Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ଆଫଗାନିସ୍ତାନ ଶାନ୍ତିପୂର୍ଣ୍ଣ ମହାକାଶ ଉପଯୋଗ ସମ୍ପର୍କୀତ ଏମଓୟୁକୁ କ୍ୟାବିନେଟ ମଞ୍ଜୁରି


ମହାକାଶର ଶାନ୍ତିପୂର୍ଣ୍ଣ ଭାବେ ଉପଯୋଗ ସକାଶେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ର (MOU) କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଏମଓୟୁକୁ ଅତୀତରୁ କାର୍ଯ୍ୟକାରୀ କରିବା ସକାଶେ ସ୍ଵୀକୃତି ମିଳିଛି ।

ଏହି ଏମଓୟୁ ସର୍ତ୍ତାବଳୀ ଅନୁସାରେ ଶିକ୍ଷା, କୃଷି, ପାଣିପାଗ ପୂର୍ବାନୁମାନ, ଟେଲିଯୋଗାଯୋଗ, ଗ୍ରାମାଂଚଳ ସ୍ଵାସ୍ଥ୍ୟ, ପରିମଳ, ସହରାଂଚଳ ବିକାଶ, ପ୍ରାକୃତିକ ସମ୍ପଦ ଆକଳନ, ଦୂରସଂବେଦୀ (ରିମୋଟ୍ ସେନସିଂ) ଏବଂ ପ୍ରଯୁକ୍ତିର ଉପଯୋଗ କରାଯିବ ।

ଉଭୟ ରାଷ୍ଟ୍ରଙ୍କ ପାଇଁ ଏହି ଏମଓୟୁ ନିମ୍ନମତେ ଉପକାରସିଦ୍ଧ ହେବ –

୧- ଆଫଗାନିସ୍ତାନରେ ମହାକାଶ ସେକ୍ଟରର ବିକାଶ

୨- ଭାରତକୁ ଏକ ଅଗ୍ରଣୀ ମହାକାଶ ଗବେଷଣା ପ୍ରଯୁକ୍ତି ସଂପନ୍ନ ରାଷ୍ଟ୍ର ଭାବେ ପ୍ରମାଣିତ କରିବ, ଗୋଟିଏ ରାଷ୍ଟ୍ରର ଅନ୍ୟ ରାଷ୍ଟ୍ରକୁ ସହଯୋଗ
୩- ମହାକାଶ ଗବେଷଣା କ୍ଷେତ୍ରରେ ଆଫଗାନିସ୍ତାନ ଆତ୍ମନିର୍ଭରଶୀଳ ହେବା ଦିଗରେ ଅଗ୍ରସର ହେବ

୪- ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ ଓ ପାରସ୍ପରିକ ସହଯୋଗ ବୃଦ୍ଧି

୫- ମହାକାଶ ଓ ଯୋଗାଯୋଗ କ୍ଷେତ୍ରରେ ଆଫଗାନିସ୍ତାନର ସ୍ଥିତିକୁ ସୁଦୃଢ଼ କରିବ ।

ଅଧୁନା ମୋବାଇଲ, ଇଂଟରନେଟ ଯୁଗରେ ବାଣିଜ୍ୟ, ଯୋଗାଯୋଗ ଏବଂ ସଂଯୋଗ ସ୍ଥାପନ ଦିଗରେ ଉଭୟ ଦେଶ ପାଇଁ ଉଚ୍ଚ ପ୍ରଯୁକ୍ତି ସମ୍ପନ୍ନ କର୍ମନିଯୁକ୍ତି ସୃଷ୍ଟି, ତଥା ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଓ ବିକାଶ ପାଇଁ ଏହି ଏମଓୟୁ ଯଥେଷ୍ଟ ସୁଯୋଗ ପ୍ରଦାନ କରିବ ।