପନା ଯଦି ଆମେ ପୁଣିଥରେ ଦେଶରେ ସୃଷ୍ଟି କରିବା ଦୁଇ ହଜାର ସତରରୁ ଦୁଇ ହଜାର ବାଇଶି, ସ୍ୱାଧୀନତାର 75 ବର୍ଷ ପାଳନ କରିବା ତେବେ, ତେବେ ଆମେ ଦେଶର, ଆମ ସ୍ୱାଧୀନତାର ବୀର ମାନଙ୍କର ଯେଉଁ କାମନା ଥିଲା, ସେହି ସ୍ୱପ୍ନକୁ ସାକାର କରିବା ପାଇଁ ନିଜକୁ-ନିଜେ ସଂଶ୍ଳିଷ୍ଟ କରିବା । ଆମେ ନିଜର ସଂକଳ୍ପକୁ ନେଇ ଆଗକୁ ଚାଲିବା । ମୋର ବିଶ୍ୱାସ ଅଛି ନା କେବଳ ଆମ ଦେଶର ଭଲ ହେବ, କିନ୍ତୁ ଯେପରି ବୟାଳିଶରୁ ଶତଚାଳିଶର ସଫଳତା କାରଣରୁ ଦୁନିଆର ଅନେକ ଦେଶକୁ ଲାଭ ମିଳିଲା, ସ୍ୱାଧୀନତାର ଲାଳସା ଉତ୍ପନ୍ନ ହେଲା, ଶକ୍ତି ମିଳିଳା, ଭାରତକୁ ଆଜି ଦୁନିଆର ଅନେକ ଦେଶ, ଗୋଟିଏ ଭାଗ ଏପରି ଅଛି ଯି, ଭାରତକୁ ଏହି ରୂପରେ ଦେଖୁଛି । ଯଦି ଆମେ ଭାରତକୁ ଦୁଇ ହଜାର ସତରରୁ ଦୁଇ ହଜାର ବାଇଶି, ଯାହାକି ହେଉଛି ଆମମାନଙ୍କର ଦାୟିତ୍ୱର ସମୟ, ଯଦି ଆମେ ବିଶ୍ୱ ସାମ୍ନାରେ ଭାରତକୁ ସେହି ଶୀର୍ଷ ପର୍ଯ୍ୟନ୍ତ ନେଇ ଯିବା ତ ବିଶ୍ୱର ଏକ ବହୁତ ବଡ଼ ସମୁଦାୟ ଅଛନ୍ତି, ଯେଉଁମାନେ ନେତୃତ୍ୱ ଅନୁସନ୍ଧାନରେ, ସାହାଯ୍ୟର ଅନୁସନ୍ଧାନରେ, କାହାର ପ୍ରୟୋଗରୁ ଶିଖିବାକୁ ଚାହୁଁଛନ୍ତି; ଭାରତ ତାହା ପୂରଣ କରିବା ପାଇଁ ସାମର୍ଥ୍ୟବାନ ଅଟେ; ଯଦି ତାହା କରିବା ପାଇଁ ଆମେ ପ୍ରୟାସ କରିବା, ମୁଁ ବୁଝିପାରୁଛି ଦେଶର ବହୁତ ବଡ଼ ସେବା ହେବ । ଆଉ ଏଥିପାଇଁ ଏକ ସାମୁହିକ ଇଚ୍ଛା-ଶକ୍ତି ଜାଗ୍ରତ କରିବା, ଦେଶକୁ ସଂକଳ୍ପବଦ୍ଧ କରିବା, ଦେଶର ଲୋକଙ୍କୁ ସାଙ୍ଗରେ ନେଇ ଚାଲିବା ଆଉ ଏହି ପାଂଚ ବର୍ଷର ମହତ୍ୱକୁ ଆମେ ଯଦି ଆଗକୁ ବଢ଼ାଇବା ତ ମୋର ବିଶ୍ୱାସ ଅଛି କି ଆମେ କିଛି ପ୍ରସଙ୍ଗରେ ସହମତ ହୋଇ ବହୁତ ବଡ଼ କାମ କରି ପାରିବା ।

ଆମେ ଏବେ ଏବେ ଦେଖିଲୁ ଜିଏସଟି (GST), ଆଉ ଏହା ମୁଁ ବାରମ୍ବାର କହୁଛି କି ଏହା ମୋର ରାଜନୈତିକ ବକ୍ତବ୍ୟ ନୁହେଁ, ଏହା ହେଉଛି ମୋର ସ୍ୱୀକାରୋକ୍ତି । ଜିଏସଟି ର ସଫଳତା କୌଣସି ସରକାରର ସଫଳତା ନୁହେଁ, ଜିଏସଟି ର ସଫଳତା କୌଣସି ଦଳର ସଫଳତା ନୁହେଁ । ଜିଏସଟି ର ସଫଳତା ଏହି ସଦନରେ ବସିଥିବା ଲୋକଙ୍କର ଇଚ୍ଛା ଶକ୍ତିର ହେଉଛି ପରିଣାମ । ଏଠାରେ ବସନ୍ତୁ ଅବା ସେଠାରେ ବସନ୍ତୁ, ଏହାର ଶ୍ରେୟ ସମସ୍ତଙ୍କୁ ଯାଉଛି, ରାଜ୍ୟ ଗୁଡିକୁ ଯାଉଛି, ଦେଶର ସାଧାରଣ ବ୍ୟବସାୟୀଙ୍କୁ ଯାଉଛି; ଆଉ ସେହି କାରଣରୁ ଏହା ସମ୍ଭବ ହୋଇଛି । ଯାହା ଦେଶର ରାଜନୈତିକ ନେତୃତ୍ୱ ନିଜର ପ୍ରତିବଦ୍ଧତା କାରଣରୁ ଏତେ ବଡ଼ କାମ କରି ନିଅନ୍ତି, ଦୁନିଆ ପାଇଁ ଏହା ହେଉଛି ଆଶ୍ଚର୍ଯ୍ୟ । ଜିଏସଟି ବିଶ୍ୱ ପାଇଁ ହେଉଛି ବହୁତ ବଡ଼ ଆଶ୍ଚର୍ଯ୍ୟ, ତାହାର ମାନଦଣ୍ଡକୁ ଦେଖି ଯଦି ଏ ଦେଶ ଏହା କରିପାରେ, ତ ଆଉ ମଧ୍ୟ ସମସ୍ତ ନିର୍ଣ୍ଣୟ ଏହା ଦେଖି ମିଳିମିଶି ଏକାଠି ବସି କରିପାରିବ । ଆଉ ଶହେ ପଚିଶ କୋଟି ଦେଶବାସୀଙ୍କର ପ୍ରତିନିଧିଭାବେ, ଶହେ ପଚିଶ କୋଟି ଦେଶବାସୀଙ୍କୁ ସାଙ୍ଗରେ ନେଇ 2022କୁ ସଂକଳ୍ପ ନେଇ କରି ଯଦି ଆମେ ଆଗକୁ ଚାଲିବା, ମୋର ବିଶ୍ୱାସ ରହିଛି ଯେ ଯାହା ପରିଣାମ ଆମକୁ ଆଣିବାକୁ ଅଛି, ଆଉ ସେହି ପରିଣାମ ଆଣି କରି ରହିବା ।

ମହାତ୍ମା ଗାନ୍ଧୀ ସ୍ଲୋଗାନ ଦେଇଥିଲେ କର ବା ମର, ସେହି ସମୟର ସୂତ୍ର ଥିଲା କରିବା ବା ମରିବା । ଆଜି 2017ରେ 2022ର ଭାରତ କିଭଳି ହେବ, ଏହି ସଂକଳ୍ପ ନେଇ ଯଦି ଚାଲିବା, ତ ଆମେମାନେ ମଧ୍ୟ ମିଳିମିଶି ଦେଶରୁ ଭ୍ରଷ୍ଟାଚାର ଦୂର କରିବା ଆଉ ହାସଲ କରି ରହିବା । ଆମେ ସମସ୍ତେ ମିଶି ଗରିବଙ୍କୁ ତାଙ୍କର ଅଧିକାର ଦେବା, ଆଉ ଦେଇ କରି ରହିବା । ଆମେ ସମସ୍ତେ ମିଶି ଯୁବକମାନଙ୍କୁ ସ୍ୱରୋଜଗାର ଆଡକୁ ସୁଯୋଗ ଦେବା ଆଉ ଦେଇ କରି ରହିବା । ଆମେ ସମସ୍ତେ ମିଳିମିଶି ମହିଳାମାନଙ୍କୁ ଆଗକୁ ବଢିବା ପାଇଁ ପ୍ରତିବନ୍ଧକ ହେଉଥିବା ଶିକୁଳିକୁ ଶେଷ କରିବା ଆଉ କରି ରହିବା । ଆମେ ସମସ୍ତେ ମିଳିମିଶି ଦେଶରୁ ଅଶିକ୍ଷା ଶେଷ କରିବା ଆଉ କରି ରହିବା । ଆଉ କୌଣସି ଏମିତି ମଧ୍ୟ ବହୁତ ବିଷୟ ହୋଇପାରେ, କିନ୍ତୁ ସେ ସମୟର ମନ୍ତ୍ର ଥିଲା କରିବା ବା ମରିବା, ତ ସ୍ୱାଧୀନ ହିନ୍ଦୁସ୍ଥାନରେ 75 ବର୍ଷ ପରେ ସ୍ୱାଧୀନତାର ପର୍ବ ପାଳନ କରିବା ଦିଗରେ ଆଗକୁ ବଢ଼ୁଅଛୁ ତେବେ କରିବା ଏବଂ କରି ରହିବା, ଏହି ସଂକଳ୍ପକୁ ନେଇ ଆମେ ଆଗକୁ ବଢ଼ିବା । ଏହି ସଂକଳ୍ପ କୌଣସି ଦଳର ନୁହେଁ, ଏହି ସଂକଳ୍ପ କୌଣସି ସରକାରଙ୍କର ନୁହେଁ, ଏହି ସଂକଳ୍ପ ଶହେ ପଚିଶ କୋଟି ଦେଶବାସୀଙ୍କର, ଶହେ ପଚିଶ କୋଟି ଦେଶବାସୀଙ୍କ ଜନ ପ୍ରତିନିଧି, ଏସବୁ ମିଶି କରି ଯେବେ ସଂକଳ୍ପ କରିବା ତ ମୋର ବିଶ୍ୱାସ କି ସଂକଳ୍ପରୁ ସିଦ୍ଧି ଏହି ପାଂଚ ବର୍ଷ, 2017 ରୁ 2022, ସ୍ୱାଧୀନତାର 75 ବର୍ଷ, ସ୍ୱାଧୀନତାର ଉନ୍ମାଦ ମାନଙ୍କର ସ୍ୱପ୍ନକୁ ସାକାର କରିବାର ସାମର୍ଥ୍ୟବାନ ସମୟ ଏହାକୁ ଆମେ ପ୍ରେରଣାର କାରଣ କରିବା । ଆଜି ଅଗଷ୍ଟ କ୍ରାନ୍ତି ଦିବସରେ ସେହି ମହାପୁରୁଷ ମାନଙ୍କୁ ସ୍ମରର କରି, ତାଙ୍କର ତ୍ୟାଗ, ତପସ୍ୟା, ବଳିଦାନର ସ୍ମରଣ କରି, ସେହି ପୂଣ୍ୟ ସ୍ମରଣ ଠାରୁ ଆଶୀର୍ବାଦ ଭିକ୍ଷା କରି, ଆମେ ସବୁ ମିଳିମିଶି, କିଛି କଥାରେ ସହମତି ଆଣି ଦେଶକୁ ନେତୃତ୍ୱ ଦେବା, ଦେଶକୁ ସମସ୍ୟା ଗୁଡିକରୁ ମୁକ୍ତ କରିବା । ସ୍ୱପ୍ନ, ସାମର୍ଥ୍ୟ, ଶକ୍ତି ଏବଂ ଲକ୍ଷ୍ୟର ପୂରଣ ପାଇଁ ଆଗକୁ ବଢିବା, ଏହି ଏକ ଅନୁରୋଧ ସହିତ ମୁଁ ପୁଣି ଆଉ ଥରେ ଅଧ୍ୟକ୍ଷ ମହୋଦୟା ଜୀ, ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି ଏବଂ ସ୍ୱାଧୀନତା ପ୍ରେମୀଙ୍କୁ ପ୍ରଣାମ କରୁଛି ।

**********