ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଖଣି, ପରୀକ୍ଷଣ ଓ ଗବେଷଣା କେନ୍ଦ୍ରରେ ନିରାପତ୍ତା (ଏସଆଇଏମଟିଏଆରଏସ) ମାଧ୍ୟମରେ ଭାରତ ସରକାରଙ୍କ ଖଣି ସୁରକ୍ଷା(ଡିଜିଏମଏସ), ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଏବଂ କ୍ୱିନସଲାଣ୍ଡ ପ୍ରଶାସନର ପ୍ରକୃତିକ ସମ୍ବଳ ଖଣି ଓ ଶକ୍ତି ବିଭାଗ ମଧ୍ୟରେ ସ୍ୱାକ୍ଷର ହୋଇଥିବା ବୁଝାମଣାକୁ ଆଜି ଅନୁମୋଦନ କରିଛନ୍ତି ।
ପ୍ରଭାବ :
ଏହି ଏମଓୟୁ ଜିଜିଏମଏସ ଓ ଏସଆଇଏମଟିଏଆରଏସ ମଧ୍ୟରେ ଭାଗିଦାରୀ କାଏମ ରଖିବାରେ ସହାୟକ ହେବ ।
– ରିସ୍କ ଆଧାରିତ ନିରାପତ୍ତା ପରିଚାଳନା ବ୍ୟବସ୍ଥାର କାର୍ଯ୍ୟକାରିତା, ପ୍ରଶିକ୍ଷଣ ଉପଲବ୍ଧ କରିବା
– ସମ୍ମିଳନୀ, କର୍ମଶାଳା ଓ ଅନ୍ୟ ବୈଷୟିକ ବୈଠକର ଆୟୋଜନ, ବ୍ୟବସାୟିକ ସୁରକ୍ଷା ଓ ସ୍ୱାସ୍ଥ୍ୟ ଏକାଡେମୀ ଏବଂ ରାଷ୍ଟ୍ରୀୟ ଖଣି ବିପର୍ଯ୍ୟୟ କେନ୍ଦ୍ରର ସ୍ଥାପନ ଏବଂ
– ଡିଜିଏମଏସରେ ଆର ଆଣ୍ଡ ଡି ଲାବ୍ରୋଟୋରୀର ଆଧୁନିକୀକରଣ
କାର୍ଯ୍ୟକାରୀତା ରଣନୀତି
ଏହି ବୁଝାମଣା ସ୍ୱାକ୍ଷର ହେବା ତାରିଖରୁ ହିଁ ପ୍ରଭାବୀ ହେବ ଏବଂ ଏହା 3ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ।
**********