ପିଏମଇଣ୍ଡିଆ
ଭାରତୀୟ ଖାଦ୍ୟ ନିଗମର କର୍ମଚାରୀମାନଙ୍କୁ ଅବସରକାଳୀନ ପେନସନ ତଥା ଅବସରଗ୍ରହଣ ପରେ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ଥିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ପବ୍ଲିକ ଏଣ୍ଟରପ୍ରାଇଜ ବିଭାଗର ନିୟମାନୁସାରେ ଲାଗୁ କରାଯିବ ।
ବର୍ତ୍ତମାନ ଏହି କର୍ମଚାରୀମାନଙ୍କ ବେତନହାରରେ ହିସାବ କରିଦେଖିଲେ ଉଭୟ ଯୋଜନା ସକାଶେ ସରକାରଙ୍କୁ ବାର୍ଷିକ 134.4 କୋଟି ଟଙ୍କାର ଆର୍ଥିକ ଭାର ବହନ କରିବାକୁ ପଡିବ ।
ଏହି ନୂତନ ପେନସନ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ:
1. ବର୍ଗ: (ପ୍ରଥମ, ଦ୍ୱିତୀୟ, ତୃତୀୟ ତଥା ଚତୁର୍ଥ) ସବୁ ବର୍ଗର କର୍ମଚାରୀ ଯେଉଁମାନେ କି 01.12.2008 ସୁଦ୍ଧା ପେ’ରୋଲରେ ଥିଲେ ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।
2. ଯୋଗ୍ୟତା: ମୃତ୍ୟୁକୁ ଛାଡି ଅବସର ଗ୍ରହଣ ପୂର୍ବରୁ ସେମାନଙ୍କର ଅନ୍ୟୁନ 15 ବର୍ଷ ସେବା ଅବଧି ଥିବ ।
3. ପ୍ରବର୍ତ୍ତନ ତାରିଖ – 01.12.2008
4. କର୍ମଚାରୀଙ୍କ ଭାଗ: ମୂଳବେତନ ଏବଂ ମହଙ୍ଗା ଭତ୍ତାର 10 ପ୍ରତିଶତ ଯେଉଁମାନେ – 01.12.2008 ସୁଦ୍ଧା ଚାକିରିରେ ଥିବେ ବା ତା ପରେ ନିଯୁକ୍ତି ପାଇଥିବେ ।
5. କର୍ମଚାରୀଙ୍କ ବାଧ୍ୟତାମୂଳକ ଭାଗ: ମୂଳ ଦରମା+ଡିଏର 2% କର୍ମଚାରୀଙ୍କ ସ୍ୱଇଚ୍ଛାରେ ଅବଦାନ – ମୂଳ ବେତନ+ଡିଏର 25% ପର୍ଯ୍ୟନ୍ତ ।
6. ସୁବିଧା: ଅବସର ପରେ ପେନସନ ଓ ମୃତ୍ୟୁଜନିତ ସୁବିଧାସୁଯୋଗ ।
ଅବସର ପରେ ମିଳିବାକୁ ଥିବା ଚିକିତ୍ସା ସୁବିଧା ବୈଶିଷ୍ଟ୍ୟ :
1. ପ୍ରୟୋଗଯୋଗ୍ୟତା : ନିଗମର ଚାକିରିରେ ଥିବା ସବୁ ବର୍ଗର କର୍ମଚାରୀ (I, ii, iii, iv ) ଏବଂ ଅବସର ଗ୍ରହଣ କରିଥିବା କର୍ମଚାରୀ
2. ଯୋଗ୍ୟତା : ମୃତ୍ୟୁକୁ ଛାଡି ଅବସର ଗ୍ରହଣ ପୂର୍ବରୁ ଅନ୍ୟୁନ 15 ବର୍ଷର ଚାକିରି କରିଥିବେ
3. କର୍ମନିଯୋକ୍ତାଙ୍କ ଭାଗ: ଏପ୍ରିଲ 2016 ଠାରୁ ମୂଳ ବେତନ+ଡିଏର 3.83%
4. କର୍ମଚାରୀଙ୍କ ଭାଗ: ଅବସର ଗ୍ରହଣ/ମୃତ୍ୟୁ ପୂର୍ବରୁ ପାଇଥିବା ଶେଷ ମୂଳ ବେତନ+ଡିଏ/ ଯାହା ସର୍ବନିମ୍ନ 10,000 ଟଙ୍କା ହୋଇଥିବ
5. ବ୍ୟାପ୍ତି : ଏହି ଯୋଜନା ନିଗମର ଅବସରପ୍ରାପ୍ତ କର୍ମଚାରୀ, ସେମାନଙ୍କ ପତି/ପତ୍ନୀ, ନିର୍ଭରଶୀଳ ସନ୍ତାନ ପାଇଁ ବାର୍ଷକ ସିଲିଂଯୋଗ୍ୟ ଥାଇ ଭାରତର ଯେକୌଣସି ହସ୍ପିଟାଲରେ ପ୍ରଯୁଜ୍ୟ ।