Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପରିଚାଳନା ବର୍ଗର କାର୍ଯ୍ୟନିର୍ବାହୀମାନଙ୍କୁ ଡିପିଇ ଦ୍ୱାରା ଧାର୍ଯ୍ୟ 50 ପ୍ରତିଶତ (ସଂଶୋଧନ-ପୂର୍ବ) ସୀମା ବ୍ୟତୀତ ଦିଆଯାଉଥିବା କେତେକ ସ୍ୱତନ୍ତ୍ର ଭତ୍ତାର ନିୟମିତକରଣକୁ କେବିନେଟ ମଞ୍ଜୁରି


ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ପରିଚାଳନା ଶ୍ରେଣୀର କର୍ମଚାରୀଙ୍କ କାର୍ଯ୍ୟନିର୍ବାହୀ ଯଥା ବିମାନ ଯାତାୟାତ ନିୟନ୍ତ୍ରଣ, ସଂଚାର ଅଧିକାରୀ ଏବଂ ପାଇଲଟମାନଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ (ଡିପିଇ) ଦ୍ୱାରା ନିର୍ଦ୍ଧାରିତ 50 ପ୍ରତିଶତ (ସଂଶୋଧନ ପୂର୍ବରୁ)/25 ପ୍ରତିଶତ (ସଂଶୋଧିତ) ସୀମା ବ୍ୟତୀତ ଅତିରିକ୍ତ ଭାବେ ଦିଆଯାଉଥିବା କେତେ ସ୍ୱତନ୍ତ୍ର ଭତ୍ତାକୁ ନିୟମିତ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି । ଏହି ଭତ୍ତାଗୁଡ଼ିକ ମଧ୍ୟରେ ରେଟିଂ ଭତ୍ତା, କାର୍ଯ୍ୟଚାପ ଭତ୍ତା, ଦକ୍ଷତା ଭତ୍ତା, ଉଡ଼ାଣ ଭତ୍ତା ଏବଂ ପ୍ରଶିକ୍ଷକ ଭତ୍ତା ସାମିଲ ରହିଛି । କ୍ୟାବିନେଟ ଏଥିସହିତ ଏହି ଭତ୍ତାକୁ 35 ପ୍ରତିଶତ (ସଂଶୋଧିତ) ସୀମା ପରିଧିଠାରୁ ବାହାରେ ରଖିବାକୁ ମଞ୍ଜୁରି ଦେଇଛନ୍ତି । ଏମାନଙ୍କ ଚାକିରି କାଳରେ ଅନେକ ପ୍ରକାରର ଜଟିଳ କାର୍ଯ୍ୟ ସମ୍ପାଦନ କରିବାକୁ ହୋଇଥାଏ, ଏଥିପାଇଁ ବ୍ୟାପକ ଜ୍ଞାନ ଏବଂ ବିଶେଷଜ୍ଞତା ସହିତ ଜ୍ଞାନ ସମ୍ବନ୍ଧୀୟ ସ୍ୱତନ୍ତ୍ର କୌଶଳ (ସ୍ଥାନୀୟ ଧାରଣା, ସୂଚନାର ପ୍ରୋସେସିଂ, ତାର୍କିକ ଜ୍ଞାନ, ନିଷ୍ପତ୍ତି ନେବା, ସଂଚାର ସମ୍ବନ୍ଧୀୟ ଦିଗ ଏବଂ ମାନବୀୟ ସମ୍ପର୍କ)ର ବ୍ୟବହାରିକ ଉପଯୋଗ କରିବା ମଧ୍ୟ ଆବଶ୍ୟକ ହୋଇଥାଏ ।

ବିମାନ ଯାତାୟାତରେ ଅନେକଗୁଣା ବୃଦ୍ଧି ହୋଇଛି ଏବଂ ଏହି ବୈଷୟିକ କର୍ମଚାରୀମାନେ ଆକାଶରେ ଉଡ଼ାଣକୁ ଅତ୍ୟନ୍ତ ସୁରକ୍ଷିତ ରଖିଥାନ୍ତି । ତେଣୁ ଏହାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଉଦ୍ଦେଶ୍ୟ ସର୍ବୋତମ ପ୍ରତିଭାଶାଳୀ ପ୍ରଫେସନାଲମାନଙ୍କୁ ଆକୃଷ୍ଟ କରିବା ଏବଂ ବର୍ତ୍ତମାନର ତାଲିମପ୍ରାପ୍ତ ଶ୍ରମ ଶକ୍ତିକୁ ବଜାୟ ରଖିବା, ଯଦ୍ଦ୍ୱାରା ବିମାନ ଯାତ୍ରା କରୁଥିବା ଲୋକମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ମିଳିପାରିବ ଏହି ପ୍ରଫେସନାଲମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଦିଆଯିବାର ଆବଶ୍ୟକତା ରହିଛି ।

***