ପିଏମଇଣ୍ଡିଆ
ଭାରତୀୟ ସୂଚନା ସେବା (IIS)ଗ୍ରୁପ-ଏ ର କେଡର ପୁନର୍ଗଠନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ପୁନର୍ଗଠନ ପ୍ରସ୍ତାବ ଅନୁଯାଇ IIS ଗ୍ରୁପ-ଏ ର ସର୍ବୋଚ୍ଚ ସ୍ତରରେ ଦୁଇଟି ପଦ ସୃଷ୍ଟି କରାଯିବ । ସେହିପରି ଉଚ୍ଚ ପ୍ରଶାସନିକ ଗ୍ରେଡ (HAG)ରେ ଆଉ 5 ଟି ପଦ ଏବଂ ବରିଷ୍ଠ ପ୍ରଶାସନିକ ଗ୍ରେଡରେ ଅଧିକ 19 ଟି ପଦ ଯୋଡାଯିବ । ତେବେ ଏହି ସର୍ବଭାରତୀୟ ସେବାର ଅନ୍ୟାନ୍ୟ ଗ୍ରେଡ ସ୍ତରରେ ସମ ସଂଖ୍ୟକ ପଦବୀ ହ୍ରାସ କରାଯାଇ ନୂତନ ପଦ ସୃଷ୍ଟି କରାଯିବ । ବର୍ତ୍ତମାନ IIS କେଡରରେ ରହିଥିବା ପଦୋନ୍ନତି ସଂକ୍ରାନ୍ତ ସ୍ଥାଣୁତାକୁ ଏଡାଇବା ତଥା IIS ଅଫିସରମାନଙ୍କ ପାଇଁ ଉନ୍ନତ ଚାକିରି ପରିବେଶ ସୃଷ୍ଟି କରିବା ଦିଗରେ ଏହି ନିଷ୍ପତ୍ତି ସହାୟକ ହେବ । ଏହି ପ୍ରକ୍ରିୟା ଦ୍ଵାରା ସରକାରଙ୍କ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର କାର୍ଯ୍ୟ ପ୍ରଣାଳୀ ଉନ୍ନତ ହେବ ।
କେନ୍ଦ୍ର ସରକାର ତାଙ୍କର ଲୋକାଭିମୁଖି ନୀତି ଓ କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ଜନସାଧାରଣଙ୍କୁ ଅଧିକରୁ ଅଧିକ ସଚେତନ କରାଇବା ଲାଗି ପ୍ରୟାସ କରୁଛନ୍ତି । ଏଥିଲାଗି ସାଧାରଣ ଜନତାଙ୍କୁ ସଠିକ ସୂଚନା ଦେବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଏବେ IISର ଉଚ୍ଚ ସ୍ତରରେ କେଡର ପୁନର୍ଗଠନ କରାଯାଇଛି ।