Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ଡାକ ଓ ଟେଲିଯୋଗାଯୋଗ ଏକାଉଣ୍ଟସ ଏବଂ ଆର୍ଥିକ ସେବା ଗ୍ରୁପ “ଏ” କ୍ୟାଡରର ସମୀକ୍ଷା ପ୍ରସ୍ତାବକୁ କେବିନେଟର ମଞ୍ଜୁରି


ଭାରତୀୟ ଡାକ ଓ ଟେଲି ଯୋଗାଯୋଗ ଏକାଉଣ୍ଟସ ତଥା ଆର୍ଥିକ ସେବା ଗ୍ରୁପ-ଏ (IP & TAFS)ର ପ୍ରଥମ କ୍ୟାଡର ସମୀକ୍ଷାକୁ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ନିମ୍ନ ପ୍ରମୁଖ ବୈଶିଷ୍ଟ୍ୟ ସହ ଏହି ସମୀକ୍ଷା କରିବାକୁ ସ୍ଵୀକୃତି ମିଳିଛି ।

କ. ମୋଟ କ୍ୟାଡର ସଂଖ୍ୟାକୁ 420 ରୁ 376 କୁ ହ୍ରାସ କରାଯିବ ।

ଖ. ସର୍ବୋଚ୍ଚ ସ୍ତରରେ ଏକ ଯୋଗାଯୋଗ ଏକାଉଣ୍ଟସ ମହାଲେଖାପାଳ (CGCA) ପଦବୀ ସୃଷ୍ଟି କରାଯିବ ।

ଗ. ଗୋଟିଏ ଅତିରିକ୍ତ HAG ସ୍ତରର ପଦବୀ ସୃଷ୍ଟି ସହ ଗ୍ରେଡ ସଂଖ୍ୟା 2 କୁ ନିଆଯିବ ।

ଘ. ଦୁଇଟି ଅତିରିକ୍ତ HAG ସ୍ତରର ପଦବୀ ସୃଷ୍ଟି ସହ ଗ୍ରେଡ ସଂଖ୍ୟାକୁ 6 ରୁ 8 କୁ ବୃଦ୍ଧି କରାଯିବ ।

ଙ. 18 ଟି ଅତିରିକ୍ତ SAG ସ୍ତରର ପଦବୀ ସୃଷ୍ଟି କରାଯିବ ଓ ଏହାର ଗ୍ରେଡ ସଂଖ୍ୟାକୁ 37 ରୁ 55 କୁ ବୃଦ୍ଧି କରାଯିବ ।

ଚ. JAG ସ୍ତରର ପଦବୀ ସଂଖ୍ୟା 111 ରୁ 90 କୁ ହ୍ରାସ କରାଯିବ ।

ଛ. STS ସ୍ତରର ପଦବୀ ସଂଖ୍ୟା 198 ରୁ 86 କୁ ହ୍ରାସ କରାଯିବ ।

ଜ. 21ଟି JTS ସ୍ତରର ପଦବୀ ସୃଷ୍ଟି କରି ଏହାର ଗ୍ରେଡ ସଂଖ୍ୟାକୁ 67 ରୁ 88 କୁ ବୃଦ୍ଧି କରାଯିବ ।

ଝ. ରିଜର୍ଭ ଭାବେ କାର୍ଯ୍ୟ କରିବାକୁ 46 ଟି ପଦବୀ ସୃଷ୍ଟି IP & TAFS ଗ୍ରୁପ-‘ଏ’ ସେବା 1972 ରେ ଗଠନ କରାଯାଇଥିଲା ଏବଂ ତାହା ଟେଲିଯୋଗାଯୋଗ ବିଭାଗ ଓ ଭାରତୀୟ ଡାକ ସେବାର ଆବଶ୍ୟକତା ପୂରଣ କରିଆସୁଛି ।