Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତରେ ବିଶ୍ୱ ଉଦ୍ୟୋଗୀତା ସମ୍ମିଳନୀ (ଜିଇଏସ) 2017ର ମିଳିତ ଆୟୋଜନ ଲାଗି ଭାରତ ଏବଂ ଆମେରିକା ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ଭାରତରେ ବିଶ୍ୱ ଉଦ୍ୟୋଗୀତା ସମ୍ମିଳନୀ (ଜିଇଏସ)-2017ର ଆୟୋଜନ ଲାଗି ଭାରତ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର (ଏମଓୟୁ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଞ୍ଜୁରି ଲାଭ କରିଛି । ସମ୍ମିଳନୀର ସଫଳ ଆୟୋଜନ ଲାଗି ଲଜିଷ୍ଟିକ୍ସ, ପରିବହନ ଏବଂ ଆୟୋଜନସ୍ଥଳୀ ସମ୍ବନ୍ଧୀୟ ଆବଶ୍ୟକତା ପୂରଣ କରିବା ନିମନ୍ତେ ସହଯୋଗ କ୍ଷେତ୍ର ଏବଂ ଉତ୍ତରଦାୟିତ୍ୱର ବ୍ୟବସ୍ଥା ଏହି ଏମଓୟୁରେ ରହିଛି ।

ଜିଇଏସ-2017 ବିଶ୍ୱସ୍ତରୀୟ ଶିଳ୍ପ ନେତୃବୃନ୍ଦଙ୍କ ସହିତ ବୈଠକ, ନେଟୱାର୍କିଂ ସେସନ୍ସ, ପିଚିଂ ପ୍ରତିଯୋଗିତା, ରଣନୈତିକ କର୍ମଶାଳା ଏବଂ ନୂଆ ସହଭାଗୀତା ପାଇଁ ସ୍ୱତନ୍ତ୍ର କ୍ଷେତ୍ର ଆଧାରିତ କାର୍ଯ୍ୟକ୍ରମ ନିମନ୍ତେ ଚମକ୍ରାର ସୁଯୋଗ ଦେଇଥିଲା । ଏହି ସମ୍ମିଳନୀ ଯୁବ ଉଦ୍ୟୋଗୀମାନଙ୍କୁ, ବିଶେଷ କରି ମହିଳା ଉଦ୍ୟୋଗୀ ଏବଂ ବଂଚିତ ଗୋଷ୍ଠୀଙ୍କ ପାଇଁ ସେମାନଙ୍କ ଅର୍ଥନୈତିକ ସୁଯୋଗ ବୃଦ୍ଧି ନିମନ୍ତେ ଏକ ମଂଚ ଯୋଗାଇ ଦେଇଥିଲା ।

ସୂଚନାଯୋଗ୍ୟ ଯେ ଜିଇଏସ-2017 ଗତ 28-30 ନଭେମ୍ବର, 2017ରେ ହାଇଦ୍ରାବାଦଠାରେ ଆୟୋଜିତ ହୋଇଥିଲା । ଏଥିରେ 150ଟି ଦେଶରୁ 15ଶହ ପ୍ରତିନିଧି ଯୋଗ ଦେଇଥିଲେ । ଏହାସହିତ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ସିଇଓ, ନୀତି ନିର୍ଦ୍ଧାରକ ଏବଂ ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

*****