Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ବାୟୁସେନାରେ ତେଜାସ ଲଢୁଆ ବିମାନର ସାମିଲ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ସନ୍ତୋଷ ପ୍ରକାଶ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବାୟୁସେନାରେ ତେଜାସ ଲଢୁଆ ବିମାନ ସାମିଲ ହେବା ଘଟଣାରେ ଅତ୍ୟନ୍ତ ଗର୍ବ ଓ ସନ୍ତୋଷ ପ୍ରକାଶ କରିଛନ୍ତି । ତେଜାସ ନିର୍ମାଣରେ ହିନ୍ଦୁସ୍ଥାନ ଏରୋନାଟିକ୍ସ ଲିମିଟେଡ ଏବଂ ଏରୋନାଟିକଲ ଡିଭଲାପମେଣ୍ଟ ଏଜେନ୍ସୀର କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି ।

“ସ୍ଵଦେଶ ଜ୍ଞାନ କୌଶଳରେ ନିର୍ମିତ ତେଜାସ ଲଢୁଆ ବିମାନ ଭାରତୀୟ ବାୟୁସେନାରେ ଯୋଗଦେଇଥିବାରୁ ଆମ ସମସ୍ତଙ୍କ ହୃଦୟ ଅସୀମ ଗର୍ବ ଓ ଆନନ୍ଦରେ ଭରିଯାଇଛି ।

ଏହି ଅବସରରେ ମୁଁ HAL ଏବଂ ADA ସଂସ୍ଥାକୁ ଭୂରି ପ୍ରସଂଶା କରୁଛି । ଏହା ଆମର ସ୍ଵଦେଶୀ ପ୍ରତିରକ୍ଷା ବିନିର୍ମାଣ ଦକ୍ଷତା ଓ ଶକ୍ତି ବୃଦ୍ଧିକୁ ପ୍ରତିପାଦିତ କରୁଛି” ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ।