Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ବାୟୁସେନାର ମାର୍ଶାଲ ଅର୍ଜନ ସିଂହଙ୍କୁ ଦେଖିବାକୁ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ; ଆଶୁ ଆରୋଗ୍ୟ କାମନା କଲେ ଶ୍ରୀ ନରେନ୍ଦ୍ର ମୋଦୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ସେନା ହସ୍ପିଟାଲ (ଗବେଷଣା ଓ ପରାମର୍ଶ) ଯାଇ ଭାରତୀୟ ବାୟୁସେନାର ମାର୍ଶାଲ ଅର୍ଜନ ସିଂହଙ୍କ ସ୍ଵାସ୍ଥ୍ୟାବସ୍ଥା ଦେଖିଛନ୍ତି । ଅର୍ଜନ ସିଂହ ସଙ୍କଟାପନ୍ନ ଅବସ୍ଥାରେ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଭେଟିବା ସହିତ ମାର୍ଶାଲ ଅର୍ଜନ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

“ଭାରତୀୟ ବାୟୁସେନାର ମାର୍ଶାଲ ଅର୍ଜନ ସିଂହ, ଯିଏକି ସଙ୍କଟାପନ୍ନ ସ୍ଥିତିରେ ଅଛନ୍ତି, ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବୁଝିବା ପାଇଁ R&R Hospital ଯାଇଥିଲି । ତାଙ୍କ ପରିବାରର ସଦସ୍ୟମାନଙ୍କୁ ଭେଟିଲି ।

ଭାରତୀୟ ବାୟୁସେନାର ମାର୍ଶାଲ ଅର୍ଜନ ସିଂହଙ୍କ ଆଶୁ ଆରୋଗ୍ୟ ପାଇଁ ଆମେ ସମସ୍ତେ ପ୍ରାର୍ଥନା କରୁଛୁ । ଡାକ୍ତରମାନେ ମଧ୍ୟ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି”, ବୋଲି ପ୍ରଧାନମନ୍ତ୍ରୀ ଟ୍ଵିଟ କରିଛନ୍ତି ।

**********