ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଭାରତୀୟ ପ୍ରତିରକ୍ଷା ଏକାଉଣ୍ଟସ ସେବାର କ୍ୟାଡର ସମୀକ୍ଷାକୁ ମଞ୍ଜୁରି ମିଳିଛି । ଏଥିରେ 23 ଟି କ୍ୟାଡର ବୃଦ୍ଧିକୁ ସରକାର ଅନୁମୋଦନ କରିଛନ୍ତି । ସେଥି ମଧ୍ୟରେ ସର୍ବୋଚ୍ଚ ବେତନ ହାରର ଗୋଟିଏ ପଦବୀ, ଏଚଏଜି ସ୍ତରର 6 ଟି ପଦବୀ, ଏସଏଜି ସ୍ତରର 6 ଟି ପଦବୀ, ଜେଏଜି ପାହ୍ୟାର 10 ଟି ପଦବୀ ରହିଛି । ଏହାଛଡା ଏଚଏଜି+ ସ୍ତରର ଗୋଟିଏ ପଦବୀ, ଏସଟିଏସ ପାହ୍ୟାର 12 ଟି ପଦବୀ ଏବଂ ଜେଟିଏସ ପାହ୍ୟାର 10ଟି ପଦବୀ ହ୍ରାସ ପାଇଁ ଥିବା ପ୍ରସ୍ତାବକୁ ସ୍ୱୀକୃତି ମିଳିଛି ।
ପ୍ରତିରକ୍ଷା ସେବାରେ ଅଧିକାରୀମାନଙ୍କ କାର୍ଯ୍ୟକାରୀ ଆବଶ୍ୟକତା, କ୍ୟାଡର ପୁନର୍ଗଠନ ଏବଂ କ୍ୟାରିଅରରେ ପ୍ରଗତିକୁ ଦୃଷ୍ଟିରେ ରଖି ଏଭଳି ସମୀକ୍ଷା ଓ ପୁନର୍ଗଠନ କରାଯାଇଛି ।
****