Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତରେ ଦୀର୍ଘ ଅବଧି ଭିସାରେ ରହୁଥିବା ଲୋକଙ୍କ ପାଇଁ ଅଧିକ ସୁବିଧାକୁ କେବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସି ଭାରତରେ ଦୀର୍ଘ ଅବଧି ଭିସାରେ ରହୁଥିବା ସଂଖ୍ୟାଲଘୁ ସମୁଦାୟ ଯଥା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଓ ଇସାଇ ଲୋକଙ୍କ ପାଇଁ ଅଧିକ ସୁବିଧା ବୃଦ୍ଧିକୁ ମଞ୍ଜୁରି ଦିଆଯାଇଛି ଭାରତରେ ଦୀର୍ଘ ବର୍ଷ ଧରି ରହୁଥିବା ଏହି ବିଦେଶୀ ନାଗରିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି ଯେଉଁଥିରେ ସେମାନଙ୍କୁ ମିଳିବାକୁ ଥିବା ପ୍ରମୁଖ ସୁବିଧାଗୁଡ଼ିକ ହେଲା

. ବ୍ୟାଙ୍କ ଏକାଉଂଟ ଖୋଲିବା

. ନିଜ ରହିବା ଓ ସ୍ୱରୋଜଗାର ପାଇଁ ଉପଯୁକ୍ତ ଆବାସ ନିମନ୍ତେ ସମ୍ପତ୍ତି କ୍ରୟର ଅନୁମତି

. ସ୍ୱରୋଜଗାର ପାଇଁ ଅନୁମତି

. ଡ୍ରାଇଭିଂ ଲାଇସେନ୍ସ, PAN ନମ୍ବର ଓ ଆଧାର ନମ୍ବର ଜାରି କରିବା

. ଯେଉଁ ରାଜ୍ୟ ଅବା କେନ୍ଦ୍ର ଶାସିତ ଅଞ୍ଚଳରେ ସେମାନେ ରହୁଛନ୍ତି, ସେଠାରେ ସେମାନଙ୍କୁ  ଅବାଧ ବିଚରଣ ପାଇଁ ଅନୁମତି

. ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟରେ ଏଲଟିଭି ଦସ୍ତାବିଜର ସ୍ଥାନାନ୍ତର ସୁବିଧା

. ନିର୍ଦ୍ଧାରିତ ସମୟରେ କମ୍ ଅବଧିର ଭିସା/ଏଲଟିଭିର ସମ୍ପ୍ରସାରଣ ନହେଲେ ଜୋରିମାନା ବା ଦଣ୍ଡରୁ ଛାଡ଼

. ବିନା ଅନୁମତିରେ ଆସି ଯେଉଁ ସ୍ଥାନରେ ବାସ କରୁଥିବେ, ସେହି ସ୍ଥାନରୁ ହିଁ ଏଲଟିଭି ପାଇଁ ଆବେଦନ କରିବାର ଅନୁମତି

ଏଭଳି ଲୋକଙ୍କୁ ନାଗରିକତା ସୁବିଧା ପ୍ରଦାନ କରିବା ପାଇଁ ନାଗରିକତା ନିୟମ-2009ରେ ସଂଶୋଧନ ଦ୍ୱାରା ନିମ୍ନଲିଖିତ ପ୍ରାବଧାନର ସହୟତା ମିଳିବ…

. ଆବେଦନକାରୀଙ୍କୁ ନିଷ୍ଠାର ସତ୍ୟପାଠ କରାଇବା ପାଇଁ ଉପଖଣ୍ଡ ମାଜିଷ୍ଟ୍ରେଟ୍(ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍) ପଦବୀରୁ ତଳେ ନଥିବା ଅଫିସରଙ୍କୁ ପ୍ରାଧିକୃତ କରିବା ପାଇଁ ଜିଲ୍ଲାପାଳ/ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କୁ କ୍ଷମତା ପ୍ରଦାନ କରାଯିବ ।

. ଭାରତର ନାଗରିକ ଭାବେ ପଞ୍ଜିକରଣ ପାଇଁ 7ଟି ରାଜ୍ୟର 16ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ 2ବର୍ଷର ଅବଧି ପାଇଁ କ୍ଷମତା ପ୍ରଦାନ କରାଯିବ, ଯାହାକି ନିମ୍ନରେ ଉଲ୍ଲେଖ ରହିଛି ।

1

ଛତିଶଗଡ

ରାୟପୁର

2

ଗୁଜରାଟ

ଅହମ୍ମଦାବାଦ, ଗାନ୍ଧିନଗର ଓ କଚ୍ଛ

3

ମଧ୍ୟପ୍ରଦେଶ

ଭୋପାଳ ଓ ଇନ୍ଦୋର

4

ମହାରାଷ୍ଟ୍ର

ନାଗପୁର,ମୁମ୍ବାଇ, ପୁଣେ ଓ ଥାଣେ

5

ଦିଲ୍ଲୀ

ପଶ୍ଚିମ ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀ

6

ରାଜସ୍ଥାନ

ଯୋଧପୁର, ଜୈସାଲମେର ଓ ଜୟପୁର

7

ଉତ୍ତରପ୍ରଦେଶ

ଉତ୍ତରପ୍ରଦେଶ

କ୍ରମିକ ନମ୍ବର ରାଜ୍ୟର ନାମ ଜିଲ୍ଲା

 

 

 

 

 

 

 

 

ଭାରତର ନାଗରିକତା ପାଇଁ ପଞ୍ଜିକରଣ ଶୁଳ୍କର ବର୍ତ୍ତମାନ ସୀମା 3 ହଜାରରୁ 15 ହଜାର ଟଙ୍କାର ସୀମାକୁ 100 ଟଙ୍କାକୁ ହ୍ରାସ କରାଯିବ ।

ସରକାର ଏସବୁ ଦେଶର ସଂଖ୍ୟାଲଘୁ ସମୁଦାୟର ଲୋକଙ୍କ ଭାରତରେ ରହିବାରେ ସହାୟତା କରିବା ପାଇଁ ଗତ ଦୁଇ ବର୍ଷ ମଧ୍ୟରେ ଅନେକ ପଦକ୍ଷେପ ନେଇଛନ୍ତି । ଅବଶ୍ୟ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନର ସଂଖ୍ୟାଲଘୁ ସମୁଦାୟର ଲୋକମାନେ – ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଓ ଇସାଇଙ୍କୁ ଦୀର୍ଘ ଅବଧିର ଭିସାରେ ଭାରତରେ କ୍ରମାଗତ ରହିବା ବେଳେ ଜୀବନ ଜୀଇଁବାରେ ଅନେକ କ୍ଷେତ୍ରରେ ସମସ୍ୟା ଭୋଗୁଛନ୍ତି । ଏହି କ୍ୟାବିନେଟ ମଞ୍ଜୁରି ସେମାନେ ଭୋଗୁଥିବା ସମସ୍ୟାକୁ ହ୍ରାସ କରିବାରେ ସହାୟକ ହେବ ।