ପିଏମଇଣ୍ଡିଆ
ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ପି ଚୌଧୁରୀ ମହାଶୟ,
ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନର ସଭାପତି ଡକ୍ଟର ଶ୍ୟାମ ଅଗ୍ରୱାଲ ମହାଶୟ,
ଆଉ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମହାନୁଭବ ।
ଆଜି ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନ 50 ତମ ବର୍ଷରେ ପଦାର୍ପଣ କରୁଛି । ଏହି ଅବସରରେ ମୁଁ ଏହି ସଂସ୍ଥା ସହିତ ଜଡ଼ିତ ସମସ୍ତ ଲୋକଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ଆଜି ମୁଁ ବହୁତ ଖୁସି ଯେ ମୁଁ ଏଭଳି ବିଦ୍ୱାନମାନଙ୍କ ମଧ୍ୟକୁ ଆସିଛି ଯେଉଁମାନେ ଏହି କଥା ପାଇଁ ଦାୟୀ ଯେ ଦେଶରେ ଥିବା ପ୍ରତ୍ୟେକ କମ୍ପାନୀ –
ଆଇନର ପାଳନ କରନ୍ତୁ, ନିଜର ବହି-ଖାତାମାନଙ୍କରେ ଗଡ଼ବଡ଼ ନ କରନ୍ତୁ, ସମ୍ପୂର୍ଣ୍ଣ ସ୍ଵଚ୍ଛତା ଓ ପାରଦର୍ଶିତା ରଖନ୍ତୁ । ଆପଣ ଆପଣଙ୍କ ଦାୟିତ୍ୱ ଯେଉଁଭଳି ଭାବେ ତୁଲାଉଛନ୍ତି, ତା’ଦ୍ୱାରା ଦେଶର କର୍ପୋରେଟ ସଂସ୍କୃତି ସ୍ଥିର ହୋଇଥାଏ ।
ଆପଣଙ୍କ ସଂସ୍ଥାର ଲକ୍ଷ୍ୟ ହେଉଛି “ସତ୍ୟମ୍ ବଦ, ଧର୍ମମ୍ ଚର” ଅର୍ଥାତ ସତ୍ୟ କହନ୍ତୁ ଆଉ ଆଇନ କାନୁନ ପାଳନ କରନ୍ତୁ ।
ଆପଣଙ୍କ ଦ୍ୱାରା ଦିଆ ଯାଇଥିବା ଠିକ୍ କିମ୍ବା ଭୁଲ୍ ପରାମର୍ଶ ଦେଶର କର୍ପୋରେଟ ପ୍ରଶାସନକୁ ପ୍ରଭାବିତ କରିଥାଏ ।
ସାଥୀମାନେ, ବହୁତଥର ଏମିତି ମଧ୍ୟ ହୋଇଥାଏ, ଯେବେ ଗୋଟିଏ କଥା ଶିକ୍ଷା ଦିଆ ଯାଇଥିବ, କିନ୍ତୁ ତାହାକୁ ଗ୍ରହଣ କରିବାବାଲାଙ୍କ ଆଚରଣ ଭିନ୍ନ ହୋଇଥାଏ ।
ଯେଭଳି ଗୋଟିଏ ହିଁ ଶିକ୍ଷା ଯୁଧିଷ୍ଠିର ମଧ୍ୟ ନେଇଥିଲେ, ଦୁର୍ଯୋଧନ ମଧ୍ୟ ନେଇଥିଲେ । କିନ୍ତୁ ଦୁହିଁଙ୍କର ବ୍ୟବହାର ସଂପୂର୍ଣ୍ଣ ଅଲଗା ଥିଲା ।
ମହାଭାରତରେ ଦୁର୍ଯୋଧନ କହିଛନ୍ତି – ଯାନାମୀ ଧର୍ମମ୍ ନ ଚ ମେ ପ୍ରବୃତ୍ତି: ଯାନାମୀ ଅଧର୍ମମ୍ ନ ଚ ମେ ନିବୃତ୍ତି: ଅର୍ଥାତ “ଏଭଳି ନୁହେଁ କି ମୁଁ ଧର୍ମ ଆଉ ଅଧର୍ମ ବିଷୟରେ ଜାଣି ନଥିଲି । କିନ୍ତୁ ଧର୍ମ ମାର୍ଗରେ ଚାଲିବା ମୋର ପ୍ରବୃତ୍ତି ହୋଇ ପାରିଲା ନାହିଁ ଆଉ ଅଧର୍ମ ମାର୍ଗରୁ ମୁଁ ନିବୃତ୍ତ ହୋଇ ପାରିଲି ନାହିଁ ।”
ଏହିଭଳି ସ୍ୱଭାବର ଲୋକମାନଙ୍କୁ ଆପଣଙ୍କ ସଂସ୍ଥାନ “ସତ୍ୟମ୍ ବଦ, ଧର୍ମମ୍ ଚର”ର ପାଠ ମନେ ପକାଇ ଦିଏ ।
ଦେଶରେ ସଚ୍ଚୋଟତାକୁ, ପାରଦର୍ଶୀତାକୁ ଆନୁଷ୍ଠାନିକ କରିବାରେ ଆପଣଙ୍କ ସଂସ୍ଥାନର ବହୁତ ବଡ଼ ଭୂମିକା ରହିଛି । ଭାଇ ଓ ଭଉଣୀମାନେ, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି- “ଏକେନ ଶୁଷ୍କ ବୃକ୍ଷେଣ ଦହ୍ୟ ମାନେନ ବହ୍ନି ନା । ଦହ୍ୟତେ ତତ୍ ବନମ୍ ସର୍ବମ୍ କୁପୁତ୍ରେଣ କୁଳମ୍ ଯଥା” ।
ଅର୍ଥାତ୍ “ଯେଭଳି ସମଗ୍ର ଜଙ୍ଗଲରେ ଯଦି ଗୋଟିଏ ଶୁଖିଲା ବୃକ୍ଷରେ ନିଆଁ ଲାଗି ଯାଏ ତ ସମଗ୍ର ଜଙ୍ଗଲ ଜଳି ଯାଇଥାଏ । ସେହିଭଳି ଭାବରେ ପରିବାରରେ ଯଦି କେହି ଜଣେ ମଧ୍ୟ କୌଣସି ଭୁଲ କାମ କରେ ତ ସମଗ୍ର ପରିବାରର ମାନ ମର୍ଯ୍ୟାଦା, ସମ୍ମାନ, ପ୍ରତିଷ୍ଠା ସବୁ ମାଟିରେ ମିଶି ଧୂଳିସାତ ହୋଇ ଯାଇଥାଏ” ।
ସାଥୀମାନେ, ଏହି କଥା ମଧ୍ୟ ଦେଶ ପାଇଁ ଶହେ ପ୍ରତିଶତ ଲାଗୁ ହୋଇଥାଏ । ଆମ ଦେଶରେ ମଧ୍ୟ ଏଭଳି ହାତଗଣତି ଲୋକ ଅଛନ୍ତି, ଯେଉଁମାନେ ଦେଶର ପ୍ରତିଷ୍ଠାକୁ, ଆମର ସଚ୍ଚୋଟ ସାମାଜିକ ସଂରଚନାକୁ ଦୁର୍ବଳ କରିବାର କାମ କରୁଛନ୍ତି । ଏହି ଲୋକମାନଙ୍କୁ ବ୍ୟବସ୍ଥା ଆଉ ସଂସ୍ଥାରୁ ବାହାର କରିବା ପାଇଁ ସରକାର ପ୍ରଥମ ଦିନରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି ।
– ଏହି ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ସରକାର ଗଠନ ହେବା ପରେ ହିଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ SIT ଗଠନ କରାଯାଇଛି ।
– ବିଦେଶରେ ଜମା କଳା ଧନ ପାଇଁ କଳାଧନ ଆଇନ ତିଆରି କରାଯାଇଛି ।
– ଅନେକ ଦେଶ ସହିତ ଟିକସ ବୁଝାମଣା କରାଯାଇଛି ଆଉ ପୁରୁଣା ଟିକସ ବୁଝାମଣାରେ ପରିବର୍ତ୍ତନ କରାଯାଇଛି ।
– ଦେବାଳିଆ ଏବଂ ଋଣ ଖିଲାପକାରୀ ସଂହିତା ପ୍ରସ୍ତୁତ କରାଗଲା ।
– 28 ବର୍ଷ ଧରି ଅଟକି ପଡ଼ି ରହିଥିବା ବେନାମୀ ସଂପତ୍ତି ଆଇନ ଲାଗୁ କରାଗଲା
– ବହୁ ବର୍ଷ ଧରି ଅଟକି ପଡ଼ି ରହିଥିବା ଉତ୍ତମ ଓ ସରଳ ଟିକସ ବ୍ୟବସ୍ଥା – ଜିଏସଟି ଲାଗୁ କରାଗଲା
– ବିମୁଦ୍ରୀକରଣର ନିଷ୍ପତ୍ତି ନେବାର ସାହସ ମଧ୍ୟ ଏହି ସରକାର ଦେଖାଇଲେ
ଭାଇ ଓ ଭଉଣୀମାନେ, ଏହି ସରକାର ଦେଶରେ ସଂସ୍ଥାଗତ ସଚ୍ଚୋଟତାକୁ ଦୃଢ଼ କରିବାର କାମ କରିଛନ୍ତି ।
ଏହା ସରକାରଙ୍କର ଅକ୍ଳାନ୍ତ ପରିଶ୍ରମର ହିଁ ପରିଣାମ କି ଆଜି ଦେଶରେ ଅର୍ଥ ବ୍ୟବସ୍ଥା ସ୍ୱଳ୍ପ ନଗଦରେ ଚାଲୁଛି ।
ବିମୁଦ୍ରୀକରଣ ପରେ ଜିଡିପିରେ ନଗଦ ଅନୁପାତ ହାର 9 ପ୍ରତିଶତକୁ ଆସିଯାଇଛି ।
8 ନଭେମ୍ବର 2016 ପୂର୍ବରୁ ଏହା 12 ପ୍ରତିଶତରୁ ଅଧିକ ହେଉଥିଲା ।
ଯଦି ଦେଶରେ, ଦେଶର ଅର୍ଥ ବ୍ୟବସ୍ଥାରେ ସଚ୍ଚୋଟତାର ନୂତନ ଯୁଗ ଆରମ୍ଭ ହୋଇ ନ ଥାଆନ୍ତା ତ ଏହା କ’ଣ ସମ୍ଭବ ହୋଇଥାଆନ୍ତା?
ଆପଣଙ୍କଠାରୁ ଭଲ କିଏ ଏହାକୁ ଜାଣିଛନ୍ତି ଯେ ଆଗରୁ ଯେଉଁଭଳି ଭାବେ ଆରାମରେ କଳାଧନର ନେଣଦେଣ ହେଉଥିଲା, ଏବେ ସେଭଳି କରିବା ଆଗରୁ ଲୋକମାନେ 50 ଥର ଭାବୁଛନ୍ତି!
ସାଥୀମାନେ,
ମହାଭାରତରେ ହିଁ ଆଉ ଜଣେ ଚରିତ୍ର ଥିଲେ-ଶଲ୍ୟ ।
ଶଲ୍ୟ କର୍ଣ୍ଣଙ୍କର ସାରଥୀ ଥିଲେ, ଆଉ ଯୁଦ୍ଧ ଭୂମିରେ ଯାହାଙ୍କୁ ଦେଖୁଥିଲେ, ତାକୁ ସିଏ ହତୋତ୍ସାହିତ କରି ଚାଲୁଥିଲେ, ନିରାଶାର ବାତାବରଣ ଖେଳାଇ ଚାଲୁଥିଲେ ।
ମହାଭାରତରେ ଶଲ୍ୟ ଥିଲେ, ଆଜି କିନ୍ତୁ ଶଲ୍ୟବୃତ୍ତି ରହିଛି ।
କିଛି ଲୋକଙ୍କୁ ନିରାଶା ଖେଳାଇବାରେ ଆନନ୍ଦ ଆସିଥାଏ । ଏଭଳି ପ୍ରବୃତ୍ତିର ଲୋକମାନଙ୍କ ପାଇଁ ଆଜିକାଲି ଗୋଟିଏ ତ୍ରୈମାସିକର ବିକାଶ କମ୍ ହେବା ହିଁ ସବୁଠାରୁ ବଡ଼ ଖବର ହୋଇ ଯାଇଛି ।
ସାଥୀମାନେ,
ଏହିଭଳି ଲୋକମାନଙ୍କ ପାଇଁ ଯେତେବେଳେ ତଥ୍ୟ ଅନୁକୂଳ ହୋଇଥାଏ, ତ ତାଙ୍କୁ ସଂସ୍ଥା ଏବଂ ପ୍ରକ୍ରିୟା ସଠିକ୍ ଲାଗିଥାଏ । କିନ୍ତୁ ଯେମିତି ହିଁ ଏହି ତଥ୍ୟ ତାଙ୍କ ପ୍ରତିକୂଳ ହୋଇଥାଏ ତ ଏମାନେ ସଂସ୍ଥାନ ଏବଂ ତା’ର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇବାକୁ ଲାଗନ୍ତି । କୌଣସି ମଧ୍ୟ ଫଳାଫଳରେ ପହଂଚିବା ପୂର୍ବରୁ ଏମାନଙ୍କୁ ଚିହ୍ନିବା ହେଉଛି ବହୁତ ଜରୁରୀ ।
ଭାଇ ଓ ଭଉଣୀମାନେ, କ’ଣ ଆପଣଙ୍କୁ ଲାଗୁଛି କି ଏଭଳି ପ୍ରଥମ ଥର ହୋଇଛି ଯେ ଦେଶରେ ଜିଡିପିର ଅଭିବୃଦ୍ଧି କୌଣସି ତ୍ରୈମାସିକରେ 5.7 ପ୍ରତିଶତ ପର୍ଯ୍ୟନ୍ତ ପହଂଚିଛି? ନାଇଁ ।
ଗତ ସରକାରଙ୍କ ସମୟରେ 6 ବର୍ଷରେ 8 ଥର ଏଭଳି ସୁଯୋଗ ଆସିଛି ଯେତେବେଳେ ବିକାଶ ଦର 5.7 ପ୍ରତିଶତ କିମ୍ବା ତା’ଠାରୁ ତଳକୁ ଖସିଛି । ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଏଭଳି ତ୍ରୈମାସିକ ଦେଖିଛି, ଯେତେବେଳେ ବିକାଶ ଦର 0.2 ପ୍ରତିଶତ, 1.5ପ୍ରତିଶତ ପର୍ଯ୍ୟନ୍ତ ତଳକୁ ଖସିଛି । ଏଭଳି ହ୍ରାସ ଅର୍ଥ ବ୍ୟବସ୍ଥା ପାଇଁ ଆହୁରି ଅଧିକ ବିପଦପୂର୍ଣ୍ଣ ଥିଲା, କାରଣ ଏହି ବର୍ଷମାନଙ୍କରେ ଭାରତ ଅଧିକ ମୁଦ୍ରସ୍ଫିତୀ, ଅଧିକ ଚଳନ୍ତି ଜମା ନିଅଣ୍ଟ ଏବଂ ଅଧିକ ଆର୍ଥିକ ନିଅଣ୍ଟ ସହିତ ସଂଘର୍ଷ କରୁଥିଲା । ସାଥୀମାନେ, ଯଦି 2014 ପୂର୍ବର ଦୁଇ ବର୍ଷକୁ ଅର୍ଥାତ 2012-13 ଏବଂ 13-14କୁ ଦେଖିବା, ତ ହାରାହାରି ବୃଦ୍ଧି 6 ପ୍ରତିଶତ ପାଖାପାଖି ଥିଲା । ଏବେ କିଛି ଲୋକ କହି ପାରିବେ କି ଆପଣ ଦୁଇ ବର୍ଷ କାହିଁକି ନେଲେ?
ସାଥୀମାନେ, ଦୁଇ ବର୍ଷର ସନ୍ଦର୍ଭ ମୁଁ ଏଇଥିପାଇଁ ନେଲି କାରଣ ଏହି ସରକାରଙ୍କ ତିନି ବର୍ଷ ଆଉ ପଛ ସରକାରଙ୍କ ଶେଷ ଦୁଇ ବର୍ଷର ଜିଡିପି ପରିସଂଖ୍ୟାନ ପ୍ରସ୍ତୁତ କରିବାର ଉପାୟ ଗୋଟିଏ ପ୍ରକାରର ଥିଲା ।
ଯେତେବେଳେ କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ ( Central Statistical Organisation) – ଏହି ସରକାରଙ୍କ ସମୟରେ ଜିଡିପିରେ 7.4 ପ୍ରତିଶତ ବୃଦ୍ଧିର ତଥ୍ୟ ଉନ୍ମୋଚନ କରିଥିଲେ, ତ କିଛି ଲୋକ ଏହାକୁ ଖାରଜ୍ କରି ଦେଇଥିଲେ ।
ତାଙ୍କର କହିବା କଥା ଥିଲା କି ବାସ୍ତବରେ ତାଙ୍କର ନିଜର ଯେଉଁ ଅନୁମାନ ରହିଛି, ତାହା ସହିତ ଏହି ତଥ୍ୟ ଖାପ ଖାଉନାହିଁ ।
ଏଭଳି ଲୋକମାନେ କହୁଥିଲେ କି ସେମାନଙ୍କୁ ଅନୁଭବ ହିଁ ହେଉନାହିଁ ଯେ ଅର୍ଥବ୍ୟବସ୍ଥା ଏଭଳି ଦ୍ରୁତ ଗତିରେ ଆଗକୁ ବଢ଼ୁଅଛି ।
ସେଥିପାଇଁ ଏଇ କିଛି ଲୋକ ଏହା ପ୍ରଚାର କରିବା ଆରମ୍ଭ କରିଦେଲେ ଯେ – ଜିଡିପି ସ୍ଥିର ରହିବାର କାରଣ ଏହି ନୂଆ ବ୍ୟବସ୍ଥାରେ କିଛି ତ୍ରୁଟି ରହିଛି । ସେତେବେଳେ ଏହି ଲୋକମାନେ ତଥ୍ୟ ଆଧାରରେ ନୁହେଁ ନିଜର ଅନୁଭବ ଆଧାରରେ କଥା କହୁଥିଲେ ଆଉ ସେଥିପାଇଁ ସେମାନଙ୍କୁ ଅର୍ଥବ୍ୟବସ୍ଥାରେ ବିକାଶ ହେଉଥିବା ଦେଖାଯାଉ ନଥିଲା ।
ଭାଇ ଓ ଭଉଣୀମାନେ,
କିନ୍ତୁ ଯେମିତି ବିଗତ ଦୁଇଟି ତ୍ରୈମାସିକର ବିକାଶ ଦର 6.1 ପ୍ରତିଶତ ଏବଂ 5.7 ପ୍ରତିଶତ ହେଲା, ସେହି ଅର୍ଥଶାସ୍ତ୍ରୀମାନଙ୍କୁ ଏହି ତଥ୍ୟ ଠିକ୍ ଲାଗିଲା । ଭାଇ ଓ ଭଉଣୀମାନେ, ମୁଁ ନା’ ଜଣେ ଅର୍ଥଶାସ୍ତ୍ରୀ ନା କେବେ ଏପରି ଦାବି କରିଥିଲି, କିନ୍ତୁ ଆଜି ଯେତେବେଳେ ଅର୍ଥବ୍ୟବସ୍ଥାକୁ ନେଇ ଏତେ ଚର୍ଚ୍ଚା ହେଉଛି, ତ ମୁଁ ଆପଣମାନଙ୍କୁ ଟିକେ ପଛକୁ ନେଇ ଯିବାକୁ ଚାହୁଁଛି ।
ଭାଇ ଓ ଭଉଣୀମାନେ, ଗୋଟିଏ ସମୟ ଥିଲା ଯେତେବେଳେ ବୈଶ୍ଵିକ ଅର୍ଥବ୍ୟବସ୍ଥା ସନ୍ଦର୍ଭରେ ଭାରତକୁ ଏକ ନୂଆ ଗୋଷ୍ଠୀର ଅଂଶ ଭାବେ ଗ୍ରହଣ କରାଯାଇଥିଲା । ଏହି ଗୋଷ୍ଠୀ ଥିଲା – ଜି-7, ଜି-8, ଜି-20 ଭଳି ଗୋଷ୍ଠୀ ନ ଥିଲେ !
ଏହି ଗୋଷ୍ଠୀର ନାମ ପ୍ରକୃତରେ ଥିଲା – ଫ୍ରାଜାଇଲ୍ ଫାଇଭ୍ (Fragile Five)ଏହାକୁ ଏଭଳି ବିପଦଜ୍ଜନକ ଗୋଷ୍ଠୀ ଭାବେ ଗଣା ଯାଉଥିଲା ଯାହାର ନିଜର ଅର୍ଥବ୍ୟବସ୍ଥା ଗୋଟିଏ ସମସ୍ୟା ଥିଲା, ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାର ପୁନଃଉତ୍ଥାନରେ ମଧ୍ୟ ବାଧା ସୃଷ୍ଟି କରୁଥିଲା ।
ମୋ ଭଳି ଅର୍ଥଶାସ୍ତ୍ରକୁ କମ୍ ଜାଣିଲାବାଲାଙ୍କୁ ଏବେ ମଧ୍ୟ ଏହା ବୁଝା ପଡ଼ୁ ନାହିଁ କି ସେହି ସମୟରେ ବଡ଼ ବଡ଼ ଅର୍ଥଶାସ୍ତ୍ରୀମାନେ ଥାଉ ଥାଉ କିଭଳି ଏମିତି ହୋଇଗଲା । ଆପଣମାନଙ୍କର ଅବଶ୍ୟ ମନେଥିବ କି:-
• ଆମ ଦେଶରେ ସେହି ସମୟରେ ଜିଡିପି ଅଭିବୃଦ୍ଧି ଠାରୁ ମୁଦ୍ରାସ୍ଫିତୀର ବୃଦ୍ଧିକୁ ନେଇ ଅଧିକ ଚର୍ଚ୍ଚା ହେଉଥିଲା
• ଆର୍ଥିକ ନିଅଣ୍ଟ ଏବଂ ଚଳନ୍ତି ଜମା ନିଅଣ୍ଟ ବୃଦ୍ଧି ଉପରେ ଆଲୋଚନା ହେଉଥିଲା
• ଟଙ୍କା ତୁଳନାରେ ଡଲାରର ମୂଲ୍ୟ ବୃଦ୍ଧି ହେବାକୁ ନେଇ ମୁଖ୍ୟ ସମ୍ବାଦ ପ୍ରସ୍ତୁତ ହେଉଥିଲା
• ଏପରିକି ସୁଧ ହାରରେ ବୃଦ୍ଧି ମଧ୍ୟ ଚର୍ଚ୍ଚାରେ ସାମିଲ ଥିଲା ।
ଦେଶର ବିକାଶକୁ ବିପରୀତ ଦିଗରେ ନେଇ ଯାଉଥିବା ସମସ୍ତ ମାନଦଣ୍ଡ ସେତେବେଳେ କିଛି ଲୋକଙ୍କୁ ପସନ୍ଦ ଆସୁଥିଲା ।
ଏବେ ଯେତେବେଳେ ସେହି ମାନଦଣ୍ଡ ସୁଧୁରି ଯାଇଛି, ବିକାଶକୁ ସଠିକ ଦିଗ ମିଳିଛି ତ ଏଭଳି ଅର୍ଥଶାସ୍ତ୍ରୀମାନେ ଆଖିରେ ପଟି ବାନ୍ଧି ଦେଇଛନ୍ତି । ଏହି ପଟି ବାନ୍ଧିବା କାରଣରୁ ତାଙ୍କୁ କାନ୍ଥରେ ସ୍ପଷ୍ଟ ଭାବେ ଲେଖା ଯାଇଥିବା କଥା ମଧ୍ୟ ଦେଖା ଯାଉନାହିଁ । ଯେପରି କି 10 ପ୍ରତିଶତରୁ ଅଧିକ ମୁଦ୍ରାସ୍ଫିତୀ କମ ହୋଇ ଏବେ ଏଇ ବର୍ଷ ହାରାହାରି 2.5 ପ୍ରତିଶତକୁ ଆସି ଯାଇଛି ।
ପ୍ରାୟ 4 ପ୍ରତିଶତର ଚଳନ୍ତି ଜମା ନିଅଣ୍ଟ, ହାରାହାରି 1 ପ୍ରତିଶତ ପାଖକୁ ଆସି ଯାଇଛି ।
ଏହି ସବୁ ମାନଦଣ୍ଡକୁ ସୁଧାରିବା ସମୟରେ, କେନ୍ଦ୍ର ସରକାର ନିଜର ଆର୍ଥିକ ନିଅଣ୍ଟ ବିଗତ ସରକାରଙ୍କ ସାଢ଼େ 4 ପ୍ରତିଶତରୁ ହ୍ରାସ କରି ସାଢ଼େ 3 ପ୍ରତିଶତକୁ ନେଇ ଆସିଛନ୍ତି ।
ଆଜି ବିଦେଶୀ ନିବେଶକ ଭାରତରେ ରେକର୍ଡ଼ ପରିମାଣରେ ନିବେଶ କରୁଛନ୍ତି ।
ଭାରତର ବୈଦେଶିକ ମୁଦ୍ରା ବିନିମୟ ହାର ପ୍ରାୟତଃ 30 ହଜାର କୋଟି ଡଲାରରୁ ବୃଦ୍ଧି ପାଇ 40 ହଜାର କୋଟି ଡଲାରକୁ ଅତିକ୍ରମ କରି ଯାଇଛି । ଅର୍ଥବ୍ୟବସ୍ଥାରେ ଏହି ଉନ୍ନତି, ଏହି ବିଶ୍ୱାସ, ଏହି ସଫଳତା ବୋଧ ହୁଏ ତାଙ୍କ ନଜରରେ କୌଣସି ମାନ୍ୟତା ରଖୁନାହିଁ ।
ତେଣୁ ଦେଶ ପାଇଁ ହେଉଛି ଏବେଠାରୁ ଭାବିବାର ସମୟ ଯେ କିଛି ଅର୍ଥଶାସ୍ତ୍ରୀ ଦେଶର ହିତ ସାଧନ କରୁଛନ୍ତି ନା ରାଜନୈତିକ ହିତ ପାଇଁ ଲାଗିଛନ୍ତି ।
ସାଥୀଗଣ,
ଏହି କଥା ଠିକ୍ ଯେ ବିଗତ ତିନି ବର୍ଷରେ 7.5 ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବା ପରେ ଏହି ବର୍ଷ ଅପ୍ରେଲ-ଜୁନ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି କମ୍ ରେକର୍ଡ଼ କରାଯାଇଛି ।
କିନ୍ତୁ ଏହି କଥା ମଧ୍ୟ ସେତିକି ଠିକ୍ ଯେ ସରକାର ଏହି ଧାରାକୁ ବିପରିତମୁଖୀ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ।
ଭାଇ ଓ ଭଉଣୀମାନେ,
ବହୁ ଜ୍ଞାନୀଗୁଣୀ ଏହି କଥାରେ ସହମତି ପ୍ରକାଶ କରିଛନ୍ତି କି ଦେଶର ଅର୍ଥ ବ୍ୟବସ୍ଥାର ମୂଳଦୁଆ ବେଶ ସୁଦୃଢ଼ ଅଛି ।
ଆମେ ସଂସ୍କାର ସହିତ ଜଡ଼ିତ କେତେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ ଆଉ ଏହି ପ୍ରକ୍ରିୟା କ୍ରମାଗତ ଜାରି ରହିବ ।
ଦେଶରେ ଆର୍ଥିକ ସ୍ଥିରତା ମଧ୍ୟ ବଜାଏ ରଖାଯିବ । ନିବେଶ ବୃଦ୍ଧି କରିବା ଆଉ ଆର୍ଥିକ ବିକାଶକୁ ଗତି ଦେବା ପାଇଁ ଆମେ ପ୍ରତ୍ୟେକ ଆବଶ୍ୟକ ପଦକ୍ଷେପ ଉଠାଇବୁ ।
ମୁଁ ଆଶ୍ୱସ୍ତ କରିବାକୁ ଚାହୁଁଛି କି ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଆଗାମୀ ବର୍ଷମାନଙ୍କରେ ଦେଶକୁ ବିକାଶର ଏକ ନୂତନ ସୋପାନରେ ପହଂଚାଇବ ।
ବର୍ତ୍ତମାନ ଯଦି ଏହି ଢ଼ାଂଚାଗତ ସଂସ୍କାର କାରଣରୁ କୌଣସି କ୍ଷେତ୍ରକୁ ତତ୍କାଳ ସହାୟତାର ଆବଶ୍ୟକତା ଅଛି, ତ ସରକାର ସେଥିପ୍ରତି ମଧ୍ୟ ସଜାଗ ଅଛନ୍ତି ।
ତାହା ଏମଏସଏମଇ ସେକ୍ଟର ହେଉ, କିମ୍ବା ରପ୍ତାନୀ କ୍ଷେତ୍ର ହେଉ ଅଥବା ଆମର ଅଣ-ପାରମ୍ପରିକ ଅର୍ଥବ୍ୟବସ୍ଥାର ଅଂଶ ହେଉ ।
ଆଜି ଏହି ମଞ୍ଚ ଉପରେ ମୁଁ ଗୋଟିଏ କଥା ପୁଣି ଦୋହରାଇବାକୁ ଚାହିଁବି କି ଦେଶର ପରିବର୍ତ୍ତିତ ଏହି ଅର୍ଥ ବ୍ୟବସ୍ଥାରେ ଏବେ ସଚ୍ଚୋଟତାର ପ୍ରିମିୟମ୍ ମିଳିବ, ସଚ୍ଚୋଟ ଲୋକଙ୍କ ହିତର ସୁରକ୍ଷା କରାଯିବ ।
ଏହା ମୋତେ ଜଣା ଅଛି କି ମୁଖ୍ୟ ଧାରାକୁ ଫେରୁଥିବା କିଛି ବ୍ୟବସାୟୀଙ୍କୁ ଡର ଲାଗୁଛି କି କେଜାଣି ତାଙ୍କର ପୁରୁଣା ରେକର୍ଡ ଖେଳାଯିବ ନାହିଁ ତ ।
ସାଥୀଗଣ,
ଯେକୌଣସି ବର୍ଗର ଲୋକ ସଚ୍ଚୋଟତାର ସହ ଦେଶର ବିକାଶରେ ସାମିଲ ହେବାକୁ ଯାଉଛନ୍ତି, ମୁଖ୍ୟଧାରାକୁ ଆସୁଛନ୍ତି, ତାଙ୍କୁ ମୁଁ ଏହା ସଂପୂର୍ଣ୍ଣ ଭାବେ ବିଶ୍ୱାସ ଦେବାକୁ ଚାହୁଁଛି କି ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ଦିଆଯିବ ନାହିଁ ।
ଜିଏସଟି ବ୍ୟବସ୍ଥାରେ ଯେବେ ଓ ଯେଉଁଠି ପରିବର୍ତ୍ତନର ଆବଶ୍ୟକତା ହେବ, ଆମେ ପରିବର୍ତ୍ତନ ଆଉ ସଂଶୋଧନ କରି ଚାଲିବୁ ।
ଛୋଟ ବ୍ୟବସାୟୀଙ୍କ ହିତରେ ଆମେ କିଛି ପରିବର୍ତ୍ତନ କରିଛୁ ଆଉ ଆଗକୁ ମଧ୍ୟ ଦେଶହିତରେ ପରିବର୍ତ୍ତନ କରିବା ପାଇଁ ଆମେ ନିଃସଙ୍କୋଚ ଭାବେ ପ୍ରସ୍ତୁତ ଅଛୁ ।
ଭାଇ ଓ ଭଉଣୀମାନେ, ବର୍ତ୍ତମାନର ଆର୍ଥିକ ସ୍ଥିତିର ଚର୍ଚ୍ଚା କରି ମୁଁ କିଛି ତଥ୍ୟ ଆପଣଙ୍କ ସାମ୍ନାରେ ରଖୁଛି । ଏହି ତଥ୍ୟଗୁଡ଼ିକରୁ କ’ଣ ଅର୍ଥ ବାହାରୁଛି, ତାହାର ନିର୍ଣ୍ଣୟ ଆପଣଙ୍କ ଉପରେ, ଦେଶବାସୀଙ୍କ ଉପରେ ଛାଡ଼ୁଛି ।
ସାଥୀଗଣ,
ମୋର ଦୃଢ଼ ବିଶ୍ୱାସ ଯେ ଯେତେବେଳେ ଆପଣ ଆପଣଙ୍କର ପ୍ରଥମ ଗାଡ଼ି କିଣିଥିଲେ, ତ ବାଧ୍ୟ ହୋଇ କିଣି ନଥିବେ ।
ଗାଡ଼ି କିଣିବା ପୂର୍ବରୁ ଆପଣ ରୋଷେଇର ବଜେଟ ଦେଖିଥିବେ, ପିଲାମାନଙ୍କର ପାଠପଢ଼ାର ଖର୍ଚ୍ଚ ଦେଖିଥିବେ, ବୟସ୍କଙ୍କ ଔଷଧ ଖର୍ଚ୍ଚ ଦେଖିଥିବେ । ତା’ପରେ କିଛି ପଇସା ବଂଚାନ୍ତି, ତେବେ ଯାଇ ଘର କିମ୍ବା ଗାଡ଼ି କଥା ଚିନ୍ତା କରନ୍ତି ।
• ଏହା ହେଉଛି ଆମ ସମାଜର ମୌଳିକ ଚିନ୍ତାଧାରା ଆଉ ଏମିତିରେ ଯଦି ଦେଶରେ ଜୁନ ପରେ ଯାତ୍ରୀବାହୀ କାର ବିକ୍ରିରେ ପ୍ରାୟ 12 ପ୍ରତିଶତର ବୃଦ୍ଧି ହୋଇଛି, ତ ଆପଣ କ’ଣ କହିବେ?
• ଆପଣ କ’ଣ କହିବେ ଯେବେ ଆପଣଙ୍କୁ ଜଣା ପଡ଼ିବ ଯେ ଦେଶରେ ଜୁନ ପରେ ବ୍ୟବସାୟିକ ଗାଡ଼ିର ବିକ୍ରିରେ ପ୍ରାୟ 23 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି?
• ଆପଣ କ’ଣ କହିବେ ଯେବେ ଦେଶରେ ଦୁଇ ଚକିଆ ଯାନର ବିକ୍ରିରେ 14 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ।
• ଆପଣ କ’ଣ କହିବେ ଯେବେ ଘରୋଇ ବିମାନ ଟ୍ରାଫିକ୍ ଅର୍ଥାତ ଉଡ଼ାଜାହାଜରେ ଯାତ୍ରା କରିବା ଲୋକଙ୍କ ସଂଖ୍ୟାରେ ଗତ ଦୁଇ ମାସରେ 14 ପ୍ରତିଶତର ବୃଦ୍ଧି ହୋଇଛି ।
• ଆପଣ କ’ଣ କହିବେ ଯେବେ ଅନ୍ତରାଷ୍ଟ୍ରୀୟ ବିମାନ ଟ୍ରାଫିକ ଅର୍ଥାତ ଉଡ଼ାଜାହାଜ ଜରିଆରେ ମାଲ ପରିବହନ କ୍ଷେତ୍ରରେ ପ୍ରାୟ 16 ପ୍ରତିଶତର ବୃଦ୍ଧି ଘଟିଛି ।
• ଆପଣ କ’ଣ କହିବେ ଯେବେ ଦେଶରେ ଟେଲିଫୋନ ଉପଭୋକ୍ତାଙ୍କ ସଂଖ୍ୟାରେ ମଧ୍ୟ 14 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ।
ଭାଇ ଓ ଭଉଣୀମାନେ,
ଏହି ବୃଦ୍ଧି ସଙ୍କେତ ଦେଉଛି କି ଲୋକମାନେ ଗାଡ଼ି କିଣୁଛନ୍ତି, ଫୋନ ସଂଯୋଗ କରୁଛନ୍ତି, ଆକାଶ ପଥରେ ଯାତ୍ରା କରୁଛନ୍ତି ।
ଏହି ସୂଚକଗୁଡ଼ିକ ସହରାଂଚଳ କ୍ଷେତ୍ରରେ ଆବଶ୍ୟକତାର ବୃଦ୍ଧିକୁ ଦର୍ଶାଉଛି ।
• ଏବେ ଯଦି ଆମେ ଗ୍ରାମୀଣ ଚାହିଦା ସହ ଯୋଡ଼ି ହୋଇଥିବା ସୂଚକାଙ୍କଗୁଡ଼ିକୁ ଦେଖିବା ତ ଏଇ ମାସଗୁଡ଼ିକରେ ଟ୍ରାକ୍ଟର ବିକ୍ରିରେ 34ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ।
• ଏଫଏମସିଜି କ୍ଷେତ୍ରରେ ମଧ୍ୟ ଆବଶ୍ୟକ ଅଭିବୃଦ୍ଧିର ଧାରା ସେପ୍ଟେମ୍ବର ମାସରେ ବଢ଼ିଥିବା ଦେଖା ଯାଉଛି ।
ସାଥୀମାନେ,
ଏହା ସେତେବେଳେ ହୋଇଥାଏ ସେତେବେଳେ ଦେଶର ଲୋକଙ୍କର ବିଶ୍ୱାସ ବଢ଼ିଥାଏ । ଯେତେବେଳେ ଦେଶର ଲୋକଙ୍କୁ ଲାଗେ କି ହଁ, ଅର୍ଥବ୍ୟବସ୍ଥା ମଜବୁତ ଅଛି ।
• ଏବେ ଉନ୍ମୋଚିତ ହୋଇଥିବା ପିଏମଆଇର ବିନିର୍ମାଣ ସଂପ୍ରସାରିତ ସୂଚକାଙ୍କ ଦର୍ଶାଉଛି । ଆଉ ଭବିଷ୍ୟତ ଆଉଟ୍-ପୁଟ 60 ଅଙ୍କକୁ ଅତିକ୍ରମ କରି ସାରିଛି ।
• ଏବେଏବେ ଆସିଥିବା ଅଙ୍କକୁ ଦେଖିବା ତ କୋଇଲା, ବିଜୁଳି, ଷ୍ଟିଲ ଆଉ ପ୍ରାକୃତିକ ଗ୍ୟାସ ଉତ୍ପାଦନରେ ମଧ୍ୟ ଖୁବ ବୃଦ୍ଧି ହୋଇଛି ।
• ସାଥୀଗଣ, ବ୍ୟକ୍ତିଗତ ଋଣ ପ୍ରଦାନ ପରିମାଣରେ ମଧ୍ୟ ଖୁବ ବୃଦ୍ଧି ପରିଲକ୍ଷିତ ହୋଇଛି ।
• ଗୃହନିର୍ମାଣ ପାଇଁ ଥିବା ଆର୍ଥିକ କଂପାନୀ ଆଉ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କଂପାନୀ ଦ୍ୱାରା ଦିଆ ଯାଉଥିବା ଋଣରେ ମଧ୍ୟ ଖୁବ ବୃଦ୍ଧି ପରିଲକ୍ଷିତ ହୋଇଛି ।
• ଏତିକି ହିଁ ନୁହେଁ, ଆର୍ଥିକ ବଜାରରେ ଏବେ ମ୍ୟୁଚୁଆଲ ଫଣ୍ଡ୍ ଆଉ ବୀମାରେ ଅଧିକ ନିବେଶ ହେଉଛି ।
• କମ୍ପାନୀମାନେ ଆଇପିଓ ଦ୍ୱାରା ଏ ବର୍ଷ ପ୍ରଥମ 6 ମାସରେ ହିଁ 25 ହଜାର କୋଟି ଟଙ୍କାରୁ ଅଧିକ ରାଶି ଗତିଶୀଳ କରିଛନ୍ତି । ଗତବର୍ଷ ବର୍ଷସାରା ଏହି ରାଶି 29 ହଜାର କୋଟି ଟଙ୍କା ରହିଥିଲା ।
• ଅଣ ଆର୍ଥିକ ପ୍ରବେଶରେ କର୍ପୋରେଟ ବଣ୍ଡ୍ ଏବଂ ଘରୋଇ ନିଯୁକ୍ତି ଦ୍ୱାରା କେବଳ ଚାରି ମାସରେ 45 ହଜାର କୋଟି ଟଙ୍କାର ନିବେଶ କରାଯାଇଛି ।
ଏ ସମସ୍ତ ସଂଖ୍ୟା ଦେଶରେ ଆର୍ଥିକ ବିସ୍ତାର ଭିତ୍ତିକୁ ଦର୍ଶାଉଛି, ଅର୍ଥାତ ଭାରତରେ ଏବେ ଆର୍ଥିକ କାରବାର କେବଳ ବ୍ୟାଙ୍କମାନଙ୍କରେ ଋଣ ଦେବା ନେବାରେ ଆଉ ସୀମିତ ହୋଇ ରହିନାହିଁ ।
ସାଥୀଗଣ,
ଏହି ସରକାର ସମୟ ଆଉ ସଂସାଧନ, ଦୁଇଟି ଯାକର ସଠିକ ବ୍ୟବହାର ଉପରେ ଲଗାତାର ଗୁରୁତ୍ୱ ଦେଇଛନ୍ତି । ବିଗତ ସରକାରଙ୍କ ତିନି ବର୍ଷର କାମର ଗତି ଓ ଆମ ସରକାରଙ୍କ ତିନି ବର୍ଷର କାମର ବେଗ ମଧ୍ୟରେ ଫରକ୍ ସ୍ପଷ୍ଟ ଦୃଷ୍ଟିଗୋଚର ହୋଇ ଆସୁଛି ।
ବିଗତ ସରକାରଙ୍କ ଶେଷ ତିନି ବର୍ଷରେ ଗ୍ରାମାଞ୍ଚଳରେ 80 ହଜାର କିଲୋମିଟର ରାସ୍ତା ତିଆରି ହୋଇଥିଲା ।
ଆମ ସରକାରଙ୍କ ପ୍ରଥମ ତିନି ବର୍ଷରେ 1ଲକ୍ଷ 20 ହଜାର କିଲୋମିଟର ରାସ୍ତା ତିଆରି ହୋଇଛି । ଅର୍ଥାତ ପାଖାପାଖି 50 ପ୍ରତିଶତ ଅଧିକ ଗ୍ରାମୀଣ ସଡ଼କ ନିର୍ମାଣ ହୋଇଛି ।
ବିଗତ ସରକାର ନିଜର ଶେଷ ତିନି ବର୍ଷ 15 ହଜାର କିଲୋମିଟର ରାଜପଥ ତିଆରି କରିବାର କାମ ଅନୁମୋଦନ କରିଥିଲେ ।
ଆମ ସରକାର ନିଜର ପ୍ରଥମ ତିନି ବର୍ଷରେ 34 ହଜାର କିଲୋମିଟରରୁ ଅଧିକ ରାଜପଥ ତିଆରି କରିବାର କାମ ଅନୁମୋଦନ କରିଛନ୍ତି ।
ଯଦି ଏହି କ୍ଷେତ୍ରରେ ନିବେଶ କଥା କୁହାଯିବ, ତ ବିଗତ ସରକାର ନିଜର ଶେଷ ତିନି ବର୍ଷ ଭୂମି ଅଧିଗ୍ରହଣ ଆଉ ସଡ଼କ ନିର୍ମାଣ କରିବାରେ 93 ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।
ଏହି ସରକାର ଏଇ ରାଶିକୁ ବଢ଼ାଇ 1ଲକ୍ଷ 83 ହଜାର କୋଟି ଟଙ୍କାରୁ ଅଧିକ ସଂଖ୍ୟାରେ ପହଞ୍ଚାଇଛନ୍ତି । ଅର୍ଥାତ ପାଖାପାଖି ଦୁଇଗୁଣ ନିବେଶ ଏହି ସରକାର କରିଛନ୍ତି ।
ଆପଣଙ୍କୁ ମଧ୍ୟ ଜଣାଥିବ ଯେ ରାଜପଥ ନିର୍ମାଣରେ ସରକାରଙ୍କୁ କେତେ ପ୍ରଶାସନିକ ଏବଂ ଆର୍ଥିକ ପଦକ୍ଷେପ ଉଠାଇବାକୁ ପଡ଼େ । ଏହି ପରିସଂଖ୍ୟାନ ଦେଖାଉଛି କିଭଳି ସରକାର ଯୋଜନା ନିଷ୍କ୍ରିୟତାରୁ ବାହାରି ଯୋଜନା ପ୍ରସ୍ତୁତକାରୀ ଏବଂ ଯୋଜନା କାର୍ଯ୍ୟକାରୀ କରିବାର ଭୂମିକା ତୁଲାଇଛନ୍ତି ।
ସେହିଭଳି ଭାବରେ ରେଳବାଇ କ୍ଷେତ୍ରର କଥା କହିବା: –
ବିଗତ ସରକାରଙ୍କ ଶେଷ ତିନି ବର୍ଷରେ ପ୍ରାୟ 1100 କିଲୋମିଟର ନୂତନ ରେଳ ଲାଇନ ନିର୍ମାଣ ହୋଇଥିଲା ।
ଏହି ସରକାରଙ୍କ ପ୍ରଥମ ତିନି ବର୍ଷରେ ଏହା 2100 କିଲୋମିଟରରୁ ଅଧିକ ପର୍ଯ୍ୟନ୍ତ ପହଂଚିଗଲା । ଅର୍ଥାତ ଆମେ ପ୍ରାୟ ଦୁଇ ଗୁଣ ବେଗରେ ନୂତନ ରେଳ ଲାଇନ ବିଛାଇଛୁ ।
ବିଗତ ସରକାରଙ୍କ ଶେଷ ତିନି ବର୍ଷରେ 1300 କିଲୋମିଟର ରେଳ ଲାଇନର ଦୋହରୀକରଣ ହୋଇଥିଲା । ଏହି ସରକାରଙ୍କ ପ୍ରଥମ ତିନି ବର୍ଷରେ2600 କିଲୋମିଟର ରେଳ ଲାଇନର ଦୋହରୀକରଣ ହୋଇଛି । ଅର୍ଥାତ ଆମେ ପ୍ରାୟ ଦୁଇ ଗୁଣ ବେଗରେ ରେଳ ଲାଇନର ଦୋହରୀକରଣ ମଧ୍ୟ କରିଛୁ ।
ସାଥୀଗଣ,
ବିଗତ ସରକାରଙ୍କ ଶେଷ ତିନି ବର୍ଷରେ ପ୍ରାୟ 1ଲକ୍ଷ 49ହଜାର କୋଟି ଟଙ୍କାର ମୂଳଧନୀ ପୁଞ୍ଜି ଖର୍ଚ୍ଚ କରାଯାଇଥିଲା । ଏହି ସରକାରଙ୍କ ପ୍ରଥମ ତିନି ବର୍ଷରେ ପ୍ରାୟ 2ଲକ୍ଷ 64 ହଜାର କୋଟିର ମୂଳଧନୀ ପୁଞ୍ଜି ଖର୍ଚ୍ଚ କରାଯାଇଛି । ଅର୍ଥାତ ଏହା ମଧ୍ୟ ହେଉଛି 75ପ୍ରତିଶତରୁ ଅଧିକ ।
ଯଦି ଏବେ ମୁଁ ନବୀକରଣୀୟ/ଅକ୍ଷୟ ଶକ୍ତି କ୍ଷେତ୍ରରେ ହେଉଥିବା ବିକାଶର କଥା କହିବି ତ: –
• ବିଗତ ସରକାରଙ୍କ ଶେଷ ତିନି ବର୍ଷରେ ମୋଟ 12 ହଜାର ମେଗାୱାଟର ନବୀକରଣୀୟ ଶକ୍ତିର ନୂତନ କ୍ଷମତା ଯୋଡ଼ା ଯାଇଥିଲା ।
ଯଦି ଏହି ସରକାରଙ୍କ ତିନି ବର୍ଷର କଥା କହିବା, ତ 22 ହଜାର ମେଗାୱାଟରୁ ଅଧିକ ନବୀକରଣୀୟ ଶକ୍ତିର ନୂତନ କ୍ଷମତାକୁ ଗ୍ରୀଡ଼ ସହିତ ଯୋଡ଼ା ଯାଇଛି । ଅର୍ଥାତ ଏଠାରେ ମଧ୍ୟ ସରକାରଙ୍କ ଦକ୍ଷତା ପ୍ରାୟ ଦୁଇଗୁଣ ଭଲ ରହିଛି ।
ବିଗତ ସରକାର ନିଜର ଶେଷ ତିନି ବର୍ଷରେ ନବୀକରଣୀୟ ଶକ୍ତି ପାଇଁ 4 ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।
ଆମ ସରକାର ନିଜର ତିନି ବର୍ଷରେ ଏହି କ୍ଷେତ୍ରରେ 10ହଜାର 600 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ।
ବିଗତ ସରକାରଙ୍କ ତୁଳନାରେ ନୌପରିବହନ ବ୍ୟବସାୟରେ ବିକାଶର କଥା କହିବା ତ, ଆଗରୁ ଯେଉଁଠି ମାଲ ଧାରଣ କ୍ଷମତାର ବୃଦ୍ଧି ନକାରାତ୍ମକ ଥିଲା, ସେଥିରେ ଏହି ସରକାରଙ୍କର ତିନି ବର୍ଷରେ 11 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ।
ସାଥୀଗଣ,
ଦେଶର ଭୌତିକ ଭିତ୍ତିଭୂମି ସହିତ ଯୋଡ଼ି ହୋଇଥିବା ରେଳ-ସଡ଼କ-ବିଜୁଳି ଭଳି ମହତ୍ୱପୂର୍ଣ୍ଣ କ୍ଷେତ୍ର ସହିତ, ସରକାର ସାମାଜିକ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ମଧ୍ୟ ସଂପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ।
ଆମେ ସହଜରେ ଉପଲବ୍ଧ ବାସଗୃହ କ୍ଷେତ୍ରରେ ଏଭଳି-ଏଭଳି ନୀତିଗତ ନିର୍ଣ୍ଣୟ ନେଇଛୁ, ଆର୍ଥିକ ଉନ୍ନତି କରିଛୁ, ଯାହା ଏହି କ୍ଷେତ୍ର ପାଇଁ ହେଉଛି ଅଭୂତପୂର୍ବ ।
ଭାଇ ଓ ଭଉଣୀମାନେ,
ଗତ ସରକାର ନିଜର ଅନ୍ତିମ ତିନି ବର୍ଷରେ କେବଳ 15 ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲେ ।
ଏହି ସରକାର ନିଜର ପ୍ରଥମ ତିନି ବର୍ଷରେ 1ଲକ୍ଷ 53ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି ।
ଏହା ଗରିବଙ୍କୁ, ମଧ୍ୟମ ବର୍ଗର ଲୋକମାନଙ୍କୁ ବାସଗୃହ ଦେବାର ଆମର ପ୍ରତିବଦ୍ଧତାକୁ ଦର୍ଶାଉଅଛି ।
ଭାଇ ଓ ଭଉଣୀମାନେ,
ଦେଶରେ ଚତୁଃର୍ଦିଗରେ ହେଉଥିବା ଏହି ବିକାଶ କାର୍ଯ୍ୟ ପାଇଁ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି । ଅଧିକରୁ ଅଧିକ ବିଦେଶୀ ପୁଞ୍ଜି କିପରି ଭାରତ ଆସିବ, ଏହା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।
ମୋର ବିଶ୍ୱାସ ଅଛି କି ଆପଣମାନଙ୍କ ମଧ୍ୟରୁ ଅନେକଙ୍କର ମନେଥିବ ଯେବେ ବୀମା କ୍ଷେତ୍ରରେ ସଂସ୍କାରର ଚର୍ଚ୍ଚା ଆରମ୍ଭ ହୋଇଥିଲା, ତ ସମ୍ବାଦପତ୍ରରେ ମୁଖ୍ୟ ସମ୍ବାଦ ହେଉଥିଲା, କି ଯଦି ଏପରି ହୋଇଯିବ ତ ବଡ଼ ଆର୍ଥିକ ନିର୍ଣ୍ଣୟ ହେବ ।
ଏହା ହେଉଛି ଗତ ସରକାରଙ୍କ ସମୟର କଥା । ସେହି ସରକାର ଚାଲିଗଲେ, କିନ୍ତୁ ବୀମା କ୍ଷେତ୍ରରେ ସଂସ୍କାର ହୋଇ ପାରିଲା ନାହିଁ । ଆମେ ଏହି ସଂସ୍କାର କଲୁ, ଏହି ବର୍ତ୍ତମାନର ସରକାରରେ ହେଲା ।
କିନ୍ତୁ କିଛି ଲୋକଙ୍କର ମାନସିକତା ଏପରି କି ଏହି ସଂସ୍କାର ସେହି ସମୟରେ ହେଲା ନାହିଁ, ତାଙ୍କ ପସନ୍ଦର ସରକାର କରିଲେ ନାହିଁ, ସେଥିପାଇଁ ତାଙ୍କୁ ଏହି ସଂସ୍କାର ମଧ୍ୟ ବହୁତ ବଡ଼ ବୋଲି ଲାଗିଲା ନାହିଁ ।
ସଂସ୍କାର-ସଂସ୍କାରର ଗୀତ ଗାଉଥିବାବାଲାଙ୍କୁ ମୁଁ ଜଣାଇବାକୁ ଚାହୁଁଛ କି ବିଗତ ତିନି ବର୍ଷରେ 21ଟି କ୍ଷେତ୍ର ସହିତ ଜଡିତ 87 ଛୋଟ, ବଡ଼ ସଂସ୍କାର କରାଯାଇଛି ।
ପ୍ରତିରକ୍ଷା କ୍ଷେତ୍ର, ନିର୍ମାଣ କ୍ଷେତ୍ର, ଆର୍ଥିକ ସେବା, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଅନେକ କ୍ଷେତ୍ରରେ ହିଁ ନିବେଶ କ୍ଷେତ୍ରରେ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି ।
ଦେଶର ଆର୍ଥିକ କ୍ଷେତ୍ରକୁ ଅନୁଧ୍ୟାନ କରିବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ବିଦେଶୀ ନିବେଶ ଭାରତରେ ହୋଇଛି, ତାହାର ଯଦି ତୁଳନା ବିଗତ ତିନି ବର୍ଷରେ ହୋଇଥିବା ନିବେଶ ସହିତ କରିବା, ତ ଆପଣମାନଙ୍କୁ ଜଣା ପଡିବ କି ଆମ ସରକାର ଯେଉଁ ସଂସ୍କାର କରୁଛନ୍ତି, ତାହାର ଫଳାଫଳ କ’ଣ ମିଳୁଛି ।
ଭାଇ ଓ ଭଉଣୀମାନେ,
• ନିର୍ମାଣ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ମୋଟ ବିଦେଶୀ ପୁଞ୍ଜି ନିବେଶର 75 ପ୍ରତିଶତ, ବିଗତ ତିନି ବର୍ଷରେ ହିଁ ହୋଇଛି ।
• ବିମାନ ପରିବହନ କ୍ଷେତ୍ରରେ ମଧ୍ୟ ଏ ପର୍ଯ୍ୟନ୍ତ ମୋଟ ବିଦେଶୀ ପୁଞ୍ଜି ନିବେଶର 69 ପ୍ରତିଶତ, ବିଗତ ତିନି ବର୍ଷରେ ହିଁ ହୋଇଛି ।
• ଖଣିଜ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ମୋଟ ବିଦେଶୀ ପୁଞ୍ଜି ନିବେଶର 56 ପ୍ରତିଶତ, ବିଗତ ତିନି ବର୍ଷରେ ହିଁ ହୋଇଛି ।
• କମ୍ପ୍ୟୁଟର ସଫ୍ଟୱେର ଏବଂ ହାର୍ଡୱେରରେ ମଧ୍ୟ ଏ ପର୍ଯ୍ୟନ୍ତ ମୋଟ ବିଦେଶୀ ପୁଞ୍ଜି ନିବେଶର 53 ପ୍ରତିଶତ, ବିଗତ ତିନି ବର୍ଷରେ ହିଁ ହୋଇଛି ।
• ବୈଦ୍ୟୁତିକ ସରଞ୍ଜାମ କ୍ଷେତ୍ରରେ ମଧ୍ୟ ଏ ପର୍ଯ୍ୟନ୍ତ ମୋଟ ବିଦେଶୀ ପୁଞ୍ଜି ନିବେଶର 52 ପ୍ରତିଶତ, ଏ ସରକାରଙ୍କର ବିଗତ ତିନି ବର୍ଷରେ ହିଁ ହୋଇଛି ।
• ନବୀକରଣୀୟ ଶକ୍ତି କ୍ଷେତ୍ରରେ ମଧ୍ୟ ଏ ପର୍ଯ୍ୟନ୍ତ ମୋଟ ବିଦେଶୀ ପୁଞ୍ଜି ନିବେଶର 49 ପ୍ରତିଶତ, ବିଗତ ତିନି ବର୍ଷରେ ହିଁ ହୋଇଛି ।
• ବୟନ ଶିଳ୍ପ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ମୋଟ ବିଦେଶୀ ପୁଞ୍ଜି ନିବେଶର 45 ପ୍ରତିଶତ, ବିଗତ ତିନି ବର୍ଷରେ ହିଁ ହୋଇଛି ।
ଆପଣଙ୍କ ପାଇଁ ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ କଥା ହୋଇପାରେ ଯେ ଅଟୋମୋବାଇଲ ଶିଳ୍ପ, ଯେଉଁଥିରେ ପୂର୍ବରୁ ହିଁ ଅନେକ ବିଦେଶୀ ପୁଞ୍ଜି ନିବେଶ ହୋଇ ସାରିଛି, ସେହି କ୍ଷେତ୍ରରେ ମଧ୍ୟ ଏ ପର୍ଯ୍ୟନ୍ତ ମୋଟ ବିଦେଶୀ ପୁଞ୍ଜି ନିବେଶର 44ପ୍ରତିଶତ, ବିଗତ ତିନି ବର୍ଷରେ ହିଁ ହୋଇଛି ।
ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରାଯିବାରେ ବୃଦ୍ଧି, ଏହି କଥାର ପ୍ରମାଣ ଯେ ବିଦେଶୀ ନିବେଶକ ଦେଶର ଅର୍ଥବ୍ୟବସ୍ଥା ଉପରେ କେତେ ଭରସା କରୁଛନ୍ତି ।
ଏ ସମସ୍ତ ନିବେଶ ଦେଶର ବିକାଶର ଗତିକୁ ଦ୍ରୁତ କରିବାରେ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବଡ଼ ଭୂମିକା ତୁଲାଉଛନ୍ତି ।
ଭାଇ ଓ ଭଉଣୀମାନେ,
ପରିଶ୍ରମ କରି ରୋଜଗାର କରିଥିବା ଆପଣଙ୍କ ଗୋଟିଏ-ଗୋଟିଏ ପଇସାର ମୂଲ୍ୟ ଏ ସରକାର ବୁଝନ୍ତି । ଆଉ ଏଥିପାଇଁ ସରକାରଙ୍କ ନୀତି ଆଉ ଯୋଜନାଗୁଡ଼ିକରେ ଏହି କଥାର ମଧ୍ୟ ଧ୍ୟାନ ରଖା ଯାଉଅଛି କି ସେହି ଗରିବ ଓ ମଧ୍ୟମ ବର୍ଗମାନଙ୍କର ଜୀବନକୁ ସହଜ କରିବା ସହିତ ପଇସା ମଧ୍ୟ ସଂଚୟ କରି ପାରିବା ।
ସାଥୀଗଣ,
• ଏହା ସରକାରଙ୍କର କ୍ରମାଗତ ଚେଷ୍ଟାର ହିଁ ପରିଣତି ହେଉଛି କି ବିଗତ ସରକାରଙ୍କ ସମୟରେ ଯେଉଁ ଏଲ୍ଇଡ଼ି ବଲ୍ବ 350 ଟଙ୍କାରେ ମିଳୁଥିଲା, ଏବେ ତାହାର ମୂଲ୍ୟ ଏହି ସରକାର ଉଜାଲା ଯୋଜନା ମାଧ୍ୟମରେ 40 ରୁ 45ଟଙ୍କାକୁ ନେଇ ଆସିଛନ୍ତି ।
• ଏ ପର୍ଯ୍ୟନ୍ତ ଦେଶରେ 26 କୋଟିରୁ ଅଧିକ ଏଲ୍ଇଡ଼ି ବଲ୍ବ ବଣ୍ଟା ଯାଇଛି । ଯଦି ଗୋଟିଏ ବଲ୍ବର ମୂଲ୍ୟରେ ହାରାହାରି 250 ଟଙ୍କାରୁ ମଧ୍ୟ କମ୍ ହେବା କଥା ମାନିନେବା ତ ଦେଶର ମଧ୍ୟମ ବର୍ଗଙ୍କୁ ଏହାଦ୍ୱାରା ପ୍ରାୟ ସାଢ଼େ 6 ହଜାର କୋଟି ଟଙ୍କାର ସଂଚୟ ହୋଇଛି ।
• ଏତିକି ହିଁ ନୁହେଁ, ଏହି ବଲ୍ବ ପ୍ରତି ଘରେ ବିଜୁଳିର ଖର୍ଚ୍ଚ କମ କରୁଛି, ବିଜୁଳିର ବିଲ୍ କମ୍ କରୁଛି । ଏହାଦ୍ୱାରା ଦେଶର ମଧ୍ୟମ ବର୍ଗଙ୍କୁ ମାତ୍ର ଗୋଟିଏ ବର୍ଷରେ ପ୍ରାୟ 13 ହଜାର 800 କୋଟି ଟଙ୍କାରୁ ଅଧିକ ସଂଚୟ ହୋଇଛି ।
• ସରକାରଙ୍କର କ୍ରମାଗତ ଚେଷ୍ଟା ଫଳରେ ଏବେ ଯେଉଁଠି-ଯେଉଁଠି ସ୍ଥାନୀୟ ଲୋକ ନିଜର ଷ୍ଟିଟ୍ ଲାଇଟ୍ ଏଲ୍ଇଡ଼ି ବଲ୍ବ ଦ୍ୱାରା ବଦଳାଉଛନ୍ତି, ସେଠାରେ ମଧ୍ୟ ତାଙ୍କୁ ଆର୍ଥିକ ଲାଭ ମିଳୁଛି ।
• ଅନୁମାନ ହେଉଛି କି ଏହାଦ୍ୱାରା ଏକ ଦ୍ୱିତୀୟ ଶ୍ରେଣୀ ସହରରେ ନଗର ନିଗମକୁ ହାରାହାରି 10 ରୁ 15 କୋଟି ଟଙ୍କାର ସଂଚୟ ହେଉଛି । ଏହି ପଇସା ଏବେ ସହରର ବିକାଶରେ ଖର୍ଚ୍ଚ କରାଯାଉଛି ।
• ସରକାର ମଧ୍ୟମ ବର୍ଗଙ୍କୁ ଘର ତିଆରି ପାଇଁ ପ୍ରଥମ ଥର ସୁଧ ହାର ଛାଡ କରିଛନ୍ତି ।
ଭାଇ ଓ ଭଉଣୀମାନେ,
ମଧ୍ୟମ ବର୍ଗଙ୍କର ବୋଝ ହାଲୁକା କରିବା, ନିମ୍ନ ମଧ୍ୟମ ବର୍ଗଙ୍କୁ ସୁଯୋଗ ପ୍ରଦାନ କରିବା ପାଇଁ ଆଉ ଗରିବମାନଙ୍କୁ ସଶକ୍ତିକରଣ କରିବା ପାଇଁ ଦୃଢ଼ ପଦକ୍ଷେପ ଉଠାଇବାକୁ ପଡ଼ିଥାଏ, ନୀତି ପ୍ରସ୍ତୁତ କରିବାକୁ ପଡ଼ିଥାଏ, ଆଉ ତାକୁ ସମୟବଦ୍ଧ ଉପାୟରେ ଲାଗୁ କରିବାକୁ ପଡ଼ିଥାଏ ।
ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ ପ୍ରତ୍ୟେକ ପଦକ୍ଷେପ ଉଠାଉଛୁ ।
ମୁଁ ଜାଣେ ଯେ ରାବିଡ଼ି ବାଣ୍ଟିବା ବଦଳରେ, ଲୋକଙ୍କୁ ଆଉ ଦେଶକୁ ସଶକ୍ତ କରିବା କାମରେ, ବହୁଥର ମୋତେ ସମାଲୋଚନାର ସାମ୍ନା କରିବାକୁ ପଡ଼ିବ, କିନ୍ତୁ ମୁଁ ମୋର ବର୍ତ୍ତମାନର ଚିନ୍ତାରେ, ଦେଶର ଭବିଷ୍ୟତକୁ ବାଜି ଲଗାଇ ପାରିବି ନାହିଁ ।
ସାଥୀଗଣ,
ଏହି ସରକାର ଘରୋଇ କ୍ଷେତ୍ର ଆଉ ସାମୁହିକ କ୍ଷେତ୍ର ସହିତ ବ୍ୟକ୍ତିଗତ କ୍ଷେତ୍ର ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ।
ବ୍ୟକ୍ତିଗତ କ୍ଷେତ୍ର, ଯାହା ଲୋକଙ୍କର ବ୍ୟକ୍ତିଗତ ଉଦ୍ଦେଶ୍ୟ ସହିତ ଯୋଡ଼ି ହୋଇଛି । ସେଥିପାଇଁ ଏହି ସରକାର ଏଭଳି ଯୁବକମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରୁଛନ୍ତି, ଯେଉଁମାନେ ନିଜ ବାହୁ ବଳରେ କିଛି କରିବାକୁ ଚାହୁଁଛନ୍ତି, ନିଜର ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି ।
• ମୁଦ୍ରା ଯୋଜନା ମାଧ୍ୟମରେ, ବିନା ବ୍ୟାଙ୍କ ଗ୍ୟାରେଂଟିରେ 9 କୋଟିରୁ ଅଧିକ ଖାତାଧାରୀଙ୍କୁ ତିନିଲକ୍ଷ 75 ହଜାର କୋଟି ଟଙ୍କାରୁ ଅଧିକ ଋଣ ଦିଆଯାଇଛି ।
ଏହି 9 କୋଟିରୁ 2କୋଟି 63 ଲକ୍ଷ ଯୁବକ ପ୍ରଥମ ଥର ନେଇଛନ୍ତି, ଅର୍ଥାତ ଯେଉଁମାନେ ପ୍ରଥମ ଥର ନିଜର କାରବାର କରିବା ପାଇଁ ମୁଦ୍ରା ଯୋଜନା ମାଧ୍ୟମରେ ଋଣ ନେଇଛନ୍ତି ।
ସରକାର, ସ୍କିଲ ଇଣ୍ଡିଆ ମିଶନ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ-ଷ୍ଟାର୍ଟ ଅପ୍ ଇଣ୍ଡିଆ ଭଳି ଯୋଜନା ମାଧ୍ୟମରେ ମଧ୍ୟ ସ୍ୱରୋଜଗାରକୁ ପ୍ରେତ୍ସାହନ ଦେଉଛନ୍ତି ।
ଅଧିକରୁ ଅଧିକ ଲୋକଙ୍କୁ ପାରମ୍ପରିକ କ୍ଷେତ୍ରକୁ ଆଣିବା ପାଇଁ କମ୍ପାନୀଗୁଡ଼ିକୁ ଆର୍ଥିକ ପ୍ରେତ୍ସାହନ ଦେଉଛନ୍ତି ।
ଭାଇ ଓ ଭଉଣୀମାନେ,
ପାରମ୍ପରିକ କ୍ଷେତ୍ରରେ ନିଯୁକ୍ତି ପାଇଁ କିଛି ସୂଚକାଙ୍କକୁ ଦେଖିବା, ତ –
• ମାର୍ଚ୍ଚ 2014 ଶେଷ ସୁଦ୍ଧା 3 ଲକ୍ଷ 26 କୋଟି କର୍ମଚାରୀ ଥିଲେ ଯେଉଁମାନେ ସକ୍ରିୟ ଭାବେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ପ୍ରତି ମାସରେ ପିଏଫ୍ ଟଙ୍କା ଜମା କରୁଥିଲେ ।
ବିଗତ ତିନି ବର୍ଷରେ ଏ ସଂଖ୍ୟା ବଢ଼ି 4 ଲକ୍ଷ 80 କୋଟି ପର୍ଯ୍ୟନ୍ତ ପହଂଚି ଯାଇଛି । କିଛି ଲୋକ ଏଠାରେ ମଧ୍ୟ ଏହା ଭୁଲି ଯାଉଛନ୍ତି କି ରୋଜଗାର ନ ବଢ଼ି ଏ ସଂଖ୍ୟା ବଢ଼ିପାରିବ ନାହିଁ ।
ସାଥୀଗଣ, ଆମେ ସମସ୍ତ ଯୋଜନା ଗୁଡ଼ିକୁ ସେହି ଦିଗରେ ନେଇ ଯାଉଅଛୁ ଯାହା ଗରିବ, ନିମ୍ନ ମଧ୍ୟବିତ୍ତ ବର୍ଗ ଆଉ ମଧ୍ୟମ ବର୍ଗଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିପାରିବ ।
ଜନ-ଧନ ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ 30 କୋଟିରୁ ଅଧିକ ଗରିବଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି;
ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ 3 କୋଟିରୁ ଅଧିକ ମହିଳାଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇଛି;
ପାଖାପାଖି 15 କୋଟି ଗରିବଙ୍କୁ ସରକାରଙ୍କ ବୀମା ଯୋଜନାର ପରିସରଭୁକ୍ତ କରାଯାଇଛି । କିଛି ଦିନ ତଳେ ହିଁ ପ୍ରତି ଗରିବଙ୍କୁ ମାଗଣାରେ ବିଜୁଳି ସଂଯୋଗ ଦେବା ପାଇଁ ସୌଭାଗ୍ୟ ଯୋଜନାର ଶୁଭାରମ୍ଭ କରାଯାଇଛି ।
ସରକାରଙ୍କ ଏଭଳି ଯୋଜନା ଗରିବଙ୍କୁ ସଶକ୍ତ କରୁଛି । କିନ୍ତୁ ତାଙ୍କୁ ଯଦି କୌଣସି ଜିନିଷ ଦ୍ୱାରା ସବୁଠାରୁ ଅଧିକ କ୍ଷତି ହେଉଛି, ତ ତାହା ହେଉଛି ଭ୍ରଷ୍ଟାଚାର, ତାହା ହେଉଛି କଳାଧନ । ଭ୍ରଷ୍ଟାଚାର ଆଉ କଳାଧନ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ଆପଣଙ୍କ ସଂସ୍ଥାନ ଆଉ ଦେଶର କମ୍ପାନୀ ସେକ୍ରେଟାରୀମାନଙ୍କର ବହୁତ ବଡ଼ ଭୂମିକା ରହିଛି ।
ବିମୁଦ୍ରୀକରଣ ପରେ ଯେଉଁ ତିନିଲକ୍ଷ ସନ୍ଦିଗ୍ଧ କମ୍ପାନୀଗୁଡ଼ିକ ବିଷୟରେ ଜଣା ପଡ଼ିଥିଲା, ଯାହାଙ୍କ ମାଧ୍ୟମରେ କଳାଧନର ନେଣ-ଦେଣ କରାଯିବାର ଆଶଙ୍କା ରହିଛି, ସେଥି ମଧ୍ୟରୁ 2 ଲକ୍ଷ 10 ହଜାର କମ୍ପାନୀଙ୍କର ପଞ୍ଜିକରଣ ରଦ୍ଦ କରା ଯାଇସାରିଛି । ମୋର ବିଶ୍ୱାସ ରହିଛି କି ନକଲି କମ୍ପାନୀ ବିରୁଦ୍ଧରେ ଏହି ସଫେଇ ଅଭିଯାନ ପରେ ନିର୍ଦ୍ଦେଶକଙ୍କ ମଧ୍ୟରେ ସଚେତନତା ବଢ଼ିବ ଆଉ ଏହାର ପ୍ରଭାବରେ କମ୍ପାନୀଗୁଡ଼ିକରେ ସ୍ଵଚ୍ଛତା ଓ ପାରଦର୍ଶିତା ମଧ୍ୟ ଆସିବ ।
ସାଥୀଗଣ, ଦେଶର ଇତିହାସରେ ଏହି ସମୟ ହେଉଛି ବହୁତ ବଡ଼ ପରିବର୍ତ୍ତନର, ବହୁତ ବଡ଼ ପରିବର୍ତ୍ତନର ।
ଦେଶରେ ସଚ୍ଚୋଟ ଆଉ ପାରଦର୍ଶୀ ଶାସନର ମହତ୍ତ୍ଵ ବୁଝା ଯିବାକୁ ଲାଗିଲାଣି । କର୍ପୋରେଟ ପ୍ରଶାସନ ଢ଼ାଂଚା ନିର୍ଦ୍ଧାରଣ ସମୟରେ ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନ ଦ୍ଵାରା ଅନୁମୋଦନର ବହୁତ ବଡ଼ ସକରାତ୍ମକ ଭୂମିକା ରହିଥିଲା ।
ଏବେ ସମୟର ଆହ୍ୱାନ ହେଉଛି କି ଆପଣ ଏକ ନୂତନ ବ୍ୟବସାୟ ସଂସ୍କାରର ଆରମ୍ଭ କରିବାରେ ସକ୍ରିୟ ଭୂମିକା ତୁଲାନ୍ତୁ ।
ଜିଏସଟି(GST) ଲାଗୁ ହେଲା ପରେ ପରୋକ୍ଷ ଟିକସ ପରିସର ମଧ୍ୟକୁ ପ୍ରାୟ 19 ଲକ୍ଷ ଲୋକ ଆସିଛନ୍ତି । ଛୋଟ ବ୍ୟବସାୟୀ ହୁଅନ୍ତୁ କିମ୍ବା ବଡ଼, ଜିଏସଟିରେ ଥିବା ସଚ୍ଚୋଟ ବ୍ୟବସ୍ଥାକୁ ଆପଣାନ୍ତୁ । ଏଥିପାଇଁ ବ୍ୟବସାୟୀ ବର୍ଗଙ୍କୁ ପ୍ରେରିତ କରିବା ମଧ୍ୟ ହେଉଛି ଆପଣଙ୍କ କାମ ।
ଆପଣଙ୍କ ସଂସ୍ଥାନ ସହିତ ଲକ୍ଷ-ଲକ୍ଷ ଛାତ୍ର ଯୋଡ଼ି ହୋଇଛନ୍ତି । କ’ଣ ଆପଣଙ୍କ ସଂସ୍ଥାନ ଏହି ଗୁରୁ ଦାୟିତ୍ୱ ଉଠାଇ ପାରିବ କି ସେହି ଲକ୍ଷ-ଲକ୍ଷ ଯୁବକମାନଙ୍କୁ ଜିଏସଟି ସହିତ ଯୋଡ଼ି ହୋଇଥିବା ଛୋଟ-ଛୋଟ କଥାଗୁଡ଼ିକୁ ମଧ୍ୟ ପ୍ରଶିକ୍ଷଣ ଦେବେ ।
ସପ୍ତାହେ କିମ୍ବା ଦଶ ଦିନର ପ୍ରଶିକ୍ଷଣ ପରେ ଏହି ଛାତ୍ରମାନେ ମନକୁ ମନ ନିଜ ଅଂଚଳରେ ଥିବା ଛୋଟ ଦୋକାନୀମାନଙ୍କୁ ସାହାଯ୍ୟ କରି ପାରିବେ, ସେମାନଙ୍କୁ ଜିଏସଟି ନେଟୱାର୍କ ସହିତ ଯୋଡ଼ିବା ଆଉ ରିଟର୍ଣ୍ଣ ଫାଇଲ କରିବାରେ ସାହାଯ୍ୟ କରି ପାରିବେ ।
ସାଥୀଗଣ,
2022ରେ ଯେତେବେଳେ ଦେଶ ସ୍ୱାଧୀନତାର 75 ବର୍ଷର ପର୍ବ ପାଳନ କରିବ, ସେତେବେଳ ପାଇଁ ମୁଁ ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନଠାରୁ କିଛି ପ୍ରତିଶ୍ରୁତି ଚାହୁଁଛି । ଏହି କଥାରେ ଆପଣଙ୍କର ସଂକଳ୍ପ ଥିବ ଆଉ ସେହି ସଂକଳ୍ପଗୁଡ଼ିକୁ ନେଇ ଆପଣଙ୍କୁ ସିଦ୍ଧି ହାସଲ କରିବାକୁ ପଡ଼ିବ ।
କ’ଣ ଆପଣ 2022ଯାଏଁ ଦେଶକୁ ଏକ ଟିକସ ଭରଣା କରୁଥିବା ସମାଜ ପ୍ରସ୍ତୁତ କରିବାର ଗୁରୁ ଦାୟିତ୍ୱ ଉଠାଇ ପାରିବେ?
କ’ଣ ଆପଣ ଏହା ସୁନିଶ୍ଚିତ କରି ପାରିବେ କି 2022 ଯାଏଁ ଦେଶରେ ଗୋଟିଏ ମଧ୍ୟ ନକଲି କମ୍ପାନୀ ରହିବେ ନାହିଁ?
କ’ଣ ଆପଣ ଏହା ସୁନିଶ୍ଚିତ କରି ପାରିବେ କି 2022 ଯାଏଁ ଦେଶର ପ୍ରତ୍ୟେକ କମ୍ପାନୀ ସଚ୍ଚୋଟତାର ସହିତ ଟିକସ ପଇଠ କରିବେ?
କ’ଣ ଆପଣ ଆପଣଙ୍କ ସାହାୟତାର ପରିସର ବଢ଼ାଇ 2022 ଯାଏଁ ଦେଶରେ ଏକ ସଚ୍ଚୋଟ ବ୍ୟବସାୟ ସଂସ୍କୃତି ସ୍ଥାପିତ କରି ପାରିବେ?
ମୁଁ ବିଶ୍ୱାସ କରୁଛି ନିଜର ସ୍ଵର୍ଣ୍ଣ ଜୟନ୍ତୀ ବର୍ଷର ପ୍ରାରମ୍ଭରେ ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନ ଏହି ଲକ୍ଷ୍ୟଗୁଡ଼ିକର ପ୍ରାପ୍ତି ପାଇଁ ଅଲଗା କିଛି ମାର୍ଗନିର୍ଦ୍ଦେଶିକା ସ୍ଥିର କରିବେ ଆଉ ତାହାକୁ ନିଜର କାର୍ଯ୍ୟ ସଂସ୍କୃତିରେ ମଧ୍ୟ ସାମିଲ କରିବେ ।
ପୁଣି ଆଉ ଥରେ ଆପଣ ସମସ୍ତଙ୍କୁ ସ୍ଵର୍ଣ୍ଣ ଜୟନ୍ତୀ ବର୍ଷରେ ବହୁତ-ବହୁତ ଶୁଭକାମନା ।
ମୁଁ ନିଜର ପ୍ରିୟ ନାଗରିକମାନଙ୍କୁ ଆଶ୍ଵସ୍ତ କରିବାକୁ ଚାହୁଁଛି କି ଆର୍ଥିକ ମଂଚରେ ସରକାର ସମାଲୋଚନାର ଶିକାର ହେଉଥିଲେ ମଧ୍ୟ କୌଣସି ଅପରାଧ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ସରକାର ଲୋକମାନଙ୍କର ଉଦ୍ବେଗ ପ୍ରତି ସମ୍ବେଦନଶୀଳ ଅଛନ୍ତି । ନିଜର ପ୍ରଗତି ପାଇଁ ମଧ୍ୟ ଆମେ ସମାଲୋଚିତ ହେଉଛୁ । ଆମେ 125 କୋଟି ଦେଶବାସୀଙ୍କୁ ନେଇ ସମୃଦ୍ଧ ରାଷ୍ଟ୍ରକୁ ଅଭିବୃଦ୍ଧି ଓ ବିକାଶ ପଥରେ ଆଗେଇ ନେବା ପାଇଁ ନମ୍ରତାର ସହ ପ୍ରୟାସ କରିବୁ, ଲୋକଙ୍କ ହିତକୁ ଧ୍ୟାନରେ ରଖି ସେହି ଲୟରେ ଦ୍ରୁତ ଗତିରେ ଅଗ୍ରସର ହେବୁ ।
ମୁଁ ମୋ ସମାଲୋଚକମାନଙ୍କୁ ନମ୍ରତାର ସହିତ କହିବାକୁ ଚାହୁଁଛି କି, ସସସ୍ତେ ଭୁଲ କହୁନାହାନ୍ତି । କିନ୍ତୁ ଦେଶରେ ନିରାଶାବାଦର ବାତାବରଣ ସୃଷ୍ଟିକରିବାକୁ ରୋକିବା ଦରକାର ।
ମୁଁ ଆପଣମାନଙ୍କୁ ଏଭଳି ଅଳ୍ପ କେତେକ ମାନଦଣ୍ଡର ଝଲକ ଦେଖାଇଲି ଯାହା ଆମ ଅର୍ଥବ୍ୟବସ୍ଥାର ଶକ୍ତିକୁ ଦର୍ଶାଉଛି । ଏଭଳି ଅନେକ ମାନଦଣ୍ଡ ଅଛି, ଯାହା ସାବ୍ୟସ୍ତ କରିବ ଆମ ଅର୍ଥ ବ୍ୟବସ୍ଥା କେତେ ସୁଦୃଢ ଆଉ ସରକାରଙ୍କର ନିଷ୍ପତ୍ତି ନେବାର ଶକ୍ତିଗୁଡିକ କିଭଳି ସ୍ପଷ୍ଟ ପ୍ରତିଫଳିତ ହେଉଛି । ଏହା ସରକାରଙ୍କର ଦିଗ ଓ ବେଗକୁ ପ୍ରମାଣିତ କରୁଛି । ଭାରତ ପ୍ରତି ଦେଶ ଓ ବିଦେଶରେ ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସ ଦେଶର ଆର୍ଥିକ ଶକ୍ତି କେତେ ସୁଦୃଢ଼ ତାହା ପ୍ରତିଫଳିତ ହେଉଛି ।
ଏହାକୁ ଆମେ କେବେ ଅଣଦେଖା କରିବା ନାହିଁ । ଚାଲନ୍ତୁ ଏକ ନୂତନ ଉତ୍ସାହ, ଆଗ୍ରହ, ଆତ୍ମବିଶ୍ୱାସ ଓ କର୍ମ ସଂସ୍କୃତି ସହିତ ଏକ ନିଉ ଇଣ୍ଡିଆ ବା ନୂଆ ଭାରତର ନିର୍ମାଣ ପାଇଁ ଆଗକୁ ବଢ଼ିବା ।
ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ । ଯେହେତୁ ଆପଣ ଏହି କ୍ଷେତ୍ର ସହିତ ଜଡିତ, ଏଥିପାଇଁ ମୁଁ ଏହି ପ୍ରସଙ୍ଗରେ ଆପଣମାନଙ୍କ ସହିତ ମୋ ଚିନ୍ତାଧାରା ଅଭିବ୍ୟକ୍ତ କରିବାକୁ ଚାହିଁଲି ଏବଂ ମୁଁ ଆଶାବାଦୀ ଯେ, ଏହି ମଂଚ ମାଧ୍ୟମରେ ଏହା ଦେଶର ପ୍ରିୟ ନାଗରିକଙ୍କ ପାଖରେ ପହଁଚିବ ।
ପୁଣି ଥରେ ବହୁତ ବହୁତ ଅଭିନନ୍ଦନ,
ଧନ୍ୟବାଦ ।
Inflation over the years. pic.twitter.com/iP6gyhoLGh
— PMO India (@PMOIndia) October 4, 2017
Inflation over the years. pic.twitter.com/iP6gyhoLGh
— PMO India (@PMOIndia) October 4, 2017
Foreign exchange reserves over the years. pic.twitter.com/NWQY58Feod
— PMO India (@PMOIndia) October 4, 2017
ये बात सही है कि पिछले तीन वर्षों में 7.5 प्रतिशत की औसत ग्रोथ हासिल करने के बाद इस वर्ष अप्रैल-जून की तिमाही में GDP ग्रोथ में कमी दर्ज की गई। लेकिन ये बात भी उतनी ही सही है कि सरकार इस ट्रेंड को रिवर्स करने के लिए पूरी तरह से प्रतिबद्ध हैं: PM
— PMO India (@PMOIndia) October 4, 2017
हमने reform से जुड़े कई महत्वपूर्ण फैसले लिए हैं और ये प्रक्रिया लगातार जारी रहेगी। देश की financial stability को भी maintain रखा जाएगा। निवेश बढ़ाने और आर्थिक विकास को गति देने के लिए हम हर आवश्यक कदम उठाते रहेंगे: PM @narendramodi
— PMO India (@PMOIndia) October 4, 2017
मैं आश्वस्त करना चाहता हूं कि सरकार द्वारा लिए गए कदम देश को आने वाले वर्षों में विकास की एक नई league में रखने वाले हैं: PM @narendramodi
— PMO India (@PMOIndia) October 4, 2017
बदलती हुई देश की इस अर्थव्यवस्था में अब ईमानदारी को प्रीमियम मिलेगा, ईमानदारों के हितों की सुरक्षा की जाएगी: PM @narendramodi
— PMO India (@PMOIndia) October 4, 2017
A trend of increased consumption after June 2017. pic.twitter.com/9Edmyw5839
— PMO India (@PMOIndia) October 4, 2017
Increase in sale of tractors. pic.twitter.com/A6PhofF4jy
— PMO India (@PMOIndia) October 4, 2017
Some facts on the roads sector. pic.twitter.com/sq21xXQCAd
— PMO India (@PMOIndia) October 4, 2017
Here are some numbers from the railways sector. pic.twitter.com/jiCmqSVKB2
— PMO India (@PMOIndia) October 4, 2017
पिछली सरकार ने अपने आखिरी के तीन सालों में Renewable Energy पर 4 हजार करोड़ रुपए खर्च किए थे। हमारी सरकार ने अपने तीन साल में इस सेक्टर पर 10 हजार 600 करोड़ रुपए से भी अधिक खर्च किए हैं: PM @narendramodi
— PMO India (@PMOIndia) October 4, 2017
हमने affordable Housing के क्षेत्र में ऐसे-ऐसे नीतिगत निर्णय लिए हैं, वित्तीय सुधार किए हैं, जो इस क्षेत्र के लिए अभूतपूर्व हैं: PM @narendramodi
— PMO India (@PMOIndia) October 4, 2017
Big boost to the housing sector. pic.twitter.com/8MEdvUNfWw
— PMO India (@PMOIndia) October 4, 2017
पिछले तीन वर्षों में 21 सेक्टरों से जुड़े 87 छोटे-बड़े Reform किए गए हैं। Defence सेक्टर, Construction सेक्टर, Financial Services, Food Processing, जैसे कितने ही सेक्टरों में निवेश के नियमों में बड़े बदलाव हुए हैं: PM @narendramodi
— PMO India (@PMOIndia) October 4, 2017
देश के आर्थिक क्षेत्र को खोलने के बाद से लेकर अब तक जितना विदेशी निवेश भारत में हुआ है, उसकी तुलना अगर पिछले तीन वर्षों में हुए निवेश से करें, तो आपको पता चलेगा कि हमारी सरकार जो Reform कर रही है, उसका नतीजा क्या मिल रहा है: PM @narendramodi
— PMO India (@PMOIndia) October 4, 2017
मेहनत से कमाए गए आपके एक एक पैसे की कीमत ये सरकार समझती है। इसलिए सरकार की नीतियों और योजनाओं में इस बात का भी ध्यान रखा जा रहा है कि वो गरीबों और मध्यम वर्ग की जिंदगी तो आसान बनाएं हीं, उनके पैसों की भी बचत कराएं: PM
— PMO India (@PMOIndia) October 4, 2017
Fall in price of LED bulbs. pic.twitter.com/Oa4lUMeWQQ
— PMO India (@PMOIndia) October 4, 2017
मैं जानता हूं कि रेवड़ी बांटने के बजाय, लोगों और देश को Empower करने के काम में, कई बार मुझे आलोचना का भी सामना करना पड़ेगा, लेकिन मैं अपने वर्तमान की चिंता में, देश के भविष्य को दांव पर नहीं लगा सकता: PM @narendramodi
— PMO India (@PMOIndia) October 4, 2017