Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ କୃଷିଜାତ ଶିଳ୍ପ ପ୍ରତିଷ୍ଠାନ, ପୁନେର ସୁବର୍ଣ୍ଣ ଜୟନ୍ତୀ ଏବଂ ପ୍ରତିଷ୍ଠା ଦିବସ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ


ଭାରତୀୟ କୃଷିଜାତ ଶିଳ୍ପ ପ୍ରତିଷ୍ଠାନ, ପୁନେର ସୁବର୍ଣ୍ଣ ଜୟନ୍ତୀ ଏବଂ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ଅବସରରେ ଆଜି ଅପରାହ୍ନ 5ଟା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନସିଂ ମାଧ୍ୟମରେ ସମ୍ବୋଧିତ କରିବେ ।

“ଆଜି ଅପରାହ୍ନ 5ଟା ସମୟରେ ମୁଁ ଭାରତୀୟ କୃଷିଜାତ ଶିଳ୍ପ ପ୍ରତିଷ୍ଠାନ, ପୁନେର ସୁବର୍ଣ୍ଣ ଜୟନ୍ତୀ ଓ ପ୍ରତିଷ୍ଠା ଦିବସ ଉତ୍ସବ ପାଳନକୁ ଭିଡିଓ କନଫେରେନ୍ସିଂ ଜରିଆରେ ସମ୍ବୋଧିତ କରିବି,” ବୋଲି ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ ଜରିଆରେ ପ୍ରକାଶ କରିଛନ୍ତି ।