ପିଏମଇଣ୍ଡିଆ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବେସାମାରିକ ବିମାନ ଚଳାଚଳ ସୁରକ୍ଷା ବିକାଶ ଏବଂ ପ୍ରୋତ୍ସାହନ କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।
ଏହି ଚୁକ୍ତିର ସର୍ତ୍ତାବଳୀ ଅନୁଯାୟୀ ଭାରତର ବିମାନ ଚଳାଚଳ ସୁରକ୍ଷା ସଂସ୍ଥାଗୁଡ଼ିକ ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହିତ ତଥ୍ୟ ଆଦାନପ୍ରଦାନ କରିପାରିବେ, ଯାହା ଭାରତରେ ବେସାମାରିକ ବିମାନ ଚଳାଚଳ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିପାରିବ ।
ଏହି ଚୁକ୍ତି ଦ୍ୱାରା ଉଭୟ ଦେଶ ମଧ୍ୟରେ ସୁରକ୍ଷା ସହଯୋଗ ବୃଦ୍ଧି ପାଇବ ଏବଂ ଉଭୟ ରାଷ୍ଟ୍ର ସେମାନଙ୍କ ଅନ୍ତର୍ଜାତୀୟ ଉତ୍ତରଦାୟିତ୍ୱର ଅନୁପାଳନ କରିପାରିବେ ।