Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ଗୋଷ୍ଠୀ କଲ୍ୟାଣ ପାଣ୍ଠି ନିୟମାବଳୀରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ଗୋଷ୍ଠୀ କଲ୍ୟାଣ ପାଣ୍ଠି (ICWF)ର ନିୟମାବଳୀରେ କରାଯାଇଥିବା ସଂଶୋଧନକୁ ସ୍ୱୀକୃତି ମିଳିଛି । 2009 ମସିହାରେ ICWF ଗଠନ କରାଯାଇଥିଲା । ବିଦେଶରେ ବସବାସ କରୁଥିବା ଭାରତୀୟ ନାଗରିକମାନଙ୍କୁ ଆପାତ ଏବଂ ଦୁର୍ଗତି ସମୟରେ ପ୍ରାମାଣିକତା ଭିତ୍ତିରେ ଏବଂ ସର୍ବାଧିକ ଆବଶ୍ୟକତା ସ୍ଥଳେ ସାହଯ୍ୟ ସହଯୋଗ କରିବା ଏହାର ଉଦ୍ଦେଶ୍ୟ । ଏବେ ଏହି ପାଣ୍ଠିର ନିୟମାବଳୀରେ ଆବଶ୍ୟକ ସଂଶୋଧନ ଅଣାଯାଇ ଏହାର ପରିସରକୁ ଆହୁରି ବ୍ୟାପାକ ଓ ସୁଗମ କରାଯାଇଛି । ଏହି ନିୟମାବଳୀ ଅନୁସାରେ ମୁଖ୍ୟତଃ ତିନୋଟି ପ୍ରମୁଖ କ୍ଷେତ୍ରରେ ଏଭଳି ସହାୟତା ଦରିଆପାରି ଭାରତୀୟମାନଙ୍କୁ ଯୋଗାଯିବ । ସେଗୁଡିକ ହେଲା – ଆପାତକାଳୀନ ସ୍ଥିତି, ଗୋଷ୍ଠୀ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଦୂତାବାସିକ ସେବା ଉନ୍ନତି କ୍ଷେତ୍ର । ଏହାଦ୍ୱାରା ବିଦେଶରେ ଥିବା ଭାରତୀୟ କୂଟନୈତିକ ମିଶନ ଓ ପୋଷ୍ଟ ଅଧିକ ସକ୍ରିୟତା ଓ ସହସା ସାହାଯ୍ୟ ସହଯୋଗ ଯୋଗାଇପାରିବେ ।

ବିଦେଶରେ ଦୁର୍ଗତ ଭାରତୀୟ ନାଗରିକମାନଙ୍କୁ ସହାୟତା ପ୍ରଦାନ ବ୍ୟତୀତ ICWF, ଲିବ୍ୟା, ଇରାକ, ୟେମେନ, ଦକ୍ଷିଣ ସୁଦାନର ବିବାଦୀୟ କ୍ଷେତ୍ରରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ସେହିଭଳି ସାଉଦି ଆରବରେ 2013 ର ନିତାକାତ ଅଭିଯାନ ବେଳେ ସେଠାରେ ଥିବା ବେଆଇନ ଭାରତୀୟ ଶ୍ରମିକମାନଙ୍କୁ ଉଦ୍ଧାର କରିବା ଏବଂ 2017 ରେ ଚାଲିଥିବା ଆମନେଷ୍ଟି ଅଭିଯାନରେ ମଧ୍ୟ ICWFର ଭୂମିକା ଗ୍ରହଣ କରିଛି ।

ଏହି ପାଣ୍ଠି ମାଧ୍ୟମରେ ଯେତେ ସହସା ଓ ଯେତେ ମାତ୍ରାରେ ଦୁର୍ଗତ ଭାରତୀୟଙ୍କୁ ସାହାଯ୍ୟ ସହଯୋଗ ଯୋଗାଯାଇପାରୁଛି ତାହାକୁ ବିଶ୍ୱବ୍ୟାପୀ ଭୂୟସୀ ପ୍ରଶଂସା କରାଯାଇଛି । ଏତଦବ୍ୟତୀତ ଯେଉଁ ଦେଶାନ୍ତର ଶ୍ରମିକମାନେ ଦରିଆପାରିକୁ କର୍ମସଂସ୍ଥାନ ନିମନ୍ତେ ଯାଉଛନ୍ତି, କୌଣସି ସମସ୍ୟା ଉପୁଜିଲେ ସରକାର ସେମାନଙ୍କୁ ସହାୟତା କରିବେ ବୋଲି ସେମାନଙ୍କ ମନରେ ଗଭୀର ପ୍ରତ୍ୟୟ ସୃଷ୍ଟି ହୋଇଛି ।

ICWF ଏବେ ବିଦେଶର ସବୁ ଭାରତୀୟ ମିଶନ ଓ ପୋଷ୍ଟକୁ ସଂପ୍ରସାରିତ ହୋଇଛି । ଭାରତୀୟ ମିଶନ ଓ ପୋଷ୍ଟକୁ କନସୁଲାର ସେବାରୁ ଅସୁଲ ବିଭିନ୍ନ ପ୍ରକାର ଟିକସର ଏହି ପାଣ୍ଠି ସଂଗ୍ରହ କରାଯାଇଥାଏ ।

****