Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର, ଦ୍ୱାରକାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର, ଦ୍ୱାରକାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର, ଦ୍ୱାରକାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର, ଦ୍ୱାରକାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ


 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଏବଂ ପ୍ରଦର୍ଶନୀ କେନ୍ଦ୍ର(ଆଇଆଇସିସି) ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କେନ୍ଦ୍ର ଭାରତର ଅର୍ଥନୈତିକ ପ୍ରଗତି, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରିବେଶ ସୁରକ୍ଷା ଦିଗରେ ଆମର ସଚେତନତାକୁ ପ୍ରତିଫଳିତ କରିବ । ସେ ମଧ୍ୟ କହିଥିଲେ ଯେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ବ୍ୟବସାୟିକ ସୁଗମତା ଉପରେ ଗୁରୁତ୍ୱାରୋପ କରିବା ଲାଗି ସରକାରଙ୍କ ଲକ୍ଷ୍ୟର ଏହା ଅଂଶବିଶେଷ ।

ଦେଶର ବିକାଶ ପାଇଁ କେନ୍ଦ୍ର ସରକାର ଅଭୂତପୂର୍ବ ଭାବେ ସଂଖ୍ୟାଧିକ ପ୍ରକଳ୍ପ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେ ଦୀର୍ଘତମ ସୁଡ଼ଙ୍ଗ, ଦୀର୍ଘତମ ଗ୍ୟାସ ପାଇପଲାଇନ, ସର୍ବବୃହତ ମୋବାଇଲ ଉତ୍ପାଦନ ୟୁନିଟ ଏବଂ ପ୍ରତିଟି ପରିବାରକୁ ବିଦ୍ୟୁତ ସଂଯୋଗ ସମେତ ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହା ନୂତନ ଭାରତର ସାମର୍ଥ୍ୟ, ସ୍ତର ଏବଂ ଗତିକୁ ପ୍ରତିଫଳନ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ମିଳନୀ ଆୟୋଜନ ଲାଗି ବହୁ ରାଷ୍ଟ୍ର ଅଧିକ କ୍ଷମତାବିଶିଷ୍ଟ କେନ୍ଦ୍ର ନିର୍ମାଣ କରିଛନ୍ତି । କିଛି ସମୟ ପର୍ଯ୍ୟନ୍ତ ଭାରତରେ ଏ ସମ୍ପର୍କରେ ଚିନ୍ତା କରାଯାଇନଥିଲା । ବର୍ତ୍ତମାନ ଏହା ବଦଳୁଛି ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଦୃଢ଼ ସଂସ୍ଥାଗତ ଏବଂ ସାଂଗଠନିକ ସାମର୍ଥ୍ୟ ଜରିଆରେ ଆଗକୁ ବଢ଼ିଥାଏ, ଯାହା ବର୍ଷ ବର୍ଷ ପ୍ରୟାସରୁ ଫଳବତୀ ହୋଇଥାଏ । ସେ କହିଥିଲେ ଯେ ଏଥିପାଇଁ ସଠିକ ସମୟରେ ନିଷ୍ପତ୍ତି ନେବା ଏବଂ ଏହାକୁ ବିଳମ୍ବ ନକରି କାର୍ଯ୍ୟକାରୀ କରିବା ଗୁରୁତ୍ୱପୂର୍ଣ୍ଣ ।

ଏହି ପରିପ୍ରେକ୍ଷୀରେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମ୍ମିଶ୍ରଣ ପାଇଁ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଗତ ଅଢ଼େଇ ଦଶନ୍ଧି ଧରି ଏ ସମ୍ପର୍କରେ ଚିନ୍ତା କରାଯାଉଥିଲା, କିନ୍ତୁ କାର୍ଯ୍ୟକାରୀ ହେଉନଥିଲା । ତେବେ, ବର୍ତ୍ତମାନର ସରକାର ଦେଶର ସ୍ୱାର୍ଥ ପାଇଁ କଠୋର ନିଷ୍ପତ୍ତି ନେବାରେ ସଂକୋଚ ଅନୁଭବ କରିନଥିଲେ ବୋଲି ସେ ଦୋହରାଇଥିଲେ । ସେ କହିଥିଲେ ଯେ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଉଥିବା କାରଣରୁ ଗତ ଚାରି ବର୍ଷ ମଧ୍ୟରେ ସାମଗ୍ରୀକ ପ୍ରଗତି ହୋଇପାରିଛି । ସେ କହିଥିଲେ ଯେ ବ୍ୟାପକ ଆହ୍ୱାନ ସତ୍ତ୍ୱେ ଅର୍ଥବ୍ୟବସ୍ଥା ଦୃଢ଼ ସ୍ଥିତିରେ ରହିଛି । “ବ୍ୟବସାୟିକ ସୁଗମତା” ପ୍ରସଙ୍ଗରେ ଉଲ୍ଲେଖ କରି ସେ କହିଥିଲେ ଯେ ସରକାର ଏହି ପ୍ରୟାସକୁ ଜିଲ୍ଲାସ୍ତରକୁ ନେବା ଦିଗରେ କାର୍ଯ୍ୟ କରୁଛନ୍ତି ।

 

**********