ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ଲାଗି ବାହ୍ୟ ମହାକାଶର ଅନ୍ୱେଷଣ ଏବଂ ଉପଯୋଗରେ ସହଯୋଗ ଲାଗି ଭାରତ ଏବଂ ବଲିଭିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା (ଏମଓୟୁ)କୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି ।
ଏହି ଏମଓୟୁ ମାର୍ଚ୍ଚ 29, 2019ରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ବଲିଭିଆ ମହାକାଶ ଏଜେନ୍ସି ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଭାରତ ରାଷ୍ଟ୍ରପତିଙ୍କ ବଲିଭିଆ ଗସ୍ତ ଅବସରରେ ବଲିଭିଆର ସାନ୍ତା କ୍ରୁଜ ଡି. ଲା ସିୟେରାଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।
ବିବରଣୀ :
ଏହି ଏମଓୟୁ, ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ସଂଚାର, ଉପଗ୍ରହ ଆଧାରିତ ନାଭିଗେସନ, ମହାକାଶ ବିଜ୍ଞାନ ଓ ଗ୍ରହ ସମ୍ବନ୍ଧୀୟ ଅନ୍ୱେଷଣ, ମହାକାଶ ଯାନ, ମହାକାଶ ପ୍ରଣାଳୀ ଓ ଭୂତଳ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ପ୍ରୟୋଗ ସହିତ ମହାକାଶ ବିଜ୍ଞାନ, ପ୍ରଯୁକ୍ତି ଓ ପ୍ରୟୋଗ ଭଳି ସହଯୋଗର ସମ୍ଭାବ୍ୟ କ୍ଷେତ୍ର ଉନ୍ମୁକ୍ତ କରିବ ।
ଏହି ଏମଓୟୁ ଇସ୍ରୋ ଏବଂ ବଲିଭିଆ ମହାକାଶ ଏଜେନ୍ସି (ଏବିଏ) ସଦସ୍ୟମାନଙ୍କୁ ସାମିଲ ଏକ ମିଳିତ କାର୍ଯ୍ୟ ଗୋଷ୍ଠୀ ପ୍ରତିଷ୍ଠା କରିବାରେ ସହାୟକ ହେବ । ଏହି ଗୋଷ୍ଠୀ ନିର୍ଦ୍ଧାରିତ ସମୟ ସୀମା ଏବଂ ଏମଓୟୁ ପଦ୍ଧତି ସହିତ କାର୍ଯ୍ୟଯୋଜନା ମଧ୍ୟ ପ୍ରସ୍ତୁତ କରିବ ।
କାର୍ଯ୍ୟାନ୍ୱୟନ ରଣନୀତି ଓ ଲକ୍ଷ୍ୟ :
ଏହି ଏମଓୟୁ ଦ୍ୱାରା ନିର୍ଦ୍ଦିଷ୍ଟ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବା ଏବଂ ଧାର୍ଯ୍ୟ ସମୟ ସୀମା ଓ ଏହି ବୁଝାମଣା ଜ୍ଞାପନର କାର୍ଯ୍ୟାନ୍ୱୟନ ପଦ୍ଧତି ସହିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଲାଗି ଏକ ମିଳିତ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା କରିବାରେ ସହାୟତା ମିଳିପାରିବ ।
ପ୍ରମୁଖ ପ୍ରଭାବ :
ଏହି ବୁଝାମଣାପତ୍ର ପୃଥବୀର ସେନ୍ସିଂ, ଉପଗ୍ରହ ସଂଚାର, ଉପଗ୍ରହ ନାଭିଗେସନ, ମହାକାଶ ବିଜ୍ଞାନ ଓ ବାହ୍ୟ ମହାକାଶର ଅନ୍ୱେଷଣ କ୍ଷେତ୍ରରେ ନୂତନ ଗବେଷଣା ଗତିବିଧି ଏବଂ ପ୍ରୟୋଗ ସମ୍ଭାବନା ସନ୍ଧାନ କରିବାରେ ସହାୟତା କରିବ ।
ବ୍ୟୟ ଭାର :
ପ୍ରତ୍ୟେକ ନିର୍ଦ୍ଦିଷ୍ଟ ଗତିବିଧି ସଂକ୍ରାନ୍ତରେ ଆର୍ଥିକ ଯୋଗଦାନ ମିଳିତ ଗତିବିଧିର ସ୍ୱରୂପ ଉପରେ ନିର୍ଭର କରିବ, ଯାହାର ବିବରଣୀ ସମ୍ପୃକ୍ତ କାର୍ଯ୍ୟାନ୍ୱୟନ ବୁଝାମଣା (ବ୍ୟବସ୍ଥା)/ଚୁକ୍ତିରେ ଦିଆଯିବ ।
ଲାଭ :
ଏହି ଏମଓୟୁ ଦ୍ୱାରା ମାନବତାର କଲ୍ୟାଣ ଲାଗି ମହାକାଶ ପ୍ରଯୁକ୍ତିର ପ୍ରୟୋଗ କ୍ଷେତ୍ରରେ ମିଳିତ ଗତିବିଧି ବିକଶିତ କରିବାରେ ପ୍ରୋତ୍ସାହନ ମିଳିପାରିବ ।
**********