Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ପ୍ରତିଦ୍ୱନ୍ଦ୍ୱିତା ଆୟୋଗକୁ ଉଚିତ ସ୍ୱରୂପ ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


ଭାରତୀୟ ପ୍ରତିଦ୍ୱନ୍ଦ୍ୱିତା ଆୟୋଗ(ସିସିଆଇ)ରେ ପୂର୍ବରୁ ଜଣେ ଅଧ୍ୟକ୍ଷ ଏବଂ 6 ଜଣ ସଦସ୍ୟଙ୍କୁ ମିଶାଇ ମୋଟ 7 ଜଣ ପଦବୀଧାରୀ ଥିଲେ । ଏଥିମଧ୍ୟରୁ ଦୁଇଟି ପଦବୀ ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ନଦେବା ଏବଂ ଆଉ ଏକ ଅତିରିକ୍ତ ପଦବୀ, ଯାହା ଆସନ୍ତା ଅକ୍ଟୋବରରେ ଖାଲି ହେବାର ଥିଲା, ଏହାକୁ ଉଚ୍ଛେଦ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ସିସିଆଇରେ ଏଣିକି ଜଣେ ଅଧ୍ୟକ୍ଷ ଏବଂ 3 ଜଣ ସଦସ୍ୟଙ୍କୁ ମିଶାଇ ମୋଟ 4 ଜଣ ପଦବୀଧାରୀ ରହିବେ । ସିସିଆଇର ଉଚିତ ସ୍ୱରୂପ/ଆକାର ପ୍ରଦାନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।

ଲାଭ : ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ୱାରା ସିସିଆଇରେ ତିନୋଟି ପଦବୀର ଉଚ୍ଛେଦ ହୋଇପାରିବ । ଏହା ସରକାରଙ୍କ ଲକ୍ଷ୍ୟ “ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନ”କୁ ପୂରଣ କରିବ ।

ଦେଶରେ ମିଶ୍ରଣ ଏବଂ ସମ୍ମିଶ୍ରଣ ପ୍ରକ୍ରିୟାକୁ ସହଜ କରିବା ଲାଗି ସରକାରଙ୍କର ଲକ୍ଷ୍ୟର ଅଂଶବିଶେଷ ସ୍ୱରୂପ ମନ୍ତ୍ରଣାଳୟ ପକ୍ଷରୁ 2017ରେ ସର୍ବନିମ୍ନ ସ୍ତରରେ ସଂଶୋଧନ ଅଣାଯାଇଥିଲା । ଯାହା ସମସ୍ତ ପ୍ରକାରର ମିଶ୍ରଣ ଏବଂ କମ୍ପ୍ୟୁଟିଂ ସମ୍ପତ୍ତି ଓ  ଏପରି ମିଶ୍ରଣର ଲକ୍ଷ୍ୟରେ ସମ୍ପୃକ୍ତ କାରବାରର ବ୍ୟବସ୍ଥା ପ୍ରତି ଲାଗୁ ହୋଇଥିଲା । ଏହା ଏବେ ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହୋଇଛି । ଏହାଫଳରେ କୌଣସି ପ୍ରକାରର ମିଶ୍ରଣରେ ପ୍ରବେଶ କରିବା ପୂର୍ବରୁ ଆୟୋଗଙ୍କ ନିକଟରେ ଉଦ୍ୟୋଗଗୁଡ଼ିକୁ ଯେଉଁ ନୋଟିସ ଦାଖଲ କରିବା ବାଧ୍ୟତାମୂଳକ ଥିଲା ତାହା ଏବେ ହ୍ରାସ ପାଇଛି । ଫଳରେ ଆୟୋଗଙ୍କ କାର୍ଯ୍ୟଭାର କମିଛି ।

ଶୁଣାଣି ଶୀଘ୍ର ହେଉଥିବାରୁ ଅନୁମୋଦନ ମଧ୍ୟ ଶୀଘ୍ର ହେଉଛି । ଯାହା କର୍ପୋରେଟମାନଙ୍କ ବ୍ୟବସାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଏହାଦ୍ୱାରା ଦେଶରେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇପାରିଛି ।

ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ୱାରା ଆୟୋରେ ତିନୋଟି ପଦବୀ ହ୍ରାସ ପାଇବ । ଯାହା ସରକାରଙ୍କ ଲକ୍ଷ୍ୟ “ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନ”କୁ ପୂରଣ କରିପାରିବ ।

 

**********